ପୁରୀ,୧୭ା୬(ଅଜିତ୍ ମହାନ୍ତି) ଅଦିନିଆ ରଥଯାତ୍ରାକୁ ନେଇ ପୁଣି ବିବାଦ ସୃଷ୍ଟି ହୋଇଛି। ମଧ୍ୟପ୍ରଦେଶର ଗ୍ବାଲିୟରଠାରେ ଚଳିତ ମାସ ୨୪ତାରିଖରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ହେବ ବୋଲି ସୋସିଆଲ ମିଡିଆରେ ଖବର ଘୂରିବୁଲୁଛି। ଏହି ଅଦିନିଆ ରଥଯାତ୍ରାକୁ ଓଡ଼ିଶାର ଜଗନ୍ନାଥପ୍ରେମୀ ଓ ଶ୍ରୀମନ୍ଦିର ସେବାୟତଙ୍କ ସମେତ ପରିଚାଳନା କମିଟି ସଦସ୍ୟ ତୀବ୍ର ବିରୋଧ କରିଛନ୍ତି। ପରମ୍ପରା ଅନୁଯାୟୀ, ପ୍ରତ୍ୟେକ ବର୍ଷ ଆଷାଢ଼ ମାସ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ କେବଳ ପୁରୀ ନୁହେଁ ଦେଶ ବିଦେଶରେ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ। ତେବେ ଅନେକ ଥର ଦେଖିବାକୁ ମିଳିଛି ଯେ, ବାହାର ରାଜ୍ୟର କେତେକ ସଙ୍ଗଠନ ଉକ୍ତ ତିଥି ପରିବର୍ତ୍ତେ ମନଇଚ୍ଛା ସମୟରେ ରଥଯାତ୍ରା କରୁଛନ୍ତି। ଏହା ପରମ୍ପରା ବିରୋଧୀ। ପରମ୍ପରା ଅନୁଯାୟୀ, ଚଳିତ ମାସ ୨୦ ତାରିଖ ଆଷାଢ ଶୁକ୍ଳ ଦ୍ୱିତୀୟାରେ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହେବ। ତେବେ ଏହି ପରମ୍ପରାକୁ ଉଲ୍ଲଘଂନ କରାଯାଇ ଗ୍ବାଲିୟରଠାରେ ୨୪ ତାରିଖରେ ରଥଯାତ୍ରା କରାଯିବାକୁ ସ୍ଥିର କରାଯାଇଛି। ପୂର୍ବରୁ ୧୮ ତାରିଖରେ ରଥଯାତ୍ରା ହେବାକୁ ଥିଲା, ତେବେ କିଛି ଅସୁବିଧା କାରଣରୁ ୨୪ ତାରିଖରେ ରଥଯାତ୍ରା ହେବାକୁ ଥିବା ଗ୍ବାଲିୟର ଇସ୍କନ ସେଣ୍ଟର ପକ୍ଷରୁ ମହେନ୍ଦ୍ର ପ୍ରଭୁଜୀ ନାମକ ଅଧିକାରୀ ସୋସିଆଲ ମିଡିଆରେ ସୂଚନା ଦେଉଥିବା ଦେଖିବାକୁ ମିଳିଛି। ଚଳିତ ବର୍ଷ ରଥର ଉଚ୍ଚତା ୨୪ ଫୁଟ, ଲମ୍ବ ୧୭ ଫୁଟ ଏବଂ ଚଉଡା ୧୦ ଫୁଟ ରହିଛି। ରଥ ନିର୍ମାଣରେ ୬ ଲକ୍ଷ ଟଙ୍କା ପ୍ରାୟ ଖର୍ଚ୍ଚ ହୋଇଛି। ଶ୍ରୀଜଗନ୍ନାଥଙ୍କ ଭକ୍ତମାନେ ରଥଯାତ୍ରାରେ ସାମିଲ ହେବା ସହ ଦାନ ଦେବାକୁ ଇସ୍କନ ପକ୍ଷରୁ ଅନୁରୋଧ କରାଯାଇଛି। ଅନ୍ୟପକ୍ଷରେ ପୂର୍ବରୁ ମଧ୍ୟ ଇସ୍କନ ପକ୍ଷରୁ ଅଦିନରେ ରଥଯାତ୍ରା କରାଯାଇଥିବାର ନଜିର ରହିଛି। ଏ ନେଇ ଶ୍ରୀମନ୍ଦିର ପ୍ରଶାସନଠାରୁ ଆରମ୍ଭକରି ଜଗନ୍ନାଥପ୍ରେମୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମାଧବ ମହାପାତ୍ର କହିଛନ୍ତି, ପୂର୍ବରୁ ଶ୍ରୀମନ୍ଦିର ପରିଚାଳନା ବୈଠକରେ ଗଜପତି ମହାରାଜାଙ୍କ ଉପସ୍ଥିତିରେ ଇସ୍କନ କର୍ମକର୍ତ୍ତାମାନଙ୍କୁ ଡକାଯାଇ ଆଲୋଚନା କରାଯିବା ପରେ ମଧ୍ୟ ଅଦିନିଆ ରଥଯାତ୍ରା ଆୟୋଜନ କରୁଛନ୍ତି। ଏହା ଅତି ଦୁଃଖ ଓ କ୍ଷୋଭର ବିଷୟ। ଏହାଦ୍ୱାରା ଆମ ସଂସ୍କୃତି, ପରମ୍ପରା ନଷ୍ଟ ହେଉଛି। ଇସ୍କନପ୍ରେମୀ ସ୍କନ୍ଦ ପୁରାଣକୁ ଅନୁସରଣ କରନ୍ତୁ। ଅଦିନିଆ ରଥଯାତ୍ରାରୁ ଇସ୍କନ କର୍ତ୍ତୃପକ୍ଷ ବିରତ ରହନ୍ତୁ। ନଚେତ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏପରିକି ଇସ୍କନ ଭକ୍ତଙ୍କୁ ପୁରୀରେ ପ୍ରବେଶ କରିବା ପାଇଁ ଅନୁମତି ଦିଆଯିବ ନାହିଁ। ସେ ଏନେଇ ଗଜପତି ମହାରାଜା ଏବଂ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ଆଲୋଚନା କରିବେ ବୋଲି ମହାପାତ୍ର କହିଛନ୍ତି। ସେହିପରି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ କହିଛନ୍ତି, ଏ ବିଷୟ ତାଙ୍କ ନଜରକୁ ଆସିନାହିଁ। ତାଙ୍କ ଦୃଷ୍ଟିକୁ ଆସିଲେ ଆଲୋଚନା କରାଯାଇ ଯାହାକିଛି ନିଷ୍ପତ୍ତି ନିଆଯିବ।
ଦିନିକିଆ ବିଶ୍ୱକପ୍ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍
ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…
ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ
ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍ରରେ ସର୍ଟସର୍କିଟ…
ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ
ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…
ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…
ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…
ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ
ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…
ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ
ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…
ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ
ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…
ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ
କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

