ଅଦିନିଆ ରଥଯାତ୍ରାକୁ ବିରୋଧ

ପୁରୀ,୧୭ା୬(ଅଜିତ୍‌ ମହାନ୍ତି) ଅଦିନିଆ ରଥଯାତ୍ରାକୁ ନେଇ ପୁଣି ବିବାଦ ସୃଷ୍ଟି ହୋଇଛି। ମଧ୍ୟପ୍ରଦେଶର ଗ୍ବାଲିୟରଠାରେ ଚଳିତ ମାସ ୨୪ତାରିଖରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ହେବ ବୋଲି ସୋସିଆଲ ମିଡିଆରେ ଖବର ଘୂରିବୁଲୁଛି। ଏହି ଅଦିନିଆ ରଥଯାତ୍ରାକୁ ଓଡ଼ିଶାର ଜଗନ୍ନାଥପ୍ରେମୀ ଓ ଶ୍ରୀମନ୍ଦିର ସେବାୟତଙ୍କ ସମେତ ପରିଚାଳନା କମିଟି ସଦସ୍ୟ ତୀବ୍ର ବିରୋଧ କରିଛନ୍ତି। ପରମ୍ପରା ଅନୁଯାୟୀ, ପ୍ରତ୍ୟେକ ବର୍ଷ ଆଷାଢ଼ ମାସ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ କେବଳ ପୁରୀ ନୁହେଁ ଦେଶ ବିଦେଶରେ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ। ତେବେ ଅନେକ ଥର ଦେଖିବାକୁ ମିଳିଛି ଯେ, ବାହାର ରାଜ୍ୟର କେତେକ ସଙ୍ଗଠନ ଉକ୍ତ ତିଥି ପରିବର୍ତ୍ତେ ମନଇଚ୍ଛା ସମୟରେ ରଥଯାତ୍ରା କରୁଛନ୍ତି। ଏହା ପରମ୍ପରା ବିରୋଧୀ। ପରମ୍ପରା ଅନୁଯାୟୀ, ଚଳିତ ମାସ ୨୦ ତାରିଖ ଆଷାଢ ଶୁକ୍ଳ ଦ୍ୱିତୀୟାରେ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହେବ। ତେବେ ଏହି ପରମ୍ପରାକୁ ଉଲ୍ଲଘଂନ କରାଯାଇ ଗ୍ବାଲିୟରଠାରେ ୨୪ ତାରିଖରେ ରଥଯାତ୍ରା କରାଯିବାକୁ ସ୍ଥିର କରାଯାଇଛି। ପୂର୍ବରୁ ୧୮ ତାରିଖରେ ରଥଯାତ୍ରା ହେବାକୁ ଥିଲା, ତେବେ କିଛି ଅସୁବିଧା କାରଣରୁ ୨୪ ତାରିଖରେ ରଥଯାତ୍ରା ହେବାକୁ ଥିବା ଗ୍ବାଲିୟର ଇସ୍କନ ସେଣ୍ଟର ପକ୍ଷରୁ ମହେନ୍ଦ୍ର ପ୍ରଭୁଜୀ ନାମକ ଅଧିକାରୀ ସୋସିଆଲ ମିଡିଆରେ ସୂଚନା ଦେଉଥିବା ଦେଖିବାକୁ ମିଳିଛି। ଚଳିତ ବର୍ଷ ରଥର ଉଚ୍ଚତା ୨୪ ଫୁଟ, ଲମ୍ବ ୧୭ ଫୁଟ ଏବଂ ଚଉଡା ୧୦ ଫୁଟ ରହିଛି। ରଥ ନିର୍ମାଣରେ ୬ ଲକ୍ଷ ଟଙ୍କା ପ୍ରାୟ ଖର୍ଚ୍ଚ ହୋଇଛି। ଶ୍ରୀଜଗନ୍ନାଥଙ୍କ ଭକ୍ତମାନେ ରଥଯାତ୍ରାରେ ସାମିଲ ହେବା ସହ ଦାନ ଦେବାକୁ ଇସ୍କନ ପକ୍ଷରୁ ଅନୁରୋଧ କରାଯାଇଛି। ଅନ୍ୟପକ୍ଷରେ ପୂର୍ବରୁ ମଧ୍ୟ ଇସ୍କନ ପକ୍ଷରୁ ଅଦିନରେ ରଥଯାତ୍ରା କରାଯାଇଥିବାର ନଜିର ରହିଛି। ଏ ନେଇ ଶ୍ରୀମନ୍ଦିର ପ୍ରଶାସନଠାରୁ ଆରମ୍ଭକରି ଜଗନ୍ନାଥପ୍ରେମୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମାଧବ ମହାପାତ୍ର କହିଛନ୍ତି, ପୂର୍ବରୁ ଶ୍ରୀମନ୍ଦିର ପରିଚାଳନା ବୈଠକରେ ଗଜପତି ମହାରାଜାଙ୍କ ଉପସ୍ଥିତିରେ ଇସ୍କନ କର୍ମକର୍ତ୍ତାମାନଙ୍କୁ ଡକାଯାଇ ଆଲୋଚନା କରାଯିବା ପରେ ମଧ୍ୟ ଅଦିନିଆ ରଥଯାତ୍ରା ଆୟୋଜନ କରୁଛନ୍ତି। ଏହା ଅତି ଦୁଃଖ ଓ କ୍ଷୋଭର ବିଷୟ। ଏହାଦ୍ୱାରା ଆମ ସଂସ୍କୃତି, ପରମ୍ପରା ନଷ୍ଟ ହେଉଛି। ଇସ୍କନପ୍ରେମୀ ସ୍କନ୍ଦ ପୁରାଣକୁ ଅନୁସରଣ କରନ୍ତୁ। ଅଦିନିଆ ରଥଯାତ୍ରାରୁ ଇସ୍କନ କର୍ତ୍ତୃପକ୍ଷ ବିରତ ରହନ୍ତୁ। ନଚେତ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏପରିକି ଇସ୍କନ ଭକ୍ତଙ୍କୁ ପୁରୀରେ ପ୍ରବେଶ କରିବା ପାଇଁ ଅନୁମତି ଦିଆଯିବ ନାହିଁ। ସେ ଏନେଇ ଗଜପତି ମହାରାଜା ଏବଂ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ଆଲୋଚନା କରିବେ ବୋଲି ମହାପାତ୍ର କହିଛନ୍ତି। ସେହିପରି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ କହିଛନ୍ତି, ଏ ବିଷୟ ତାଙ୍କ ନଜରକୁ ଆସିନାହିଁ। ତାଙ୍କ ଦୃଷ୍ଟିକୁ ଆସିଲେ ଆଲୋଚନା କରାଯାଇ ଯାହାକିଛି ନିଷ୍ପତ୍ତି ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀ ଲୋକ ସଭା ଆସନ ପାଇଁ ଜୟ ନାରାୟଣ ପଟ୍ଟନାୟକଙ୍କୁ ପ୍ରାର୍ଥୀ କଲା କଂଗ୍ରେସ

ଭୁବନେଶ୍ୱର,୪ା୫: କଂଗ୍ରେସ ଜୟ ନାରାୟଣ ପଟ୍ଟନାୟକଙ୍କୁ ପୁରୀ ଲୋକ ସଭା ଆସନ ପାଇଁ ପ୍ରାର୍ଥୀ କରିଛି। ଏହାପୂର୍ବରୁ ପାର୍ଟି ପାଣ୍ଠି ନ ମିଳିବାରୁ ହେତୁ ସୁଚରିତା...

ଟିକେଟ୍ କଟିବା ପରେ ବିଧାୟକ ବିଜୟ ଶଙ୍କରଙ୍କୁ ନୂଆ ଦାୟିତ୍ୱ ଦେଲା ବିଜେଡି

ଭୁବନେଶ୍ୱର,୪ା୫(ଅନିଲଦାସ): ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବିଜୁ ଜନତା ଦଳର ବିଭିନ୍ନ କର୍ମକର୍ତ୍ତାଙ୍କୁ ନିଯୁକ୍ତି ଦିଆଯାଇଛି। କୁଳମଣି ସାମଲଙ୍କୁ ବିଜୁ ଜନତା ଜଳର...

ଘରେ ରହି ମତଦାନ ସାବ୍ୟସ୍ତ କଲେ ୩୧ ଭୋଟର୍‌

ପଟ୍ଟାଙ୍ଗି,୪ା୫(ଶରତ ଧଳ)-ଲୋକ ସଭା ଏବଂ ବିଧାନସଭା ନିର୍ବାଚନକୁ ଆଉ ଅଳ୍ପ କିଛି ଦିନ ବାକି ରହିଛି। ଏହା ପୂର୍ବରୁ ଯେଉଁ ଭୋଟର୍‌ମାନେ ମତଦାନ କେନ୍ଦ୍ରରେ ପହଞ୍ଚି...

ରାଜ୍ୟ ସରକାରଙ୍କ ସଫଳତା ବିରୋଧୀ ଗ୍ରହଣ କରିପାରୁନାହାନ୍ତି: ନବୀନ

କୋରାପୁଟ,୪ା୫(ଅମିତାଭ ବେହେରା)-କୋରାପୁଟରେ ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାରାଥାନ ନିର୍ବାଚନ ପ୍ରଚାର କରିଛନ୍ତି। ରାଜ୍ୟ ସରକାରଙ୍କ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ବିରୋଧୀମାନେ ଗ୍ରହଣ କରି ନପାରି...

ଧର୍ମେନ୍ଦ୍ର ପ୍ରଧାନଙ୍କୁ ପାଣ୍ଡିଆନଙ୍କ ଖୋଲା ଚ୍ୟାଲେଞ୍ଜ, ଦମ ଅଛି ତ…

ପାରଳାଖେମୁଣ୍ଡି,୪ା୫: ପାରାଳାଖେମୁଣ୍ଡିରେ ନବୀନଙ୍କ ପ୍ରଚାର ସଭାରେ ଧର୍ମେନ୍ଦ୍ରଙ୍କ ନାଁ ନନେଇ ଖୋଲା ଚ୍ୟାଲେଞ୍ଜ ଦେଲେ କାର୍ତ୍ତିକ ପାଣ୍ଡିଆନ। ଦମ ଅଛି ତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ମୁଖ୍ଯମନ୍ତ୍ରୀ...

ସମୀର ଦାଶଙ୍କୁ ପ୍ରାର୍ଥୀ କରିବା ପାଇଁ ସମର୍ଥକଙ୍କ ଶେଷ ପ୍ରୟାସ, ସମୂହ ଇସ୍ତଫା ଦେଲେ ସମର୍ଥକ!

ପୁରୀ,୪ା୫: ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀମାନଙ୍କ ଶେଷ ପର୍ଯ୍ୟାୟ ତାଲିକା ଘୋଷଣା କରି ସାରିଥିଲେ ମଧ୍ୟ ଆଶା...

ଓଡିଶାର ସବୁଠାରୁ ଗରିବ ଏମପି ପ୍ରାର୍ଥୀ , ପାଖରେ ମାତ୍ର ଏତିକି ଟଙ୍କା

ଭୁବନେଶ୍ୱର,୪।୫: କୁହାଯାଏ ପାଖରେ ଟଙ୍କା ନ ଥିଲେ ରାଜନୀତି କରି ହୁଏନି। ପ୍ରଚାର ଠାରୁ ଆରମ୍ଭ କରି ପୋଷ୍ଟର ଛାପିବା ଯାଏଁ ବିଡା ବିଡା ଟଙ୍କା...

ସ୍କୁଲ ମାଟି ମାଡି ନ ଥିବା ଓଡିଶାର ବିଧାୟକ ପ୍ରାର୍ଥୀ, ଜାଣନ୍ତୁ ରୋଚକ ତଥ୍ୟ

ଭୁବନେଶ୍ୱର,୪।୫: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ ସରିଛି। ୪ ଲୋକ ସଭା ଆସନ ବ୍ରହ୍ମପୁର, କଳାହାଣ୍ଡି, କୋରାପୁଟ ଓ ନବରଙ୍ଗପୁରର ନାମାଙ୍କନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri