ଡିଏନ୍ଏ ଟେଷ୍ଟ ପାଇଁ ଦିଲ୍ଲୀ ଗଲା ୨୯ ନମୁନା
ଭୁବନେଶ୍ୱର, ୯।୬(ବ୍ୟୁରୋ): ବାଲେଶ୍ୱର ବାହାନଗା ଟ୍ରେନ୍ ଦୁର୍ଘଟଣାରେ ୨୮୮ ଜଣ ମୃତ୍ୟୁବରଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ଭୁବନେଶ୍ୱର ଏମ୍ସକୁ ମୋଟ୍ ୧୬୨ଟି ମୃତଦେହ ଅଣାଯାଇଥିବାବେଳେ ୮୦ଟି ମୃତଦେହକୁ ସେମାନଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି। ଆଉ ୮୨ଟି ମୃତଦେହ ହସ୍ପିଟାଲରେ ସଂରକ୍ଷିତ ରହିଛି।…
ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ
କଟକ ଅଫିସ,୯ା୬: ପୁରୀ ଜିଲା ବ୍ରହ୍ମଗିରିସ୍ଥିତ ଅଲାରନାଥଙ୍କ ମନ୍ଦିରରେ ଶୃଙ୍ଖଳିତ ଦର୍ଶନ ଓ ଆଇନ ଶୃଙ୍ଖଳା ବ୍ୟବସ୍ଥା କରିବାକୁ ହାଇକୋର୍ଟ ଗୁରୁବାର ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀ ମଧୁସୂଦନ ପୂଜାପଣ୍ଡାଙ୍କ ଆବେଦନର ଶୁଣାଣି କରି ଅବକାଶକାଳୀନ ବିଚାରପତି ଏସ୍. କେ. ସାହୁ ଓ…
ସୃଜନର ସ୍ରୋତସ୍ବତୀ
ନନ୍ଦିନୀ ଶତପଥୀ କେବଳ ଓଡ଼ିଶା ନୁହେଁ, ଭାରତୀୟ ରାଜନୀତିର ଜଣେ ଅପ୍ରତିଦ୍ୱନ୍ଦ୍ୱୀ ଜନନାୟିକା। ଯାହାଙ୍କ ଅବଦାନରେ ଉଭୟ ରାଜନୀତି ଏବଂ ସାହିତ୍ୟ ବିଭିନ୍ନ ଭାବେ ପରିପୁଷ୍ଟ। ଓଡ଼ିଶାର ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀଙ୍କ ସ୍ବପ୍ନ ଥିଲା ରାଜ୍ୟର ସାମଗ୍ରିକ ବିକାଶ। ସ୍ବପ୍ନକୁ…
ବାହାନଗା ବିଦ୍ୟାଳୟ କୋଠରି ଭଙ୍ଗାଯିବ
ବାଲେଶ୍ୱର ଅଫିସ, ୯।୬: ବାଲେଶ୍ୱର ଜିଲା ବାହାନଗା ନିକଟରେ ଗତ ୨ ତାରିଖ ସନ୍ଧ୍ୟାରେ ଘଟିଥିବା ଭୟଙ୍କର ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତଦେହଗୁଡ଼ିକୁ ସ୍ଥାନୀୟ ବାହାନଗା ହାଇସ୍କୁଲରେ ରଖାଯାଇଥିଲା। ହାଇସ୍କୁଲର ବିଭିନ୍ନ କୋଠରିରେ ପ୍ରାୟ ୨ଶହରୁ ଊର୍ଦ୍ଧ୍ୱ ମୃତଦେହ ରଖାଯାଇଥିଲା।…
ବ୍ୟାଟିଂ ବିପର୍ଯ୍ୟୟ: ୩୧୮ ରନ୍ ପଛରେ ଭାରତ
ଦ ଓଭାଲ,୯ା୬: ଦ ଓଭାଲରେ ଅନୁଷ୍ଠିତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍(ଡବ୍ଲ୍ୟୁଟିସି) ଫାଇନାଲର ଦ୍ୱିତୀୟ ଦିନରେ ଭାରତ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଟିମ୍ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ…
ମହାରାଷ୍ଟ୍ରର ସବୁ ଲୋକ ସଭା, ବିଧାନସଭା ସିଟ୍ ଉପରେ ଭାଜପାର ବଡ଼ ନିଷ୍ପତ୍ତି
ମୁମ୍ବାଇ, ୮।୬: ମହାରାଷ୍ଟ୍ରରେ ଭାଜପା ଗୁରୁବାର ରାଜ୍ୟର ୪୮ ଲୋକ ସଭା ଏବଂ ୨୮୮ବିଧାନସଭା ଆସନ ପାଇଁ ‘ ନିର୍ବାଚନ ମୁଖ୍ୟ’ଙ୍କ ଘୋଷଣା କରିଛି। ରାଜ୍ୟ ଭାଜପା ମୁଖ୍ୟ ଚନ୍ଦ୍ରଶେଖର ବାୱନକୁଲେ ଏଠାରେ ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି ଯେ ନିର୍ବାଚନର…
ଟିଏମସି ନେତା ଅଭିଷେକ ବାନାର୍ଜୀଙ୍କୁ ଇଡିର ସମନ
କୋଲକାତା,୮।୬: ତୃଳମୂଳ କଂଗ୍ରେସ (ଟିଏମସି) ନେତା ଅଭିଷେକ ବାନାର୍ଜୀଙ୍କୁ ଶିକ୍ଷକ ନିଯୁକ୍ତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ଗୁରୁବାର ସମନ ଜାରି କରିଛି। ସୂତ୍ରରୁ ପ୍ରକାଶ ଯେ, ଇଡି ଅଭିଷେକ ବାନାର୍ଜୀଙ୍କ ଆସନ୍ତା ୧୩ ତାରିଖରେ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ କୁହାଯାଇଛି। ଅନ୍ୟପଟେ,…
ପ୍ରଥମ ଇନିଂସ୍ରେ ୪୬୯ ରନ୍ରେ ଅଟକିଲା ଅଷ୍ଟ୍ରେଲିଆ
ଲଣ୍ଡନ,୮।୬: ଦି ଓଭାଲ ଗ୍ରାଉଣ୍ଡରେ ଚାଲିଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍(ଡବ୍ଲ୍ୟୁଟିସି)ର ଗୁରୁବାର ଦ୍ୱିତୀୟ ଦିନରେ ଅଷ୍ଟ୍ରେଲିଆ ୪୬୯ କରି ଅଲ୍ଆଉଟ ହୋଇଯାଇଛି। ଟ୍ରାଭିସ ହେଡ୍ ଏବଂ ଷ୍ଟିଭେନ୍ ସ୍ମିଥଙ୍କ ଦମ୍ଦାର ଶତକ ବଲରେ ଅଷ୍ଟ୍ରେଲିଆ ବଡ଼ ସ୍କୋର କରିବାରେ ସଫଳ ହୋଇଛି।…
କାରଖାନା ପ୍ରତିଷ୍ଠାକୁ ନେଇ ତେଜିଲା ବିରୋଧ
କେନ୍ଦୁଝର,୮ା୬(ସ୍ବ.ପ୍ର.): ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର ଏବଂ ନୂଆଗାଁ ପଞ୍ଚାୟତରେ ଏକ ଶିଳ୍ପ ପ୍ରତିଷ୍ଠାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ରୂପ ନେଇଛି। ଏହି କାରଖାନାର ଜମି ଚିହ୍ନଟ ପାଇଁ ବୁଧବାର ବୀରକିଶୋରପୁର, ଗୁହାଳହିଡି,ଦାବାଙ୍କ,ବିସ୍ତାପାଳ,ରତନପୁର ଗ୍ରାମରେ ଡ୍ରୋନ୍ ଜରିଆରେ ୨…
ଭାରତୀୟ ମୂଳ ବାସିନ୍ଦା ଲଢିବେ ସିଙ୍ଗାପୁର ରାଷ୍ଟ୍ରପତି ନିର୍ବାଚନ, ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଲେ ଇଚ୍ଛା
ସିଙ୍ଗାପୁର,୮।୬: ସିଙ୍ଗାପୁରର ଜଣେ ଭାରତୀୟ ମୂଳ ବାସିନ୍ଦା ବରିଷ୍ଠ ମନ୍ତ୍ରୀ ଥର୍ମନ ଶନମୁଗରତ୍ନମ ଗୁରୁବାର ୨୨ ବର୍ଷ ପରେ ସକ୍ରିୟ ରାଜନୀତିରୁ ବାହାରି ଚଳିତ ବର୍ଷ ଶେଷରେ ରାଷ୍ଟ୍ରପତି ନିର୍ବାଚନରେ ଲଢିବାକୁ ଘୋଷଣା କରିଛନ୍ତି। ଏହାସହ ପ୍ରଧାନମନ୍ତ୍ରୀ ଲି ହିସୟନ ଲୁଂଗଙ୍କୁ…
୨୩ରୁ ନମ୍ବର ପ୍ଲେଟ୍ ଫାଇନ୍
ଭୁବନେଶ୍ୱର,୮ା୬(ବ୍ୟୁରୋ): ଗାଡ଼ିରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ନ ଲଗାଇଥିଲେ ଏଣିକି ଚାଳକ ଫାଇନ ଗଣିବେ। ଆସନ୍ତା ୨୩ ତାରିଖରୁ ଏହି ସ୍ପେଶାଲ ଡ୍ରାଇଭ୍ ଆରମ୍ଭ ହେବ। ଗାଡ଼ିରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଲାଗି ନ ଥିଲେ ଇ-ଚାଲାଣ କଟାଯାଇ…
ରାଜଧାନୀରେ ପ୍ରବଳ ଝଡ଼ବର୍ଷା
ଭୁବନେଶ୍ୱର,୮ା୬(ବ୍ୟୁରୋ): ଗୁରୁବାର ସକାଳୁ ମଧ୍ୟାହ୍ନ ପର୍ଯ୍ୟନ୍ତ ରାଜଧାନୀ ଭୁବନେଶ୍ୱରରେ ଅହସ୍ୟ ଖରା ହୋଇଥିବା ବେଳେ ଅପରାହ୍ନରେ ପ୍ରବଳ ଧୂଳିଝଡ଼ ସହ ବର୍ଷା ହୋଇଛି। ବିଶେଷକରି ପଟିଆ, ପ୍ରଶାନ୍ତିବିହାର, ଶିଖରଚଣ୍ଡି, ରଘୁନାଥପୁରରେ ଧୂଳିଝଡ଼ ହୋଇଛି। ଏହି ଧୂଳିଝଡ଼ ପରେ ପରେ ସାରା ଭୁବନେଶ୍ୱରରେ…
Archives


