ମେଟାପାଡୁକୁ ଚଲାବାଟ ବିପଦ

ପଟ୍ଟାଙ୍ଗି,୭ା୭(ଶରତ ଧଳ): ରାଜ୍ୟର ସୀମାନ୍ତ ଗ୍ରାମଗୁଡିକରେ ବସବାସ କରୁଥିବା ଗ୍ରାମବାସୀ ସରକାରଙ୍କ ଯୋଜନାରୁ କିପରି ଉପକୃତ ହୋଇପାରିବେ ସେନେଇ ବ୍ଲକ ପ୍ରଶାସନକୁ ଗୁରୁତ୍ୱ ଦେବା ପାଇଁ ନିର୍ଦ୍ଦେଶ ରହିଥିଲେ ମଧ୍ୟ ଏ ଦିଗରେ ବ୍ଲକ ପ୍ରଶାସନ ସେତେଟୋ ଆଗ୍ରହ ପ୍ରକାଶ କରୁନାହିଁ। ଫଳରେ ସରକାରଙ୍କ ଲକ୍ଷ୍ୟ ଦିଗହରା ହେଉଛି। ଉନ୍ନୟନମୂଳକ କାର୍ଯ୍ୟରୁ ସୀମାନ୍ତବାସୀ ବଞ୍ଚତ୍ତ ହେଉଛନ୍ତି। ଏପରି ଦେଖିବାକୁ ମିଳିଛି କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକର ତଳଗୋଲୁର ପଞ୍ଚାୟତ ତଥା ପଡୋଶୀ ଆନ୍ଧ୍ର ସୀମାକୁ ଲାଗିଥିବା ମେଟାପାଡୁ ଗ୍ରାମ କ୍ଷେତ୍ରରେ। ଉକ୍ତ ଗ୍ରାମରେ ୧୭ଟି ଘର ରହିଥିବା ବେଳେ ୬୦/୭୦ ପରିବାର ବସବାସ କରୁଛନ୍ତି। ଗ୍ରାମରେ ପହଞ୍ଚତ୍ବାକୁ ହେଲେ ବ୍ଲକ ସଦର ମହକୁମାରୁ ପଞ୍ଚାୟତର କୋଟାତେଡା ଗ୍ରାମ ପର୍ଯ୍ୟନ୍ତ ପିଚୁ ରାସ୍ତା ରହିଛି। କୋଟାତେଡାରୁ ମେଟାପାଡୁ ଗ୍ରାମ ପର୍ଯ୍ୟନ୍ତ ୪ କି.ମି. ମାଟି ରାସ୍ତା ରହିଛି। ଏହି ରାସ୍ତା ଗ୍ରାମବାସୀଙ୍କ ଲାଗି ବିପଦ ସାଜିଛି। ଗ୍ରାମରେ ରାତିରେ କାହାର ଦେହଖରାପ ହେଲେ ଭାରରେ ବୋହି କୋଟାତେଡା ଗ୍ରାମ ପର୍ଯ୍ୟନ୍ତ ଆଣିବାକୁ ପଡୁଛି। ସେଠାରୁ ଯେକୌଣସି ଗାଡ଼ିରେ ୩୦ କି.ମି. ସୁଙ୍କି ସ୍ବାସ୍ଥ୍ୟ କେନ୍ଦ୍ରକୁ ନେବାକୁ ହେଉଛି। ଏହି ରାସ୍ତାଟି ୧୫ ବର୍ଷ ତଳେ ଏମ୍‌ଜିଏନଆରଇଜିଏସ୍‌ରେ ହୋଇଥିବା ବେଳେ ରାସ୍ତାର ଉନ୍ନତି ପ୍ରତି ଏପର୍ଯ୍ୟନ୍ତ ପ୍ରଶାସନ ଦୃଷ୍ଟି ଦେଉ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏବେ ବର୍ଷା ଋତୁ ଯୋଗୁ ରାସ୍ତା ଅବସ୍ଥା ଆହୁରି ଶୋଚନୀୟ ହୋଇପଡିଛି। ଗ୍ରାମର ୫ ଜଣ ବୃଦ୍ଧାବୃଦ୍ଧ ନିଜ ଭତ୍ତା ଟଙ୍କା ଉଠାଇବାକୁ ଯିବା ପାଇଁ ଭୟ କରୁଛନ୍ତି। ତଳଗୋଲୁର ପଞ୍ଚାୟତ ସଦର ବିଦ୍ୟାଳୟରେ ପଢୁଥିବା ଗ୍ରାମର ୮ ଜଣ ଛାତ୍ରୀଛାତ୍ର ମଧ୍ୟ ଉକ୍ତ ରାସ୍ତାରେ ପାଠ ପଢିବାକୁ ଯିବାକୁ ନିରାପଦ ମନେ କରୁନାହାନ୍ତି। ଫଳରେ ସେମାନେ ବିଦ୍ୟାଳୟ ନ ଯାଇ ଖେଳାବୁଲାରେ ସମୟ କାଟୁଛନ୍ତି। ଗ୍ରାମରେ ପାନୀୟଜଳ ସହ ବିଦ୍ୟୁତ୍‌ ସମସ୍ୟା ମଧ୍ୟ ରହିଛି। ଏପର୍ଯ୍ୟନ୍ତ କେଟାପାଡୁ ଗ୍ରାମକୁ ବିଦ୍ୟୁତ୍‌ ସଂଯୋଗ ମିଳିନାହିଁ। ସୂଚନାଯୋଗ୍ୟ ନିକଟରେ ଏହି ଗ୍ରାମରେ ଝାଡାବାନ୍ତି ବ୍ୟାପି ୩ ଜଣଙ୍କ ମୃତ୍ୟୁ ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ତ୍ରିରଙ୍ଗା ଆମ ଗର୍ବ ଗୌରବ: ଦେଶାତ୍ମବୋଧକ ନାରା ଦେଇ ପଦଯାତ୍ରାରେ ବାହାରିଲେ ଛାତ୍ରୀଛାତ୍ର

ତୁମୁଡ଼ିବନ୍ଧ,୧୨ା୮(ଦୀପକ କୁମାର ପରାସେଠ୍‌): ତ୍ରିରଙ୍ଗା ଆମ ଗର୍ବ ଗୌରବ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ କନ୍ଧମାଳ ଜିଲା ତୁମଡ଼ିବନ୍ଧ ନେତାଜୀ ସୁଭାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତରଫରୁ…

ସକାଳେ ସ୍ତ୍ରୀଙ୍କ ସହ କଥା ହେଲେ ରାତିରେ ଆସିଲା ମୃତ୍ୟୁଖବର, ହାଇଦ୍ରାବାଦରେ କାମ କରୁକରୁ ଶିବା…

ଥୁଆମୂଳ ରାମପୁର,୧୨ା୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ଦାଦନ ସମସ୍ୟା ଗମ୍ଭୀର ରୂପ ନେଇଛି। ପରିବାର ଚଳାଇବା ପାଇଁ ଭିଟାମାଟି ଛାଡ଼ି ବାହାର ରାଜ୍ୟକୁ…

୧୫ ବର୍ଷୀୟା ନାବାଳିକାଙ୍କୁ ଯୌନଶୋଷଣ, ଜେଲ୍ ଗଲେ ଏହି କ୍ରିକେଟର୍

କାନବେରା,୧୨।୮: ଅଷ୍ଟ୍ରେଲିଆ କ୍ରିକେଟର ଆରନ୍ ସମର୍ସ (Aaron Summers) ୧୫ ବର୍ଷର ଜଣେ ନାବାଳିକା ସହ ଯୌନ ଶୋଷଣ କରିଥିବା ଅଭିଯୋଗରେ ୧୦ ମାସର ଜେଲ୍ ଦଣ୍ଡ…

Surya Grahan 2026: ଏହି ୫ରାଶିଙ୍କ ଜୀବନରେ ଆସିବ ବଡ଼ ପ୍ରଳୟ! ଧନହାନୀ ସହ ପ୍ରେମ ସମ୍ପର୍କରେ ପଡିବ ଭଟ୍ଟା…

ଧାର୍ମିକ ଓ ଖଗୋଳୀୟ ଦୃଷ୍ଟିକୋଣରୁ ଆଜିର ଦିନଟି ବହୁତ ଖାସ୍, କାରଣ ଆଜି ଅର୍ଥାତ୍ ୧୨ ଅଗଷ୍ଟ ୨୦୨୬ ରେ ବର୍ଷର ଦ୍ୱିତୀୟ ସୂର୍ଯ୍ୟପରାଗ ଲାଗିବାକୁ ଯାଉଛି।…

ମୌଳିକ ସୁବିଧାରୁ ବଞ୍ଚିତ ସିଆଲପଡ଼ାବାସୀ: ଯାତାୟାତ ନେଇ ବଢୁଛି ଚିନ୍ତା

କର୍ଲାମୁଣ୍ଡା,୧୨।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍ର ଯୋରାଡବରା ଗ୍ରାମ ପଞ୍ଚାୟତର କୁଶୁର୍ଲା ରାଜସ୍ବ ଗ୍ରାମର ହାମଲେଟ ହେଉଛି ସିଆଲପଡ଼ା। ତେବେ ପଡ଼ାର ରାସ୍ତାର ଅବସ୍ଥା…

୨୦୦୦ ଟଙ୍କା ପାଇଁ ମା’ଙ୍କୁ ରାସ୍ତା ମଝିରେ ଘୋଷାଡ଼ି ପିଟିଲେ ପୁଅ: ପୋଲିସ ପହଞ୍ଚିବାରୁ ମା’ ଯାହା କହିଲେ ପାଦତଳୁ ଖସିଯିବ ମାଟି

ଜବଲପୁର,୧୨।୮:କଥାରେ ଅଛି, ମା’ ପରି ଦୁନିଆରେ କେହି ନାହିଁ। ଛୁଆ ଯେତେ ବିପଥଗାମୀ ହେଲେ ମଧ୍ୟ, ଜଣେ ମା’ ପାଇଁ ସେ ସବୁବେଳେ ଭଲ ହୋଇଥାଏ। ଏହାର…

ଘର ଭାଙ୍ଗିଲେ, ଫସଲ ଉଜାଡ଼ିଲେ ହାତୀପଲ

ପାଟଣା,୧୨ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ପାଟଣା ସେକ୍ସନ ବିଷ୍ଣୁପୁର ଗାଁରେ ଦୋଳଗୋବିନ୍ଦ ମିଶ୍ରଙ୍କ ଘର ଭାଙ୍ଗିବା ପରେ ପାଟଣା ସେକ୍ସନ ଅନ୍ତର୍ଗତ ମଲ୍ଲିପୋଷି ବିଟ୍‌ର…

କଳାହାଣ୍ଡିରେ ଲଜ୍ଜା: ପ୍ରାର୍ଥନା ବାହାନାରେ ନେଇ ମହିଳାଙ୍କୁ ବଳାତ୍କାର କଲେ…

ଭବାନୀପାଟଣା,୧୨।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ପାଷ୍ଟିକୁଡି ଅଞ୍ଚଳରୁ ଏକ ଲଜ୍ଜା ଘଟଣା ସାମ୍ନାକୁ ଆସିଛି। ପ୍ରାର୍ଥନା ବାହାନାରେ ଜଣେ ଗର୍ଭବତୀ ମହିଳାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri