କଟକ ଡ୍ରେନ୍ ପୁଣି ଜୀବନ ନେଲା
କଟକ,୨୦ା୭(କାର୍ତ୍ତିକ ସାହୁ)ପୁଣି କାଳ ହୋଇଛି ମୁକୁଳା ଡ୍ରେନ୍। ଗତ ଶନିବାର ଜଣେ ଯୁବକ ଡ୍ରେନ୍ରେ ପଡ଼ି ମୃତ୍ୟୁବରଣ କରିଥିବାବେଳେ ବୁଧବାର ଅପରାହ୍ନରେ ଡ୍ରେନ୍ରୁ ଅଳିଆ ସଫା କରୁଥିବାବେଳେ ବୁଡ଼ିଯାଇ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି। କଟକ ବକ୍ସିବଜାର ଅନ୍ତର୍ଗତ ବାରପଥର ଅଞ୍ଚଳରେ…
୨ କୁକି ମହିଳାଙ୍କୁ ଉଲଗ୍ନ ବୁଲାଇ ଗଣବଳାତ୍କାର
ମେଇତି ସମ୍ପ୍ରଦାୟକୁ ଏସ୍ଟି ତାଲିକାରେ ସାମିଲ ପାଇଁ ମଣିପୁର ହାଇକୋର୍ଟ ରାଜ୍ୟର ଭାଜପା ସରକାରଙ୍କୁ ନିର୍ଦ୍ଦେଶ ଦେବା ପରେ ମେ’ ୩ରେ ଜାତିଆଣ ହିଂସା ଆରମ୍ଭ ହୋଇଥିଲା। ଏହାର ଦିନକ ପରେ କୁକି-ଜୁ ସମ୍ପ୍ରଦାୟର ୨ଜଣ ମହିଳାଙ୍କୁ ଏକ ବିଲକୁ ନେଇ…
ଭାଙ୍ଗିଲା ଗାର୍ଡଓ୍ବାଲ୍
କର୍ଲାମୁଣ୍ଡା,୧୯ା୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଉତେଇ କେନାଲର ଡୁକେରମାଲ ଡିଷ୍ଟ୍ରିବୁଟାରୀ ଅନ୍ତର୍ଗତ ରାଜପୁର କେନାଲରେ ନିର୍ମାଣ ହୋଇଥିବା ସାଇଡ ଓ୍ବାଲ୍ର ଗୋଟିଏ ପଟର ପ୍ରାୟ ୨୦୦ ମିଟର ଯାଏ ଭୁଶୁଡ଼ି ପଡ଼ିଥିବା ଦେଖିବାକୁ ମିଳିଛି। ସରକାର କୋଟି…
ପୂର୍ବତନ ପଞ୍ଚାୟତ ସମିତି ସଭ୍ୟଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର
ଭୁବନେଶ୍ୱର,୧୯ା୭(ଅନିଲ ଦାସ): ପୁରୀ ଜିଲା ପୁରୀ ସଦର ବ୍ଲକର ପୋପୀନାଥପୁର ପୂର୍ବତନ ପଞ୍ଚାୟତ ସମିତି ସଭ୍ୟ ପ୍ରଭାକର ସମର୍ଥାଙ୍କ ଉପରୁ ବିଜୁ ଜନତା ଦଳ ନିଲମ୍ବନ ପ୍ରତ୍ୟାହର କରିଛି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଏହି ପ୍ରତ୍ୟାହାର କରାଯାଇଥିବା…
ଲଘୁଚାପ: ୩ ଦିନ ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର,୧୯ା୭(ଅନିଲ ଦାସ): ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଲଘୁଚାପରେ ପରିଣତ ହେବା ସମ୍ଭାବନା ରହିଛି। ଏଥିସହିତ ଛତିଶଗଡ଼ ଉପରେ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ରହିଛି। ଏଥିଯୋଗୁ…
ରାସ୍ତା ଉନ୍ନତିକରଣ ନାଁରେ ସରକାରୀ ଅନୁଦାନ ବାଟମାରଣା
କୋକସରା,୧୯ା୭(ଦୁଷ୍ମନ୍ନ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକର ଡାଲଗୁମା ପଞ୍ଚାୟତରୁ ବାଙ୍କୀମୁଣ୍ଡାକୁ ସଂଯୋଗ କରୁଥିବା ରାସ୍ତା ଏହି ଅଞ୍ଚଳବାସୀଙ୍କ ପାଇଁ ମୁଖ୍ୟ ଯାତାୟାତର ମାଧ୍ୟମ ହୋଇଥିବା ବେଳେ ଦଶନ୍ଧି ପରେ ମଧ୍ୟ ଏହି ରାସ୍ତା ଉପରେ ପ୍ରଶାସନର ନଜର ପଡୁନାହିଁ…
ନାବାଳିକାଙ୍କୁ ପ୍ରେମ ପ୍ରତାରଣା ପରେ ଅପହରଣ ଘଟଣା: ଜେଲ୍ ଗଲେ ଯୁବକ
କୋକସରା,୧୯ା୭(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ନାବାଳିକାଙ୍କୁ ନିଜ ପ୍ରେମ ଜାଲରେ ଫସାଇ ମିଛ ବିବାହର ପ୍ରତିଶ୍ରୁତି ଦେଇ କୋକସରା ଥାନା ଅଞ୍ଚଳର ଜନୈକା ନାବାଳିକାଙ୍କୁ ଅପହରଣ କରିଥିବା ଅଭିଯୋଗ ହୋଇଛି। ନାବାଳିକାଙ୍କ ବାପା କୋକସରା ଥାନାରେ ଗତ ଜୁନ୍ ୨୨ରେ ଝିଅ ନିଖୋଜ…
ମହାବଳ ବାଘର ସୁରକ୍ଷା ନେଇ ପିସିସିଏଫ୍ଙ୍କ ସମୀକ୍ଷା
କେନ୍ଦୁଝର,୧୯ା୭(ନରେଶ ପଟ୍ଟନାୟକ): ଘଟଗାଁ ରେଞ୍ଜ ଅଟେଇ ସଂରକ୍ଷିତ ଜଙ୍ଗଲରେ ଥିବା ମହାବଳ ବାଘର ସୁରକ୍ଷା ଉପରେ ସମୀକ୍ଷା କରିବା ପାଇଁ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ବନ୍ୟପ୍ରାଣୀ) ସୁଶୀଲ କୁମାର ପୋପଲି ବୁଧବାର ଦିନିକିଆ କେନ୍ଦୁଝର ଗସ୍ତରେ ଆସି ଅଟେଇ ଜଙ୍ଗଲ…
୧୦ ବିଧାୟକ ନିଲମ୍ବିତ
ବେଙ୍ଗାଲୁରୁ,୧୯ା୭: କର୍ନାଟକ ବିଧାନସଭା ଅଧିବେଶନରେ ହଟ୍ଟଗୋଳ ହେବା ପରେ ଭାଜପାର ୧୦ ଜଣ ବିଧାୟକଙ୍କୁ ଅବଶିଷ୍ଟ ଅଧିବେଶନ ପାଇଁ ନିଲମ୍ବନ କରାଯାଇଛି । ଗୃହ ଚାଲିଥିବାବେଳେ ସେମାନେ ଉପବାଚସ୍ପତିଙ୍କ ଉପରକୁ କାଗଜ ଫିଙ୍ଗିଥିଲେ। ବିଧାନସଭା ବାଚସ୍ପତି ଗୃହର ଚଳିତ ଅଧିବେଶନରେ ଏପରି…
କାନ୍ଥ ଭୁଶୁଡ଼ି ଚାଲିଗଲା ୧୧ ଜୀବନ
ଇସଲାମାବାଦ୍,୧୯।୭: ପ୍ରବଳ ବର୍ଷା ଯୋଗୁ ପାକିସ୍ତାନର ରାଜଧାନୀ ଇସଲାମାବାଦରେ ବୁଧବାର କାନ୍ଥ ଭୁଶୁଡ଼ି ୧୧ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଆହତ ହୋଇଛନ୍ତି। କୋଠାଟି ପେଶୱାର ରୋଡ ଅଞ୍ଚଳରେ ଅବସ୍ଥିତ ଥିଲା। ଶ୍ରମିକମାନେ ଏଠାରେ ନିର୍ମାଣ କାର୍ଯ୍ୟରେ…
ବିଡିଓଙ୍କୁ ଅଟକାଇଲେ ମହିଳା
ବାଲିଗୁଡ଼ା,୧୯ା୭(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ ଚକାପାଦ ବ୍ଲକ ବ୍ରାହ୍ମଣପାଦ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖ ଗ୍ରାମ୍ୟ ଉନ୍ନୟନ ରାସ୍ତାରେ ଆଣ୍ଠୁଏ ବର୍ଷା ଜଳ ଜମି ରହୁ ଥିବାରୁ ଏହାର ପ୍ରତିବାଦ କରି ବୁଧବାର ବ୍ରାହ୍ମଣପାଦ ପଞ୍ଚାୟତ ପରିଦର୍ଶନରେ…
ଏସିଆ କପ୍ ପାଇଁ କାର୍ଯ୍ୟସୂଚୀ ଘୋଷଣା
ନୂଆଦିଲ୍ଲୀ,୧୯।୭: ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଏବଂ ଏସୀୟ କ୍ରିକେଟ ପରିଷଦ (ଏସିସି) ଶେଷରେ ଆଗାମୀ ଏସିଆ କପ ପାଇଁ କାର୍ଯ୍ୟସୂଚୀ ପ୍ରକାଶ କରିଛନ୍ତି। ଏଥର ‘ହାଇବ୍ରିଡ ମଡେଲ’ରେ ଏହି ଟୁର୍ନାମେଣ୍ଟ ଆୟୋଜିତ ହେବ। ପାକିସ୍ତାନ ଏବଂ ଶ୍ରୀଲଙ୍କାରେ ଏସିଆ କପ…
Archives


