Home

ଜଳ ଉତ୍ସ ଅବରୋଧମୁକ୍ତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଖୋର୍ଦ୍ଧା, ୨୮ା୮(ପ୍ରଭାତ ପାଣିଗ୍ରାହୀ): ଚାଷଜମିକୁ ଜଳ ଯୋଗାଣ ଉତ୍ସ ଅବରୋଧମୁକ୍ତ କରିବାକୁ ଏ ସଂକ୍ରାନ୍ତ ଆଗତ ଏକ ମାମଲାର ବିଚାର କରି ଓଡ଼ିଶା ହାଇକୋର୍ଟ ବେଗୁନିଆ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସପ୍ତାହକ ମଧ୍ୟରେ ଚାଷୀଙ୍କ ସମସ୍ୟାର ସମାଧାନ କରିବାକୁ ହାଇକୋର୍ଟ କହିଛନ୍ତି।…

ଲୁଇସଭିଲ ରେଷ୍ଟୁରାଣ୍ଟରେ ଗୁଳିକାଣ୍ଡ ଜଣଙ୍କର ମୃତ୍ୟ,୬ ଜଣ ଆହତ…

ସିକାଗୋ,୨୮।୮ : ଆମେରିକାର କେଣ୍ଟୁକି ସହରର ଲୁଇସଭିଲ ସହରର ଏକ ରେଷ୍ଟୁରାଣ୍ଟରେ ଗୁଳି ବିନିମୟ ହୋଇଥିଲା। ଏହି ସମୟରେ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୬ ଜଣ ଆହତ ହୋଇଥିଲେ। ପୋଲିସ ଏ ସମ୍ପର୍କରେ ସୂଚନା ଦେଇଥିଲା। ରବିବାର…

ଭକ୍ତଙ୍କଠାରୁ ନିଆଯାଉଛି ହାତଗୁଞ୍ଜା

ପୁରୀ,୨୮ା୮(ଅଜିତ ମହାନ୍ତି): ପ୍ରତ୍ୟେକ ଦିନ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ଭକ୍ତ ପୁରୀ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି। ତେବେ ଛୁଟିଦିନଗୁଡ଼ିକରେ ଭକ୍ତଙ୍କ ଅଧିକ ଭିଡ଼ ହେବା ସହ ସମସ୍ୟା ଦ୍ୱିଗୁଣିତ ହେଉଛି। ଫଳରେ ଭକ୍ତମାନେ ଘଣ୍ଟା…

ଝାରସୁଗୁଡ଼ା ଚାମ୍ପିୟନ, ଖୋର୍ଦ୍ଧା ରନରଅପ୍‌

ବାଲୁଗଁା,୨୮ା୮(ସଂଗ୍ରାମ ପାଇକରାୟ): ବାଲୁଗଁ। ଅଶୋକନଗର ସ୍ଥିତ ବଣିକ ସଂଘ ଗୃହ ପରିସରରେ ଖୋର୍ଦ୍ଧା ଜିଲା ପେନ୍‌ଚାକ୍‌ ସିଲାଟ୍‌ ଆସୋସିଏଶନ ପକ୍ଷରୁ ଅନୁଷ୍ଠିତ ଦୁଇ ଦିନିଆ ଷଷ୍ଠ ଇଣ୍ଡୋନେସିଆନ୍‌ ମାର୍ଶଲ ଆର୍ଟ ଚାମ୍ପିୟନଶିପ୍‌ ପ୍ରତିଯୋଗିତା ରବିବାର ଉଦ୍‌ଯାପିତ ହୋଇଛି। ରବିବାର ଅନୁଷ୍ଠିତ ଫାଇନାଲ…

ନକଲି ଡାକ୍ତରଙ୍କୁ କଟକଣା ନାହିଁ

ନୟାଗଡ଼ ଅଫିସ,୨୮ା୮(ଲୋକନାଥ ମିଶ୍ର): ବଣପାହାଡ ଘେରା ନୟାଗଡ଼ ଜିଲାରେ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ର ରହିଥିଲେ ହେଁ ଅପାଠୁୁଆ, ନକଲି ଡାକ୍ତର ତଥା କ୍ୱାକ୍‌ଙ୍କ ଚାହିଦା ବଢ଼ି ଚାଲିଛି। ଘରକୁ ଘର ବୁଲି କ୍ୱାକ୍‌ ରୋଗୀମାନଙ୍କୁ ସ୍ବାସ୍ଥ୍ୟସେବା ଯୋଗାଉଛନ୍ତି। ପୁଣି ଟଙ୍କା ନ ଥିଲେ…

ଥାଇଲାଣ୍ଡକୁ ହରାଇଲା ଭାରତ

ସାଲେ(ଓମାନ), ୨୮ା୮(ପି.ଟି.): ମହିଳା ୫ଏ-ସାଇଡ୍‌ ଏସିଆନ ହକି ବିଶ୍ୱକପ୍‌ କ୍ୱାଲିଫାୟର୍ସରେ ଭାରତର ଅପରାଜେୟ ଧାରା ବଜାୟ ରହିଛି। ଦଳ ରବିବାର ଟୁର୍ନାମେଣ୍ଟରେ ଏହାର ତୃତୀୟ ମ୍ୟାଚରେ ଥାଇଲାଣ୍ଡକୁ ୫-୪ ଗୋଲ୍‌ରେ ପରାସ୍ତ କରିଛି। ଭାରତ ପକ୍ଷରୁ ନବଜୋତ କୌର (୧ମ ମିନିଟ),…

ଦେବାଶିଷଙ୍କୁ ଏକଲବ୍ୟ ପୁରସ୍କାର

ଭୁବନେଶ୍ୱର, ୨୮ା୮ (ବିଜୟ ରଣା): ରାଜ୍ୟର ବିଶିଷ୍ଟ ଟେନିସ ଖେଳାଳି ଦେବାଶିଷ ସାହୁ ୩୧ତମ ଏକଲବ୍ୟ ପୁରସ୍କାର ପାଇବା ଲାଗି ମନୋନୀତ ହୋଇଥିବା ରବିବାର ଘୋଷଣା କରାଯାଇଛି। ପୁରସ୍କାର ବିତରଣ ଉତ୍ସବରେ ତାଙ୍କୁ ୫ ଲକ୍ଷ ଟଙ୍କା ଏବଂ ମାନପତ୍ର ସହ…

ମୋହନ ବାଗାନ ସେମିରେ

କୋଲକାତା, ୨୮ା୮: ସ୍ଥାନୀୟ ସଲ୍ଟଲେକ୍‌ ଷ୍ଟାଡିୟମରେ ଡୁରାଣ୍ଡ କପ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟର ୪ର୍ଥ ତଥା ଅନ୍ତିମ କ୍ୱାର୍ଟରଫାଇନାଲରେ ମୋହନବାଗାନ ସୁପର ଜାଏଣ୍ଟ୍ସ ୩-୧ ଗୋଲ୍‌ରେ ମୁମ୍ବାଇ ସିଟି ଏଫ୍‌ସିକୁ ପରାସ୍ତ କରିଛି। ଖେଳର ୯ମ ମିନିଟ୍‌ରେ ଜାସନ କୁମିଙ୍ଗ୍ସ ପେନାଲଟିକୁ ଗୋଲରେ…

ଶୁଭମ ପ୍ରତୀକ ମିଶ୍ର ଚାମ୍ପିୟନ

ଭୁବନେଶ୍ୱର,୨୮ା୮(ସରୋଜ ଜେନା): କଳିଙ୍ଗ ନଗର ସ୍ଥିତ ଡିଏଭି ପବ୍ଲିକ୍‌ ସ୍କୁଲ ପରିସରରେ ଆୟୋଜିତ ୧୯ତମ ରାଜ୍ୟ ସ୍କୁଲ ଓପନ ଚେସ୍‌ ଚାମ୍ପିୟନଶିପ୍‌ରେ ଶୁଭମ ପ୍ରତୀକ ମିଶ୍ର ଚାମ୍ପିୟନ ଆଖ୍ୟା ଅର୍ଜନ କରିଛନ୍ତି। ୬ ରାଉଣ୍ଡର ମ୍ୟାଚ୍‌ ପରେ ଲୟୋଲା ସ୍କୁଲର ଶୁଭମ…

ଏସିଆ କପ୍‌ ପାଇଁ ଆଫଗାନିସ୍ତାନ ଦଳ

କାବୁଲ, ୨୮ା୮ (ପି.ଟି.): ଆଗାମୀ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ଏସିଆ କପ୍‌ ପାଇଁ ରବିବାର ୧୭ ଜଣିଆ ଆଫଗାନିସ୍ତାନ ଦଳ ଘୋଷଣା କରାଯାଇଛି। ଅଲରାଉଣ୍ଡର କରିମ ଜନତ ୬ ବର୍ଷ ପରେ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଚୟନକର୍ତ୍ତାମାନେ ପୁରୁଖା ବାମହାତୀ ବ୍ୟାଟର…

ଅଂଶଗ୍ରହଣ କରିବେ ୨୧ ଦଳ

ଭୁବନେଶ୍ୱର, ୨୮।୮ (ତପନ ସ୍ବାଇଁ): ୟୁନିଟ-୬ ଆଥ୍‌ଲେଟିକ୍‌ ଆସୋସିଏଶନ ଆନୁକୂଲ୍ୟରେ ଜୟନ୍ତ ମହାପାତ୍ର ସ୍ମାରକୀ ଆନ୍ତଃ-ସ୍କୁଲ ଫୁଟବଲ ଟୁର୍ନାମେଣ୍ଟ ଚଳିତ ମାସ ୨୯ ତାରିଖରେ ଆରମ୍ଭ ହେବ। ୟୁନିଟ-୬ସ୍ଥିତ ସରକାରୀ ହାଇସ୍କୁଲ ପଡ଼ିଆରେ ଏହା ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ଚାଲିବ। ଏଥିରେ…

୭ ବର୍ଷରୁ କମ୍‌ ଚେସ୍‌: ଅଦିତି, ସାତ୍ତ୍ୱିକ ଚାମ୍ପିୟନ

ଭୁବନେଶ୍ୱର, ୨୮।୮ (ତପନ ସ୍ବାଇଁ): ଅଲ୍‌ ଓଡ଼ିଶା ଚେସ୍‌ ଆସୋସିଏଶନ ଆନୁକୂଲ୍ୟରେ ରାଜ୍ୟ ୭ ବର୍ଷରୁ କମ୍‌ ଚେସ୍‌ (ବାଳିକା-ବାଳକ) ଚାମ୍ପିୟନଶିପ୍‌ ରବିବାର ଏଠାରେ ଶେଷ ହୋଇଛି। ଏହାର ବାଳିକା ବିଭାଗରେ ଅଦିତି ମହାରଣା ଚାମ୍ପିୟନ ଓ ଅନନ୍ୟା ଅନ୍ବେଷା ମିଶ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?