କଟକର ସ୍ବତନ୍ତ୍ର ପରିଚୟ ସିଏନ୍ବିଟି
କଟକ,୧୭ା୯(ସୁପ୍ରିୟା ପ୍ରିୟଦର୍ଶିନୀ)ଖାନ୍ନଗରଠାରେ କଟକ ନେତାଜୀ ବସ୍ ଟର୍ମିନାଲ(ସିଏନ୍ବିଟି) ଶନିବାର ଲୋକାର୍ପିତ ହୋଇଛି। ଏଥିରେ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଯୋଗଦେଇ କହିଥିଲେ, କଟକ ସହର ପାଇଁ ଏହା ଏକ ଐତିହାସିକ ମୁହୂର୍ତ୍ତ। ଯାନବାହନ ବୃଦ୍ଧିକୁ ଦୃଷ୍ଟିରେ ରଖି କଟକରେ ଏକ ବୃହତ…
ଲଘୁଚାଷଜନିତ ବର୍ଷା, ବନ୍ୟାରେ ଜନଜୀବନ ଅସ୍ତବ୍ୟସ୍ତ
ଖୁଣ୍ଟୁଣୀ,୧୭ା୯(ସଚ୍ଚିଦାନନ୍ଦ ପଣ୍ଡା)ଲଘୁଚାପ ଜନିତ ବର୍ଷାରେ ମହାନଦୀରେ ବନ୍ୟା ଆସିବାରୁ କଟକ ଜିଲାର ଅନେକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ଗାଁଗୁଡ଼ିକ ଜଳମଗ୍ନ ହୋଇଯିବାରୁ ଲୋକେ ହନ୍ତସନ୍ତ ହେଉଛନ୍ତି। ପାଣି ଜମି ରହିଥିବାରୁ କ୍ଷେତରେ ଫସଲ ନଷ୍ଟ ହେବାର ଆଶଙ୍କା ସୃଷ୍ଟି ହୋଇଛି।…
ନାରାବାଜିରେ କମ୍ପୁଛି ଗାନ୍ଧୀମାର୍ଗ
ଭୁବନେଶ୍ୱର,୧୭।୯(ଅନୁରାଧା ମହାରଣା)ଅଧିକାର, ନ୍ୟାୟ ଓ ବିଭିନ୍ନ ଦାବିକୁ ନେଇ ବହୁ ସଂଗଠନ ପକ୍ଷରୁ ବିଧାନସଭା ସମ୍ମୁଖ ଗାନ୍ଧୀମାର୍ଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ଶନିବାର ଅଲ୍ ଇଣ୍ଡିଆ ଷ୍ଟୁଡେଣ୍ଟସ୍ ଫେଡେରେଶନ ପକ୍ଷରୁ ଛାତ୍ର ସଂସଦ ନିର୍ବାଚନ ଦାବିରେ ବିଶାଳ ସମାବେଶ କରାଯାଇଥିବାବେଳେ ଓଡ଼ିଶା…
ଏବେ ଗ୍ରାମାଞ୍ଚଳରେ ଡେଙ୍ଗୁ ବ୍ୟାପୁଛି
ଭୁବନେଶ୍ୱର,୧୭।୯(ଅଭିଜିତ ଦାସ)ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୮୦ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ନୂଆ ରୋଗୀଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୨୪୮ରେ ପହଞ୍ଚତ୍ଛି। ଖୋର୍ଦ୍ଧା ପରେ ଏବେ ପୁରୀରେ ଡେଙ୍ଗୁ ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଉଛି। ସବୁଠାରୁ…
ଭଗତ ସିଂଙ୍କ ଫାଶୀର ୯୨ ବର୍ଷ ପରେ ପାକିସ୍ତାନରେ ଆଲୋଡ଼ନ: ଲାହୋର ହାଇକୋର୍ଟ ମାମଲାର ପୁନଃ ବିଚାର ପାଇଁ କଲେ ଆପତ୍ତି…
ଲାହୋର,୧୭।୯: ୧୯୩୧ ମସିହାରେ ସ୍ବାଧୀନତା ସଂଗ୍ରାମୀ ସହିଦ ଭଗତ ସିଂଙ୍କୁ ଦିଆଯାଇଥିବା ଦଣ୍ଡ ମାମଲାର ପୁନଃ ବିଚାର କରିବାକୁ ଏବଂ ତାଙ୍କୁ ସରକାରୀ ସ୍ତରରେ ସମ୍ମାନ ପ୍ରଦାନ କରିବାକୁ ଲାହୋର ହାଇକୋର୍ଟ ଆପତ୍ତି ଉଠାଇଛନ୍ତି। କୋର୍ଟ କହିଛନ୍ତି ଏହି ମାମଲାର ଶୁଣାଣି…
ନାହାନ୍ତି ଗଣିତ, ହିନ୍ଦୀ, ସଂସ୍କୃତ ଶିକ୍ଷକ
ନିରାକାରପୁର,୧୭।୯(ମାନସ ଚନ୍ଦ୍ର ପଟ୍ଟନାୟକ) ବିଦ୍ୟାଳୟର ଉନ୍ନତୀକରଣ ଓ ଶିକ୍ଷାର ବିକାଶ ପାଇଁ ସରକାର ବିଭିନ୍ନ ଯୋଜନା କରିବା ସହିତ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ଏହି ଯୋଜନା ସବୁ କେଉଁଠି ପହଞ୍ଚୁଛି ତ’ କେଉଁଠି ଅପହଞ୍ଚ । ଫଳରେ…
କମାଲ ଦେଖାଇଲେ କଳାହାଣ୍ଡି କଳାକାର
ଭବାନୀପାଟଣା,୧୭।୯(ଉତ୍ତମ କୁମାର ଦାଶ)ରାଜ୍ୟ ବାହାରେ କଳାହାଣ୍ଡିର କଳାକାରମାନଙ୍କ କମାଲ ଦେଖିବାକୁ ମିଳିଛି। ମହାରାଷ୍ଟ୍ରର ନାଗପୁରଠାରେ ସଂସ୍କାର ଭାରତୀ ପକ୍ଷରୁ ‘କ୍ରାନ୍ତିଗାଥା’ ଶୀର୍ଷକରେ ଅଖିଳ ଭାରତୀୟ ବହୁଭାଷୀ ନାଟ୍ୟ ମହୋତ୍ସବରେ କଳାହାଣ୍ଡିର ନାଟକ ‘ରିନ୍ଦୋ-୧୮୫୫’ ମଞ୍ଚସ୍ଥ ହୋଇଯାଇଛି। ଓଡ଼ିଶାରୁ ମନୋନୀତ ଏକମାତ୍ର ନାଟକ…
୫୦ ହଜାର ରୁଦ୍ରାକ୍ଷରେ ଗଜାନନ
ବାରିପଦା,୧୭ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ)ମୟୂରଭଞ୍ଜ ଜିଲା ବାରିପଦା ସହରର ତୁଳସୀଚଉରାରେ ଫ୍ରେଣ୍ଡସ ୟୁନିୟନ କ୍ଲବ୍ର ସଦସ୍ୟମାନେ ଚଳିତ ବର୍ଷ ଗଣେଶ ପୂଜା ଧୁମଧାମରେ ପାଳନ କରୁଛନ୍ତି। ଚଳିତବର୍ଷ ୧୫ ଫୁଟର ଗଜାନନ ମୃଣ୍ମୟ ମୂର୍ତ୍ତି ହେଉଥିବା ବେଳେ ଏଥିରେ ୫୦ହଜାର ରୁଦ୍ରାକ୍ଷ ବ୍ୟବହାର…
୧୮୨୮ ସ୍କୁଲରୁ ୩୭୯ରେ ଦିଆଯାଉଛି ମଧ୍ୟାହ୍ନଭୋଜନ
ରାୟଗଡ଼ା,୧୭।୯ (ଆଶିଷ ରଞ୍ଜନ ପଣ୍ଡା) ୩ ଦଫା ଦାବି ପୂରଣ ପାଇଁ ଆନ୍ଦୋଳନ କରୁଛନ୍ତି ସାରା ରାଜ୍ୟର ଶିକ୍ଷୟିତ୍ରୀ ଶିକ୍ଷକମାନେ। ଫଳରେ ସ୍କୁଲଗୁଡ଼ିକରେ ମଧ୍ୟାହ୍ନଭୋଜନ ପ୍ରଦାନରେ ବ୍ୟାଘାତ ସୃଷ୍ଟି ହୋଇଛି। ମିଳିଥିବା ସୂଚନା ଅନୁସାରେ ଜିଲାରେ ଥିବା ୧୮୨୮ ସ୍କୁଲ ମଧ୍ୟରୁ…
ମିଳୁନି ସ୍ଲଟ୍, ଡାଏଲିସିସ୍ ପାଇଁ କିଡ୍ନୀ ରୋଗୀ ହଇରାଣ
ରାୟଗଡ଼ା,୧୭।୯ (ଭାଗ୍ୟଶ୍ରୀ ମିଶ୍ର )ରାୟଗଡ଼ା ଭଳି ଆଦିବାସୀ ଅଧ୍ୟୁଷିତ ଜିଲାରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଜିଲାର ବିଭିନ୍ନ ବ୍ଲକ୍ରେ କିଡ୍ନୀ ରୋଗରେ ଆକ୍ରାନ୍ତ ଲୋକେ ଡାଏଲିସିସ୍ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆସୁଥିବାବେଳେ ଏଠାରେ ଉଚିତ ସ୍ବାସ୍ଥ୍ୟସେବା ନ ପାଇ ହଇରାଣ…
ଥାଇ ନ ଥିବା ପରି ରାସ୍ତା, ସମସ୍ୟା ଭୋଗୁଛନ୍ତି ଛାତ୍ରୀଛାତ୍ର
ସୁନାବେଡ଼ା/ସେମିଳିଗୁଡ଼ା, ୧୭ା୯ (କୃତ୍ତିବାସ ପ୍ରଧାନ/ବାସୁଦେବ ବରାଡ) ଭବିଷ୍ୟତର ପ୍ରଶାସନିକ ଅଧିକାରୀ ସୃଷ୍ଟି ଉଦ୍ଦେଶ୍ୟରେ ସେମିଳିଗୁଡ଼ାଠାରେ କିଛିଦିନ ପୂର୍ବରୁ ପ୍ରତିଷ୍ଠା ହୋଇଛି ଶହୀଦ ଲକ୍ଷ୍ମଣ ନାୟକ ପ୍ରତିଯୋଗିତାମୂଳକ ପରୀକ୍ଷା କେନ୍ଦ୍ର। କୋରାପୁଟ ଜିଲାର ଆଦିବାସୀ ଯୁବତୀଯୁବକମାନେ ଏଠାରେ ତାଲିମ ନେଇ କେନ୍ଦ୍ର ଓ…
ପିଇଓଙ୍କ କ୍ୱାର୍ଟର୍ସ ପାଲଟିଛି କ୍ୱାକ୍ଙ୍କ ଅସ୍ଥାୟୀ କ୍ଲିନିକ୍
ଏମ୍ଭି ୭୯, ୧୭ା୯(ଭିକି ବାରିକ)ମାଲକାନଗିରି ଜିଲା ପଡ଼ିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ତାଣ୍ଡବାଈ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଥିବା ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ବାସଗୃହରେ ଜଣେ କ୍ବାକ୍ ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଉଥିବା ଦେଖିବାକୁ ମିଳିଛି। ଏହି କୋଠା ବାହାରେ ଲଗାଯାଇଥିବା…
Archives


