ରିଲାଏନ୍ସ ଜୁଏଲ୍‌ସର ନୂତନ କଲେକ୍ସନ

ଭୁବନେଶ୍ୱର,୧୦।୧୦ (ଅଭୟ ଦାଶ): ଦେଶର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ରିଲାଏନ୍ସ ଜୁଏଲ୍‌ସର ନୂତନ କଲେକ୍ସନ ‘ସ୍ବର୍ଣ୍ଣ ବଙ୍ଗ’ ଜୁଏଲେରି ସମ୍ଭାରକୁ ସର୍ବଭାରତୀୟ ସ୍ତରରେ ଉନ୍ମୋଚନ କରାଯାଇଛି। ‘ସ୍ବର୍ଣ୍ଣ ବଙ୍ଗ’ କଲେକ୍ସନ ବଙ୍ଗଳାର କବିତା ସୌନ୍ଦର୍ଯ୍ୟ ଓ କଳାତ୍ମକ ଐତିହ୍ୟ ଦ୍ୱାରା ଅନୁପ୍ରେରିତ ହୋଇଛି। ଉକ୍ତ ସମ୍ଭାରରେ ସମ୍ପୃକ୍ତ ଅଞ୍ଚଳର ଟେରାକୋଟା, ମନ୍ଦିର ସୌନ୍ଦର୍ଯ୍ୟ, ଶାନ୍ତିନିକେତନର ସୁନ୍ଦରତା ଓ ଦୁର୍ଗାପୂଜାର ଉତ୍ସବକୁ ବିଶେଷ ଭାବେ ପ୍ରକାଶିତ କରାଯାଇଛି। ରିଲାଏନ୍ସ ଜୁଏଲ୍‌ସ ଦ୍ୱାରା ଭାରତର ବିଭିନ୍ନ ଅଞ୍ଚଳରୁ ପ୍ରେରଣା ନେଇ ଅଳଙ୍କାର କଲେକ୍ସନ ପ୍ରସ୍ତୁତ କରାଯାଇଥାଏ। ସେହିଭଳି ତାରକା ଖଚିତ ସନ୍ଧ୍ୟାରେ ‘ସ୍ବର୍ଣ୍ଣ ବଙ୍ଗ’ କଲେକ୍ସନ ସମ୍ଭାରକୁ ବଲିଉଡ୍‌ ଅଭିନ୍ରେତୀ କରିସ୍ମା କପୁର ଆନୁଷ୍ଠାନିକ ଭାବେ ଶୁଭାରମ୍ଭ ସହ ଉନ୍ମୋଚନ ଏବଂ ସୋ-ଷ୍ଟପର ଭାବେ ର଼୍ୟାମ୍ପରେ ଉକ୍ତ କଲେକ୍ସନକୁ ପ୍ରଦର୍ଶନ କରିଛନ୍ତି।
ଏ ସମ୍ପର୍କରେ ରିଲାଏନ୍ସ ଜୁଏଲ୍‌ସ ସିଇଓ ସୁନୀଲ୍‌ ନାୟକ କହିଛନ୍ତି, ବଙ୍ଗଳାର ପୁରାତନ କଳାତ୍ମକ ଇତିହାସ ରହିଛି ଓ ଏହା ଭାରତର କଳା ଓ କାରିଗରି ଇତିହାସରେ ଏକ ସ୍ବତନ୍ତ୍ର ସ୍ଥାନ ବଜାୟ ରଖିଥାଏ। ଏହା ହେଉଛି ଆମ ସିରିଜର ୮ମ କଲେକ୍ସନ, ଯାହାକି ଭାରତର ବିଭିନ୍ନ ଅଞ୍ଚଳ ଦ୍ୱାରା ଅନୁପ୍ରେରିତ ହୋଇଥାଏ ଓ ଆମ ଦେଶର ସମୃଦ୍ଧ ସଂସ୍କୃତି ଓ ପରମ୍ପରାକୁ ପାଳନ କରିବା ପାଇଁ ଆମର ପ୍ରତିଶ୍ରୁତିବଦ୍ଧତାର ଏହା ଏକ ପରିଚାୟକ। ସ୍ବର୍ଣ୍ଣ ବଙ୍ଗ କଲେକ୍ସନ ଏହାର ଟାଇମଲେସ୍‌ ଡିଜାଇନ, ଉତ୍କୃଷ୍ଟ କାରିଗରିକୁ ନିଶ୍ଚିତ ଭାବରେ ଗ୍ରାହକମାନେ ପସନ୍ଦ କରିବେ ।
ସେହିପରି ବଲିଉଡ ଅଭିନେତ୍ରୀ କରିସ୍ମା କପୁର କହିଥିଲେ, ମୋ ପାଖରେ ଥିବା ଡାଏମଣ୍ଡ ସୋ-ଷ୍ଟପର ସେଟରେ ବାସ୍ତବିକ କଳାକୃତିର ଉଦାହରଣ ରହିଛି, ଏଥିରେ ପଶ୍ଚିମବଙ୍ଗର କଳାକୃତିକୁ ସୁନ୍ଦର ଭାବେ ପ୍ରଦର୍ଶିତ କରାଯାଇଛି। ସୂଚନାଯୋଗ୍ୟ, ଥାଞ୍ଜାଭୁର କଲେକ୍ସନ (ଥାଞ୍ଜାଭୁର), ମହାଳୟା କଲେକ୍ସନ (ମହାରାଷ୍ଟ୍ର), ରନ୍ନକର କଲେକ୍ସନ (କଚ୍ଛ), କାଶ୍ୟମ କଲେକ୍ସନ (ବନାରସ), ଉତ୍କଳ କଲେକ୍ସନ (ଓଡ଼ିଶା), ଅତୁଲ୍ୟ କଲେକ୍ସନ (ରାଜସ୍ଥାନ), ଅପୁର୍ବମ୍‌ କଲେକ୍ସନ (ହାମ୍ପି) ଏବଂ ସ୍ବର୍ଣ୍ଣ ବଙ୍ଗ କଲେକ୍ସନ (ବଙ୍ଗଳା)ର ଇତିହାସ ସହିତ ସମ୍ପୃକ୍ତ ଅଞ୍ଚଳର କଳାତ୍ମକ ବୈଶିଷ୍ଟ୍ୟକୁ ବର୍ଣ୍ଣନା କରିଥାଏ । ରିଲାଏନ୍ସ ଜୁଏଲ୍‌ସର ୮ମ ଉଲ୍ଲେଖନୀୟ ସିରିଜ୍‌, ଯେଉଁଥିରେ ଭାରତର ବିଭିନ୍ନ ଅଞ୍ଚଳର ପରମ୍ପରା, ସ୍ଥାପତ୍ୟ ଓ କାରିଗରିକୁ ଉକ୍ତ କଲେକ୍ସନରେ ଉପସ୍ଥାପିତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଡିଜେ ଶବ୍ଦରେ ଖସିଲା ଘର ପ୍ଲାଷ୍ଟର, ଗାଁରେ ଉତ୍ତେଜନା

ହିଞ୍ଜିଳିକାଟୁ, ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ଗିରିଆ ଗ୍ରାମରେ ରବିବାର ରାତିରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଡିଜେର ଉଚ୍ଚ ଶବ୍ଦକୁ ନେଇ…

ମନିପର୍ସ ଖୋଜିବା ବାହାନାରେ ଦୋକାନରୁ ୩୦ ହଜାର ଲୁଟ୍‌ , ସିସିଟିଭିରେ…

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡରେ ଲୁଟେରାଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଲୋକଙ୍କ ଘର ଝରକା, କବାଟ ତାଡି ଲୁଟ୍‌ ହେଉଛି। ପୋଲିସ…

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

ଅର୍ଥମନ୍ତ୍ରୀଙ୍କ ଭାଇରାଲ୍ ଭିଡିଓ ଉପରେ ଚନ୍ଦ୍ରବାବୁ ନାଇଡୁଙ୍କ ବଡ଼ ବୟାନ, କହିଲେ ମୁଁ ଭିଡ଼କୁ….

ନୂଆଦିଲ୍ଲୀ,୪।୧୦: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏକ ଭାଇରାଲ୍ ଭିଡିଓକୁ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଓ କଂଗ୍ରେସ ରାଜ୍ୟ ସଭା ଏମପି ଜୟରାମ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?