Home

ଆଜି ଅଁଳାନବମୀ, ସାକ୍ଷୀଗୋପାଳ ଚଳଚଞ୍ଚଳ:ଓଡ଼ିଆଣୀ ବେଶରେ ଦର୍ଶନ ଦେବେ ଶ୍ରୀରାଧା

ସାକ୍ଷୀଗୋପାଳ, ୨୧ା୧୧ (କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ):କାର୍ତ୍ତିକ ମାସ ଶୁକ୍ଳପକ୍ଷ ନବମୀ ତିଥି ମଙ୍ଗଳବାର ସାକ୍ଷୀଗୋପାଳ ମନ୍ଦିରରେ ପାଳନ ହେବ ଅଁଳାନବମୀ। ଏହି ଅବସରରେ ବର୍ଷକୁ ଗୋଟିଏ ଦିନ ଶ୍ରୀରାଧା ଓଡ଼ିଆଣୀ ବେଶରେ ସଜେଇ ହେବେ। ପାରମ୍ପରିକ ସୁବର୍ଣ୍ଣ ଗହଣାଗୁଡିକ ମଧ୍ୟରେ…

ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହେବେ ସାଲୁଗା ପ୍ରଧାନ

ଭୁବନେଶ୍ୱର,୨୧ା୧୧(ଅନିଲ ଦାସ):ଜି.ଉଦୟଗିରିର ବିଜେଡି ବିଧାୟକ ସାଲୁଗା ପ୍ରଧାନ ଉପବାଚସ୍ପତି ପ୍ରାର୍ଥୀ ହୋଇଛନ୍ତି। ଉପବାଚସ୍ପତି ନିର୍ବାଚନ ପାଇଁ ସେ ସୋମବାର ପୂର୍ବାହ୍ନରେ ବିଧାନସଭା ସଚିବଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଗତ ନଭେମ୍ବର ୮ରେ ରଜନୀକାନ୍ତ ସିଂହଙ୍କ ଇସ୍ତଫା ପରେ ଉପବାଚସ୍ପତି…

ଆଜିଠୁ ବିଧାନସଭା ଅଧିବେଶନ

ଭୁବନେଶ୍ୱର,୨୧ା୧୧(ଅନିଲ ଦାସ):ବିଧାନସଭାର ଶୀତକାଳୀନ ଅଧିବେଶନ ମଙ୍ଗଳବାରଠାରୁ ଆରମ୍ଭ ହେବ। ଏହି ଅଧିବେଶନ ଡିସେମ୍ବର ୩୦ ପର୍ଯ୍ୟନ୍ତ ଚାଲିବ। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଏଥିରେ ମୋଟ୍‌ ୩୦ଟି କାର୍ଯ୍ୟକାରୀ ଦିବସ ରହିଛି। ସେଥିରୁ ୨୪ ସରକାରୀ ଦିବସ ଥିବା ବେଳେ ୬ ବେସରକାରୀ…

ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ: ପୁଣି ମିଳିବ କି ସୁଯୋଗ

ନୂଆଦିଲ୍ଲୀ,୨୧।୧୧: ଭାରତୀୟ ଦଳର କୋଚ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହୋଇଛି। ରାହୁଲ ଦ୍ରାବିଡ ୨୦୨୧ରେ ଟିମ ଇଣ୍ଡିଆର କୋଚ ପଦର ଦାୟିତ୍ୱ ଗ୍ରହଣ କରିଥିଲେ। କିନ୍ତୁ ବର୍ତ୍ତମାନ ବିଶ୍ୱକପ ଫାଇନାଲ ସହିତ ରାହୁଲ ଦ୍ରାବିଡଙ୍କ କୋଚ ଭାବରେ କାର୍ଯ୍ୟକାଳ ଶେଷ…

ଇତିହାସ ରଚିଲେ ବୀର ଦାସ, ବେଷ୍ଟ କମେଡି ପାଇଁ ଜିତିଲେ ଏମି ପୁରସ୍କାର

ମୁମ୍ବାଇ,୨୧।୧୧: ପ୍ରସିଦ୍ଧ ଷ୍ଟାଣ୍ଡ ଅପ କମେଡିଆନ ବୀର ଦାସ ଅନ୍ତର୍ଜାତୀୟ ଏମି ପୁରସ୍କାର ୨୦୨୩ରେ ବେଷ୍ଟ ୟୁନିକ କମେଡି ପାଇଁ ଟ୍ରଫି ଜିତି ଇତିହାସ ସୃଷ୍ଟି କରିଛନ୍ତି। ନେଟଫ୍ଲିକ୍ସରେ ଷ୍ଟ୍ରିମିଂ ହେଉଥିବା ଶୋ ‘ବୀର୍‌ ଦାସ ଲ୍ୟାଣ୍ଡିଂ’ ପାଇଁ ସେ ଏମି…

ଅଷ୍ଟ୍ରେଲିଆକୁ ବିଶ୍ୱକପ୍‌ ଜିତାଇଥିବା ଟ୍ରାଭିସ ହେଡଙ୍କ ବର୍ଷକର ଝିଅଙ୍କୁ ବଳାତ୍କାର ଧମକ

ନୂଆଦିଲ୍ଲୀ,୨୧।୧୧: ୨୦୨୩ ବିଶ୍ୱକପ ଫାଇନାଲରେ ଅଷ୍ଟ୍ରେଲିଆରେ ଟ୍ରାଭିସ ହେଡ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଟାର୍ଗେଟକୁ ପିଛା କରିବା ବେଳେ ହେଡ ୧୫ ଚୌକା ଓ ୪ ଛକା ସହାୟତାରେ ୧୨୦ ବଲରେ ୧୩୭ ରନର ଇନିଂସ ଖେଳିଥିଲେ। ବର୍ତ୍ତମାନ…

ଆଉ ୪ ବର୍ଷ ଅପେକ୍ଷା:ଜାଣନ୍ତୁ କେବେ, କେଉଁଠାରେ ଖେଳାଯିବ ଆଗାମୀ ଦିନିକିଆ ବିଶ୍ୱକପ୍‌

ନୂଆଦିଲ୍ଲୀ,୨୧।୧୧: ବିଶ୍ୱକପ ୨୦୨୩ ଶେଷ ହୋଇଛି। ଫାଇନାଲରେ ପହଞ୍ଚିବା ପରେ ଟିମ ଇଣ୍ଡିଆ ଏଠାରେ ଟ୍ରଫି ଉଠାଇବାକୁ ବଞ୍ଚିତ ହୋଇଥିଲା। ବର୍ତ୍ତମାନ ଭାରତୀୟ କ୍ରିକେଟ ପ୍ରଶଂସକଙ୍କୁ ଟିମ ଇଣ୍ଡିଆ ହାତରେ ବିଶ୍ୱକପ ଟ୍ରଫି ଦେଖିବାକୁ ଆଉ ଚାରି ବର୍ଷ ଅପେକ୍ଷା କରିବାକୁ…

ଗୋଲାପଜାମୁକୁ ନେଇ ମହାଭାରତ: ୨ ଗୋଷ୍ଠୀ ମଧ୍ୟରେ ଲଢେଇ, ଅନେକ ଆହତ

ଲକ୍ଷ୍ନୌ,୨୧।୧୧: ବିବାହରେ ଡିଜେ କିମ୍ବା ନୃତ୍ୟକୁ ନେଇ ଝଗଡା ବିଷୟରେ ଆପଣ ପ୍ରାୟତଃ ଶୁଣିଥିବେ, କିନ୍ତୁ ୟୁପିର ଆଗ୍ରାରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ଏକ ବିବାହ ସମାରୋହରେ ଗୋଲାପଜାମୁକୁ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ଜଣେ…

ଭାଜପା ଯୋଗୁ ବିଶ୍ୱକପ୍‌ରେ ଭାରତ ହାରିଲା: ଅଜୟ ରାୟ

ଲକ୍ଷ୍ନୌ,୨୧।୧୧: ୟୁପି କଂଗ୍ରେସ ସଭାପତି ଅଜୟ ରାୟ ଭାରତ-ଅଷ୍ଟ୍ରେଲିଆ ବିଶ୍ୱକପ ଫାଇନାଲ ସମ୍ପର୍କରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ବିଶ୍ୱକପରେ ଭାରତର ପରାଜୟ ପାଇଁ ସେ ଭାରତୀୟ ଜନତା ପାର୍ଟି (ଭାଜପା)କୁ ଦାୟୀ କରିଛନ୍ତି। ସେ କହିଛନ୍ତି, ଭାଜପା ପୂରା ମ୍ୟାଚକୁ…

ଅଜବ ସଂଯୋଗ: ପଣ୍ଟିଂ, ଧୋନି, ମୋର୍ଗାନଙ୍କ ପରେ ଏବେ କମିଂସ… ବିବାହର ଗୋଟିଏ ବର୍ଷ ପରେ ହୋଇଗଲେ ଓ୍ବାର୍ଲଡ ଚାମ୍ପିଅନ

କାନବେରା,୨୧।୧୧: ପ୍ୟାଟ କମିନ୍ସଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ଦଳ ବିଶ୍ୱକପ ଚାମ୍ପିଅନ ହୋଇଛି। ଏହି ଦଳ ଫାଇନାଲରେ ଭାରତକୁ ୬ ୱିକେଟରେ ପରାସ୍ତ କରିଛି। ଏହା ସହିତ ପ୍ୟାଟ କମିନ୍ସ ଏକ ସ୍ବତନ୍ତ୍ର କ୍ଲବରେ ଯୋଗ ଦେଇଛନ୍ତି। ଏବେ ପ୍ୟାଟ କମିନ୍ସ ସେହି…

ଗାଜାରେ ଫସିଥିବା ଶିଶୁଙ୍କ ସହ ନିଜ ଝିଅକୁ ତୁଳନା କଲେ ଅଷ୍ଟ୍ରେଲିଆ କ୍ରିକେଟର ଉସମାନ, ଲେଖିଲେ ଭାବୁକ ପୋଷ୍ଟ

କାନବେରା,୨୧।୧୧: ପୂର୍ବତନ ଭାରତୀୟ ଟେନିସ ସୁପରଷ୍ଟାର ସାନିଆ ମିର୍ଜା, ପୂର୍ବତନ କ୍ରିକେଟର ଇରଫାନ ପଠାନଙ୍କ ପରି ବିଶ୍ୱର ଅନେକ ଖେଳାଳିଙ୍କ ପରି ବର୍ତ୍ତମାନ ଅଷ୍ଟ୍ରେଲୀୟ ଓପନର୍‌ ବ୍ୟାଟ୍ସମ୍ୟାନ ଉସମାନ ଖ୍ବାଜା ମଧ୍ୟ ଗାଜାରେ ପୀଡିତ ପିଲାମାନଙ୍କ ପାଇଁ ଏକ ଭାବପ୍ରବଣ ପୋଷ୍ଟ…

ସମୁଦ୍ରରେ ପଡ଼ିଲା ନୌସେନା ବିମାନ: ପହଁରି ପହଁରି ଜୀବନ ରକ୍ଷା କଲେ ୯ କମାଣ୍ଡୋ

ଓ୍ବାଶିଂଟନ୍‌,୨୧।୧୧: ଆମେରିକାର ଏକ ବୃହତ ନୌସେନା ବିମାନ ସମୁଦ୍ରରେ ଖସିପଡିଛି। ସୂତ୍ରରୁ ବିମାନରେ ନଅ ଜଣ କମାଣ୍ଡୋ ଥିଲେ। ସବୁଠୁ ଆଶ୍ଚର୍ଯ୍ୟ କଥା ହେଲା ସମସ୍ତେ ପହଁରି ପହଁରି କୂଳରେ ପହଞ୍ଚିଥିଲେ। ତେବେ ବିମାନଟି ସମୁଦ୍ରରେ ବୁଡ଼ିଯାଇଛି। ଆମେରିକାର ମେରାଇନ କର୍ପସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?