ଆଜି ଅଁଳାନବମୀ, ସାକ୍ଷୀଗୋପାଳ ଚଳଚଞ୍ଚଳ:ଓଡ଼ିଆଣୀ ବେଶରେ ଦର୍ଶନ ଦେବେ ଶ୍ରୀରାଧା

ସାକ୍ଷୀଗୋପାଳ, ୨୧ା୧୧ (କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ):କାର୍ତ୍ତିକ ମାସ ଶୁକ୍ଳପକ୍ଷ ନବମୀ ତିଥି ମଙ୍ଗଳବାର ସାକ୍ଷୀଗୋପାଳ ମନ୍ଦିରରେ ପାଳନ ହେବ ଅଁଳାନବମୀ। ଏହି ଅବସରରେ ବର୍ଷକୁ ଗୋଟିଏ ଦିନ ଶ୍ରୀରାଧା ଓଡ଼ିଆଣୀ ବେଶରେ ସଜେଇ ହେବେ। ପାରମ୍ପରିକ ସୁବର୍ଣ୍ଣ ଗହଣାଗୁଡିକ ମଧ୍ୟରେ ପାଦପଦ୍ମ, ପାଉଁଜି, ଝୁଣ୍ଟିଆ, ପାହୁଡ଼, ବାଙ୍କି, ଚନ୍ଦ୍ରହାର ଶିକୁଳି, ବେଙ୍ଗପାଟିଆ, ତାବିଜ, ଅଁଳାମାଳ, ପୋହଳାମାଳ, ଚାପସରୀ, ପଣସକଣ୍ଟା ଖଡୁ, ବାହୁଟି, ବଟଫଳ ମାଳ, ଦ୍ରାବିଡ଼ଚନ୍ଦ୍ର, ମୟୂରସା ଗୁଣା, ନୁଥ, ସେତିହାର, କିରୀଟ ଆଦି ଗହଣା ଲାଗି କରାଯିବ। ଫୁଲହାର, ଅଁଳାଫଳ ମାଳ, ଦୂବ ସହିତ କଜଳ, ସିନ୍ଦୂର, ଅଳତା ଓ ଚନ୍ଦନପାଟି କରାଯିବ। ଏଥିସହିତ ସାକ୍ଷୀଗୋପାଳ ଠାକୁର ନଟବର ବେଶରେ ଶୋଭାପାଇବେ। ସୋମବାର ରାତି ୯ଟାରେ ଠାକୁରଙ୍କ ପହୁଡ଼ ନୀତି କରାଯାଇ ୧୨ଟାରେ ଦେବନୀତି ଆରମ୍ଭ ହୋଇଥିଲା। ମଙ୍ଗଳବାର ଭୋର୍‌ ୬ଟାରୁ ସାହଣମେଲା ଦର୍ଶନ ରଖାଯାଇଥିବା ବେଳେ ୨ ଘଣ୍ଟା ପୂର୍ବରୁ ରାଧାପାଦ ଦର୍ଶନ ଆରମ୍ଭ କରାଯିବ ବୋଲି ସେବାୟତ ସଂଘ ସମ୍ପାଦକ ବିଜୟ କୁମାର ନନ୍ଦ କହିଛନ୍ତି। ଅଁଳାନବମୀ ପାଇଁ ମନ୍ଦିରକୁ ନୂତନ ରଙ୍ଗ, ଫୁଲମାଳ, ସୁନ୍ଦର ଆଲୋକରେ ସଜ୍ଜିତ କରାଯାଇଛି। ଶୃଙ୍ଖଳିତ ଦର୍ଶନ ନିମନ୍ତେ ମନ୍ଦିର ସମ୍ମୁଖରେ ଛାୟାପ୍ରଦ ବାରିକେଡ୍‌, ଯାନବାହନ ନିୟନ୍ତ୍ରଣଠାରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ପୁରୀ ଏସ୍‌ପି ଡ. କେ.ବିଶାଲ ସିଂହ ଅନ୍ୟ ପୋଲିସ ଅଧିକାରୀମାନଙ୍କ ସହ ସୁରକ୍ଷା ବ୍ୟବସ୍ଥା ଡେମୋ କରିଥିଲେ। ଅଁଳା ନବମୀ ପାଇଁ ସତ୍ୟବାଦୀ ତହସିଲଦାର ଜୟନ୍ତ ଜୟସିଂ, ମନ୍ଦିର କାର୍ଯ୍ୟନିର୍ବାହୀ ବିଶ୍ୱବାସୀ ତ୍ରିପାଠୀ, ସେବାୟତ ସଂଘ କର୍ମକର୍ତ୍ତା, ଥାନା ଆଇଆଇସିଙ୍କ ପ୍ରତିଟି ବିଭାଗରେ ତତ୍ପରତା ପ୍ରକାଶ ପାଇଛି। ସଂସ୍କୃତି ବିଭାଗ ପକ୍ଷରୁ ତିନିଦିନବ୍ୟାପୀ ଶ୍ରୀରାଧା ଉତ୍ସବ ମେଳା ପଡିଆରେ ଷ୍ଟଲ ଖୋଲାଯାଇଛି। ଭିଡ଼ ନିୟନ୍ତ୍ରଣ ପାଇଁ ୨ ଜଣ ଅତିରିକ୍ତ ଏସ୍‌ପି, ୯ ଜଣ ଡିଏସ୍‌ପି, ୧୭ଜଣ ଇନ୍ସପେକ୍ଟର, ୬୯ ଜଣ ଏସ୍‌ଆଇ, ଏଏସ୍‌ଆଇ, ୨୨ ହାବିଲଦାର, ୫୪ କନଷ୍ଟେବଲ, ୮ ଟ୍ରାଫିକ କନଷ୍ଟେବଲ, ୧୯ ପ୍ଲାଟୁନ ଫୋର୍ସ ଓ ୨୦୨ ଗୃହରକ୍ଷୀଙ୍କୁ ମୁତୟନ କରାଯାଇଛି। ମନ୍ଦିର ସିଂହଦ୍ୱାରରେ ମେଟାଲ ଡିକ୍ଟେଟର, ବିଭିନ୍ନ ସ୍ଥାନରେ ସିସିଟିଭି, ସନ୍ଧାନୀ କୁକୁର, ସାଦା ପୋଷାକରେ ଗୋଇନ୍ଦା ପୋଲିସ, ବୋମା ନିଷ୍କ୍ରିୟକାରୀ, ଅଗ୍ନିଶମ, ଆମ୍ବୁଲାନ୍ସ, ଆଶୁ ଚିକିତ୍ସା, ପର୍ଯ୍ୟାପ୍ତ ପାନୀୟ ଜଳ ଯୋଗାଣ ଆଦିର ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?