ବିଶ୍ୱରେ ପ୍ରଥମ: ମଣିଷ ମୁଣ୍ଡରେ ଲଗାଗଲା ବ୍ରେନ୍ ଚିପ୍
କାଲିଫର୍ନିଆ,୩୦।୧: ଟେସଲା ତଥା ଏକ୍ସ ମାଲିକ ଏଲନ ମସ୍କ ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ତାଙ୍କର ଷ୍ଟାର୍ଟଅପ ‘ନ୍ୟୁରାଲିଙ୍କ’ ଦ୍ୱାରା ପ୍ରଥମଥର ପାଇଁ ମଣିଷ ମୁଣ୍ଡରେ ବ୍ରେନ୍ ଚିପ୍ ଲଗାଯାଇଛି। ମଙ୍ଗଳବାର ମସ୍କ ଏହି ସୂଚନା ଦେଇଛନ୍ତି। ଏକ୍ସରେ ସେ କହିଛନ୍ତି,…
କୃଷିକ୍ଷେତ୍ରରେ ବଢ଼ୁଛି ଡ୍ରୋନ୍ ସ୍ପ୍ରେ ଚାହିଦା
ଭୁବନେଶ୍ୱର,୩୦।୧(ଅନୁରାଧା ମହାରଣା): କୃଷି କ୍ଷେତ୍ରରେ ଡ୍ରୋନ ମାଧ୍ୟମରେ ସ୍ପ୍ରେ କରିବାର ଧାରା ଯୋଗୁଁ ଡ୍ରୋନ ପାଇଲଟ ଚାହିଦା ବୃଦ୍ଧି ପାଇଛି। ଯୁବକମାନେ ଡ୍ରୋନ ପାଇଲଟକୁ ଏକ ବୃତ୍ତି ଭାବରେ ବିଚାର କରିବା ଆରମ୍ଭ କରିଛନ୍ତ। କୃଷିର ପରିବର୍ତ୍ତିତ ବ୍ୟବସ୍ଥାରେ ଝିଅମାନେ ମଧ୍ୟ…
ଟାଟା ଷ୍ଟିଲର ତ୍ରୈମାସିକ ଫଳାଫଳ
ଭୁବନେଶ୍ୱର,୩୦।୧: ଟାଟା ଷ୍ଟିଲ୍ର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ କମ୍ପାନୀ କାର୍ଯ୍ୟକଳାପ ଓ କାରବାର ଆଦି ସମ୍ପର୍କରେ ବିସ୍ତୃତ ଆଲୋଚନା ସହ ୨୦୨୩-୨୪ ଆର୍ଥିକ ବର୍ଷର ୩ୟ ତ୍ରୈମାସିକ ଏବଂ ୯ମାସର ଆର୍ଥିକ ଫଳାଫଳ ମଧ୍ୟ…
ମୁଖ୍ୟମନ୍ତ୍ରୀଙ୍କ ପତ୍ତା ମିଳୁନି: ରାଜ୍ୟପାଳ କହିଲେ, ଆବଶ୍ୟକ ହେଲେ ଅତିକ୍ରମ କରିବି ସୀମା
ରାଞ୍ଚି,୩୦।୧: ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ତା ମିଳୁନି। ତାଙ୍କ ସନ୍ଧାନରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଅନେକ ସ୍ଥାନରେ ଚଢାଉ କରିଥିଲା, କିନ୍ତୁ ସେ ମିଳୁ ନ ଥିବା ଜଣାପଡିଛି। ଜଣେ ବରିଷ୍ଠ ସରକାରୀ ଅଧିକାରୀ କହିଛନ୍ତି, ରାଜ୍ୟରେ ଏକ ଅଦୃଶ୍ୟ…
ଆମେରିକାରେ ଆଉ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ, ବିଶ୍ୱଦ୍ୟାଳୟରୁ ଥିଲେ ନିଖୋଜ
ଓ୍ବାଶିଂଟନ,୩୦।୧: ଗତ ଦୁଇ ଦିନ ମଧ୍ୟରେ ଆମେରିକାରେ ଦୁଇ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଛି। ନିକଟରେ ଭାରତୀୟ ଛାତ୍ର ବିବେକ ସାଇନିଙ୍କୁ ଆଟଲାଣ୍ଟାର ଏକ ଦୋକାନରେ ନିଶା ସେବନ କରିଥିବା ଜଣେ ଯୁବକ ହାତୁଡ଼ିରେ ପିଟିପିଟି ହତ୍ୟା କରିଥିଲେ।…
ଆଜି ନବରଙ୍ଗପୁର ବନ୍ଦ: ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ
ନବରଙ୍ଗପୁର,୩୦।୧(ସଦାଶିବ ପ୍ରହରାଜ):ନବରଙ୍ଗପୁର- ଜୟପୁର ରେଳ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ଜମି ଗ୍ରହଣରେ ଅହେତୁକ ବିଳମ୍ବ କରୁଥିବା ଅଭିଯୋଗ କରିଛି ଭାଜପା। ଏହାର ପ୍ରତିବାଦ ଓ ଅନ୍ୟ ୬ଟି ଦାବିରେ ଭାଜପା ଯୁବମୋର୍ଚ୍ଚା ମଙ୍ଗଳବାର ନବରଙ୍ଗପୁର ଜିଲା ବନ୍ଦ ଡାକରା ଦେଇଛି।…
ସତ୍ୟର ପୂଜାରୀ ମହାତ୍ମା ଗାନ୍ଧୀ
ବିଂଶଶତାବ୍ଦୀର ସର୍ବଶ୍ରେଷ୍ଠ ସତ୍ୟର ପୂଜାରୀ ତଥା ଆଦର୍ଶ ଓ ଅହିଂସାର ପ୍ରତୀକ ହେଉଛନ୍ତି ଜାତିର ପିତା ମହାତ୍ମା ଗାନ୍ଧୀ।ତାଙ୍କ ବିଚାରଧାରା ଥିଲା ସତ୍ୟ ହିଁ ଈଶ୍ବର। ଭାରତର ସ୍ବାଧୀନତା ସଂଗ୍ରାମରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ସଂଗ୍ରାମୀମାନଙ୍କ ମଧ୍ୟରୁ ଜଣେ ହେଲେ…
ଦିନକ ପରେ ବଜେଟ ଅଧିବେଶନ: ସର୍ବଦଳୀୟ ବୈଠକ ଆଜି
ନୂଆଦିଲ୍ଲୀ,୩୦।୧: ପାର୍ଲାମେଣ୍ଟର ବଜେଟ ଅଧିବେଶନ ଆସନ୍ତା ୩୧ ତାରିଖରୁ ଆରମ୍ଭ ହେଉଥିବାବେଳେ ସରକାର ଏହା ପୂର୍ବରୁ ମଙ୍ଗଳବାର ସର୍ବଦଳୀୟ ବୈଠକ ଡାକିଛନ୍ତି। ପାର୍ଲାମେଣ୍ଟରେ ବିଭିନ୍ନ ଦଳର ଗୃହର ନେତାମାନଙ୍କୁ ବୈଠକକୁ ଡକାଯାଇଛି। ପ୍ରତ୍ୟେକ ଅଧିବେଶନ ପୂର୍ବରୁ ଗୃହର ନେତାମାନଙ୍କ ବୈଠକ ଡାକିବା…
ଏସଡିଏମ୍ ସ୍ତ୍ରୀଙ୍କୁ ହତ୍ୟା ପରେ ଓ୍ବାଶିଂମେଶିନରେ ରକ୍ତ ଜୁଡୁବୁଡୁ ପୋଷାକ ସଫା କରିଥିଲେ ସ୍ବାମୀ: ପୋଲିସ ହାତରେ ଲାଗିଲା ପ୍ରମାଣ
ଭୋପାଳ,୩୦।୧: ମଧ୍ୟପ୍ରଦେଶରେ ମହିଳା ସବ-ଡିଭିଜନାଲ ମାଜିଷ୍ଟ୍ରେଟ (ଏସଡିଏମ) ହତ୍ୟା ମାମଲାରେ ପୋଲିସ ଏକ ବଡ଼ ରହସ୍ୟ ଉନ୍ମୋଚନ କରିଛି। ପୋଲିସର ସୂଚନାନୁସାରେ, ଦିନ୍ଦୋରୀ ଜିଲ୍ଲାର ଶାହପୁରାରେ ପୋଷ୍ଟ ହୋଇଥିବା ମହିଳା ଏସଡିଏମ ନିଶା ନାପୀତଙ୍କୁ ତାଙ୍କ ସ୍ବାମୀ ମନୀଷ ଶର୍ମା ହତ୍ୟା…
ଝିଅପୁଅଙ୍କୁ ନୋମିନି କରିପାରିବେ ମହିଳା କର୍ମଚାରୀ
ନୂଆଦିଲ୍ଲୀ,୩୦।୧(ପି.ଟି.): ପରିବାର ପେନ୍ସନ ପାଇଁ ଜଣେ ମହିଳା କର୍ମଚାରୀ ତାଙ୍କ ସ୍ବାମୀଙ୍କ ପରିବର୍ତ୍ତେ ଝିଅ କିମ୍ବା ପୁଅଙ୍କୁ ନୋମିନି କରିପାରିବେ। କେନ୍ଦ୍ର ସରକାର ଏନେଇ ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି, ଯାହାର ସୁଦୂରପ୍ରସାରୀ ସାମାଜିକ-ଅର୍ଥନୈତିକ ପ୍ରଭାବ ରହିବ ବୋଲି ସୋମବାର ପ୍ରକାଶିତ…
ଜୋର୍ଡାନ ପରେ ଏବେ ସିରିଆରେ ଆମେରିକା ସେନା ବିରୋଧରେ ରକେଟ ଆକ୍ରମଣ
ଓ୍ବାଶିଂଟନ,୩୦।୧: ଜୋର୍ଡାନ ପରେ ସିରିଆରେ ଆମେରିକା ଏବଂ ଏହାର ସହଯୋଗୀ ବାହିନୀ ଉପରେ ରକେଟ ଆକ୍ରମଣ ହୋଇଛି। ଆମେରିକାର ପ୍ରତିରକ୍ଷା ଅଧିକାରୀ କହିଛନ୍ତି ଯେ ସିରିଆରେ ଆମେରିକୀୟ ତଥା ସହଯୋଗୀ ବାହିନୀ ବିରୋଧରେ ରକେଟ ଆକ୍ରମଣ କରାଯାଇଛି। ଆମକୁ ଟାର୍ଗେଟ କରାଯାଉଛି।…
୪ ବଡ଼ ଖେଳାଳିଙ୍କ ବିନା ପଡିଆକୁ ଓହ୍ଲାଇବ ଭାରତ
ବିଶାଖାପାଟନମ୍,୩୦।୧:ହାଇଦ୍ରାବାଦରେ ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ପରାଜୟ ପରେ ଭାରତୀୟ ଦଳ ପ୍ରତ୍ୟାବର୍ତ୍ତନ ଉପରେ ନଜର ରଖିଛି। ଦ୍ୱିତୀୟ ଟେଷ୍ଟ ଫେବୃଆରୀ ୨ରୁ ବିଶାଖାପାଟନମରେ ଖେଳାଯିବ। ଏହି ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆ ଏକ ବଡ ଝଟ୍କା ଲାଗିଛି। ଦୁଇ ଅଭିଜ୍ଞ…

