Posted inଫୁରସତ

ସତ୍ୟର ପୂଜାରୀ ମହାତ୍ମା ଗାନ୍ଧୀ

ବିଂଶଶତାବ୍ଦୀର ସର୍ବଶ୍ରେଷ୍ଠ ସତ୍ୟର ପୂଜାରୀ ତଥା ଆଦର୍ଶ ଓ ଅହିଂସାର ପ୍ରତୀକ ହେଉଛନ୍ତି ଜାତିର ପିତା ମହାତ୍ମା ଗାନ୍ଧୀ।ତାଙ୍କ ବିଚାରଧାରା ଥିଲା ସତ୍ୟ ହିଁ ଈଶ୍ବର। ଭାରତର ସ୍ବାଧୀନତା ସଂଗ୍ରାମରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ସଂଗ୍ରାମୀମାନଙ୍କ ମଧ୍ୟରୁ ଜଣେ ହେଲେ ମୋହନ ଦାସ କରମ ଚାନ୍ଦ ଗାନ୍ଧୀ(ମହାତ୍ମା ଗାନ୍ଧୀ)। ସାରା ଦେଶରେ ସେ ବାପୁ ଭାବରେ ବେଶ୍‌ ଜଣାଶୁଣା।ଗାନ୍ଧିଜୀ କେବଳ ଭାରତରେ ନୁହନ୍ତି ବରଂ ସମଗ୍ର ବିଶ୍ୱରେ ଜଣେ ଲୋକପ୍ରିୟ ବ୍ୟକ୍ତିତ୍ୱ।ଭାରତର ସ୍ବାଧୀନତା, କଲ୍ୟାଣ ଏବଂ ପ୍ରଗତି ପାଇଁ ସଂଗ୍ରାମ କରିଥିବା ବାପୁଙ୍କୁ ଶ୍ରଦ୍ଧାଜ୍ଞଳି ଜଣାଇବା ଉଦ୍ଦେଶ୍ୟରେ ତାଙ୍କ ତିରୋଧାନ ଦିବସ ଜାନୁଆରୀ ୩୦କୁ ସର୍ବଭାରତୀୟ ସ୍ତରରେ ‘ଶହୀଦ ଦିବସ’ ଭାବେ ପାଳନ କରାଯାଇଥାଏ।
ସ୍ବାଧୀନ ହେବାର ମାତ୍ର ୫ମାସ ପରେ ୭୮ ବର୍ଷ ବୟସରେ ୧୯୪୮ ମସିହା ଜାନୁଆରୀ ୩୦ରେ ଦିଲ୍ଲୀସ୍ଥିତ ଏକ ପ୍ରାର୍ଥନା ଗୃହରେ ନାଥୁରାମ ଗଡ୍‌ସେଙ୍କ ଗୁଳିରେ ମହାତ୍ମା ଗାନ୍ଧୀଙ୍କର ନିଧନ ହୋଇଥିଲା। ସେହିଦିନଠାରୁ ଦେଶବ୍ୟାପୀ ପ୍ରତିବର୍ଷ ଏହି ଦିନଟି ଶହୀଦ ଦିବସ ଭାବେ ପାଳିତ ହୋଇଆସୁଛି। ଏହିଦିନରେ ଭାରତର ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ ଏବଂ ୩ ପ୍ରତିରକ୍ଷା ବାହିନୀର ମୁଖ୍ୟମାନେ ନୂଆ ଦିଲ୍ଲୀସ୍ଥିତ ଗାନ୍ଧୀ ସମାଧି ପୀଠ ରାଜଘାଟରେ ମହାତ୍ମାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ପରମ୍ପରା ପ୍ରଚଳିତ ହୋଇ ଆସୁଛି। ମହାତ୍ମାଙ୍କ ଚିନ୍ତାଧାରାରେ କାହା ପ୍ରତି ଘୃଣାଭାବ ପ୍ରଦର୍ଶନ ଆଦୌ ଉଚିତ ନୁହେଁ। ଏପରି ନକାରାତ୍ମକ ଭାବ ମନୁଷ୍ୟର ଚେତନାକୁ ନିମ୍ନଗାମୀ କରାଇଥାଏ। ସେହିପରି ଅହିଂସାର ସେ ଥିଲେ ପକ୍ଷପାତୀ। କେବଳ ଭାରତ କାହିଁକି, ସାରା ବିଶ୍ବ ପାଇଁ ସେ ଅହିଂସାର ପ୍ରତୀକ ହୋଇ ରହିଛନ୍ତି। ତାଙ୍କ ବିଚାରଧାରା ଅହିଂସା, ସତ୍ୟାଗ୍ରହ ଓ ସ୍ବରାଜ ପରି ତିନିଟି ସିଦ୍ଧାନ୍ତ ଉପରେ ପର୍ଯ୍ୟବସିତ ଥିଲା। ଅନେକ ବିଶ୍ବନେତା ଗାନ୍ଧିଜୀଙ୍କ ଆଦର୍ଶକୁ ପ୍ରେରଣା ଭାବେ ପରିଗଣିତ କରନ୍ତି। ସେହିପରି ସେ ମଧ୍ୟ ନିଜ ଜୀବନକୁ ସଂଯମ ଅନୁଶୀଳନର ଏକ ପରୀକ୍ଷାଗାର କରିଦେଇଥିଲେ।
ଶିକ୍ଷା ଅଧ୍ୟୟନ କରିବା ପାଇଁ ସେ ୧୮୮୮ରେ ଲଣ୍ତନ ଯାଇଥିଲେ। ସେଠାରେ ବାରିଷ୍ଟର ହେବା ପରେ ପେସାଗତ ଆଇନ ବ୍ୟବସାୟ କରିବା ପାଇଁ ଦକ୍ଷିଣ ଆଫ୍ରିକା ଯାଇଥିଲେ। ସେଠାରେ ତାଙ୍କର ଜୀବନଧାରାରେ ଘୋର ପରିବର୍ତ୍ତନ ଆସିଥିଲା। କୃଷ୍ଣକାୟଙ୍କ ଉପରେ ଶ୍ବେତାଙ୍ଗମାନଙ୍କ ଅତ୍ୟାଚାର ତାଙ୍କୁ ମର୍ମାହତ ତଥା ବିଚଳିତ କରିଥିଲା। ତେବେ ଏହାର ପ୍ରତିବାଦ ପାଇଁ ସତ୍ୟ ଓ ଅହିଂସାକୁ ସାରଥିକରି ସେ ବିପ୍ଳବ ଆରମ୍ଭ କରିଥିଲେ। ଏହାପରେ ୧୯୧୫ ମସିହାରେ ସ୍ବଦେଶକୁ ଫେରି ଆସି ସେ ଇଂରେଜ ଶାସନ ବିରୋଧରେ ଦେଶବାସୀଙ୍କୁ ଏକତ୍ର କରାଇବାରେ ସଫଳ ହୋଇଥିଲେ। ଦୀର୍ଘ ସଂଗ୍ରାମ ପରେ ତାଙ୍କ ନେତୃତ୍ୱରେ ଦେଶବାସୀ ସ୍ବାଧୀନତା ଲାଭ କଲେ। ତେବେ ସେ ସର୍ବଦା ଶାରୀରିକ ଶକ୍ତି ଅପେକ୍ଷା ମନର ବଳ ଉପରେ ଭରସା ତଥା ବିଶ୍ବାସ ରଖୁଥିଲେ। ଆଜି ବାପୁ ଆମ ଗହଣରେ ନ ଥିଲେ ମଧ୍ୟ ତାଙ୍କର ବିଚାରଧାରା ଆମ ଭିତରେ ସ୍ମୃତିରେ ରହିଛି, ଯାହା ଦେଶବାସୀଙ୍କୁ ସାହସ ଓ ସଫଳତା ପଥରେ ଆଗେଇବା ନେବା ପାଇଁ ପ୍ରେରଣା ଯୋଗାଉଛି।


Enter your email to get our daily news in your inbox.

All Right Reserved By Dharitri.Com

୨୦ଟଙ୍କା ଲାଞ୍ଚ ପାଇଁ ୩୦ ବର୍ଷର ଆଇନଗତ ଲଢ଼େଇ

ନୂଆଦିଲ୍ଲୀ, ୨୦।୮: ମାତ୍ର ୨୦ଟଙ୍କା ଲାଞ୍ଚ ମାମଲାରେ ୩ ଦଶନ୍ଧି ଧରି ଚାଳିଥିବା ଆଇନଗତ ଲଢ଼େଇର ଅନ୍ତ ଘଟିଛି। ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଉଜ୍ଜଳ ଭୂୟାଁ ଏବଂ…

୨୮ରେ ରାଜ୍ୟ କ୍ୟାବିନେଟ୍‌: ୭ ପ୍ରସ୍ତାବକୁ ମିଳିପାରେ ଅନୁମୋଦନ

ଭୁବନେଶ୍ୱର,୨୦।୮(ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ଅଗଷ୍ଟ ୨୮ତାରିଖରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବାକୁ ରହିଛି। ଏ ସଂକ୍ରାନ୍ତରେ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ…

ଆଉ ଏକ ଲଘୁଚାପ: ୨୨ରୁ ପୁଣି ବର୍ଷା, ୧୫ ଜିଲାକୁ ୟେଲୋ ୱାର୍ନିଂ

ଭୁବନେଶ୍ୱର,୧୯ା୮(ସୌମ୍ୟରଞ୍ଜନ ରାଉତ) – ପଛକୁ ପଛ ଲଘୁଚାପ ଯୋଗୁ ପ୍ରବଳ ବର୍ଷା ହେବାରୁ ରାଜ୍ୟରେ ବନ୍ୟା ଦୁର୍ଦ୍ଦଶା ବଢ଼ି ଚାଲିଛି। ଏପରି ସ୍ଥିତିରେ ଆସୁଛି ଆଉ ଏକ…

ଜାତୀୟ ରାଜପଥରେ ପିକ୍‌ଅପ୍‌ ଭ୍ୟାନ୍‌ ଅଟକାଇ ଲୁଟ୍‌ ଘଟଣାର ପର୍ଦ୍ଦାଫାଶ: ଜେଲ ଗଲେ ୩ ଅଭିଯୁକ୍ତ,୪ ନାବାଳକ…

ଦିଗପହଣ୍ଡି,୧୯।୮(ଅଶେଷ ନାଥ ମିଶ୍ର): ପାଟପୁର ପୋଲିସ ଏକ ବଡ଼ଧରଣର ଡକାୟତି ଘଟଣାର ପର୍ଦ୍ଦାଫାସ କରିଛି। ବ୍ରହ୍ମପୁର-ରାୟଗଡ଼ା ୩୨୬ ନଂ ଜାତୀୟ ରାଜପଥର ମାର୍ଥାପୁର ନିକଟରେ ପିକ୍‌ଅପ୍‌ ଭ୍ୟାନ୍‌…

ରାଜ୍ୟର ଅଧିକାର ଛଡ଼ାଇ ନେବ ଏମ୍‌ଏମ୍‌ଡିଆର୍‌ ବିଲ୍‌: ଚେତାଇଲେ ନବୀନ, BJPକୁ ଟାର୍ଗେଟ୍ କରି…

ଭୁବନେଶ୍ୱର,୧୯।୮(ସୁନିତ୍‌ ମିଶ୍ର): ୨୦୦୦ ମସିହାରେ ଯେତେବେଳେ ବିଜେଡି ଶାସନ କ୍ଷମତାକୁ ଆସିଲା, ସେତେବେଳକୁ ଓଡ଼ିଶାର ଅର୍ଥନୀତି ବହୁ ଖରାପ ଅବସ୍ଥାରେ ଥିଲା। ସରକାର ଓଭରଡ୍ରାଫ୍ଟ ଉପରେ ନିର୍ଭର…

Facebookରେ ଲାଇଭ୍‌ ଆସିଲେ,ବେକରେ ରଶି ଲଗାଇ ଝୁଲି ପଡ଼ିଲେ…ସ୍ତ୍ରୀଙ୍କ ସହ ବିବାଦ ପରେ…

ବରେଲୀ,୧୯।୮: ଉତ୍ତରପ୍ରଦେଶର ବରେଲୀ ଜିଲାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ପାରିବାରିକ ବିବାଦକୁ କେନ୍ଦ୍ର କରି ଜଣେ ଯୁବକ ଫେସବୁକ୍‌ରେ ଲାଇଭ୍ ଆସି ଆତ୍ମହତ୍ୟା…

କେବେ ବାନ୍ଧିବେ ରାକ୍ଷୀ? ୨୭ ନା ୨୮, ଜାଣନ୍ତୁ ତାରିଖ

ରାକ୍ଷୀ ପୂର୍ଣ୍ଣିମା ଏକ ଲୋକପ୍ରିୟ ପାରମ୍ପରିକ ହିନ୍ଦୁ ପର୍ବ । ଏହି ପର୍ବ ଭାଇ ଓ ଭଉଣୀଙ୍କ ମଧ୍ୟରେ ବନ୍ଧୁତ୍ୱକୁ ଦୃଢ଼ କରିଥାଏ । ଏହି ଦିନ…

ଦୁଇ ଭାରତୀୟ ଡାକ୍ତରଙ୍କୁ ସମ୍ମାନିତ କରିବ ପାକିସ୍ତାନ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଇସଲାମାବାଦ,୧୯।୮: ପାକିସ୍ତାନ ସରକାର ମହମ୍ମଦ ଅଲୀ ଜିନ୍ନାଙ୍କ ଗୁରୁତର ଅସୁସ୍ଥତାକୁ ଗୋପନ ରଖିବା ଏବଂ ତାଙ୍କର ଚିକିତ୍ସା କରିଥିବା ଦୁଇ ଭାରତୀୟ ଡାକ୍ତରଙ୍କୁ ସମ୍ମାନ ଦେବାକୁ ଘୋଷଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri