Home

ରମାଦେବୀ ଛାତ୍ରୀଙ୍କୁ ରାଗିଂ ଅଭିଯୋଗ

ଭୁବନେଶ୍ୱର,୨୨ା୧୦(ଅସମାପିକା ସାହୁ)ଭୁବନେଶ୍ୱର ରମାଦେବୀ ଜୁନିୟର କଲେଜ (ଉଚ୍ଚ ମାଧ୍ୟମିକ ସ୍କୁଲ୍‌)ରେ ରାଗିଂ ଅଭିଯୋଗ ଆସିଛି। ଯୁକ୍ତ୨ ପ୍ରଥମ ବର୍ଷର ଛାତ୍ରୀ ଏ ସମ୍ପର୍କରେ କଲେଜ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆ ନ ଯିବାରୁ ଗଣଶିକ୍ଷା ବିଭାଗକୁ ଲିଖିତ ଭାବେ…

‘ଯୁଦ୍ଧ ବନ୍ଦ କରନ୍ତୁ, ଗାଜାରେ ବଡ଼ ସଂଖ୍ୟାରେ ଶିଶୁ ମରି ପଡ଼ିଛନ୍ତି’, WHO ସମତେ ଅନ୍ୟ ଆନ୍ତରାଷ୍ଟ୍ରୀୟ ସଂଗଠନ କଲେ ଅପିଲ୍

ଭୁବନେଶ୍ୱର, ୨୨।୧୦: ମିଳିତ ଜାତିସଂଘ ଏବଂ ଇଜିପ୍ଟର ରେଡ କ୍ରିସେଣ୍ଟରୁ ୨୦ ଟ୍ରକ ଖାଦ୍ୟ ଏବଂ ଔଷଧ ନେଇ ଶନିବାର ରା଼ଫା ଫ୍ରାଂସିସ୍ ବାଟ ଦେଇ ଗାଜାରେ ପହଞ୍ଚିଛି। ଏହି ସାମଗ୍ରୀ ସବୁ ଯୁଦ୍ଧ ପ୍ରଭାବିତ ଲୋକମାନଙ୍କର ତତ୍କାଳ ଆବଶ୍ୟକତା ପୁରଣ…

କଟକ ଚାନ୍ଦିମେଢ଼ ୧୯୫୬ରୁ ଆରମ୍ଭ

ଚଳିତବର୍ଷ ପୂଜା ପାଇଁ ଉତ୍ସବ ମୁଖର ହୋଇଛି କଟକ ସହର। ରଙ୍ଗବେରଙ୍ଗର ଆଲୋକ ସାଙ୍ଗକୁ ସୁଉଚ୍ଚ ତୋରଣ ଲୋକମାନଙ୍କୁ ଆକର୍ଷିତ କରୁଛି। ବିଭିନ୍ନ ମଣ୍ଡପରେ ମା’ଙ୍କ ଚାନ୍ଦିମେଢ ସହ ସୁନା ମୁକୁଟ ଦେଖିବା ପାଇଁ ଲୋକଙ୍କ ଭିଡ ଲାଗିଛି। ତାରକସୀ କାମ…

ଦଶମୀରେ ସିନ୍ଦୂର ଖେଳ

ବାଲେଶ୍ୱର ସହରରେ ୨୦୦ବର୍ଷ ପୂର୍ବରୁ ଦୁର୍ଗା ପୂଜା ଆରମ୍ଭ ହୋଇଥିବା କିମ୍ବଦନ୍ତୀ ରହିଛି। ସହରର ବାରବାଟୀ ଅଞ୍ଚଳରେ ବସବାସ କରୁଥିବା ଜମିଦାର ପରିବାର (କର ପରିବାର, ରାଜ ପରିବାର, ଦାସ ପରିବାର ଓ ମଣ୍ଡଳ ପରିବାର) ପକ୍ଷରୁ ଘଟ ପୂଜା ଆରମ୍ଭ…

ମା’ଦୁର୍ଗା

ହିନ୍ଦୁ ପୁରାଣ ଓ ଲୋକ ମାନ୍ୟତା ଅନୁଯାୟୀ ନବରାତ୍ର ଏବଂ ବିଜୟା ଦଶମୀକୁ ନେଇ ଅନେକ ବିଶ୍ୱାସ ରହିଛି। ତେବେ ସେ ସବୁର ମୂଳ କଥା ସତ୍ୟ ଉପରେ ଅସତ୍ୟର ବିଜୟ। ତା’ହେଲେ ଆସନ୍ତୁ ଜାଣିବା ଏ ସମ୍ପର୍କିତ କିଛି କାହାଣୀ…

ଗାଜାରେ ପହଞ୍ଚିଲା ସହାୟତା

ଗାଜା ସିଟି/ଜେରୁଜେଲମ୍‌,୨୨ା୧୦: ଇସ୍ରାଏଲ ଓ ହମାସ୍‌ ଯୁଦ୍ଧକୁ ଶନିବାର ୧୫ ଦିନ ପୂରିଥିବାବେଳେ ଗାଜାରେ ନାହିଁ ନ ଥିବା ଦୁର୍ଦ୍ଦଶା ଭୋଗୁଥିବା ଲୋକଙ୍କ ସହାୟତା ପାଇଁ ଅତ୍ୟାବଶ୍ୟକ ସାମଗ୍ରୀ ନେଇ ଗୋଟିଏ ପରେ ଗୋଟିଏ ଟ୍ରକ୍‌ ପହଞ୍ଚିବାରେ ଲାଗିଛି। ତେବେ ଇସ୍ରାଏଲ…

ଦସ୍ତଖତ, ଆଇସ୍କାନର ୧୫ଦିନ ପରେ ବି ମିଳିଲାନି ଚାଉଳ

ତିହିଡ଼ି,୨୨ା୧୦(ସଞ୍ଜିତ ବଳ)ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ କୋହ୍ଲ ପଞ୍ଚାୟତ ଓରଡ଼ା ଗ୍ରାମର ୩ଟି ୱାର୍ଡର ହିତାଧିକାରୀମାନଙ୍କୁ ୩ ମାସର ପିଡିଏସ୍‌ ଚାଉଳ ମିଳିନାହିଁ। ହିତାଧିକାରୀମାନେ ଦସ୍ତଖତ ଦେବା ଓ ଆଇସ୍କାନ କରାଯିବାର ୧୫ ଦିନ ପରେ ବି ଚାଉଳ ମିଳି…

ରକ୍ଷଣାବେକ୍ଷଣ ଖୋଜୁଛି କୀଚକେଶ୍ୱର ମନ୍ଦିର, ରାଜପ୍ରାସାଦ

ବାରିପଦା,୨୨।୧୦ (ନୀଳାଦ୍ରି ବିହାରୀ ଦଣ୍ଡପାଟ)କଳା ଓ ସଂସ୍କୃତିର ମୟୂରଭଞ୍ଜ ଜିଲା ବିଶ୍ୱ ଦରବାରରେ ପରିଚିତ। ଜୈବ ବିବିଧତା ଓ କଳାକୃତିକୁ ନେଇ ଜିଲାବାସୀ ନିଜର ସ୍ବତନ୍ତ୍ର ପରିଚୟ ହାସଲ କରିଛନ୍ତି। ମାତ୍ର ହଜାର ହଜାର ବର୍ଷ ପୂର୍ବେ କଳା ମୁଗୁନି ପଥରରେ…

ହମାସ୍‌ ଆତଙ୍କବାଦୀଙ୍କ କବଳରୁ ମୁକୁଳିଲେ ଜୁଧିଥ୍‌-ନାଟାଲିଏ

ଗାଜା ସିଟି/ଜେରୁଜେଲମ୍‌,୨୨ା୧୦: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ବିଜୟ ପର୍ଯ୍ୟନ୍ତ ଯୁଦ୍ଧ ଜାରି ରହିବ ବୋଲି ଚେତାବନୀ ଦେଇଥିବାବେଳେ ଶୁକ୍ରବାର ହମାସ୍‌ ପକ୍ଷରୁ କାତାର ମଧ୍ୟସ୍ଥତାରେ ୨ ଆମେରିକୀୟ ପଣବନ୍ଦୀଙ୍କୁ ମୁକ୍ତ କରାଯାଇଛି। ହମାସ୍‌ ଆତଙ୍କବାଦୀମାନେ ଅକ୍ଟୋବର ୭ରୁ ୨୧୦ ଜଣଙ୍କୁ…

ଶ୍ରମିକ ବଦଳରେ ମେଶିନ କରୁଛି କାମ

ଯାଜପୁର,୨୨ା୧୦(ହର୍ଷବର୍ଦ୍ଧନ ବେହେରା)ଗ୍ରାମାଞ୍ଚଳରେ ଲୋକଙ୍କୁ କାମଧନ୍ଦା ଯୋଗାଇବା ଏବଂ ସେମାନଙ୍କ କ୍ରୟଶକ୍ତି ବୃଦ୍ଧି ଉଦ୍ଦେଶ୍ୟରେ ସଂସଦରେ ଗୃହୀତ ଆଇନ ବଳରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌) କାର୍ଯ୍ୟକାରୀ ହେଉଛି। ଦେଶର କେତେକ ରାଜ୍ୟରେ ଏହି ଯୋଜନାକୁ…

ସମସ୍ୟାରେ ଜବାହର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ

ଯାଜପୁରରୋଡ୍‌,୨୨ା୧୦(ପବିତ୍ର ରଞ୍ଜନ ମହାନ୍ତି):ବ୍ୟାସନଗର ପୌର ପରିଷଦ ଅଧୀନ ୧୪ନଂ ୱାର୍ଡର ଚୋରଦା ଗ୍ରାମରେ ଥିବା ଜବାହର ଉଚ୍ଚ ପ୍ରାଥମିକ ବିଦ୍ୟାଳୟଟି ନାନା ସମସ୍ୟାଘେରରେ ରହିଛି। ୧୯୬୪ରେ ସ୍ଥାପିତ ଏହି ବିଦ୍ୟାଳୟର ରୂପରେଖ ଅଦ୍ୟାବଧି ବଦଳିନାହିଁ। ଏଠାରେ ୧ମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ…

ଇନ୍ଦ୍ରମଣି ପାଣ୍ଡେ ହେବେ ବିମ୍‌ଷ୍ଟେକ୍‌ ମହାସଚିବ

ନୂଆଦିଲ୍ଲୀ,୨୨ା୧୦: ବରିଷ୍ଠ କୂଟନୀତିଜ୍ଞ ଇନ୍ଦ୍ରମଣି ପାଣ୍ଡେ ୭ ରାଷ୍ଟ୍ର ବିଶିଷ୍ଟ ବେ ଅଫ୍‌ ବେଙ୍ଗାଲ ଇନିସିଏଟିଭ୍‌ ଫର୍‌ ମଲ୍ଟି-ସେକ୍ଟୋରାଲ ଟେକ୍ନିକାଲ ଆଣ୍ଡ ଇକୋନୋମିକ୍‌ କୋଅପରେଶନ୍‌ (ବିମ୍‌ଷ୍ଟେକ୍‌)ର ନୂଆ ମହାସଚିବ ହେବେ। ଏନେଇ ଶୁକ୍ରବାର ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଭାରତ,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri