Posted inଫୁରସତ

ଷ୍ଟଣ୍ଟ୍‌ କରିବାରୁ ପୋଲିସ ଦ୍ୱାରା ପୁରସ୍କୃତ

ପୁନେ:ପୁନେଠାରୁ ପ୍ରାୟ ୧୫ କିଲୋମିଟର ଦୂରରେ ଥିବା ପିମ୍ପ୍ରି-ଚିଞ୍ଚ୍‌ୱାଡ଼ର ଏକ ରାସ୍ତାରେ ଜଣେ ଯୁବକ ଚଳନ୍ତା କାର ଉପରେ ବସି ଷ୍ଟଣ୍ଟ୍‌ ପ୍ରଦର୍ଶନ କରୁଥିବା ନେଇ ଏକ ଭିଡିଓ ସାମାଜିକ ଗଣମାଧ୍ୟମ ଏକ୍ସରେ ଭାଇରାଲ ହେବାରେ ଲାଗିଛି। ପୁନେ ପୋଲିସ ପକ୍ଷରୁ ଏହି ଭିଡିଓଟିକୁ ଶେୟାର କରାଯାଇଛି। ଏଭଳି ଷ୍ଟଣ୍ଟ୍‌ ନ କରିବାକୁ ଯୁବପିଢ଼ିଙ୍କୁ ପରାମର୍ଶ ଦେବା ସହ ଏହାର ପରିଣାମ ଭୟଙ୍କର ହୋଇଥିବା ଚେତାଇଛି ପୋଲିସ। ପିମ୍ପ୍ରି-ଚିଞ୍ଚ୍‌ୱାଡର ଏକ ଜନଗହଳି ପୂର୍ଣ୍ଣ ରାସ୍ତାରେ ଚଳନ୍ତା କାରରେ ଷ୍ଟଣ୍ଟବାଜି କରିବାରୁ ସମ୍ପୃକ୍ତ ଯୁବକଙ୍କୁ ପୁରସ୍କାର ଦିଆଯାଇଥିବା ଏହି ପୋଷ୍ଟରେ ସୂଚାଇଛି ପୋଲିସ। ଆଇପିସିର ଧାରା ୨୭୯ ଏବଂ ୩୩୬ ଏବଂ ମୋଟର ଯାନ ଅଧିନିୟମର ଧାରା ୧୮୪, ୧୧୯ ଏବଂ ୧୭୭ ଅନୁଯାୟୀ ସମ୍ପୃକ୍ତ ଯୁବକଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଛି। ସେହିପରି ଯୁବକଙ୍କ ଦ୍ୱାରା ଷ୍ଟଣ୍ଟରେ ବ୍ୟବହୃତ କାରକୁ ମଧ୍ୟ ପୁନେ ପୋଲିସ ଜବତ କରିଛି। ସର୍ବସାଧାରଣ ସ୍ଥାନଗୁଡ଼ିକରେ ଏଭଳି ଷ୍ଟଣ୍ଟ୍‌ର ପରିମାଣ ଭୟଙ୍କର ହୋଇଥିବା କହି, ଏଭଳି କାର୍ଯ୍ୟରେ ଲିପ୍ତ ନ ରହିବାକୁ ଜନସାଧାରଣଙ୍କୁ ଚେତାଇଛି ପୋଲିସ। ଏଭଳି କାର୍ଯ୍ୟକଳାପକୁ ରୋକିବା ପାଇଁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା ପୁନେ ପୋଲିସ ପକ୍ଷରୁ ଏହି ପୋଷ୍ଟରେ ସୂଚନା ଦିଆଯାଇଛି। ସାମାଜିକ ଗଣମାଧ୍ୟମ ଏକ୍ସ’ରେ ପୁନେ ପୋଲିସର ଏହି ପୋଷ୍ଟ ବହୁଳ ଭାବେ ଭାଇରାଲ ହେଉଥିବା ସହ ଷ୍ଟଣ୍ଟ୍‌ ବିରୋଧରେ ପୋଲିସର କାର୍ଯ୍ୟାନୁଷ୍ଠାନକୁ ଅନେକ ବେଶ୍‌ ପସନ୍ଦ କରିଛନ୍ତି। ଏଭଳି ଷ୍ଟଣ୍ଟ୍‌କୁ କମେଣ୍ଟ ମାଧ୍ୟମରେ ବିପଜ୍ଜନକ କହିଛନ୍ତି ଅନେକ ଏକ୍ସ ୟୁଜର୍ସ।


Enter your email to get our daily news in your inbox.

All Right Reserved By Dharitri.Com

ଶାଶୁଘରେ ନିର୍ଯାତିତା ଝିଅଙ୍କୁ ଛାଡ଼ପତ୍ର ହେବା ପରେ ବାଜା ବଜାଇ ଘରକୁ ପାଛୋଟି ନେଲେ ବାପା, ଲୋକେ କହୁଛନ୍ତି ‘ବାପା ହେବ ତ ଏମିତି’

କାନପୁର: ଆଜିର ସମାଜରେ ନାରୀଟିଏ ଯେତେ ଆତ୍ମନିର୍ଭରଶୀଳ ହେଲେ ବି ଯୌତୁକ ପ୍ରଥାରୁ ନିଜକୁ ମୁକାଳି ପାରୁନାହିଁ। ଅନେକ କ୍ଷେତ୍ରରେ ଝିଅଟିଏ ମରିମରି ବଞ୍ଚିବା ଲାଗି...

୭୦ ବର୍ଷୀୟଙ୍କ ‘ଜୀବନସାଥୀ’ ବିଜ୍ଞାପନ

ୱାଶିଂଟନ୍‌: ମଣିଷର ବୟସ ବଢିବା ସହ ଏକାନ୍ତପଣ ମଧ୍ୟ ବଢ଼ିଥାଏ। ଏହି ସମୟରେ ଯଦି ନିଜ ପରିବାର ପାଖରେ ନଥାଏ, ତେବେ ଏକାନ୍ତପଣକୁ ସାମ୍‌ନା କରିବା...

୨୫୧ ଥର ଜେଲ ଯାଇଥିବା ପ୍ରାର୍ଥୀ

ଲକ୍ଷ୍ନୌ: ଲକ୍ଷ୍ନୌ ଲୋକ ସଭା ଆସନରୁ ସମାଜବାଦୀ ପାର୍ଟି(ଏସ୍‌ପି) ରବିଦାସ ମେହରୋତ୍ରାଙ୍କୁ ପ୍ରାର୍ଥୀ କରିଛି। ଚଳିତ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବହୁ ପୁରାତନ...

ଫ୍ଲାଇଟ୍‌ ଆଟେଣ୍ଡାଣ୍ଟରୁ ଏୟାରଲାଇନ୍ସ ସିଇଓ

ଟୋକିଓ: ଜାପାନରେ ଏକ ବୈପ୍ଳବିକ ଘଟଣା ସାମ୍‌ନାକୁ ଆସିଛି, ଯାହା ସମଗ୍ର ବିଶ୍ୱରେ ମହିଳାମାନଙ୍କ ପ୍ରେରଣାଦାୟୀ ହୋଇପାରିଛି। ଜାପାନ ଏୟାରଲାଇନ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)...

ରାକ୍ଷସଙ୍କ ବଗିଚା, ଏହା ପଛରେ ରହିଛି ଏମିତି କାହାଣୀ

ଯେତେବେଳେ ଆପଣ ଏକ ବଗିଚା କିମ୍ବା ପାର୍କ ବୁଲିବାକୁ ଯାଆନ୍ତି, ସେତେବେଳେ ଆପଣ ପ୍ରାକୃତିକ ସୌନ୍ଦର୍ଯ୍ୟ ଆଶା କରନ୍ତି। କିନ୍ତୁ ଏକ ଅନନ୍ୟ ଉଦ୍ୟାନ ଅଛି,...

ଈଶ୍ୱରଙ୍କ ଉପରେ ବିଶ୍ୱାସ ଅଛି କିନ୍ତୁ ଭରସା ନାହିଁ !

ଆଚ୍ଛା, ଇୟେ କେମିତିକା କଥା! ଈଶ୍ୱରଙ୍କ ଉପରେ ଜଣକର ବିଶ୍ୱାସ ଥିବ ଅଥଚ ଭରସା ନ ଥିବ, ଏ କଥା ଆଦୌ ହୋଇ ନ ପାରେ...

କ୍ଲାଉଡ ସିଡିଂ ପ୍ରକୃତରେ କ’ଣ? ଯାହା କୃତ୍ରିମ ବର୍ଷା କରାଏ…

ନିକଟରେ ଦୁବାଇରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଉପୁଜିଥିଲା। ଦୁଇ ବର୍ଷରେ ଯେତିକି ବର୍ଷା ହେବା କଥା ଗୋଟିଏ ଦିନରେ ସେଠି ସେତିକି ବର୍ଷା...

ପ୍ରଥମ ରୋଜଗାର ଟଙ୍କାରେ ମା’ଙ୍କ ପାଇଁ ସମ୍ବଲପୁରୀ ଶାଢି କିଣିଥିଲି: ଡ. ଆଲୋକ ସାହୁ

ଜନ୍ମ ମୋର ଯାଜପୁରରେ ହୋଇଥିଲେ ହେଁ ବାପା ଯେହେତୁ କେନ୍ଦୁଝରରେ ଚାକିରି କରୁଥିଲେ ତେଣୁ ମୋ ସ୍କୁଲ ପାଠପଢା ସେଇଠି ହିଁ ହୋଇଥିଲା। ସ୍ଥାନୀୟ ଆନନ୍ଦପୁରସ୍ଥିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri