ଶାସକ ଦଳରେ କନ୍ଦଳ, ଫାଇଦା ଆଶାରେ ବିରୋଧୀ

ଅସ୍ତରଙ୍ଗ,୧୯।୨(ପ୍ରଦୀପ୍ତ ଦୀକ୍ଷିତ):ପୁରୀ ଜିଲା କାକଟପୁର ବିଧାନସଭା ନିର୍ବାଚନମଣ୍ଡଳୀ ଅସ୍ତରଙ୍ଗ ବ୍ଲକର ୧୫, କାକଟପୁର ବ୍ଲକର ୧୬, ଗୋପ ବ୍ଲକର ୧୪ ପଞ୍ଚାୟତ ଓ କୋଣାର୍କ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି)କୁ ନେଇ ଗଠିତ। ଏହି ଆସନରୁ ୨୦୧୯ ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ଭାଜପା) ଛାଡ଼ି ବିଜୁ ଜନତା ଦଳ (ବିଜେଡି) ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ତୁଷାରକାନ୍ତି ବେହେରା ବିଧାୟକ ଭାବେ ନିର୍ବାଚିତ ହୋଇ ଏବେ ମନ୍ତ୍ରୀ ଅଛନ୍ତି। ସେପଟେ ଗତ ବିଧାନସଭା ନିର୍ବାଚନବେଳେ ହାତପାଆନ୍ତାରୁ ବିଜେଡି ଟିକେଟରୁ ବଞ୍ଚିତ ହୋଇଥିବା ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ ନିର୍ବାଚନମଣ୍ଡଳୀରେ ସମାନ୍ତରାଳ ଭାବେ ଅସନ୍ତୁଷ୍ଟ ବିଜେଡି କର୍ମୀଙ୍କୁ ନେଇ ତାଙ୍କ ସାଙ୍ଗଠନିକ କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ତାଙ୍କ ନେତୃତ୍ୱ ଗତ ପଞ୍ଚାୟତ ନିର୍ବାଚନରେ ଅସ୍ତରଙ୍ଗ ଓ କାକଟପୁର ଭଳି ୨ଟି ଗୁରୁତ୍ୱପୂର୍ଣ୍ଣ ବ୍ଲକ ଅଧ୍ୟକ୍ଷ ପଦ ଦଖଲ କରିଥିଲା। ବର୍ତ୍ତମାନ ବିଭିନ୍ନ ସଭାସମିତିରେ ମନ୍ତ୍ରୀ ଓ ପୂର୍ବତନ ବିଧାୟକ ଏବଂ ଉଭୟଙ୍କ ସମର୍ଥକମାନେ ମୁହଁାମୁହିଁ ହେବା ସାଧାରଣ ଭୋଟରଙ୍କୁ ପ୍ରଭାବିତ କରୁଛି। ଦଳ ମଧ୍ୟରେ ଗୋଷ୍ଠୀ କନ୍ଦଳ ଏବେ ଚରମସୀମାରେ ପହଞ୍ଚତ୍ଥିବାରୁ ଏହା ବିରୋଧୀଙ୍କୁ ସୁହାଇବ ବୋଲି ଆଲୋଚନା ହେଲାଣି।
ବିଭାଜନ ରୋକିବା ପାଇଁ ଇତିହାସର ପୁନରାବୃତ୍ତି ହେବାର ସମ୍ଭାବନା ଦେଖାଦେଇଛି। ୨୦୦୯ରେ କାକଟପୁର ସଂରକ୍ଷିତ ଆସନ ହେବା ପରଠୁ ଗତ ତିନିଗୋଟି ବିଧାନସଭା ନିର୍ବାଚନରେ ବିଜେଡି ତା’ର ପ୍ରାର୍ଥୀ ବଦଳାଇ ସୁଫଳ ପାଇଛି ଏବଂ ପ୍ରତି ନିର୍ବାଚନରେ ଭୋଟ ପ୍ରତିଶତ ବଢ଼ି ଚାଲିଛି। ୨୦୦୯ ନିର୍ବାଚନରେ ବିଜେଡି ପ୍ରାର୍ଥୀ ରବି ମଲ୍ଲିକ ୧୬ ହଜାରରୁ ଅଧିକ ଭୋଟରେ ବିଜୟ ଲାଭ କରିଥିବା ବେଳେ ୨୦୧୪ରେ ସୁରେନ୍ଦ୍ର ସେଠୀ ୪୧ ହଜାରରୁ ଅଧିକ ଭୋଟ ଏବଂ ୨୦୧୯ରେ ମନ୍ତ୍ରୀ ତୁଷାରକାନ୍ତି ବେହେରା ୪୬ ହଜାରରୁ ବେଶି ଭୋଟରେ ଜିତିଥିଲେ। ଏଠାରେ ଦଳ ଗୋଷ୍ଠୀ କନ୍ଦଳକୁ ପ୍ରଶମିତ କରି ତା’ର ବିଜୟଧାରାକୁ ଅବ୍ୟାହତ ରଖିବା ପାଇଁ ପୂର୍ବ ନିର୍ବାଚନଗୁଡ଼ିକ ଭଳି ୨୦୨୪ ସାଧାରଣ ନିର୍ବାଚନରେ ମଧ୍ୟ ନୂଆ ପ୍ରାର୍ଥୀ ଦେବାର ସମ୍ଭାବନା ଥିବା ରାଜନୈତିକ ବିଶାରଦମାନେ ଆକଳନ କରିଛନ୍ତି। ଇତିମଧ୍ୟରେ ନୂଆ ପ୍ରାର୍ଥୀ ଭାବେ ଚର୍ଚ୍ଚାର ଆଗରେ ଯୁବ ସାମାଜିକ କର୍ମୀ ତଥା ପୂର୍ବତନ ସରପଞ୍ଚ ପ୍ରଫୁଲ୍ଲ ବେହେରାଙ୍କ ନାମ ଆଲୋଚନା ହେଉଛି। ପ୍ରଫୁଲ୍ଲ ତୃଣମୂଳସ୍ତରରୁ ରାଜନୈତିକ ଜୀବନ ଆରମ୍ଭ କରି ତାଙ୍କ ପତ୍ନୀଙ୍କୁ ଥରେ ଅସ୍ତରଙ୍ଗ ସମିତି ସଭ୍ୟା କରାଇଥିବା ବେଳେ ନିଜେ ମଧ୍ୟ ସରପଞ୍ଚ ଭାବେ ୨୦୧୭ରୁ ୨୦୨୨ ପର୍ଯ୍ୟନ୍ତ କାର୍ଯ୍ୟକରି ଅସ୍ତରଙ୍ଗ ସମେତ ନିର୍ବାଚନମଣ୍ଡଳୀରେ ସାଙ୍ଗଠନିକ ଦକ୍ଷତା ବଢ଼ାଇ ଚାଲିଛନ୍ତି। ୨୦୧୨ ମସିହାରେ ସେ ଅସ୍ତରଙ୍ଗ ବ୍ଲକ ବିଜେଡି଼ ସାଧାରଣ ସମ୍ପାଦକ ଥିଲେ। ଏଥିସହ ୨୦ ବର୍ଷ ଧରି ସ୍ବେଚ୍ଛାସେବୀ ସଙ୍ଗଠନରେ କାର୍ଯ୍ୟ କରିଆସୁଥିବା ପ୍ରଫୁଲ୍ଲ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନ, ଜୀବିକା ଓ ମିଶନଶକ୍ତିର ସ୍ବୀକୃତିପ୍ରାପ୍ତ ତାଲିମଦାତା ଭାବେ ପୁରୀ ଜିଲା ସମେତ ବିଭିନ୍ନ ଜିଲାର ନିର୍ବାଚିତ ପଞ୍ଚାୟତ ପ୍ରତିନିଧି, ମିଶନଶକ୍ତି ସଭାନେତ୍ରୀ, ସମ୍ପାଦିକା, ଏମ୍‌.ବି.କେ, ସି.ଆର୍‌.ପି.ଙ୍କ ସହ ରାଜ୍ୟ ସରକାରଙ୍କ ଜାତୀୟ ସ୍ବାସ୍ଥ୍ୟ ମିଶନ ଅଧୀନରେ ଥିବା ସ୍ବାସ୍ଥ୍ୟକର୍ମୀ, ଏ.ଏନ୍‌.ଏମ୍‌ ଓ ଆଶା କର୍ମୀମାନଙ୍କୁ ତାଲିମ ପ୍ରଦାନ କରୁଛନ୍ତି। ବିଜେଡି କର୍ମୀ ଭାବେ ସେ ସବୁ ଗୋଷ୍ଠୀଙ୍କୁ ସାଥିରେ ନେଇ ଦଳକୁ ଠିକ୍‌ ଜାଗାରେ ପହଞ୍ଚାଇ ପାରିବେ ବୋଲି ନିର୍ବାଚନମଣ୍ଡଳୀ ସାରା ଚର୍ଚ୍ଚା ହେଉଛି। ବିଜେଡି ଶୀର୍ଷ ନେତୃତ୍ୱ ନୂଆ ପ୍ରାର୍ଥୀ ଦେଇ କାକଟପୁରରେ ବାରମ୍ବାର କରୁଥିବା ପରୀକ୍ଷଣ ୨୦୨୪ରେ ଲାଗୁ କଲେ ପ୍ରଫୁଲ୍ଲଙ୍କୁ ଟିକେଟ ମିଳିପାରେ ବୋଲି କୁହାଯାଉଛି। କିନ୍ତୁ ମନ୍ତ୍ରୀ ତୁଷାରକାନ୍ତି ଓ ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀଙ୍କ ସମର୍ଥକମାନେ ନିଜ ନେତା ଦଳୀୟ ଟିକେଟ ପାଇବେ ବୋଲି କହୁଛନ୍ତି। ତେବେ ନିକଟରେ ମନ୍ତ୍ରୀ ତୁଷାରକାନ୍ତି ନିଜ ନିର୍ବାଚନମଣ୍ଡଳୀରେ ହେଉଥିବା ଏକ ଦଳୀୟ କାର୍ଯ୍ୟକ୍ରମକୁ ବିନା ନିମନ୍ତ୍ରଣରେ ଯିବା ବେଳେ ସ୍ଥାନୀୟ ନେତାଙ୍କ ବିରୋଧର ସମ୍ମୁଖୀନ ହୋଇଥିବା ଦେଖିବାକୁ ମିଳିଥିଲା। ସେଥିରୁ ତାଙ୍କ ଲୋକପ୍ରିୟତା ହ୍ରାସ ପାଉଛି ବୋଲି ଲୋକେ କଥାବାର୍ତ୍ତା ହେଉଛନ୍ତି। ରାଜନୈତିକ ସମୀକ୍ଷକଙ୍କ ମତରେ ବିଜେଡି ଦଳୀୟ ଟିକେଟ କାହାକୁ ଦେଉଛି, ତାହା ଉପରେ କାକଟପୁର ରାଜନୀତି ନିର୍ଭର କରୁଛି।
ଅପେକ୍ଷାକୃତ ଦୁର୍ବଳ ସ୍ଥିତିରେ ଥିବା ବିରୋଧୀ ଭାଜପା ଓ କଂଗ୍ରେସ ଶାସକ ବିଜେଡିର ଅନ୍ତଃ କନ୍ଦଳରୁ ଫାଇଦା ନେବା ଆଶାରେ ଅନାଇ ବସିଛନ୍ତି। କେତେକେ କହୁଛନ୍ତି, ବିଜେଡି ଟିକେଟ ଆଶାୟୀ ଥିବା ନେତା ଦଳରୁ ନିରାଶ ହେଲେ ବିରୋଧୀ ଶିବିରକୁ ଡେଇଁପାରନ୍ତି। ସେତେବେଳେ ନିର୍ବାଚନମଣ୍ଡଳୀ ସମୀକରଣ ବଦଳିବାର ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅପହଞ୍ଚ ଗାଁରେ ଆଶାର କିରଣ: ସ୍ୱାବଲମ୍ବୀ ହେବେ ସାନ୍ତାଳୀ ମହିଳା, ମିଶନ ଶକ୍ତିରେ ଯୋଡ଼ି ହୋଇ…

ମହାକାଳପଡ଼ା,୪ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ଉପକୂଳ ସମୁଦ୍ର ତଟରେ ଅବସ୍ଥିତ ଅପହଞ୍ଚ ସାନ୍ତାଳୀ ଗ୍ରାମ ‘ପାଣିଖିଆ’। ଅନାଦି କାଳରୁ ଏହି ଗ୍ରାମର ସାନ୍ତାଳୀ…

ଆଗକୁ ପଞ୍ଚାୟତ ନିର୍ବାଚନ: ଜିତିବା ପାଇଁ ଭାଜପା କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ

ଭୁବନେଶ୍ୱର,୪ା୧୦: ରାଜ୍ୟରେ ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ। ଗ୍ରାମାଞ୍ଚଳରେ ଦଳର ସଂଗଠନକୁ ଆହୁରି ସୁଦୃଢ଼ କରିବା ଏବଂ ନିର୍ବାଚନୀ ମଇଦାନରେ ସଫଳତା ହାସଲ କରିବା ପାଇଁ ଭାରତୀୟ…

ଏମ.ଏସ. ଧୋନିଙ୍କ ଯୋଗୁ ଟିମ ଇଣ୍ଡିଆ ତୃତୀୟ ଦିନିକିଆ ମ୍ୟାଚ ହାରିଗଲା; ଐତିହାସିକ ବିଜୟ ପରେ ଏକ ବଡ଼ ରହସ୍ୟ ଖୁଲାସା କଲେ…

ନୂଆଦିଲ୍ଲୀ,୪।୧୦: ଶନିବାର ନୂଆ ଚଣ୍ଡିଗଡ଼ରେ ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟାଚରେ ଭାରତୀୟ କ୍ରିକେଟ ଦଳ ୱେଷ୍ଟଇଣ୍ଡିଜ ଠାରୁ ପରାଜିତ ହୋଇଛି। ଶାଇ ହୋପଙ୍କ ଚମତ୍କାର ଶତକ ବଳରେ…

IND vs WI:‘ବର୍ତ୍ତମାନ ପରୀକ୍ଷା-ନିରୀକ୍ଷା କରିବାର ସମୟ ନୁହେଁ’ ରୋହିତ ଶର୍ମା, ବିରାଟ କୋହଲିଙ୍କୁ ନେଇ ବଡ଼ କଥା କହିଲେ ଶୁବମନ ଗିଲ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳର ଦୁଇ ପ୍ରମୁଖ ଖେଳାଳି ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ନେଇ, ବିଶେଷକରି ଆସନ୍ତା ବର୍ଷ ହେବାକୁ ଥିବା ଦିନିକିଆ ବିଶ୍ୱକପରେ…

ଡବଲ ପର୍ସନାଲିଟିର ଶିକାର ହୋଇଛନ୍ତି ବୈଭବ ସୂର୍ଯ୍ୟବଂଶୀ! ଶ୍ରେୟସ ଆୟର ଖୋଲିଲେ ବିସ୍ଫୋରକ ବ୍ୟାଟରଙ୍କ ରାଜ

ନୂଆଦିଲ୍ଲୀ,୪।୧୦: ଯୁବ ଭାରତୀୟ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ ତାଙ୍କର ଧୂଆଁଧାର ବ୍ୟାଟିଂ ପାଇଁ ଜଣାଶୁଣା; ଯେତେବେଳେ ସେ ଲୟକୁ ଆସନ୍ତି, ସେତେବେଳେ ତାଙ୍କ ପ୍ରଭାବ ସାରା ବିଶ୍ୱରେ…

Chanakya Niti: ସ୍ତ୍ରୀଙ୍କ ପାଖରେ ସବୁବେଳେ ସ୍ବାମୀ ଏହି ୫ କଥା ଲୁଚାଇ ରଖିବା ଜରୁରୀ, ନଚେତ୍‌…

ସଫଳ ଏବଂ ସୁଖମୟ ଜୀବନ ବିତାଇବା ପାଇଁ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଅତ୍ୟନ୍ତ ମାର୍ଗଦର୍ଶକ ସାବ୍ୟସ୍ତ ହୋଇଥାଏ। ନିଜର ଆତ୍ମସମ୍ମାନ, ସମ୍ପର୍କ ଏବଂ ସାମାଜିକ ପ୍ରତିଷ୍ଠାକୁ ବଜାୟ…

ବ୍ରହ୍ମପୁରରେ ପୁଣି ଏକ ମୁଣ୍ଡ ଗଡ଼ିଲା: ପେଶାଦାର ଅପରାଧୀଙ୍କୁ ହତ୍ୟା

ବ୍ରହ୍ମପୁର, ୪/୧୦ (ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁରରେ ପୁଣି ଏକ ମୁଣ୍ଡ ଗଡ଼ିଛି। ଘଟଣାଟି ନିମଖଣ୍ଡି ଗାଁ ମୁଣ୍ଡରେ ଘଟିଛି। ଜଣେ ପେଶାଦାର ଅଭିଯୁକ୍ତଙ୍କ ବେକ କାଟି…

ଶେଖ ହାସିନା କେବେ ବାଂଲାଦେଶ ଫେରିବେ? ଉତ୍ତର ଦେଲା ଭାରତ

ନୂଆଦିଲ୍ଲୀ/ଢାକା,୪।୧୦: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ପ୍ରତ୍ୟାବର୍ତ୍ତନ ସମ୍ବନ୍ଧୀୟ ପ୍ରଶ୍ନର ଉତ୍ତର ଦେଇ ଭାରତ କହିଛି ଯେ ତାଙ୍କ ଫେରିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟସୀମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?