ପରିଚୟ ଖୋଜୁଛି ଐତିହାସିକ ମହୁରିଗଡ଼

ବ୍ରହ୍ମପୁର,୧୯ା୨(ଅଶୋକ କୁମାର ସାହୁ):ଗଞ୍ଜାମ ଜିଲା ମହୁରି ରାଜବଂଶର ଅନେକ ଐତିହ୍ୟ ସୁରକ୍ଷା ଅଭାବରୁ ଏବେ ଧ୍ୱଂସପ୍ରାୟ। ସେହି ଧ୍ୱଂସାବଶେଷ ଉପରେ ଠିଆ ହୋଇଥିବା ବ୍ରିଟିଶ ଯୁଦ୍ଧର ମୂକସାକ୍ଷୀ ମହୁରିଗଡ଼ ଭଳି ମଧ୍ୟଯୁଗୀୟ ଐତିହ୍ୟ ଆଉ କିଛିଦିନ ପରେ ମାଟିରେ ମିଶିଯିବ। ରାଜତନ୍ତ୍ରର ସାକ୍ଷୀ ହୋଇ ରହିଥିବା ଏହି ଜୀର୍ଣ୍ଣ ଗଡ ପ୍ରତି ଜିଲା ପ୍ରଶାସନର ଦୃଷ୍ଟି ନ ପଡ଼ିବା କ୍ଷୋଭର ବିଷୟ ବୋଲି ଐତିହାସିକମାନେ କହିିଛନ୍ତି।
ବ୍ରହ୍ମପୁର ଉପକଣ୍ଠ ତଥା କୁକୁଡାଖଣ୍ଡି ବ୍ଲକରେ ରହିଛି ମହୁରିଗଡ଼। ଏହା ବ୍ରହ୍ମପୁରଠାରୁ ୧୫ କିମି ଓ ୧୬ ନଂ. ଜାତୀୟ ରାଜପଥର କନିଷିଠାରୁ ମାତ୍ର ୮ କିମି ଦୂର। ଇତିହାସ କହେ ପୁରୀ ରାଜା ପୁରୁଷୋତ୍ତମଦେବ କାଞ୍ଚତ୍ ବିଜୟରୁ ସୈନ୍ୟଙ୍କୁ ନେଇ ଫେରିବା ବେଳେ ବାଟରେ ସମସ୍ତ ସର୍ଦ୍ଦାରଙ୍କୁ ଗୋଟିଏ ଗୋଟିଏ ଅଞ୍ଚଳ ଦାନ କରି ସେଠାରେ ସେମାନଙ୍କୁ ରାଜା ହେବାକୁ ନିର୍ଦ୍ଦେଶ ଦେଲେ। ସୋମରାଜ ଓ ଭୀମରାଜ ନାମକ ଦୁଇ ସର୍ଦ୍ଦାରଙ୍କୁ ସେ ସମୟରେ ଏହି ରାଜ୍ୟ ମିଳିଥିଲା। ଯୁଦ୍ଧ ବେଳେ ଉକ୍ତ ୨ ସର୍ଦ୍ଦାର ମହୁରି ବାଦନ କରିଥିବାରୁ ଉକ୍ତ ରାଜ୍ୟର ନାମ ମହୁରି ରଖାଯାଇଥିଲା। ଏହା ୧୪୫୦ ମସିହାର କଥା। ସୋମରାଜ ଏହି ଗଡ଼ଜାତ ରାଜ୍ୟର ରାଜା ହେଲେ ଓ ଭୀମରାଜ ଥାଟ ରାଜା ହେଲେ। ସୋମରାଜଙ୍କ ପୁଅ ପୁରୁଷୋତ୍ତମ ସିଂହ, ପୁରୁଷୋତ୍ତମଙ୍କ ପୁଅ ଧ୍ରୁବ ସିଂହ, ଧ୍ରୁବ ସିଂହଙ୍କ ବଂଶଧର ହେଉଛନ୍ତି ମହୁରି ରାଜ ପରିବାର। ମହୁରି ରାଜ୍ୟର ପରିଧି ୫୨୧ ବର୍ଗ ମାଇଲ। ଗ୍ରାମ ସଂଖ୍ୟା ୪୧୧। ଏହି ଗଡରେ ୭ ଦୁର୍ଗ ଥିଲା। ସେଗୁଡିକ ହେଲା ମହୁଡାଗଡ, ସାତପହଣ୍ଡିଆ, ପାଣ୍ଡିଆଝୋଳି, ନୂଆଗାଁ, ନଳିହାଡ, ଡେଙ୍ଗାପଦର, ନାରାୟଣପୁର। ମହୁରିଗଡ (ମହୁଡା) ଥିଲା ଉକ୍ତ ରାଜ୍ୟର ରାଜଧାନୀ। ରାଜାଙ୍କ ଉଆସ, ଜଗନ୍ନାଥ ମନ୍ଦିର ଏବଂ ବହୁ ଐତିହାସିକ କୀର୍ତ୍ତି ଏଠାରେ ରହିଛି । ୬ ପୁରୁଷ ଧରି ଏହି ମହୁରି ରାଜବଂଶର ଶାସନାଧୀନ ଥିଲା ଏହି ଗଡ଼। ୧୭୫୫ରେ ଫରାସୀମାନେ ଏହି ଗଡ଼କୁ ଅକ୍ତିଆର କରିବାକୁ ଆସିଲେ। ସେମାନଙ୍କ ସହିତ ମହୁରି ରାଜାଙ୍କ ଯୁଦ୍ଧ ହୋଇଥିଲା। ପରେ ୧୭୬୫ ବେଳକୁ ଇଷ୍ଟ ଇଣ୍ଡିଆ କମ୍ପାନୀର ସୈନ୍ୟମାନେ ଆସି ମହୁରି ରାଜ୍ୟକୁ ଅକ୍ତିଆର କରିବାକୁ ଚେଷ୍ଟା କରିବାରୁ ତାଙ୍କ ସହ ବି ଯୁଦ୍ଧ ହେଲା। ଅନେକ ମନ୍ଦିର, ମଠ ସେମାନେ ଭାଙ୍ଗି ଦେଇଥିଲେ। ଏଭଳି ଯୁଦ୍ଧ ପରେ ଯୁଦ୍ଧ ମହୁରି ରାଜାଙ୍କୁ ଅସ୍ତବ୍ୟସ୍ତ କରିଦେଇଥିଲା। ସେତିକିବେଳେ ମହୁରି ରାଜ ପରିବାର ଭିତରେ ବିବାଦ ଲାଗିଲା। ୧୭୮୨ ଡିସେମ୍ବର ୧୦ରେ ମହୁରିର ତତ୍କାଳୀନ ରାଜା ହରିହର ନରେନ୍ଦ୍ର ଦେବଙ୍କୁ ତାଙ୍କ ଭାଇମାନେ ହତ୍ୟା କରିଥିବା ଇତିହାସରୁ ଜଣାପଡ଼େ। ପାରିବାରିକ ବିବାଦ ଓ ଶତ୍ରୁତାରୁ ରାଜ ପରିବାର ଦୁର୍ବଳ ହୋଇପଡ଼ିଲେ। ମହୁରିରେ ପ୍ରଜାଙ୍କଠାରୁ ଆଉ ରାଜସ୍ବ ଆଦାୟ ହୋଇପାରିଲାନି। ଫଳରେ ୬୦ ହଜାର ଟଙ୍କା ଖଜଣା ବାକି ପଡ଼ିବାରୁ ୧୮୩୨-୩୩ ବେଳକୁ ବ୍ରିଟିଶ ସରକାର ଏହି ରାଜ୍ୟକୁ ନିଲାମ କରିଦେଲେ। ୧୮୩୭-୪୦ମସିହା ଭିତରେ ମହୁରି ରାଜ୍ୟରେ ମରୁଡି ପଡ଼ିଲା। ମହୁରି ରାଜ ପରିବାର ମହୁଡା ଛାଡ଼ି ବ୍ରହ୍ମପୁର ଚାଲିଆସିଲେ। ଫଳରେ ବ୍ରିଟିଶ ଯୁଦ୍ଧର ମୂକସାକ୍ଷୀ ଐତିହାସିକ ମହୁରିଗଡ଼ ପରିତ୍ୟକ୍ତ ହୋଇପଡ଼ିଲା। ସରକାର ମହୁରି ରାଜ୍ୟକୁ ନିଜ ହାତକୁ ନେଇଗଲେ। ମହୁରି ରାଜାଙ୍କୁ କିଛି ପାରିତୋଷିକ ଦେଇ ବ୍ରହ୍ମପୁରରେ ରଖିଲେ। ଏହା ହିଁ ଥିଲା ମହୁରିଗଡ ଧ୍ୱଂସର କାରଣ ବୋଲି ଗବେଷକ ତଥା ଐତିହାସିକ ଡକ୍ଟର ଅନନ୍ତରାମ କର କୌଣ୍ଡିନ୍ୟ ପ୍ରକାଶ କରିଛନ୍ତି। ବର୍ତ୍ତମାନ ଉକ୍ତ ଗଡ଼ ଲଟାବୁଦାରେ ପରିପୂର୍ଣ୍ଣ ହୋଇପଡ଼ିଛି। ଅନେକ କୀର୍ତ୍ତି ଜରାଜୀର୍ଣ୍ଣ ହୋଇପଡ଼ିଛି। ସୁରକ୍ଷା ଅଭାବରୁ ବ୍ରିଟିଶ ଯୁଦ୍ଧର ମୂକସାକ୍ଷୀ ମହୁରିଗଡ଼ ଆଜି ନିଜ ପରିଚୟ ଖୋଜିବାରେ ଲାଗିଛି। ଏଠାକୁ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଲୋକେ ପିକ୍‌ନିକ୍‌ କରିବାକୁ ଆସୁଥିବା ସ୍ଥାନୀୟ ଲୋକେ କହୁଛନ୍ତି। ଅନେକ ପର୍ଯ୍ୟଟକ ଓ ଗବେଷକ ବି ଏଠାକୁ ଆସୁଛନ୍ତି।
ସରକାରଙ୍କ ଘୋଷଣା ଅନୁସାରେ ଗଞ୍ଜାମରେ ୨୧ ପର୍ଯ୍ୟଟନସ୍ଥଳ ଥିବା ବେଳେ ବ୍ରହ୍ମପୁର ସହର ଉପକଣ୍ଠରେ ଥିବା ଏହି ଐତିହ୍ୟସମ୍ପନ୍ନ ମହୁରିଗଡ଼କୁ ପର୍ଯ୍ୟଟନ ସ୍ଥଳର ମାନ୍ୟତା ମିଳିନାହିଁ। ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ଏହି ଐତିହ୍ୟଗଡ଼ ସମ୍ପର୍କରେ ଗବେଷଣା ହେଉନାହିଁ। ଏ ସମ୍ପର୍କରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାସଙ୍କୁ ପଚାରିବାରୁ ସେ କହିଛନ୍ତି, ତାହାକୁ ଅନୁଧ୍ୟାନ କରାଯିବ। ଯଦି କୌଣସି ଗବେଷଣାତ୍ମକ ବସ୍ତୁ କିମ୍ବା ଶିଳାଲେଖ ବାହାରିବ ତେବେ ସେଥିନେଇ ପଦକ୍ଷେପ ନିଆଯିବ। ଅନ୍ୟପକ୍ଷରେ ଜିଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କୁ ପଚାରିବାରୁ ଉକ୍ତ ପୁରାତନ ଐତିହ୍ୟର ସୁରକ୍ଷା ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?