ପୋରବନ୍ଦର, ଦ୍ୱାରକାରେ ‘ବାୟୁ’ ତାଣ୍ଡବ ରଚିବା ଆଶଙ୍କା !
ଅହମ୍ମଦାବାଦ୍ ୧୩।୬: ଆରବ ସାଗରରେ ଲଘୁଚାପ ଯୋଗୁ ସୃଷ୍ଟି ହୋଇଥିବା ବାତ୍ୟା ବାୟୁ ଗୁଜରାଟ ଉପକୂଳରେ ଲାଣ୍ଡଫଲ କରିବନି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏହା ପୋରବନ୍ଦର, ଦ୍ୱାରକା ଏବଂ ବେରାଓ୍ବଲ ନିକଟ ଦେଇ ଯିବାର କୁହାଯାଉଛି।…
ଏସ୍ସିବି ମେଡିକାଲରେ ବିଦ୍ୟୁତ୍ ବିଭ୍ରାଟ ସାଢ଼େ ୯ ଘଣ୍ଟା କଲବଲ ହେଲେ ରୋଗୀ
କଟକ ଅଫିସ, ୧୩ା୬: ବୁଧବାର ପୂର୍ବାହ୍ନ ୧୦ଟାରୁ ସନ୍ଧ୍ୟା ସାଢେ ୭ଟା ପର୍ଯ୍ୟନ୍ତ ଏସ୍ସିବି ମେଡିକାଲ ସର୍ଜରୀ ୱାର୍ଡର ଦୃଶ୍ୟ ଅତ୍ୟନ୍ତ ଦୁଃଖଦାୟକ ଥିଲା। କାହା ହାତରେ ବରଡ଼ାପତ୍ର ବିଞ୍ଚଣା ତ କାହା ହାତରେ ପ୍ଲାଷ୍ଟିକ୍ ବିଞ୍ଚଣା ପୁଣି କିଏ ଖବରକାଗଜ…
ପ୍ରେମିକ ଗିରଫ: ଲୁଟ୍ ଟଙ୍କାରେ ପ୍ରେମିକାଙ୍କୁ ଦେଉଥିଲେ ଦାମୀ ଉପହାର
କେନ୍ଦ୍ରାପଡ଼ା ଅଫିସ୍, ୧୩ା୬: ଚୋରି, ଡକାୟତି ଟଙ୍କାରେ ପ୍ରେମିକାଙ୍କୁ ଉପହାର ଦେବା ଭଳି ବହୁ ଘଟଣା ଟିଭି ସିରିଏଲ ଓ ସୋସିଆଲ ମିଡିଆରେ ଦେଖିବାକୁ ମିଳେ। ହେଲେ ଏଭଳି ଏକ ସମାନ ଘଟଣା କେନ୍ଦ୍ରାପଡ଼ା ଜିଲାରେ ଘଟିଛି। ପ୍ରେମିକାକୁ ଖୁସି କରିବାକୁ…
ଦୋଳି ପାଇଁ ଗଛ ନାହିଁ
ପୁରୀ ଅଫିସ, ୧୩ା୬: ଗୁରୁବାର ସଜବାଜ ଓ ଶୁକ୍ରବାର ପହିଲି ରଜ। ଓଡ଼ିଶାର ମହାନ ଗଣପର୍ବ ‘ରଜ’କୁ ନେଇ ସବୁଠି ଏବେ ଚଳଚଞ୍ଚଳ। ବର୍ଷକରେ ଥରେ ଆସୁଥିବା ତିନିଦିନିଆ ରଜପର୍ବକୁ ସ୍ବାଗତ ଜଣାଇବା ପାଇଁ ସମସ୍ତେ ପ୍ରସ୍ତୁତ। ଏହି ପର୍ବର ଖାସ୍…
ବହୁଚର୍ଚ୍ଚିତ ଗମ୍ଭାରୀ-ବେଲପଡ଼ା ରାସ୍ତା: ଆରମ୍ଭ ହେଲା ବିଭାଗୀୟ ତଦନ୍ତ
ଖପ୍ରାଖୋଲ, ୧୩।୬(ଡି.ଏନ,ଏ.): ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ପୂର୍ତ୍ତ ବିଭାଗ ଡିଭିଜନ ଅନ୍ତର୍ଗତ ବେଲପଡା-ଗମ୍ଭାରୀ ରାସ୍ତା ନିର୍ମାଣର ମାନ ନିର୍ଦ୍ଧାରଣ ପାଇଁ ବୁଧବାର ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି। ଏକ ବୈଷୟିକ ପ୍ରତିନିଧି ଦଳ ଘଟଣାସ୍ଥଳରେ ପହଞ୍ଚି ରାସ୍ତା ଖୋଳି ନମୁନା ସଂଗ୍ରହ…
ନ୍ୟାୟ ପାଉନାହାନ୍ତି ବଳାତ୍କୃତା: ଆଇନକୁ ପାଳୁନାହାନ୍ତି ସରକାର
କଟକ ଅଫିସ, ୧୩ା୬: ବଳାତ୍କାର ଶିକାର ହେଉଥିବା ପୀଡ଼ିତାମାନଙ୍କୁ ନ୍ୟାୟ ମିଳୁନାହିଁ। ଏମାନଙ୍କ ପାଇଁ ଆଇନରେ ସଂଶୋଧନ ଅଣାଯାଇଥିଲା। ପୂର୍ବରୁ ପୀଡ଼ିତାମାନଙ୍କୁ ସିଆର୍ପିସିର ୩୫୭ ଧାରା ଅନୁଯାୟୀ କୋର୍ଟଙ୍କ ରାୟ କ୍ରମେ କ୍ଷତିପୂରଣ ରାଶି ମିଳୁଥିଲା। ମାତ୍ର ୨୦୦୯ରେ କେନ୍ଦ୍ର ସରକାର…
‘୮୩’ରେ ଦୀପିକା ପାଦୁକୋନ
ମୁମ୍ବାଇ : ଚଳଚ୍ଚିତ୍ର ‘୮୩’ରେ ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ନିଆଯାଇଛି। କ୍ରୀଡ଼ାଭିତ୍ତିକ ଏହି ଚଳଚ୍ଚିତ୍ରରେ ସେ ସ୍ବାମୀ ରଣବୀର ସିଂଙ୍କ ସହ ଅଭିନୟ କରିବେ। ଦୀପିକା ଏହି ଚଳଚ୍ଚିତ୍ରରେ ରୋମୀ ଦେବଙ୍କ ଭୂମିକାରେ ଅଭିନୟ କରୁଥିବାବେଳେ ରଣବୀର କ୍ରିକେଟର କପିଳଦେବଙ୍କ…
ମୋଦି ନେତା, ରାଜନାଥ ଉପନେତା
ନୂଆଦିଲ୍ଲୀ,୧୩ା୬(ପି.ଟି.): ଭାଜପା ସଂସଦୀୟ ଦଳ କାର୍ଯ୍ୟକାରିଣୀ କମିଟି ବୁଧବାର ଘୋଷଣା କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକ ସଭାରେ ଏହାର ନେତା ହୋଇଥିବାବେଳେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂଙ୍କୁ ଉପନେତା ନିଯୁକ୍ତ କରାଯାଇଛି। ସେହିପରି ରାଜ୍ୟ ସଭାରେ କେନ୍ଦ୍ରମନ୍ତ୍ରୀ ଥାଓ୍ବର ଚାନ୍ଦ୍ ଗେହଲଟଙ୍କୁ…
ପ୍ରିୟଙ୍କାଙ୍କୁ ୟୁପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିବାକୁ ଦାବି
ନୂଆଦିଲ୍ଲୀ,୧୩ା୬: କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଆଗାମୀ ୨୦୨୨ ବିଧାନସଭା ନିର୍ବାଚନରେ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବା ଲାଗି କର୍ମୀମାନେ ଦାବି କରିଛନ୍ତି। ୧୨ ଆସନ ଲାଗି ହେବାକୁ ଥିବା ଉପନିର୍ବାଚନରେ ଦଳ କଡ଼ା ମୁକାବିଲା କରିବା…
‘ବାୟୁ’ ଉଠାଇବ ୧୦ ଫୁଟ ଜୁଆର
ନୂଆଦିଲ୍ଲୀ, ୧୩ା୬ :ଆରବ ସାଗରରେ ବାତ୍ୟା ‘ବାୟୁୁ’ ଉଗ୍ରରୂପ ଧାରଣ କରିବା ସହ ଗୁଜରାଟ ଉପକୂଳ ଆଡ଼କୁ ମୁହାଁଇବାରେ ଲାଗିଛି। ଗୁରୁବାର ସକାଳେ ଏହା ଉପକୂଳ ଅଞ୍ଚଳରେ ମାଡ଼ହୋଇ ତାଣ୍ଡବ ରଚିବ ବୋଲି କୁହାଯାଉଛି। ଘଣ୍ଟାକୁ ୧୫୫ରୁ ୧୭୦ କିମି ବେଗରେ…
ପୋଷ୍ଟାଲ ବାଲଟ୍ ମତ: ହିଞ୍ଜିଳିରେ ମୁଖ୍ୟମନ୍ତ୍ରୀ ପଛୁଆ
ଭୁବନେଶ୍ୱର,୧୩ା୬(ବ୍ୟୁରୋ): ସଦ୍ୟ ସମାପ୍ତ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେଡି ଦୁଇ-ତୃତୀୟାଂଶରୁ ଅଧିକ ଆସନରେ ବିଜୟୀ ହୋଇଛି। ଏହା ସତ୍ତ୍ୱେ ଅଧିକାଂଶ ନିର୍ବାଚନମଣ୍ଡଳୀରେ ପୋଷ୍ଟାଲ ବାଲଟରୁ ସଂଗୃହୀତ ହୋଇଥିବା ଭୋଟରେ ବିଜେଡି ଭାଜପାଠାରୁ ପଛରେ ରହିଥିବା ଜଣାପଡିଛି । ଏମିତି କି ଦୁଇଟି…
ଜମ୍ମୁ-କଶ୍ମୀରରେ ରାଷ୍ଟ୍ରପତି ଶାସନ ୬ ମାସ ବଢ଼ିଲା
ନୂଆଦିଲ୍ଲୀ,୧୩ା୬: ଜମ୍ମୁ-କଶ୍ମୀରରେ ରାଷ୍ଟ୍ରପତି ଶାସନ ଆଉ ୬ ମାସ ବଢ଼ାଇବା ଲାଗି କେନ୍ଦ୍ର କ୍ୟାବିନେଟ ବୁଧବାର ନିଷ୍ପତ୍ତି ନେଇଛି। ଏହା ଜୁନ୍ ୨୦ରୁ ଆରମ୍ଭ ହେବାକୁ ଯାଉଥିବା କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି। ୨୦୧୮ ଜୁନ୍ ୨୦ରୁ ଜମ୍ମୁ-କଶ୍ମୀରରେ ରାଜ୍ୟପାଳ ଶାସନ…
Archives


