Posted inଜାତୀୟ

ଖ୍ୟାତି ଆଣି ଦେଇଥିଲା ହାଇପ୍ରୋଫାଇଲ ମାମଲା

ନୂଆଦିଲ୍ଲୀ,୯ା୯ : ୯୬ତମ ଜନ୍ମଦିନ ପାଳନର ମାତ୍ର ୬ ଦିନ ପୂର୍ବରୁ ଖ୍ୟାତନାମା ଆଇନଜୀବୀ ରାମ ଜେଠମାଲାନିଙ୍କର ରବିବାର ସକାଳେ ପରଲୋକ ହୋଇଯାଇଛି। ସେ ଦେଶର ଅନ୍ୟତମ ସର୍ବାଧିକ ପାଉଣା ନେଉଥିବା ଆଇନଜୀବୀ ଏବଂ କେନ୍ଦ୍ରରେ ଆଇନ ଓ ସହରାଞ୍ଚଳ ବିକାଶ ମନ୍ତ୍ରୀ ଥିଲେ। ସେ ଭାରତର ବାର୍‌ କାଉନସିଲ୍‌ ସଭାପତି ମଧ୍ୟ ରହିଥିଲେ।
୧୯୨୩ ସେପ୍ଟେମ୍ବର ୧୪ରେ ସିନ୍ଧ୍‌ରେ ଜନ୍ମିତ ଜେଠମାଲାନି ମାତ୍ର ୧୭ ବର୍ଷ ବୟସରେ ଆଇନ ଡିଗ୍ରୀ ହାସଲ କରି ଦେଶ ବିଭାଜନ ପର୍ଯ୍ୟନ୍ତ କରାଚୀରେ ଆଇନ ବ୍ୟବସାୟ କରୁଥିଲେ। ସେ ବହୁ ବଡ଼ ମାମଲାରେ ଆଇନ ଖିଲାପକାରୀଙ୍କ ସପକ୍ଷରେ ଲଢ଼ି ଖବରକାଗଜର ଶିରୋନାମା ମଣ୍ଡନ କରିଥିଲେ। ଶ୍ରେଷ୍ଠ ଫୌଜଦାରି ଓକିଲ ଭାବେ ସେ ଦେଶର ବହୁ କ୍ଷମତାଶାଳୀ ବ୍ୟକ୍ତିଙ୍କ ପାଇଁ ମାମଲା ଲଢ଼ିଛନ୍ତି। ଅଦାଲତ ପ୍ରକୋଷ୍ଠରେ ସାକ୍ଷୀଙ୍କୁ ଗୁଡେଇତୁଡେଇ ପ୍ରଶ୍ନ କରିବା କୌଶଳ ପାଇଁ ସେ ଜଣାଶୁଣା ଥିଲେ।
ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ହତ୍ୟା ମାମଲାରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ପାଇଁ ମାମଲା ଲଢ଼ୁଥିଲେ ଜେଠମାଲାନି। ଏହା ବ୍ୟତୀତ ବହୁଚର୍ଚ୍ଚିତ ଜେସିକା ଲାଲ୍‌ ହତ୍ୟା ମାମଲାରେ ମନୁ ଶର୍ମାଙ୍କର ଓକିଲ ଥିଲେ ସେ। ବହୁକୋଟି ଟଙ୍କାର ଶେୟାର ବଜାର ଦୁର୍ନୀତି ମାମଲାରେ ସେ ହର୍ଷଦ ମେହେଟ୍ଟା ଏବଂ କେତନ ପାରେଖଙ୍କ ପାଇଁ ମାମଲା ଲଢ଼ିଥିଲେ।
କରାଚୀ ଦଙ୍ଗା ପରେ ୧୯୪୮ ଫେବୃୟାରୀରେ ଜେଠମାଲାନି ଭାରତ ଆସି ବମ୍ବେ ହାଇକୋର୍ଟରେ ସେ ତତ୍କାଳୀନ ବମ୍ବେ ରାଜ୍ୟର ମୁଖ୍ୟମନ୍ତ୍ରୀ ମୋରାରଜୀ ଦେଶାଇଙ୍କ ଦ୍ୱାରା ଗୃହୀତ ଆଇନ ବିରୋଧରେ ଲଢ଼ି ଜିତିଥିଲେ। ୧୯୬୨ରେ ନାନାବତୀ ମାମଲା ତାଙ୍କ ଜୀବନର ମୋଡ଼ ବଦଳାଇଦେଇଥିଲା। ତ୍ରିକୋଣୀୟ ପ୍ରେମରୁ ଏହି ହତ୍ୟାକାଣ୍ଡ ହୋଇଥିଲା, ଯେଉଁଥିରେ ନୌସେନା କମାଣ୍ଡର କେ.ଏମ୍‌ ନାନାବତୀ ସମ୍ପୃକ୍ତ ଥିଲେ। ନୌସେନା କମାଣ୍ଡର ସ୍ତ୍ରୀଙ୍କ ପ୍ରେମିକ ଆହୁଜାଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣା ସେତେବେଳେ ଦେଶବ୍ୟାପୀ ଚର୍ଚ୍ଚା ହୋଇଥିଲା। ରାୟକୁ ନେଇ ପାର୍ସୀ ଓ ସିନ୍ଧି ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା ଦେଖାଦେବାରୁ ଭାଇ ହତ୍ୟାକୁ ଭୁଲିଯିବା ପାଇଁ ମାମି ଆହୁଜାଙ୍କୁ ବୁଝାଇବାରେ ଜେଠମାଲାନି ସକ୍ଷମ ହୋଇଥିଲେ। ଭାଇର ହତ୍ୟାକାରୀଙ୍କୁ କ୍ଷମା ଦେବାପାଇଁ ମାମି କୋର୍ଟଙ୍କୁ ପତ୍ର ଲେଖିଥିଲେ।
୧୯୭୫ ଜୁନ୍‌ ୨୫ ରାତିରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଜରୁରୀ ପରିସ୍ଥିତି ଜାରି କରିଥିଲେ। ସେତେବେଳେ ଶହ ଶହ ରାଜନେତା ଓ ଖବରଦାତାଙ୍କୁ ଜେଲ ପଠାଯାଇଥିଲା କିମ୍ବା ଗୃହବନ୍ଦୀ କରାଯାଇଥିଲା। ଶାନ୍ତି ଭୂଷଣଙ୍କ ନେତୃତ୍ୱରେ ୧୨ ଆଇନଜୀବୀ ବେଆଇନ ଗିରଫଦାରିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ସେମାନଙ୍କ ମଧ୍ୟରେ ଥିଲେ ଜେଠମାଲାନି। ଜରୁରୀ ପରସ୍ଥିତି ବେଳେ ଜୀବନ ଧାରଣ ଅଧିକାର ଭଳି ମୌଳିକ ଅଧିକାର ଉଚ୍ଛେଦ କରିବା ଅଧିକାର ସରକାରଙ୍କର ଅଛି କି ବୋଲି ସେ ସର୍ବୋଚ୍ଚ ଅଦାଲତରେ ପ୍ରଶ୍ନ କରିଥିଲେ। ସୁପ୍ରିମକୋର୍ଟ ସରକାରଙ୍କ ସପକ୍ଷରେ ରାୟ ଦେଇଥିଲେ ବି ୫ ଜଣିଆ ଖଣ୍ଡପୀଠର ଜଣେ ବିଚାରପତି ଏହା ବିରୋଧରେ ମତ ଦେଇଥିଲେ।
ଇନ୍ଦିରା ଗାନ୍ଧୀ ହତ୍ୟା ମାମଲାରେ ଅଭିଯୁକ୍ତ ବଲବୀର ସିଂ ଓ ଖେହର ସିଂଙ୍କ ପାଇଁ ଜେଠମାଲାନି ମାମଲା ଲଢ଼ିଥିଲେ। ତେବେ ସେ ଅଙ୍ଗରକ୍ଷୀ ଖେହର ସିଂଙ୍କୁ ମୃତ୍ୟୁଦଣ୍ଡରୁ ବଞ୍ଚାଇପାରି ନ ଥିଲେ। ସେହିପରି ରାଜୀବ ଗାନ୍ଧୀ ହତ୍ୟା ମାମଲାରେ ଜେଲରେ ୨୩ ବର୍ଷ କଟାଇସାରିଥିବାରୁ ଏଲ୍‌ଟିଟିଇ କର୍ମୀ ମୁରୁଗାନଙ୍କ ମୃତ୍ୟୁଦଣ୍ଡ କୋହଳ କରିବା ପାଇଁ କୋର୍ଟରେ ଯୁକ୍ତି ଉପସ୍ଥାପନ କରିଥିଲେ ଜେଠମାଲାନି।
ହର୍ଷଦ ମେହେଟ୍ଟା ଷ୍ଟକ୍‌ ମାର୍କେଟ ଦୁର୍ନୀତି ମାମଲାରେ ମେହେଟ୍ଟା ପରିବାର ପାଇଁ ଜେଠମାଲାନି ମକଦ୍ଦମା ଲଢ଼ିଥିଲେ। ଏହା ବ୍ୟତୀତ ଅନେକ ହାଇପ୍ରୋଫାଇଲ ମାମଲା ଯଥା ୨୦୦୧ ପାର୍ଲାମେଣ୍ଟ ଭବନ ଆକ୍ରମଣ, ଜେସିକା ଲାଲ୍‌ ହତ୍ୟା ମାମଲାରେ ମନୁ ଶର୍ମାଙ୍କ ପାଇଁ, ହାଓ୍ବଲା ମାମଲାରେ ବରିଷ୍ଠ ଭାଜପା ନେତା ଲାଲକୃଷ୍ଣ ଆଡଭାନୀଙ୍କ ପାଇଁ ଏବଂ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଜୟଲଲିଥାଙ୍କ ପାଇଁ ଏହି ବରିଷ୍ଠ ଆଇନଜୀବୀ ଲଢ଼ିଥିଲେ। ସେହିପରି ୨ଜି ଦୁର୍ନୀତି ମାମଲାରେ କାନିମୋଝିଙ୍କ ପାଇଁ, ଗୋଖାଦ୍ୟ ଦୁର୍ନୀତି ମାମଲାରେ ଆର୍‌ଜେଡି ମୁଖ୍ୟ ଲାଲୁ ଯାଦବଙ୍କ ପାଇଁ ଏବଂ ଖଣି ଦୁର୍ନୀତି ମାମଲାରେ ବି.ଏସ୍‌. ୟେଦୁରପ୍ପାଙ୍କ ଓକିଲ ଥିଲେ ଜେଠମାଲାନି।


Enter your email to get our daily news in your inbox.

All Right Reserved By Dharitri.Com

ହଠାତ୍ ହେଲା ବଜ୍ରପାତ: ଟଳିପଡ଼ିଲେ ଗୋଟିଏ ପରେ ଗୋଟିଏ ଛେଳି

ଭଞ୍ଜନଗର,୨୦।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାତାରସିଂ ଥାନା ଅନ୍ତର୍ଗତ କୁଟୁଣୀକୁମ୍ପା ଗ୍ରାମ ନିକଟରେ ଶନିବାର ଅପରାହ୍ନରେ ବଜ୍ରପାତ ମାରିବାରୁ ୧୭ଟି ଛେଳି ମୃତ୍ୟୁବରଣ କରିଛି। କ୍ଷତିଗ୍ରସ୍ତ ଚାଷୀମାନେ ଗରିବ…

ସେକେଣ୍ଡ ହ୍ୟାଣ୍ଡ ଗାଡ଼ି କିଣୁଥିଲେ ସାବଧାନ ! କେବଳ ଲୁକ୍‌ ନୁହେଁ ନିଶ୍ଚିତ ଯାଞ୍ଚ କରନ୍ତୁ ଏସବୁ ଜରୁରୀ ଡକ୍ୟୁମେଣ୍ଟ

ନୂଆ କାର୍‌ ତୁଳନାରେ କମ ଦାମ୍‌ରେ ଗାଡ଼ି ବା ସେକେଣ୍ଡ ହ୍ୟାଣ୍ଡ କାର୍‌ (Used Car) କିଣିବାକୁ ପସନ୍ଦ କରୁଛନ୍ତି। ତେବେ ବ୍ୟବହୃତ କାର୍‌ କିଣିବା ସମୟରେ…

ଇଞ୍ଜନିୟରିଂ କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବ୍ରହ୍ମପୁର,୨୦।୬: ଗଞ୍ଜାମ ଜିଲା ବ୍ରହ୍ମପୁରସ୍ଥିତ ଏକ ଘରୋଇ ଇଞ୍ଜନିୟରିଂ କଲେଜ ହଷ୍ଟେଲରୁ ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଗୋଳନ୍ଥରା ଥାନା ପୋଲିସ ଉଦ୍ଧାର କରିଛି। ମିଳିଥିବା ସୂଚନା…

ଗ୍ୟାସ୍‌ ସିଲିଣ୍ଡର ଲିକ୍‌ ହେଲେ ଭୁଲରେ ବି କରନ୍ତୁ ନାହିଁ ଏହି ୫ କାମ, ସାମାନ୍ୟ ଅସାବଧାନତା ଯୋଗୁ…

ଆଜିର ସମୟରେ ଏଲପିଜି ଗ୍ୟାସ ସିଲିଣ୍ଡର (LPG Gas Cylinder) ପ୍ରାୟ ସମସ୍ତଙ୍କ ରୋଷେଇ ଘରର ଏକ ଅପରିହାର୍ଯ୍ୟ ଅଂଶ ପାଲଟିଛି। କିନ୍ତୁ ଏହାର ବ୍ୟବହାରରେ ସାମାନ୍ୟ…

ଆନ୍ତର୍ଜାତୀୟ ଯୋଗ ଦିବସରେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ସହ ଏଥର ଯୋଗ କରିବେ ମୋଦି, ଭାଗନେବେ ୩୫ ହଜାର ଲୋକ

କୋଲକାତା,୨୦।୬: କୋଲକାତାର ଐତିହାସିକ ରେଡ ରୋଡ – ଯେଉଁଠାରେ ‘ଦିଦି’ଙ୍କ ରାଜନୈତିକ କସରତ ଏବଂ ବାମପନ୍ଥୀ ବିରୋଧର ସାକ୍ଷୀ ରହିଛି, ଆସନ୍ତାକାଲି ସକାଳେ ‘କେଶର ଯୋଗ’ ରଙ୍ଗରେ…

ମୋଦିଙ୍କୁ ପ୍ରଶଂସା କଲେ ଶଶି ଥରୁର, ରାହୁଲଙ୍କୁ ଟାର୍ଗେଟ କଲା ଭାଜପା

ନୂଆଦିଲ୍ଲୀ,୨୦।୬: କଂଗ୍ରେସ ଏମପି ଶଶି ଥରୁର, ଯିଏ ତାଙ୍କ ବେକାବୁ ଏବଂ ସ୍ପଷ୍ଟ ବୟାନ ପାଇଁ ଜଣାଶୁଣା, ପୁଣି ଥରେ ଏପରି କିଛି କରିଛନ୍ତି ଯାହା ଭାଜପାକୁ…

ବୈଭବ ସୂର୍ଯ୍ୟବଂଶୀ ବିବାଦ ଉପରେ ଶ୍ରୀଲଙ୍କା ଅଧିନାୟକଙ୍କ ଆଶ୍ଚର୍ଯ୍ୟଜନକ ବୟାନ, ଫାଇନାଲ ପୂର୍ବରୁ କହିଲେ, ‘ଆମେ କରିନାହୁଁ…’

ନୂଆଦିଲ୍ଲୀ,୨୦।୬: ଭାରତ ଏବଂ ଶ୍ରୀଲଙ୍କା ଦଳ ତ୍ରି-ସିରିଜ ଫାଇନାଲରେ ସେମାନଙ୍କର ସ୍ଥାନ ପକ୍କା କରିଛନ୍ତି। ଭାରତ ଏ ଏବଂ ଶ୍ରୀଲଙ୍କା ଏ ମଧ୍ୟରେ ଟାଇଟଲ ମୁକାବିଲା ଜୁନ…

କବାଟ ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନାଗହଣା ସହ ନଗଦ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ଜଗନ୍ନାଥପ୍ରସାଦ,୨୦ା୬(ବିଭୁ ପ୍ରସାଦ ପଟ୍ଟନାୟକ): ଜଗନ୍ନାଥପ୍ରସାଦ ପୁଣି କାୟା ମେଲାଇଲେଣି ଚୋର ନିଦ ହଜାଇଲାଣି ଚୋରି ଖବର ବଡ଼ଦାଣ୍ଡ ସାହିରୁ କବାଟ ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନାଗହଣା ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri