ଆଧୁନିକତାର ସ୍ପର୍ଶ ଅପେକ୍ଷାରେ କାଠ କଣ୍ଢେଇ

କେନ୍ଦୁଝର, ୯।୯(ସ୍ବ.ପ୍ର.)-କାଠ କଣ୍ଢେଇ ସହ ସେ ବିତାଇଛନ୍ତି ଜୀବନର ଅନେକ ବୟସ। ବୁଝିଛନ୍ତି କାଠ କଣ୍ଢେଇ ମନର କଥା। ଆଧୁନିକତାର ରଙ୍ଗ ମାଖି ପୁରୁଣା କାଠ କଣ୍ଢେଇକୁ ସଜାଇଦେବା ଲାଗି ସେ ତିଆରି କରିଛନ୍ତି ବ୍ଲୁ ପ୍ରିଣ୍ଟ। ହେଲେ ଅର୍ଥାଭାବ ଏଥିରେ ସାଜିଛି ବାଧକ। ଏକଥା କହିଛନ୍ତି, କାଠ କଣ୍ଢେଇ ନୃତ୍ୟକଳାକୁ ବଞ୍ଚାଇ ରଖିବା ଲାଗି ପ୍ରାୟସ ଜାରି ରଖିଥିବା କେନ୍ଦୁଝର ଜିଲାର ବିଶିଷ୍ଟ କଣ୍ଢେଇ ନୃତ୍ୟ ଶିଳ୍ପୀ ମାଗୁଣୀ ଚରଣ କୁଅଁର ।
କଣ୍ଡେଇ ନୃତ୍ୟ ଓଡ଼ିଶାର ଏକ ପ୍ରାଚୀନ କଳା, ଯାହାର ଆଦର ଏବେ ମଧ୍ୟ ରହିଛି। ଆଧୁନିକ ଡିଜିଟାଲ ବା ଟିଭି ଓ ସିନେମା ଯୁଗରେ ପୁରୁଣା ଢଙ୍ଗରେ କଣ୍ଢେଇ ନୃତ୍ୟ ଓ ନାଟକ ପରିବେଷଣ ଆଗଭଳି ଆଉ ଲୋକାଦୃତ ହେଉନାହିଁ। ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ମାଗୁଣୀ ଚରଣ ଏକ କଣ୍ଢେଇ ନାଟ୍ୟଦଳ ଗଠନ କରି ଏହି ନୃତ୍ୟକଳାକୁ ବଞ୍ଚାଇ ରଖିବା ଲାଗି କାର୍ଯ୍ୟ କରୁଛନ୍ତି। ତାଙ୍କ ଦଳରେ ରହିଛନ୍ତି ୧୦ କଳାକାର। ଉପଯୁକ୍ତ ପ୍ରୋତ୍ସାହନ ଅଭାବରୁ ଏହି ସଂସ୍ଥା ମୁଣ୍ଡ ଟେକି ଠିଆହୋଇ ପାରୁ ନାହିଁ। କେବଳ ଯାନିଯାତ୍ରା ଓ ପର୍ବପର୍ବାଣୀ ସମୟରେ କଣ୍ଢେଇ ନୃତ୍ୟ ଓ ନାଟକ ପରିବେଷଣ କରାଯାଉଛି। କାଠ କଣ୍ଢେଇ ନୃତ୍ୟର ସୁରକ୍ଷା ପାଇଁ ଏକ ଏକାଡେମୀର ଆବଶ୍ୟକତା ରହିଛି। ଏହାର କଳାକାର ମାନଙ୍କୁ ଉପଯୁକ୍ତ ପ୍ରୋତ୍ସାହନ ମିଳିବା ଜରୁରୀ। ନଚେତ ଏହି କଳା ସବୁଦିନ ପାଇଁ ଲୋପ ପାଇଯିବ ବୋଲି ସେ କହିଛନ୍ତି।
କେନ୍ଦୁଝରଗଡ ବୈଦରାଜ ସାହିରେ ୧୯୩୭ ମସିହାରେ ଜନ୍ମ ନେଇଥିବା ମାଗୁଣି ଚରଣଙ୍କ କଳା ପ୍ରତିଭା ଦେଖି ସମସ୍ତେ ତାଙ୍କୁ ଶ୍ରଦ୍ଧା, ସମ୍ମାନ ଦିଅନ୍ତି। ଅନେକ ତାଙ୍କୁ ନୁନ୍ଦୁ ଭାଇ ବୋଲି ଡାକନ୍ତି। ୨୦୦୫ରେ ତାଙ୍କୁ ମିଳିଛି କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ଆଓ୍ବାର୍ଡ । ପରବର୍ତ୍ତୀ ସମୟରେ ସେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ ପାଇଛନ୍ତି। ତାଙ୍କ ଜୀବନସାଥୀଙ୍କ ଦେହାନ୍ତ ହେବା ପରଠାରୁ ସେ ପୁଅ ଓ ବୋହୂଙ୍କ ସହ ରହୁଛନ୍ତି। ଓଡ଼ିଶାକୁ କଣ୍ଡେଇ ନୃତ୍ୟ ପାଇଁ ଜାତୀୟ ସ୍ତରରେ ପରିଚିତ କରାଇଥିବା ମାଗୁଣୀ ଏକାଧାରରେ ଜଣେ ନାଟ୍ୟକାର, ନିର୍ଦ୍ଦେଶକ, ଶିଳ୍ପୀ, ଗୀତିକାର, ଗାୟକ ଓ ଭାଷ୍ୟକାର। ସେ ନିଜ ହାତରେ କାଠ କଣ୍ଢେଇ ନିର୍ମାଣ କରନ୍ତି। ସେ ନିଜେ ସାଜସଜ୍ଜା କରିବା ସହ କଣ୍ଢେଇମାନଙ୍କୁ ଧରି ନାଟ୍ୟଓ ନୃତ୍ୟ ପରିବେଷଣ କରନ୍ତି। ବିଭିନ୍ନ ପୁରୁଷ, ମହିଳାଙ୍କ ସଂଳାପ ନିଜେ ପରିବେଷଣ କରିଥାନ୍ତି। ପଶୁପକ୍ଷୀଙ୍କ ଧ୍ୱନି ନିଜେ ସୃଷ୍ଟି କରିଥାନ୍ତି। ବିଭିନ୍ନ ପୌରାଣିକ ତଥା ସାମାଜିକ ବିଷୟବସ୍ତୁକୁ ନେଇ ସେ ନାଟକ ପରିବେଷଣ କରିଥାନ୍ତି। ପରିଣତ ବୟସରେ ସେ ଦେଶର ବିଭିନ୍ନ ରାଜ୍ୟକୁ ଯାଇ ସଙ୍ଗୀତ ନାଟକ ଏକାଡେମୀ ଜରିଆରେ ଏହି କଳା ପ୍ରଦର୍ଶନ କରୁଛନ୍ତି। କଣ୍ଢେଇ ନାଚ ଲାଗି କାଠ ପରିବର୍ତ୍ତେ କାଗଜରେ ବଡ ବଡ କଣ୍ଢେଇ ପ୍ରସ୍ତୁତ କରି ଏହାକୁ ମୋଟର ସହାୟତାରେ ନଚାଇ ନାଟକ ଓ ନୃତ୍ୟକଳା ପରିବେଷଣ କରାଯାଇ ପାରିବ। ଏଥିସକାଶେ ସେ ପ୍ରସ୍ତୁତ କରିଥିବା ବ୍ଲୁ ପ୍ରିଣ୍ଟ ସହାୟକ ହେବ । ଏହାକୁ କାର୍ଯ୍ୟକାରୀ କରିବା ଲାଗି ପ୍ରାୟ ଅଢେଇ ଲକ୍ଷ ଟଙ୍କା ଦରକାର। ଅର୍ଥାଭାବରୁ ତାଙ୍କର ଡ୍ରିମ ପ୍ରୋଜେକ୍ଟ ଅଟକି ରହିଛି। ଏହାସତ୍ତ୍ୱେ ତାଙ୍କ ଲକ୍ଷ୍ୟ ଦିନେ ପୂରଣ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରୀଛାତ୍ରଙ୍କ ଦୁର୍ଦ୍ଦଶାର ହେଉନି ଅନ୍ତ

ଡେରାବିଶ, ୨୦ା୪ (ବେବର୍ତ୍ତା ଅଜୟ ଦାସ)କେନ୍ଦ୍ରାପଡ଼ା ଜିଲା ଅନ୍ତର୍ଗତ ଡେରାବିଶ ବ୍ଲକ କୁରୁଜଙ୍ଗାଠାରେ ୨୦୨୨ରେ ଖୋଲାଯାଇଥିବା ଆଦର୍ଶ ବିଦ୍ୟାଳୟ ଏବେ ବି ସମସ୍ୟା ଘେରରେ। ଏହି...

୬ ମାସ ହେବ ପାନୀୟ ଜଳ ପ୍ରକଳ୍ପ ଅଚଳ

ନାଉଗାଁ ,୨୦ା୪(ସୁଧା ବେହୁରା)ଗ୍ରୀଷ୍ମ ପ୍ରବାହ ଦିନକୁ ଦିନ ବୃଦ୍ଧି ପାଇ ଚାଲିଥିବାବେଳେ ସକାଳ ୯ଟା ପରେ ଘରୁ ବାହାରିବା କଷ୍ଟସାଧ୍ୟ ହୋଇପଡୁଛି। ଏନେଇ ପାନୀୟ ଜଳର...

ଅଣଚାଷୀଙ୍କୁ ପ୍ରାଧାନ୍ୟ ଦେଉଛି କୃଷି ବିଭାଗ

ନୟାଗଡ଼,୨୦।୪(ଲୋକନାଥ ମିଶ୍ର)ନୟାଗଡ଼ ଜିଲା ସଦର ବ୍ଲକର ବାଲୁଗଁା ପଞ୍ଚାୟତ ଅଞ୍ଚଳରେ ଚାଷୀ ଓ ଚାଷକୁ କୃଷି ବିଭାଗ ଅଣଦେଖା କରୁଥିବା ଅଭିଯୋଗ ହୋଇଆସୁଛି। ଚାଷୀ ଓ...

ପକାରି ବନାଞ୍ଚଳରେ ନିଆଁ

ଦାରିଙ୍ଗବାଡି, ୨୦ା୪ (ଅରୁଣ ସାହୁ):ଏବେ ସାରା ରାଜ୍ୟରେ ତାପମାତ୍ରା ବିଭିନ୍ନ ଜିଲାରେ ୪୪ ଡିଗ୍ରୀ ଛୁଇଁଲାଣି। କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦାରିଙ୍ଗବାଡିରେ ମଧ୍ୟ ତାପମାତ୍ରା...

ପୁରୁଣାଙ୍କ ସହ ଲଢ଼ିବେ ନୂଆ

ସୁନାବେଡ଼ା/ସେମିଳିଗୁଡ଼ା,୨୦ା୪(କୃତ୍ତିବାସ ପ୍ରଧାନ/ବାସୁଦେବ ବରାଡ଼): କୋରାପୁଟ ଜିଲା ପଟ୍ଟାଙ୍ଗି ବିଧାନସଭା ନିର୍ବାଚନମଣ୍ଡଳୀରେ ମେ’ ୧୩ରେ ନିର୍ବାଚନ ହେବ। କଂଗ୍ରେସ ଓ ଶାସକ ବିଜେଡି ନିଜର ପ୍ରାର୍ଥୀ ପରିବର୍ତ୍ତନ...

ବାହାର ଅଞ୍ଚଳ ପ୍ରାର୍ଥୀ ବନାମ ମାଟିର ପୁଅ

ଯାଜପୁର,୨୦ା୪(ହର୍ଷବର୍ଦ୍ଧନ ବେହେରା): ସମ୍ପ୍ରତି ଜିଲା ତଥା ନିର୍ବାଚନମଣ୍ଡଳୀ ବାହାର ପ୍ରାର୍ଥୀଙ୍କୁ ନେଇ ବହୁ ଚର୍ଚ୍ଚା ହେଉଛି। ହେଲେ ନେତାମାନେ ନିଜ ଅଞ୍ଚଳଠାରୁ ଦୂର ଅନ୍ୟ ଏକ...

ପର୍ଯ୍ୟବେକ୍ଷକଙ୍କ ଆଗରେ ଅସନ୍ତୋଷ ଝାଡ଼ିଲେ ଛାମୁଆ ନେତା

ବାଲେଶ୍ୱର, ୨୦୪(ମାନସ ବିଶ୍ୱାଳ):  ବାଲେଶ୍ୱର ଜିଲା ବାମପଦାସ୍ଥିତ ନୋସି ବିଜିନେସ ପାର୍କରେ ଶୁକ୍ରବାର ବିଜେଡିର ବାଲେଶ୍ୱର ସଂସଦୀୟ କ୍ଷେତ୍ରର ନିର୍ବାଚନୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।...

ବଢ଼ିଲା ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଅଡ଼ୁଆ

ଗୁଣପୁର,୨୦ା୪(ପ୍ରଦୀପ କୁମାର ପାଢ଼ୀ): ରାୟଗଡ଼ା ଜିଲା ମୁନିଗୁଡ଼ା ବ୍ଲକ୍‌ ରଘୁବାରିଠାରେ ବିଜେଡି ନେତା ଗ୍ରାମବାସୀଙ୍କୁ ମାରପିଟ କରିବା ନେଇ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ନାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri