ଆଧୁନିକତାର ସ୍ପର୍ଶ ଅପେକ୍ଷାରେ କାଠ କଣ୍ଢେଇ

କେନ୍ଦୁଝର, ୯।୯(ସ୍ବ.ପ୍ର.)-କାଠ କଣ୍ଢେଇ ସହ ସେ ବିତାଇଛନ୍ତି ଜୀବନର ଅନେକ ବୟସ। ବୁଝିଛନ୍ତି କାଠ କଣ୍ଢେଇ ମନର କଥା। ଆଧୁନିକତାର ରଙ୍ଗ ମାଖି ପୁରୁଣା କାଠ କଣ୍ଢେଇକୁ ସଜାଇଦେବା ଲାଗି ସେ ତିଆରି କରିଛନ୍ତି ବ୍ଲୁ ପ୍ରିଣ୍ଟ। ହେଲେ ଅର୍ଥାଭାବ ଏଥିରେ ସାଜିଛି ବାଧକ। ଏକଥା କହିଛନ୍ତି, କାଠ କଣ୍ଢେଇ ନୃତ୍ୟକଳାକୁ ବଞ୍ଚାଇ ରଖିବା ଲାଗି ପ୍ରାୟସ ଜାରି ରଖିଥିବା କେନ୍ଦୁଝର ଜିଲାର ବିଶିଷ୍ଟ କଣ୍ଢେଇ ନୃତ୍ୟ ଶିଳ୍ପୀ ମାଗୁଣୀ ଚରଣ କୁଅଁର ।
କଣ୍ଡେଇ ନୃତ୍ୟ ଓଡ଼ିଶାର ଏକ ପ୍ରାଚୀନ କଳା, ଯାହାର ଆଦର ଏବେ ମଧ୍ୟ ରହିଛି। ଆଧୁନିକ ଡିଜିଟାଲ ବା ଟିଭି ଓ ସିନେମା ଯୁଗରେ ପୁରୁଣା ଢଙ୍ଗରେ କଣ୍ଢେଇ ନୃତ୍ୟ ଓ ନାଟକ ପରିବେଷଣ ଆଗଭଳି ଆଉ ଲୋକାଦୃତ ହେଉନାହିଁ। ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ମାଗୁଣୀ ଚରଣ ଏକ କଣ୍ଢେଇ ନାଟ୍ୟଦଳ ଗଠନ କରି ଏହି ନୃତ୍ୟକଳାକୁ ବଞ୍ଚାଇ ରଖିବା ଲାଗି କାର୍ଯ୍ୟ କରୁଛନ୍ତି। ତାଙ୍କ ଦଳରେ ରହିଛନ୍ତି ୧୦ କଳାକାର। ଉପଯୁକ୍ତ ପ୍ରୋତ୍ସାହନ ଅଭାବରୁ ଏହି ସଂସ୍ଥା ମୁଣ୍ଡ ଟେକି ଠିଆହୋଇ ପାରୁ ନାହିଁ। କେବଳ ଯାନିଯାତ୍ରା ଓ ପର୍ବପର୍ବାଣୀ ସମୟରେ କଣ୍ଢେଇ ନୃତ୍ୟ ଓ ନାଟକ ପରିବେଷଣ କରାଯାଉଛି। କାଠ କଣ୍ଢେଇ ନୃତ୍ୟର ସୁରକ୍ଷା ପାଇଁ ଏକ ଏକାଡେମୀର ଆବଶ୍ୟକତା ରହିଛି। ଏହାର କଳାକାର ମାନଙ୍କୁ ଉପଯୁକ୍ତ ପ୍ରୋତ୍ସାହନ ମିଳିବା ଜରୁରୀ। ନଚେତ ଏହି କଳା ସବୁଦିନ ପାଇଁ ଲୋପ ପାଇଯିବ ବୋଲି ସେ କହିଛନ୍ତି।
କେନ୍ଦୁଝରଗଡ ବୈଦରାଜ ସାହିରେ ୧୯୩୭ ମସିହାରେ ଜନ୍ମ ନେଇଥିବା ମାଗୁଣି ଚରଣଙ୍କ କଳା ପ୍ରତିଭା ଦେଖି ସମସ୍ତେ ତାଙ୍କୁ ଶ୍ରଦ୍ଧା, ସମ୍ମାନ ଦିଅନ୍ତି। ଅନେକ ତାଙ୍କୁ ନୁନ୍ଦୁ ଭାଇ ବୋଲି ଡାକନ୍ତି। ୨୦୦୫ରେ ତାଙ୍କୁ ମିଳିଛି କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ଆଓ୍ବାର୍ଡ । ପରବର୍ତ୍ତୀ ସମୟରେ ସେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ ପାଇଛନ୍ତି। ତାଙ୍କ ଜୀବନସାଥୀଙ୍କ ଦେହାନ୍ତ ହେବା ପରଠାରୁ ସେ ପୁଅ ଓ ବୋହୂଙ୍କ ସହ ରହୁଛନ୍ତି। ଓଡ଼ିଶାକୁ କଣ୍ଡେଇ ନୃତ୍ୟ ପାଇଁ ଜାତୀୟ ସ୍ତରରେ ପରିଚିତ କରାଇଥିବା ମାଗୁଣୀ ଏକାଧାରରେ ଜଣେ ନାଟ୍ୟକାର, ନିର୍ଦ୍ଦେଶକ, ଶିଳ୍ପୀ, ଗୀତିକାର, ଗାୟକ ଓ ଭାଷ୍ୟକାର। ସେ ନିଜ ହାତରେ କାଠ କଣ୍ଢେଇ ନିର୍ମାଣ କରନ୍ତି। ସେ ନିଜେ ସାଜସଜ୍ଜା କରିବା ସହ କଣ୍ଢେଇମାନଙ୍କୁ ଧରି ନାଟ୍ୟଓ ନୃତ୍ୟ ପରିବେଷଣ କରନ୍ତି। ବିଭିନ୍ନ ପୁରୁଷ, ମହିଳାଙ୍କ ସଂଳାପ ନିଜେ ପରିବେଷଣ କରିଥାନ୍ତି। ପଶୁପକ୍ଷୀଙ୍କ ଧ୍ୱନି ନିଜେ ସୃଷ୍ଟି କରିଥାନ୍ତି। ବିଭିନ୍ନ ପୌରାଣିକ ତଥା ସାମାଜିକ ବିଷୟବସ୍ତୁକୁ ନେଇ ସେ ନାଟକ ପରିବେଷଣ କରିଥାନ୍ତି। ପରିଣତ ବୟସରେ ସେ ଦେଶର ବିଭିନ୍ନ ରାଜ୍ୟକୁ ଯାଇ ସଙ୍ଗୀତ ନାଟକ ଏକାଡେମୀ ଜରିଆରେ ଏହି କଳା ପ୍ରଦର୍ଶନ କରୁଛନ୍ତି। କଣ୍ଢେଇ ନାଚ ଲାଗି କାଠ ପରିବର୍ତ୍ତେ କାଗଜରେ ବଡ ବଡ କଣ୍ଢେଇ ପ୍ରସ୍ତୁତ କରି ଏହାକୁ ମୋଟର ସହାୟତାରେ ନଚାଇ ନାଟକ ଓ ନୃତ୍ୟକଳା ପରିବେଷଣ କରାଯାଇ ପାରିବ। ଏଥିସକାଶେ ସେ ପ୍ରସ୍ତୁତ କରିଥିବା ବ୍ଲୁ ପ୍ରିଣ୍ଟ ସହାୟକ ହେବ । ଏହାକୁ କାର୍ଯ୍ୟକାରୀ କରିବା ଲାଗି ପ୍ରାୟ ଅଢେଇ ଲକ୍ଷ ଟଙ୍କା ଦରକାର। ଅର୍ଥାଭାବରୁ ତାଙ୍କର ଡ୍ରିମ ପ୍ରୋଜେକ୍ଟ ଅଟକି ରହିଛି। ଏହାସତ୍ତ୍ୱେ ତାଙ୍କ ଲକ୍ଷ୍ୟ ଦିନେ ପୂରଣ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁବ ଭୋଟର ଦେଶର ଭବିଷ୍ୟତ: ଏସଆଇଆର ଉପରେ ଛାତ୍ରୀଛାତ୍ରଙ୍କ ମଧ୍ୟରେ କୁଇଜ ପ୍ରତିଯୋଗିତା

ଭଞ୍ଜନଗର,୧୨।୬(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଶୁକ୍ରବାର ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ଏସ ଆଇ ଆର ଉପରେ ଏକ ସଚେତନତା…

ସାବଧାନ! ପେଟ୍ରୋଲ-ଡିଜେଲ କିଣିବା ଉପରେ ଲାଗିଲା କଟକଣା: ଏତିକି ଲିଟରରୁ ଅଧିକ ମିଳିବନି ତେଲ, ଉଲ୍ଲଂଘନ କଲେ ଜେଲ୍‌!

ନୂଆଦିଲ୍ଲୀ,୧୨।୬: ପେଟ୍ରୋଲ ଏବଂ ଡିଜେଲ ଯୋଗାଣକୁ ନେଇ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ ପେଟ୍ରୋଲ ପମ୍ପଗୁଡ଼ିକରୁ ଇନ୍ଧନ…

ବିଡିଓଙ୍କୁ ଗାଡ଼ି ଉପରକୁ ଟେକାପଥର ମାଡ଼

ନୟାଗଡ଼,୧୨ା୬(ଲୋକନାଥ ମିଶ୍ର/ପ୍ରକାଶ କୁମାର ପାଣି): ନୟାଗଡ଼ ଜିଲା ଦଶପଲା ବ୍ଲକ ନଛିପୁରରେ ଦଶପଲ୍ଲା ବିଡିଓ ଶରତ ମଲିକଙ୍କ ଗାଡ଼ି ଉପରକୁ ଟେକାପଥରମାଡ଼ ହୋଇଛି। ବିଡିଓ ନିର୍ବାଚନ କାର୍ଯ୍ୟରେ…

୫ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ବାନ୍ଧିଲା ପୋଲିସ: ୨ ବନ୍ଧୁକ ସହ ୩ ଜୀବନ୍ତ…

ଭଞ୍ଜନଗର,୧୨।୬(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଶୁକ୍ରବାର ବାରୁଡ଼ା ଗ୍ରାମର ଏକ ଗଣ୍ତଗୋଳ ମାମଲାରେ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଜଗନ୍ନାଥପ୍ରସାଦ…

ଏସ୍‌ପି ଅଫିସ ଆଗରେ ବାପା-ପୁଅଙ୍କ ଆତ୍ମାହୁତି ଉଦ୍ୟମ

ଢେଙ୍କାନାଳ,୧୨ା୬(ରତନ ନାୟାର): ଢେଙ୍କାନାଳ ଜିଲା ସଦର ଥାନା ଭାପୁର ଫାଣ୍ଡି ରାଣିପାଳ ଗ୍ରାମର ଆଇନ ଛାତ୍ର ସରୋଜ ରାଉତ ଓ ତାଙ୍କ ପିତା ପଦ୍ମନାଭ ରାଉତ ଶୁକ୍ରବାର…

NEET Re-Exam ପରୀକ୍ଷାରେ ବଡ଼ ପରିବର୍ତ୍ତନ, ପରୀକ୍ଷା ସମୟ ଅବଧି…..

ନୂଆଦିଲ୍ଲୀ,୧୨।୬: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) NEET ପୁନଃପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ଏହି ପ୍ରକ୍ରିୟାର ଏକ ଅଂଶ ଭାବରେ, NTA କିଛି ପରିବର୍ତ୍ତନ…

ସନ୍ଧ୍ୟାରେ ମନ୍ଦିରରେ ତାଲା ଦେଇ ଯାଇଥିଲେ ପୂଜାରୀ, ସକାଳକୁ ଗଲା ବେଳକୁ ଯାହା ଦେଖିଲେ…

ଦିଗପହଣ୍ଡି,୧୨।୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ଗ୍ରାମ ଶ୍ରୀ ତୁମ୍ବେଶର ଶୈବପୀଠ ପରିସରରେ ଥିବା ଦାନବାକ୍ସକୁ କେହି ଦୁର୍ବୃତ୍ତ ଭାଙ୍ଗି…

ଷ୍ଟାର୍‌ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀଙ୍କ ପିତାଙ୍କୁ କାହିଁକି ସାବଧାନ କଲେ ଏହି ପୂର୍ବତନ କ୍ରିକେଟର? ଜାଣନ୍ତୁ କ’ଣ ରହିଛି ବଡ଼ କାରଣ

ନୂଆଦିଲ୍ଲୀ, ୧୨।୬: ଭାରତୀୟ କ୍ରିକେଟରେ ବୈଭବ ସୂର୍ଯ୍ୟବଂଶୀଙ୍କ ନାମ ଆଜିକାଲି କ୍ରମାଗତ ଭାବେ ଚର୍ଚ୍ଚାରେ ରହିଛି । ଅଣ୍ଡର-୧୯ କ୍ରିକେଟ ଏବଂ ଆଇପିଏଲ (IPL) ରେ ଚମତ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri