ଥମୁନି ଟ୍ରାଫିକ କଡ଼ା ନିୟମ ବିବାଦ

ଭୁବନେଶ୍ୱର,୯ା୯(ବ୍ୟୁରୋ) : କେନ୍ଦ୍ର ସରକାରଙ୍କ ନୂଆ ମୋଟର ଯାନ ଆଇନ ଗତ ୧ତାରିଖରୁ କଡ଼ାକଡ଼ି ଭାବେ ରାଜ୍ୟରେ ଲାଗୁ ହୋଇଛି। ପୋଲିସ ଓ ଆରଟିଓ ଯାଞ୍ଚକୁ କଡ଼ାକଡ଼ି କରିବା ସହିତ ୧୦ଗୁଣା ଜରିମାନା ଆଦାୟ କରୁଛନ୍ତି। ଯାହାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଯାହାର ପରିଣାମ ଶନିବାର ରାଜମହଲ ଛକଠାରେ ହୋଇଥିବା ପୋଲିସ ଓ ସାଧାରଣ ଜନତାଙ୍କ ମଧ୍ୟରେ ଦେଖାଦେଇଥିବା ଖଣ୍ଡ ଯୁଦ୍ଧରୁ ସ୍ପଷ୍ଟ ହୋଇଯାଇଛି। ଏଭଳି ପରିସ୍ଥିତିରେ ବିଭିନ୍ନ ରାଜନୈତିକ ଦଳଗୁଡ଼ିକ ମଧ୍ୟ ଏହି ନିୟମକୁ ବିରୋଧ କରିବା ଆରମ୍ଭ କଲେଣି। କେବଳ ବିରୋଧୀ ନୁହନ୍ତି ଶାସକ ଦଳ ନେତା ଓ ମନ୍ତ୍ରୀ ମଧ୍ୟ ଏହି ଆଇନ ବିରୋଧରେ ମତ ଦେଉଛନ୍ତି। ଅନ୍ୟପଟେ ଅତିମାତ୍ରାରେ ଜରିମାନା ଆଦାୟକୁ ନେଇ ସାଧାରଣରେ ପ୍ରତିକ୍ରିୟା ବଢିବାପରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଏହା ଉପରେ ବିଚାର କରାଯାଉଛି ବୋଲି ରବିବାର କହିଛନ୍ତି। ମନ୍ତ୍ରୀ ବେହେରା କହିଛନ୍ତି ଯେ, ଯେଉଁ ନୂଆ ଜରିମାନା ରାଶି ସ୍ଥିରିକୃତ କରାଯାଇଛି ତାଉପରେ ପୁର୍ନବିଚାର କରାଯିବ। କେନ୍ଦ୍ର ପକ୍ଷରୁ ସ୍ଥିର କରାଯାଇଥିବା ଜରିମାନା ରାଶି ପରିମାଣକୁ ରାଜ୍ୟ ସରକାର ଚାହିଁଲେ ବଦଳାଇ ପାରିବେ ବୋଲି ସେ କହିଛନ୍ତି।
କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି, ଓଡ଼ିଶାରେ ନୂଆ ମୋଟର ଯାନ ଆଇନକୁ ତରବରିଆ ଭାବେ ଲାଗୁ କରାଯାଇଛି। ଓଡ଼ିଶା ପୋଲିସର ୯୦ପ୍ରତିଶତ ଗାଡ଼ିର ଲାଇସେନ୍ସ ନ ଥିବାବେଳେ ବହୁ ନେତାଙ୍କ ଗାଡ଼ିର ମଧ୍ୟ କାଗଜପତ୍ର ଠିକ୍‌ ନ ଥିବା ସେ କହିଛନ୍ତି। ବିଜେଡି ବିଧାୟକ ପ୍ରତାପ ଦେବ କହିଛନ୍ତି, ଏହା କେନ୍ଦ୍ରୀୟ ଆଇନ ଅନୁଯାୟୀ କରାଯାଉଛି। ଯେଉଁ ରାଜ୍ୟଗୁଡ଼ିକ ଏହାକୁ ଲାଗୁ କରୁ ନାହାନ୍ତି ସେମାନେ ଆଗକୁ କରିବେ। ଆଇନ ଲାଗୁ କରାଯିବାପରେ ଯାହାସବୁ ଅସୁବିଧା ହେଉଛି ତାହା ସୁଧୁରାଯିବ। ତ୍ରୁଟି ସୁଧାରିବା ସମ୍ପର୍କରେ କେନ୍ଦ୍ର ନିକଟକୁ ସଂଶୋଧନ କରିବା ଲାଗି ପ୍ରସ୍ତାବ ଦେବୁ ବୋଲି ସେ କହିଛନ୍ତି। ଭାଜପା ନେତା ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ଏହି ଆଇନ ଲାଗୁ କରିବା ଆଗରୁ ଆହୁରି ତର୍ଜମା କରିବାର ଆବଶ୍ୟକତା ଥିଲା। ଶୃଙ୍ଖଳିତ ଉଦ୍ୟମ ବାହାନା ଦେଖାଇ ଲୋକମାନଙ୍କୁ ହଇରାଣ କରିବା ଠିକ୍‌ ନୁହେଁ ବୋଲି ପୃଥ୍ବୀରାଜ କହିଛନ୍ତି। ସୂଚନାଯୋଗ୍ୟ ଯେ, କିଛିଦିନ ତଳେ ମନ୍ତ୍ରୀ ସୁଶାନ୍ତ ସିଂହ ଏହି ଫାଇନ ଆଦାୟ ଘଟଣାକୁ ବିରୋଧ କରିଥିଲେ। ଛୋଟ ଗାଡ଼ି ଚଳାଉଥିବା ଆରୋହୀଙ୍କଠାରୁ ଏତେ ମାତ୍ରାରେ ଫାଇନ ଆଦାୟ କରି ସେମାନଙ୍କୁ ଗାଡ଼ି ନ ଚଳାଇବାକୁ ବାଧ୍ୟ କରାଯାଉଛି ବୋଲି ସେ କହିଥିଲେ। ଅନ୍ୟପଟେ ପରିବହନ ବିଭାଗର ଜଣେ ଅଧିକାରୀଙ୍କ କହିବାନୁଯାୟୀ, କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ନୂଆ ମୋଟର ଯାନ ଆଇନରେ ସେପରି କିଛି ରାଜ୍ୟ ସରକାର ଚାହିଁଲେ ପରିବର୍ତ୍ତନ କରିପାରିବେ ନାହିଁ। ନିର୍ଦ୍ଦିଷ୍ଟ କେତୋଟି ନିୟମରେ ଫାଇନ ଅର୍ଥ ହ୍ରାସ କରିହେବ। ସର୍ବନିମ୍ନ ୨ ହଜାର ଏବଂ ସର୍ବାଧିକ ୧୦ହଜାର ଟଙ୍କା ଜରିମାନା ରାଶି ବାବଦରେ ଅର୍ଥ ରାଶି କମାଯାଇ ପାରିବ। ୪ଟି ଫାଇନ ବାବଦରେ ଆଦାୟ କରାଯିବାକୁ ଥିବା ଜରିମାନା ରାଶି ପରିମାଣ କମାଇବା ଉପରେ ବିଚାର କରାଯାଉଥିବା ନେଇ ଅଧିକାରୀଙ୍କ ଠାରୁ ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

୨୦୨୪ରେ ନିର୍ବାଚନ ଲଢ଼ିବିନି: ବର୍ଷାଙ୍କୁ ଟିକେଟ୍‌ ମିଳିବା ପରେ ଏମିତି କହିଲେ ଅମର

ଭୁବନେଶ୍ୱର,୨୩।୪: ୨୦୨୪ ନିର୍ବାଚନ ଲଢ଼ିବେନି କହିଲେ ଅମର ଶତପଥୀ। ବର୍ଷା ପ୍ରିୟଦର୍ଶିନୀଙ୍କୁ ବଡ଼ଚଣା ଟିକେଟ୍‌ ମିଳିବା ପରେ ଅମର ଏଭଳି ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି,...

ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଜାମିନ୍‌

ଭୁବନେଶ୍ୱର,୨୩।୪: କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଜାମିନ୍‌। ORHDC ଦୁର୍ନୀତି ମାମଲାରେ ମଙ୍ଗଳବାର ସୁପ୍ରିମକୋର୍ଟ ଜାମିନ୍‌ ଦେଇଛନ୍ତି। ମୋକିମଙ୍କ ଆବେଦନକୁ ଗ୍ରହଣ କରି...

କୋହ ସମ୍ଭାଳିପାରିଲେନି ସୀମାରାଣୀ, କହିଲେ ଟଙ୍କା ନେଇ…

ଭୁବନେଶ୍ୱର,୨୩।୪: ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ ଆଶାୟୀ ଥିବା ୨ ଥର ବିଧାୟିକା...

ବିଜେଡି ଛାଡିବା ପରେ ଏମିତି କହିଲେ ରାସେଶ୍ୱରୀ

ଭୁବନେଶ୍ୱର,୨୩।୪: ବିଜେଡି ଛାଡିଲେ ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ। ମଙ୍ଗଳବାର ଦଳର ପ୍ରାଥମିକ ସଦସ୍ୟ ସହ ସମସ୍ତ ପଦରୁ ସେ ଇସ୍ତଫା ଦେଇଛନ୍ତି। ସେ...

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ

ଭୁବନେଶ୍ୱର,୨୩।୪: ସାଧାରଣ ନିର୍ବାଚନକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। ଦଳବଦଳ ଏବେ ସାଧାରଣରେ ପରିଣତ ହୋଇଛି। ମଙ୍ଗଳବାର ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ...

ଟିକେଟକୁ ନେଇ କଂଗ୍ରେସ ଭବନରେ ଅସନ୍ତୁଷ୍ଟଙ୍କ ହୋହଲ୍ଲା

ଭୁବନେଶ୍ୱର, ୨୩।୪(ସୁନିତ୍‌ ମିଶ୍ର):ସବୁ ରାଜନୈତିକ ଦଳରେ ବର୍ତ୍ତମାନ ଟିକେଟ ବଣ୍ଟାକୁ ନେଇ ଗଣ୍ଡଗୋଳିଆ ପରିସ୍ଥିତି ଲାଗି ରହିଛି। କଂଗ୍ରେସରେ ଟିକେଟ ବଣ୍ଟନ ନେଇ ସୋମବାର ଦଳୀୟ...

ଶିକ୍ଷୟିତ୍ରୀରୁ ରାଜନୀତି: ଏବେ ବିିଧାୟକ ପଦ ପାଇଁ ଲଢିବେ

ଶିକ୍ଷକତାରୁ ଅବସର ଗ୍ରହଣ କରି ରାଜନୀତିରେ ପାଦ ଥାପିଛନ୍ତି ରଞ୍ଜିତା ମାର୍ଣ୍ଡିା ଦୀର୍ଘ ୩୦ବର୍ଷ ହେଲା ସ୍ବାମୀଙ୍କୁ ରାଜନୀତି କ୍ଷେତ୍ରରେ ସେ ସହଯୋଗ କରି ଆସିିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri