ପଶ୍ଚିମ ଓଡ଼ିଶା ଜଳାର୍ଣ୍ଣବ

ଭୁବନେଶ୍ୱର, ୯ା୯(ବ୍ୟୁରୋ) : ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ହୋଇଛି। ବିଶେଷ କରି ପଶ୍ଚିମ ଓଡ଼ିଶା ଅଧିକ ପ୍ରଭାବିତ ହୋଇଥିବା ଜଣାପଡ଼ିଛି। ରବିବାର ସକାଳ ସାଢ଼େ ୮ଟା ସୁଦ୍ଧା ସମ୍ବଲପୁର ଜିଲାରେ ହାରାହାରି ୧୧୩.୨ମିମି ବର୍ଷା ହୋଇଥିବାବେଳେ ବରଗଡ଼ରେ ୯୫.୨ ଓ ଦେବଗଡ଼ରେ ୬୭.୧ମିମି ବର୍ଷା ହୋଇଥିବା ସ୍ବତନ୍ତ୍ର ରିଲିଫ୍‌ କମିଶନର(ଏସ୍‌ଆର୍‌ସି) ସୂଚନା ଦେଇଛନ୍ତି। ସମ୍ବଲପୁରର ଦୁଇଟି ବ୍ଲକ୍‌ରେ ୨୦୦ ମିମିରୁ ଅଧିକ ବର୍ଷା ହୋଇଥିବା ଜଣାପଡ଼ିଛି। ଜୁଜୁମୁରା ବ୍ଲକ୍‌ରେ ୨୩୧. ୬ ମିମି ଓ ମଣେଶ୍ୱର ବ୍ଲକରେ ୨୨୭.୨ ମିମି ବର୍ଷା ରେକର୍ଡ କରାଯାଇଛି। ଏହାସହ ୯ଟି ବ୍ଲକ୍‌ରେ ୧୦୦ରୁ ୨୦୦ ମିମି ବର୍ଷା ହୋଇଛି। ପ୍ରବଳରୁ ଅତି ପ୍ରବଳ ବର୍ଷା ଯୋଗୁ ସମ୍ବଲପୁର ମ୍ୟୁନିସିପାଲିଟି ଅଞ୍ଚଳ ଓ ଧନକଉଡ଼ା ବ୍ଲକ ଜଳମଗ୍ନ ହୋଇଥିଲା। ସମ୍ବଲପୁର ମ୍ୟୁନିସିପାଲର ୧୦୦ଜଣଙ୍କୁ ନିକଟସ୍ଥ କ୍ଲବ୍‌ ଘରକୁ ସ୍ଥାନାନ୍ତର କରାଯାଇଥିବାବେଳେ ଧନକଉଡ଼ା ବ୍ଲକର ଭୋଇତିକ୍ରା ଗାଁର ପ୍ରାୟ ୧୫୦ ଲୋକଙ୍କୁ ବାବୁବନ୍ଧ ୟୁପି ସ୍କୁଲକୁ ସ୍ଥାନାନ୍ତର କରାଯାଇଛି। ପାଣି କମିବା ପରେ ସେମାନେ ଫେରି ଯାଇଛନ୍ତି।
ତେବେ ପ୍ରବଳ ବର୍ଷା ଯୋଗୁ ସେଠାରେ ଅନେକ ଘର ଭାଙ୍ଗିଥିବା ଜଣାପଡ଼ିଛି। ଭାଙ୍ଗି ଯାଇଥିବା ଘରଗୁଡ଼ିକର ତୁରନ୍ତ ଆକଳନ କରିବା ପାଇଁ ଜିଲା ପ୍ରଶାସନକୁ କୁହାଯାଇଛି। ସେପଟେ ବରଗଡ଼ ଜିଲାରେ ମଧ୍ୟ ସମାନ ପରିସ୍ଥିତି ନଜରକୁ ଆସିଛି। ଏହି ଜିଲାର ଆମ୍ବଭୋନା, ଅତାବିରା, ବରଗଡ଼ ଓ ଭଟଲୀ ଆଦି ୪ଟି ବ୍ଲକର ୧୨୦ ଗାଁ ପ୍ରଭାବିତ ହୋଇଛି। ପ୍ରାଥମିକ ଆକଳନରୁ ୫୩୬ଟି ଘର ଭାଙ୍ଗିଥିବା ଜଣାପଡ଼ିଛି। ବରଗଡ଼ ୟୁଏଲ୍‌ବିର କିଛି ତଳିଆ ଅଞ୍ଚଳ ମଧ୍ୟ ଜଳମଗ୍ନ ହୋଇଛି। ତେବେ ବର୍ଷା ଛାଡ଼ିବା ପରେ ପରିସ୍ଥିତି ସୁଧୁରି ଯାଇଥିବା ସୂଚନା ମିଳିଛି। ସୁବର୍ଣ୍ଣପୁର ଜିଲାର ବିନିକା ଏନ୍‌ଏସିର ୩ଟି ଓ୍ବାର୍ଡ ପ୍ରବଳ ବର୍ଷା ଦ୍ୱାରା ପ୍ରଭାବିତ ହୋଇଛି। ତିନୋଟି ପରିବାରକୁ ସ୍ଥାନାନ୍ତର କରାଯାଇ ସେମାନଙ୍କୁ ଖାଦ୍ୟପେୟ ଦିଆଯାଇଥିଲା ଏବଂ ସ୍ଥିତି ସୁଧୁରିବା ପରେ ସେମାନେ ତାଙ୍କ ଘରକୁ ଫେରିଯାଇଛନ୍ତି। ବୀରମହାରାଜପୁରରୁ ରାଇରାଖୋଲ ମଧ୍ୟରେ ଥିବା ବାଉରୀଜୋର ପୋଲ ଉପରେ ପ୍ରବଳ ମାତ୍ରାରେ ବର୍ଷା ଜଳ ପ୍ରବାହିତ ହେବା ଦ୍ୱାରା ତାହା ଭାଙ୍ଗି ଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ତାହା ଠିକ୍‌ ହୋଇଯାଇଥିବା ସୂଚନା ରହିଛି। ସେହିପରି କେନ୍ଦୁଝର ଜିଲାର ଘସିପୁରା ବ୍ଲକ୍‌ ଓ ଆନନ୍ଦପୁର ଏନ୍‌ଏସିର ତଳିଆ ଅଞ୍ଚଳରେ ପାଣି ମାଡ଼ି ଆସିଛି। ଆନନ୍ଦପୁର ୟୁଏଲ୍‌ବିର ପଦ୍ମପୁର ଅଞ୍ଚଳରେ ଅଗ୍ନିଶମ ବିଭାଗ ପକ୍ଷରୁ ଜଳ ନିଷ୍କାସନ କରାଯାଇଥିଲା। ଘସିପୁରା ବ୍ଲକର ୭ଜଣ ଓ ଆନନ୍ଦପୁର ୟୁଏଲ୍‌ବିର ୨ ପରିବାରଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ସେପଟେ ପ୍ରବଳ ବର୍ଷା ଯୋଗୁ ଯାଜପୁର ଜିଲାର ଆଖାପଦାଠାରେ ବୈତରଣୀ ନଦୀ ଓ ଗଜପତି ଜିଲାର କାଶୀନଗରଠାରେ ବଂଶଧରା ନଦୀ ଜଳ ବିପଦ ସଙ୍କେତ ଟପିିଥିବା ଏସଆରସି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୁଧଙ୍କ ଓଲଟା ଚାଲି: ଅକ୍ଟୋବରରେ ଏହି ୩ ରାଶିଙ୍କ ବଢ଼ିବ ଟେନସନ, ପାଖରୁ ପଳେଇବ ସବୁ ଟଙ୍କା!

ବୁଧଙ୍କ ରାଶି ପରିବର୍ତ୍ତନ ସହିତ ତାଙ୍କର ମାର୍ଗୀ ଏବଂ ବକ୍ରୀ ହେବା ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ବିଶେଷ ମହତ୍ତ୍ୱ ବହନ କରେ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ବୁଧଙ୍କ…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ମୋହନାରୁ ବ୍ରହ୍ମପୁର ଚୋରା ଚାଲାଣ ବେଳେ ଧରାପଡ଼ିଲେ ୨ ଗଞ୍ଜେଇ ବେପାରୀ: ୨୩ କେଜି ଗଞ୍ଜେଇ ସହ…

ଦିଗପହଣ୍ଡି ,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଟିମ୍ ମଙ୍ଗଳବାର ଅପରାହ୍ନରେ ଗଞ୍ଜେଇ ଚୋରା ଚାଲାଣ ପଣ୍ଡ କରିବା ସହ ଏକ ଗଞ୍ଜେଇ…

ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ବିରୋଧରେ ମହାମେଳି: ଅସନ୍ତୋଷ ଝାଡ଼ିଲେ ବରିଷ୍ଠ ନେତା, ପଞ୍ଚାୟତ ନିର୍ବାଚନ ପୂର୍ବରୁ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବରିଷ୍ଠ ଭାଜପା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବରିଷ୍ଠ…

ମା’ ବୁଢ଼ୀ ଠାକୁରାଣୀ ଯାତ୍ରା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ: ଅକ୍ଟୋବର ୧୭ରୁ ଆରମ୍ଭ ହେବ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅଧିଷ୍ଠାତ୍ରୀ ଦେବୀ ମା’ ବୁଢ଼ୀ ଠାକୁରାଣୀଙ୍କ ପବିତ୍ର ଶାରଦୀୟ ଯାତ୍ରା ମହୋତ୍ସବ ନିମନ୍ତେ ବଜାର ସାହି…

ରାଜନଗରରେ ସୁଜାତାଙ୍କ ସନ୍ଦେହଜନକ ମୃତ୍ୟୁ: ଶାଶୂଘର ଲୋକଙ୍କ ବିରୋଧରେ ହତ୍ୟା ଅଭିଯୋଗ, ସ୍ୱାମୀଙ୍କୁ ଅଟକ ରଖିଲା…

ରାଜନଗର,୨୯।୯(ଭାସ୍କର ରାଉତରାୟ): ରାଜନଗର ଥାନା ଅନ୍ତର୍ଗତ ସାନବଡ଼ ଗୋପାଳପୁର ପଞ୍ଚାୟତ ଗୋସିଗାଁର ଇନ୍ଦ୍ରମଣି ରାଉତଙ୍କ ବୋହୂ ସୁଜାତା ପ୍ରଧାନଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏହି ଘଟଣାରେ ଶାଶୂଘର…

୫ ରାଶି ଉପରେ କୃପା କରିବେ ଶନି; ଟଙ୍କାରେ ପୁରିଯିବ ଘର, କ୍ୟାରିୟରରେ ମିଳିବ ବଡ଼ ସଫଳତା

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମଫଳଦାତା ଏବଂ ନ୍ୟାୟର କାରକ ଗ୍ରହ ବୋଲି ବିବେଚନା କରାଯାଏ। ଶନି ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାଙ୍କ କର୍ମ ଅନୁସାରେ ଶୁଭ ତଥା ଅଶୁଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?