ଉତ୍ତର ପ୍ରଦେଶ ରାଜ୍ୟପାଳ ଭାବେ ଶପଥ ନେଲେ ଆନନ୍ଦିବେନ
ଲକ୍ଷ୍ନୌ,୨୯।୭: ଉତ୍ତର ପ୍ରଦେଶ ରାଜ୍ୟପାଳ ଭାବେ ସୋମବାର ଶପଥ ନେଇଛନ୍ତି ଅନନ୍ଦିବେନ୍ ପଟେଲ। ରାଜ ଭବନ ପରିସରରେ ହାଇକୋର୍ଟ ମୁଖ୍ୟ ବିଚାରପତି ଗୋବିନ୍ଦ ମାଥୁର ତାଙ୍କୁ ଶପଥ ପାଠ କରାଇଥିଲେ। ଏହା ପୂର୍ବରୁ ସେ ମଧ୍ୟପ୍ରଦେଶର ରାଜ୍ୟପାଳ ଭାବେ କାମ କରିଛନ୍ତି।…
ଭରତପୁର କୋଇଲା ଖଣିରେ ଦୁର୍ଘଟଣା: ୬ ଦିନ ପରେ ସିଏମ୍ଡିଙ୍କ ଘଟଣାସ୍ଥଳ ପରିଦର୍ଶନ
ତାଳଚେର,୨୯।୭(ନି.ପ୍ର.): ଭରତପୁର କୋଇଲା ଖଣିରେ ଦୁର୍ଘଟଣାର ୬ଦିନ ପରେ ସୋମବାର ଏମ୍ସିଏଲ୍ର ସିଏମ୍ଡି ବି.ଏନ୍. ଶୁକ୍ଳା ଭରତପୁର କୋଇଲାଖଣି ପରିଦର୍ଶନ କରିଛନ୍ତି। ପୂର୍ବାହ୍ନରେ ଶୁକ୍ଳା ଭରତପୁର ଖଣିରେ ପହଞ୍ଚି ଦୁର୍ଘଟଣାସ୍ଥଳ ଏବଂ ଚାଲିଥିବା ଉଦ୍ଧାର କାର୍ଯ୍ୟ ବୁଲି ଦେଖିଥିଲେ। ପରେ ଏମ୍ସିଏଲ୍ର…
ମାଓବାଦୀ କ୍ୟାମ୍ପରେ ପୋଲିସର ଚଢ଼ାଉ: ଦୁଇ ମାଓବାଦୀ ମୃତ, ବିପୁଳ ପରିମାଣରେ ସାମଗ୍ରୀ ଜବତ
ମାଲକାନଗିରି,୨୯।୭ (ସ୍ବ.ପ୍ର.): ଛତିଶଗଡ଼ର ସୁକ୍ମା ଜିଲା ନକ୍ସଲ ପ୍ରଭାବିତ କୋଣ୍ଟା ଥାନା ଅନ୍ତର୍ଗତ ଘଞ୍ଚ ଜଙ୍ଗଲ ମଧ୍ୟରେ ଥିବା ଅସ୍ଥାୟୀ ମାଓବାଦୀ କ୍ୟାମ୍ପ ଉପରେ ସୋମବାର ସକାଳେ ପୋଲିସ ଚଢ଼ାଉ କରିଛି। ଘଟଣାସ୍ଥଳରେ ପୋଲିସ ଗୁଳିରେ ୨ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା…
ଦଳିତ ବିଧାୟକଙ୍କ ଧାରଣା ପରେ ବାରଣ୍ଡାକୁ ଗୋବର ପାଣିରେ ଧୋଇଲେ କଂଗ୍ରେସ କର୍ମୀ
ତ୍ରିଶୁର,୨୯।୭: କେରଳର ତ୍ରିଶୁରଠାରେ ଥିବା ପିଡପ୍ଲୁଡି କାର୍ଯ୍ୟାଳୟ ସମ୍ମୁଖରେ ସିପିଆଇର ଦଳିତ ବିଧାୟିକା ଗୀଥା ଗୋପି ଶନିବାର ଧାରଣାରେ ବସିଥିଲେ। ସ୍ଥାନୀୟ ଅଞ୍ଚଳର ରାସ୍ତା ଅବସ୍ଥା ଶୋଚନୀୟ ଦର୍ଶାଇ ସେ ଧାରଣାରେ ବସିଥିଲେ। ତେବେ ଏଥିପ୍ରତି ଦୃଷ୍ଟି ଦେବାର ପ୍ରତିଶୃତି ମିଳିବା…
ପ୍ରିୟଙ୍କାଙ୍କୁ ଭାରି ପଡ଼ିଲା ସମୁଦ୍ରକୂଳ ରୋମାନ୍ସ
ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା କିଛିଦିନ ତଳେ ମିଆମୀରେ ତାଙ୍କ ଜନ୍ମଦିନ ପାଳିଥିଲେ। ଏହି ସମୟର କିଛି ଫଟୋ ସୋସିଆଲ ମିଡିଆରେ ଶେୟାର କରିଥିଲେ। ଫଟୋରେ ପ୍ରିୟଙ୍କା-ନିକ୍ ସମୁଦ୍ର କୂଳରେ ରୋମାନ୍ସ କରୁଥିବା ନଜର ଆସିଥିଲା। ଫଟୋକୁ କିଛି ଫ୍ୟାନ୍ ପସନ୍ଦ…
ବାଚସ୍ପତି ପଦରୁ ଇସ୍ତଫା ଦେଲେ ରମେଶ
ବେଙ୍ଗାଲୁର୍,୨୯।୭: କର୍ନାଟକ ମୁଖ୍ୟମନ୍ତ୍ରୀ ବି.ଏସ୍. ୟେଦୁରପ୍ପା ବିଧାନସଭାରେ ଆସ୍ଥା ଭୋଟ୍ରେ ବିଜୟ ହେବା ପରେ ବାଚସ୍ପତି କେ. ଆର୍. ରମେଶ କୁମାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ନୂଆ ସରକାରଙ୍କ ପକ୍ଷରୁ ଏବେ ନୂଆ ବାଚସ୍ପତି ନିର୍ବାଚନ କରାଯିବ।
ଗଣ୍ଠିଆପାଲିରେ ଅବାଧ ମଦ କାରବାର : ଜିଲାପାଳଙ୍କଠାରେ ଫେରାଦ ହେଲେ ସ୍ବୟଂ ସହାୟିକା ଗୋଷ୍ଠୀ ମହିଳା
ବରଗଡ଼ ଅଫିସ,୨୯।୭ : ବରଗଡ଼ ଜିଲା ଅମ୍ବାଭୋନା ଥାନା ଅନ୍ତର୍ଗତ ଗଣ୍ଠିଆପାଲି ଗ୍ରାମରେ ଅବାଧରେ ଚୋରାମଦ କାରବାର ଚାଲିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଗ୍ରାମର ୧୦ଟି ସ୍ବୟଂ ସହାୟିକା ଗୋଷ୍ଠୀର ମହିଳାମାନେ ଜିଲାପାଳ କାର୍ଯ୍ୟାଳୟକୁ ଆସି ଫେରାଦ ହୋଇଛନ୍ତି ଜିଲାପାଳ…
ଡିସ୍କଭରୀ ଚ୍ୟାନେଲ୍ର ମ୍ୟାନ୍ ଭର୍ସେସ୍ ଓ୍ବାଇଲ୍ଡ୍ରେ ପ୍ରଧାନମନ୍ତ୍ରୀ ମୋଦି: ଅଗଷ୍ଟ ୧୨ରେ ୧୮୦ ଦେଶରେ ହେବ ପ୍ରସାରିତ
ନୂଆଦିଲ୍ଲୀ,୨୯।୭: ଡିସ୍କଭରୀ ଚ୍ୟାନେଲ୍ର ମ୍ୟାନ୍ ଭର୍ସେସ୍ ଓ୍ବାଇଲ୍ଡ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅତିଥିଭାବେ ଯୋଗଦେଇଛନ୍ତି। ଏହାର ପ୍ରସାରଣ ଅଗଷ୍ଟ ୧୨ ରାତି ୯ଟାରେ ହେବ। ଏନେଇ କାର୍ଯ୍ୟକ୍ରମର ଉପସ୍ଥାପକ ବିୟର ଗ୍ରେଲ୍ସ୍ ଟୁଇଟ୍ କରି ଜଣାଇଛନ୍ତି। ଏହି କାର୍ଯ୍ୟକ୍ରମ ୧୮୦ଟି…
ଦ୍ୱିତୀୟ ସୋମବାର : ଆରଡ଼ିରେ ଜଳଲାଗି କଲେ ଲକ୍ଷାଧିକ କାଉଡ଼ିଆ
ଆରଡ଼ି,୨୯।୭(ଡି.ଏନ୍.ଏ.): ଭଦ୍ରକ ଜିଲା ଆରଡ଼ିର ପ୍ରସିଦ୍ଧ ବାବା ଆଖଣ୍ଡଳମଣିଙ୍କଠାରେ ଶ୍ରାବଣ ମାସର ୨ୟ ସୋମବାରରେ ଲକ୍ଷାଧିକ କାଉଡ଼ିଆ ଜଳଲାଗି କରିଥିବା ଜଣାପଡ଼ିଛି। ସୀମିତ ସ୍ଥାନରେ ଏତେ ସଂଖ୍ୟକ କାଉଡ଼ିଆଙ୍କ ଉପସ୍ଥିତି ଜିଲା ପ୍ରଶାସନ, ପୋଲିସ ତଥା ମନ୍ଦିର ପ୍ରଶାସନର ମୁଣ୍ଡବ୍ୟଥାର କାରଣ…
ଶକ୍ତି ପରୀକ୍ଷାରେ ୟେଦୁରପ୍ପା ପାସ୍: ଗୃହରେ ଭଏସ୍ ଭୋଟ୍; ବିରୋଧୀ ଦାବୀ କଲେ ନି ଭୋଟିଂ
ବେଙ୍ଗାଲୁର୍,୨୯।୭: କର୍ନାଟକ କ୍ଷମତା ଦଖଲ ଡ୍ରାମା ଶେଷ ହୋଇଛି। ସୋମବାର ମୁଖ୍ୟମନ୍ତ୍ରୀ ବି.ଏସ୍. ୟେଦୁରପ୍ପା ବିଧାନସଭାରେ ଆସ୍ଥା ଭୋଟ୍ରେ ବିଜୟୀ ହୋଇଛନ୍ତି। ବାଚସ୍ପତି କେ. ଆର୍. ରମେଶ କୁମାରଙ୍କ ଦ୍ୱାରା ହୋଇଥିବା ଭଏସ୍ ଭୋଟ୍ରେ ୟେଦୁରପ୍ପା ପାସ୍ ହୋଇଛନ୍ତି। ତେବେ ବିରୋଧୀ…
ୟେଦୁରପ୍ପାଙ୍କୁ ଆମେ ସହଯୋଗ କରିବୁ: କୁମାରସ୍ବାମୀ
ବେଙ୍ଗାଲୁରୁ,୨୯।୭: କର୍ନାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ସୋମବାର ବହୁମତରେ ବିଜୟୀ ହୋଇ ଶାସନ କରନ୍ତୁ ଯେଦୁରପ୍ପା, ଆମେ ତାଙ୍କୁ ସହଯୋଗ କରିବୁ ବୋଲି କହିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍ଡି କୁମାରସ୍ବାମୀ। ସେମାନଙ୍କ ୧୦୫ ଭୋଟକୁ ଆମେ କେବେବି କମାଇବାକୁ…
କଣିହାଁ ଏନ୍ଟିପିସିରେ କୋଇଲା ସଙ୍କଟ : ବନ୍ଦ ହେଲା ୩ ୟୁନିଟ୍
ତାଳଚେର,୨୯।୭(ନି.ପ୍ର.): ଅନୁଗୋଳ ଜିଲା ତାଳଚେରର କଣିହାଁସ୍ଥିତ ୩ ହଜାର ମେଗାୱାଟ୍ ବିଶିଷ୍ଟ ମହାରତ୍ନ କମ୍ପାନୀ ଏନ୍ଟିପିସି ବିଦ୍ୟୁତ ପ୍ରକଳ୍ପରେ ଘୋର କୋଇଲା ସଙ୍କଟ ଦେଖାଦେଇଛି। ଏବେ ଏନ୍ଟିପିସି ପାଖରେ ଅଧାଦିନର କୋଇଲା ମହଜୁଦ ରହିଛି। ଯାହା ବିଭାଗୀୟ କର୍ତ୍ତୃପକ୍ଷଙ୍କ ମୁଣ୍ଡବ୍ୟଥାକୁ ବଢ଼ାଇ…
Archives


