Home

ବସ୍‌ ଧକ୍କାରେ ସାଇକେଲ ଆରୋହୀ ଗୁରୁତର : କଟକ ସ୍ଥାନାନ୍ତର

ଆନନ୍ଦପୁର,୧୯।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ଦେଇ ଯାଇଥିବା ୨୦ନଂ. ଜାତୀୟ ରାଜପଥର ବୀରଗୋବିନ୍ଦପୁରଠାରେ ଗୁରୁବାର ପୂର୍ବାହ୍ନରେ ଗୋଟିଏ ଘରୋଇ ଯାତ୍ରୀବାହୀ ବସ୍‌ ଧକ୍କାରେ ଜଣେ ସାଇକେଲ ଆରୋହୀ ଗୁରୁତର ହୋଇଥିବା ସୂଚନା ମିଳିଛି। ଗୁରୁତର ସାଇକେଲ ଆରୋହୀଙ୍କୁ ପ୍ରଥମେ ଆନନ୍ଦପୁର ଉପଖଣ୍ଡ ମୁଖ୍ୟ…

ସିବିଆଇକୁ ମିଳିଲା ରାଜୀବଙ୍କ ଠିକଣା

କୋଲକାତା,୧୯।୯: ଶାରଦା ଚିଟପଣ୍ଡ ମାମଲାରେ ଛନ୍ଦି ହୋଇଥିବା କୋଲକାତାର ପୂର୍ବତନ କମିଶନର ରାଜୀବ କୁମାରଙ୍କ ଠିକଣା ମିଳିଛି। ଗୁରୁବାର ରାଜୀବଙ୍କ ଠିକଣା ମିଳିବା ପରେ ସିବିଆଇର ଗୋଟିଏ ଟିମ୍‌ ସିଜିଓ କମ୍ଲେକ୍ସ ଯାଇଥିବା ବେଳେ ଅନ୍ୟ ଟିମ୍‌ କୋଲକାତା ସ୍ଥିତ ୩୪-ପାର୍କ…

ଲ୍ୟାଣ୍ଡର ବିକ୍ରମ ସହ ସମ୍ପର୍କ ନ କରିପାରି ପ୍ରୟାଗରାଜରେ ସଫ୍ଟ ଲ୍ୟାଣ୍ଡିଂ କଲେ ଯୁବକ

ପ୍ରୟାଗରାଜ,୧୯।୯: ପ୍ରୟାଗରାଜରେ ୩ଦିନରୁ ଜାରି ରହିଥିବା ଡ୍ରାମା ବୁଧବାର ଶେଷ ହୋଇଛି। ଫିଲ୍ମ ସୋଲେରେ ଯେଉଁଭଳି ଧର୍ମେନ୍ଦ୍ର ଟାଓ୍ବାର ଉପରେ ଚଢ଼ି ବାସନ୍ତୀ ସହ ବିବାହ ପାଇଁ ଜିଦ୍‌ ଧରିଥିଲେ। ସେହିପରି ଚନ୍ଦ୍ରକୁ ଯାଇଥିବା ବିକ୍ରମ ଲ୍ୟାଣ୍ଡର ସହ ସମ୍ପର୍କ କରିବା…

ଶାହଙ୍କୁ ଭେଟିଲେ ମମତା: ଏନ୍‌ଆର୍‌ସିକୁ ନେଇ ଭୟ କରୁଛନ୍ତି ଲୋକେ; ହଇରାଣ ନ କରିବାକୁ କଲେ ଅନୁରୋଧ

ନୂଆଦିଲ୍ଲୀ,୧୯।୯: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କୁ ଗୁରୁବାର ଭେଟିଛନ୍ତି। ଏହି ଅବସରରେ ଦୁଇ ନେତାଙ୍କ ମଧ୍ୟରେ ଏନ୍‌ଆର୍‌ସି ନେଇ ଆଲୋଚନା ହୋଇଥିବା କୁହାଯାଉଛି। ଏନ୍‌ଆର୍‌ସି ନେଇ ଲୋକେ ଭୟ କରୁଥିବା ମମତା କହିଛନ୍ତି। ତେଣୁ ଏହାକୁ ନେଇ…

ଲେଖାହେବ ଭାରତୀୟ ସୀମା ବିବାଦର ଇତିହାସ: ସଚେତନ ହେବେ ସୀମା ବାସିନ୍ଦା

ନୂଆଦିଲ୍ଲୀ,୧୯।୯: ସୀମାବର୍ତ୍ତୀ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ସଚେତନ କରାଇବା ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରାଯିବା ଲାଗି ଯୋଜନା ହୋଇଛି। ଏନେଇ ଖୁବ୍‌ ଶୀଘ୍ର ଭାରତୀୟ ସୀମା ବିବାଦର ଇତିହାସ ଲେଖାଯିବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ…

ସାଲେପୁର ବଳାତ୍କାର ମାମଲାରେ ଅଭିଯୁକ୍ତଙ୍କୁ ଫାଶୀ ପ୍ରସଙ୍ଗ: ନାବାଳିକାଙ୍କ ପରିବାର କହିଲେ ‘୧୭ ମାସ ପରେ ନ୍ୟାୟ ମିଳିଛି’

ନିଶ୍ଚିନ୍ତକୋଇଲି, ୧୯।୯(ସ୍ବ.ପ୍ର.): ୨୦୧୮ରେ ସାଲେପୁର ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବଳାତ୍କାର ଏବଂ ହତ୍ୟା ଘଟଣାରେ ଗୁରୁବାର ଦୋଷୀ ମହମ୍ମଦ ମୁସ୍ତାକଙ୍କୁ କଟକର ସ୍ବତନ୍ତ୍ର ପୋକ୍ସୋ କୋର୍ଟ ଫାଶୀ ଦଣ୍ଡାଦେଶ ଦେଇଛନ୍ତି। ଏହି ରାୟ ପ୍ରକାଶ ପାଇବା ପରେ ନାବାଳିକାଙ୍କ ପରିବାର ପକ୍ଷରୁ…

କୋମାରୁ ବାହାରିବା ପରେ ଯୁବକ କହିଲେ ଅଲଗା ଦେଶର ଭାଷା

ଅଷ୍ଟ୍ରେଲିଆର ଜଣେ ୨୭ ବର୍ଷୀୟ ଯୁବକ ଏକ ସଡ଼କ ଦୁର୍ଘଟଣାରେ କୋମାକୁ ଚାଲିଯାଇଥିଲେ। ଯେତେବେଳେ କୋମାରୁ ବାହାରିଲେ ସେତେବେଳେ ନିଜର ମୂଳଭାଷା ପରିବର୍ତ୍ତେ ଅଲଗା ଦେଶର ଭାଷା କହିବାକୁ ଲାଗିଲେ। ଯାହା ଶୁଣି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏକ ରିପୋର୍ଟରୁ ପ୍ରକାଶ,…

ମନ୍ତ୍ରୀ ସୁଶାନ୍ତ ସିଂଙ୍କ ନାମରେ କରୁଥିଲେ ବ୍ଲାକ୍‌ମେଲିଂ, ଅଭିଯୁକ୍ତଙ୍କୁ ଗିରଫ କଲା ସୋହେଲା ପୋଲିସ

ବରଗଡ଼ ଅଫିସ,୧୯।୯- ଗ୍ରାମ୍ୟ ଉନ୍ନୟନ ତଥା ଶ୍ରମମନ୍ତ୍ରୀ ସୁଶାନ୍ତ ସିଂଙ୍କ ନାମରେ ବ୍ଲାକମେଲିଂ କରି ବିଭିନ୍ନ ସରକାରୀ ଅଧିକାରୀଙ୍କୁ ଧମକ ଦେଇ ଟଙ୍କା ଆଦାୟ ଅଭିଯୋଗରେ ବରଗଡ଼ ଜିଲା ସୋହେଲା ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ…

ଭିତରକନିକାରେ ଦେଶୀୟ ପକ୍ଷୀ ଗଣନା ଆରମ୍ଭ

ରାଜନଗର,୧୯।୯(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ଭିତରକନିକା ଜାତୀୟ ଉଦ୍ୟାନରେ ଗୁରୁବାର ଦେଶୀୟ ପକ୍ଷୀଙ୍କ ଗଣନା ଆରମ୍ଭ ହୋଇଛି। ରାଜନଗର ଡିଏଫ୍‌ଓ ବିକାଶ ରଞ୍ଜନ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନତାରେ ଏହି ଗଣନା ଆରମ୍ଭ ହୋଇଛି। ଦୁଇଟି ଟିମ୍‌ରେ ୧୨ଜଣ କର୍ମଚାରୀ ଏଥିରେ ସାମିଲ ହୋଇଛନ୍ତି।…

ଭାତ-ଡାଲି ଆନୁବଂଶିକ ରୋଗରୁ ଦେବ ମୁକ୍ତି

ବର୍ଲିନ୍‌,୧୯।୯: ଭାରତୀୟ ଖାଦ୍ୟ ଭାତ-ଡାଲି ଆନୁବଂଶିକ ରୋଗରୁ ମୁକ୍ତି ଦେବ। ଜର୍ମାନୀର ଲ୍ୟୁବେକ୍‌ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଏହା ପ୍ରକାଶ ପାଇଛି। ଆନୁବଂଶିକ ରୋଗ ପାଇଁ ଡିଏନ୍‌ଏ ସଂରଞ୍ଚନା ଦାୟୀ ରହିବା ସହିତ ଖାଦ୍ୟପେୟର ମଧ୍ୟ ପ୍ରଭାବ ରହିଛି…

ସର୍ପାଘାତରେ ମହିଳାଙ୍କ ଜୀବନଗଲା, ଡାକ୍ତରଖାନାରେ ଗୁଣିଆଙ୍କ ଝଡ଼ାଫୁଙ୍କା

ଉଦଳା,୧୯।୯(ଡି.ଏନ୍‌.ଏ.) : ମୟୂରଭଞ୍ଜ ଜିଲା ଉଦଳା ଥାନା ଅଧୀନରେ ଥିବା କାଠପାଳ ଗ୍ରାମର ଆରତି ମାଝି(୫୦)ଙ୍କୁ ବୁଧବାର ସର୍ପାଘାତ ହେବାରୁ ପରିବାର ଲୋକେ ଉଦଳା ଡାକ୍ତରଖାନା ଚିକିତ୍ସା ପାଇଁ ଆଣୁଥିବା ବେଳେ ରାସ୍ତାରେ ତାଙ୍କର ଜୀବନ ଚାଲିଯାଇଥିଲା। ପରେ ଡାକ୍ତର ମଧ୍ୟ…

ସାଲେପୁର ନାବାଳିକା ବଳାତ୍କାର, ହତ୍ୟା ମାମଲା: ଦୋଷୀ ମହମ୍ମଦ ମୁସ୍ତାକଙ୍କୁ ଫାଶୀ

କଟକ ଅଫିସ,୧୯।୯: ସାଲେପୁର ନାବାଳିକା ବଳାତ୍କାର ଓ ହତ୍ୟା ମାମଲାରେ କଟକ ସ୍ପେଶାଲ ପୋକ୍ସୋ କୋର୍ଟ ଗୁରୁବାର ରାୟ ଶୁଣାଇଛନ୍ତି। ଦୋଷୀ ମହମ୍ମଦ ମୁସ୍ତାକଙ୍କୁ ଫାଶୀ ଦଣ୍ଡାଦେଶ ଦିଆଯାଇଛି। ୨୦୧୮ ଏପ୍ରିଲ ୨୧ ତାରିଖରେ ସାଲେପୁର ଅଞ୍ଚଳରେ ଉକ୍ତ ନାବାଳିକା ଭାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?