ନାବାଳିକାଙ୍କୁ ବିବାହ ପରେ ଯୌତୁକ ନିର୍ଯାତନା: ସ୍ବାମୀ ଗିରଫ, ଶାଶୁ, ଶ୍ୱଶୁର, ଦିଅର ଫେରାର

ପୁରୁଷୋତ୍ତମପୁର,୧୯ା୯(ଡି.ଏନ.ଏ.)- ସରକାର ବାଲ୍ୟ ବିବାହ ରୋକିବା ଲାଗି ସ୍ବତନ୍ତ୍ର ଆଇନ ପ୍ରଣୟନ କରିଛନ୍ତି। ବିବାହ କରୁଥିବା ଅଧିକାରୀ ଓ ବିବାହ ପଞ୍ଜିକୃତ ଅଧିକାରୀଙ୍କୁ ଉଭୟ ବର କନ୍ୟାଙ୍କ ଜନ୍ମଗତ ବୟସ ସମ୍ପର୍କିତ ପ୍ରମାଣପତ୍ରକୁ ତନଖି କରି କାର୍ଯ୍ୟ କରିବାକୁ କଡା ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ ବୟସ ହୋଇ ନ ଥିବା ପିଲାଙ୍କୁ ବିବାହ କରୁଥିବା ଅଭିଭାବକଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ ମଧ୍ୟ କରୁଛନ୍ତି। କିଛିସଂସ୍ଥା ଜନ୍ମଗତ ବୟସ ସମ୍ପର୍କିତ ପ୍ରମାଣପତ୍ରକୁ ଭଲଭାବେ ଯାଞ୍ଚ ନକରି ବିବାହ କରିବାରେ ଲାଗିଛନ୍ତି। ଏପରି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଞ୍ଚଳରେ।
ଏହି ଅଞ୍ଚଳର ଜଣେ ନାବାଳିକାଙ୍କୁ ଗତ ଜୁଲାଇରେ ଘରୁ ଉଠାଇନେଇ ଭୁବନେଶ୍ୱରରେ ଥିବା ଏକ ବିବାହ ସଂସ୍ଥାରେ ଜଣେ ଯୁବକ ବିବାହ କରିଥିଲେ। ଏବେ ଯୌତୁକ ପାଇଁ ନିର୍ଯାତନା ଦିଆଯାଉଥିବା ସମ୍ପୃକ୍ତ ନାବାଳିକାଙ୍କୁ ପୁରୁଷୋତ୍ତମପୁର ଥାନାରେ ଅଭିଯୋଗ କରିଛନ୍ତି। ନଂ.୨୦୬/୧୯ରେ ସ୍ବାମୀ, ଶଶୁର, ଶାଶୁ ଓ ଦିଅରଙ୍କ ନାମରେ ମାମଲା ରୁଜୁ ହୋଇଥିବା କହିଛନ୍ତି ଆଇଆଇସି ଜଗନ୍ନାଥ ମଲ୍ଲିକ। ଅଭିଯୁକ୍ତ ସ୍ବାମୀ କିଷାନ ମହାରଣାଙ୍କୁ ଗୁରୁବାର ଗିରଫ କରି ବ୍ରହ୍ମପୁର ପୋକ୍ସୋ କୋର୍ଟକୁ ଚାଲାଣ କରାଯାଇଛି। ଘଟଣା ସମ୍ପର୍କରେ ତଦନ୍ତକାରି ପୋଲିସ ଅଫିସର ଏସ୍‌ଆଇ ସ୍ନେହାମଞ୍ଜରି ସାହୁ କହିଛନ୍ତି, ନାବାଳିକାଙ୍କ ଅଭିଯୋଗ ପ୍ରକାରେ ତାଙ୍କୁ ଗତ ଜୁଲାଇ ୨୬ରେ ଛତ୍ରପୁର ଥାନା ଭିକାରିପଲ୍ଲୀ ଗ୍ରାମର କିଷାନ ମହାରଣା ଘରୁ ଉଠାଇ ନେଇ ଭୁବନେଶ୍ୱରରେ ଥିବା ଏକ ସଂସ୍ଥାରେ ଜୁଲାଇ ୩୦ରେ ବିବାହ କରିଥିଲେ। ସେଠାରୁ ଆସି ବ୍ରହ୍ମପୁରରେ ଓ ଛତ୍ରପୁରରେ ଘର ଭଡାନେଇ ରହିଥିଲେ। ଏହାପରେ ଯୌତୁକ ଦାବି କରି ନିର୍ଯାତନା ଆରମ୍ଭ କରିଥିଲେ। ଏପରିକି ନାବାଳିକାଙ୍କୁ ଆଣି ତାଙ୍କ ବାପଘରେ ଛାଡ଼ି ଚାଲି ଯାଇଥିଲେ। ଉଭୟ ପକ୍ଷଙ୍କ ଆଲୋଚନାପରେ କୌଣସି ସମାଧାନ ନ ହେବାରୁ ବୁଧବାର ଥାନାରେ ଅଭିଯୋଗ କରିଥିଲେ। ନାବାଳିକାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ନେଇ ଡାକ୍ତରୀ ମାଇନା କରାଯିବା ସହ କୋର୍ଟରେ ବୟାନ ରେକର୍ଡ କରାଯାଇଛି। ଏହା ସହ ଅଭିଯୁକ୍ତ ସ୍ବାମୀଙ୍କ ମଧ୍ୟ ଡାକ୍ତରୀ ମାଇନା କରାଯାଇଛି। ଅଭିଯୋଗକାରିଣୀ ନାବାଳିକା ହୋଇଥିବାରୁ ମାମଲାକୁ ବ୍ରହ୍ମପୁର ପୋକ୍ସୋ କୋର୍ଟକୁ ପଠା ଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବୁଲାଣି ରାସ୍ତାରେ ୨ ବସ୍‌ ମୁହାଁମୁହିଁ: ଡ୍ରାଇଭରଙ୍କ ଜୀବନ ଗଲା, ୩୫ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ

ସୋନପୁର,୧୦।୫(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର-ସମ୍ବଲପୁର ରାସ୍ତାର ଉଲୁଣ୍ଡା ବ୍ଲକସ୍ଥିତ ଡୁଡୁପାଲି ଛକରେ ଶୁକ୍ରବାର ରାତିରେ ସଡକ ଦୁର୍ଘଟଣା ଘଟିଛି। ବୁଲାଣି ରାସ୍ତାରେ ୨ ଯାତ୍ରୀବାହୀ ବସ୍‌ ମଧ୍ୟରେ...

ୟୁଜିସି-ଏନ୍‌ଇଟି ଆବେଦନ ଅବଧି ବଢ଼ିଲା

ଭୁବନେଶ୍ୱର, ୧୦।୫(ଅସମାପିକା ସାହୁ) – ଆସନ୍ତା ମାସରେ ୟୁଜିସି-ଏନ୍‌ଇଟି ଅନୁଷ୍ଠିତ ହେବ। ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି(ଏନ୍‌ଟିଏ) ଦ୍ୱାରା ପରିଚାଳିତ ଏହି ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ...

ମେଣ୍ଟକୁ ନେଇ ସଫାସଫା କହିଦେଲେ ମୋଦି, ଜାତୀୟ ଗଣମାଧ୍ୟମରେ ଚହଳ

ଭୁବନେଶ୍ୱର,୧୦।୪: ରାଜଧାନୀ ଭୁବନେଶ୍ୱରରେ ମେଗା ରୋଡ ଶୋ’ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେବେ ଏହି ରୋଡ ଶୋ’ ପରେ ମେଣ୍ଟକୁ ନେଇ ଜାତୀୟ ଗଣମାଧ୍ୟମରେ...

ଜାତୀୟ ଗଣମାଧ୍ୟମରେ ଓଡ଼ିଶାକୁ ନେଇ ମୋଦିଙ୍କ ବଡ଼ ବୟାନ, କହିଲେ ଏଥର…

ଭୁବନେଶ୍ୱର, ୧୦।୫: ରାଜଧାନୀ ଭୁବନେଶ୍ୱରରେ ମେଗା ରୋଡ ଶୋ’ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେବେ ଏହି ରୋଡ ଶୋ’ ପରେ ଓଡ଼ିଶାକୁ ନେଇ ଜାତୀୟ...

ଏଥର ହ୍ବାଟ୍ସଆପ୍‌ରେ ମିଳିବ ମାଟ୍ରିକ୍‌ ପରୀକ୍ଷାଫଳ

କଟକ,୧୦ା୫ (କାର୍ତ୍ତିକ ସାହୁ)- ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷାଫଳ ଆସନ୍ତା ୨୦ ତାରିଖ ପରେ ପ୍ରକାଶ ପାଇବ। ଛାତ୍ରୀଛାତ୍ରମାନେ ପୂର୍ବରୁ...

ବିଶାଳ ରାଲି ନୁହେଁ, ପ୍ରାର୍ଥିପତ୍ର ଦାଖଲ ପାଇଁ ସାଇକେଲରେ ପହଞ୍ଚିଲେ ସୁରଙ୍କ ପୁଅ ସିଦ୍ଧାର୍ଥ

ନିମାପଡ଼ା,୧୦ା୫: ପ୍ରାର୍ଥୀପତ୍ର ଦାଖଲ ସମୟରେ ସମସ୍ତ ପ୍ରାର୍ଥୀ ବିଶାଳ ରାଲି କରି ଯାଉଥିବା ନଜର ଆସିଥାଏ। ହେଲେ ନିମାପଡ଼ା ବିଧାନସଭା ଆସନର କଂଗ୍ରେସ ପ୍ରାର୍ଥୀ ସିଦ୍ଧାର୍ଥ...

କୋର୍ଟ ଆସିଲେନି ଅନୁଭବ

କଟକ,୧୦ା୫ (କାର୍ତ୍ତିକ ସାହୁ) ବର୍ଷାଙ୍କୁ ନିର୍ଯାତନା ଦେବା ନେଇ ରୁଜୁ ମାମଲାରେ ଅନୁଭବ ମହାନ୍ତି ଶୁକ୍ରବାର କୋର୍ଟ ଆସିଲେ ନାହିଁ। ଚାର୍ଜ ଫ୍ରେମ ପାଇଁ ଶୁକ୍ରବାର...

କମ୍ପିଲା ରାଜଧାନୀ, ଆରମ୍ଭ ହେଲା ମୋଦି ଶୋ’

ଭୁବନେଶ୍ୱର,୧୦।୫: ଆରମ୍ଭ ହେଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମେଗା ରୋଡ ଶୋ’। ଭୁବନେଶ୍ୱର ସ୍ଥିତ ଭାଜପା ରାଜ୍ୟ କାର୍ଯ୍ୟାଳୟରୁ ଆରମ୍ଭ ହୋଇଛି ମୋଦିଙ୍କ ରୋଡ ଶୋ’।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri