ନାବାଳିକାଙ୍କୁ ବିବାହ ପରେ ଯୌତୁକ ନିର୍ଯାତନା: ସ୍ବାମୀ ଗିରଫ, ଶାଶୁ, ଶ୍ୱଶୁର, ଦିଅର ଫେରାର

ପୁରୁଷୋତ୍ତମପୁର,୧୯ା୯(ଡି.ଏନ.ଏ.)- ସରକାର ବାଲ୍ୟ ବିବାହ ରୋକିବା ଲାଗି ସ୍ବତନ୍ତ୍ର ଆଇନ ପ୍ରଣୟନ କରିଛନ୍ତି। ବିବାହ କରୁଥିବା ଅଧିକାରୀ ଓ ବିବାହ ପଞ୍ଜିକୃତ ଅଧିକାରୀଙ୍କୁ ଉଭୟ ବର କନ୍ୟାଙ୍କ ଜନ୍ମଗତ ବୟସ ସମ୍ପର୍କିତ ପ୍ରମାଣପତ୍ରକୁ ତନଖି କରି କାର୍ଯ୍ୟ କରିବାକୁ କଡା ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ ବୟସ ହୋଇ ନ ଥିବା ପିଲାଙ୍କୁ ବିବାହ କରୁଥିବା ଅଭିଭାବକଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ ମଧ୍ୟ କରୁଛନ୍ତି। କିଛିସଂସ୍ଥା ଜନ୍ମଗତ ବୟସ ସମ୍ପର୍କିତ ପ୍ରମାଣପତ୍ରକୁ ଭଲଭାବେ ଯାଞ୍ଚ ନକରି ବିବାହ କରିବାରେ ଲାଗିଛନ୍ତି। ଏପରି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଞ୍ଚଳରେ।
ଏହି ଅଞ୍ଚଳର ଜଣେ ନାବାଳିକାଙ୍କୁ ଗତ ଜୁଲାଇରେ ଘରୁ ଉଠାଇନେଇ ଭୁବନେଶ୍ୱରରେ ଥିବା ଏକ ବିବାହ ସଂସ୍ଥାରେ ଜଣେ ଯୁବକ ବିବାହ କରିଥିଲେ। ଏବେ ଯୌତୁକ ପାଇଁ ନିର୍ଯାତନା ଦିଆଯାଉଥିବା ସମ୍ପୃକ୍ତ ନାବାଳିକାଙ୍କୁ ପୁରୁଷୋତ୍ତମପୁର ଥାନାରେ ଅଭିଯୋଗ କରିଛନ୍ତି। ନଂ.୨୦୬/୧୯ରେ ସ୍ବାମୀ, ଶଶୁର, ଶାଶୁ ଓ ଦିଅରଙ୍କ ନାମରେ ମାମଲା ରୁଜୁ ହୋଇଥିବା କହିଛନ୍ତି ଆଇଆଇସି ଜଗନ୍ନାଥ ମଲ୍ଲିକ। ଅଭିଯୁକ୍ତ ସ୍ବାମୀ କିଷାନ ମହାରଣାଙ୍କୁ ଗୁରୁବାର ଗିରଫ କରି ବ୍ରହ୍ମପୁର ପୋକ୍ସୋ କୋର୍ଟକୁ ଚାଲାଣ କରାଯାଇଛି। ଘଟଣା ସମ୍ପର୍କରେ ତଦନ୍ତକାରି ପୋଲିସ ଅଫିସର ଏସ୍‌ଆଇ ସ୍ନେହାମଞ୍ଜରି ସାହୁ କହିଛନ୍ତି, ନାବାଳିକାଙ୍କ ଅଭିଯୋଗ ପ୍ରକାରେ ତାଙ୍କୁ ଗତ ଜୁଲାଇ ୨୬ରେ ଛତ୍ରପୁର ଥାନା ଭିକାରିପଲ୍ଲୀ ଗ୍ରାମର କିଷାନ ମହାରଣା ଘରୁ ଉଠାଇ ନେଇ ଭୁବନେଶ୍ୱରରେ ଥିବା ଏକ ସଂସ୍ଥାରେ ଜୁଲାଇ ୩୦ରେ ବିବାହ କରିଥିଲେ। ସେଠାରୁ ଆସି ବ୍ରହ୍ମପୁରରେ ଓ ଛତ୍ରପୁରରେ ଘର ଭଡାନେଇ ରହିଥିଲେ। ଏହାପରେ ଯୌତୁକ ଦାବି କରି ନିର୍ଯାତନା ଆରମ୍ଭ କରିଥିଲେ। ଏପରିକି ନାବାଳିକାଙ୍କୁ ଆଣି ତାଙ୍କ ବାପଘରେ ଛାଡ଼ି ଚାଲି ଯାଇଥିଲେ। ଉଭୟ ପକ୍ଷଙ୍କ ଆଲୋଚନାପରେ କୌଣସି ସମାଧାନ ନ ହେବାରୁ ବୁଧବାର ଥାନାରେ ଅଭିଯୋଗ କରିଥିଲେ। ନାବାଳିକାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ନେଇ ଡାକ୍ତରୀ ମାଇନା କରାଯିବା ସହ କୋର୍ଟରେ ବୟାନ ରେକର୍ଡ କରାଯାଇଛି। ଏହା ସହ ଅଭିଯୁକ୍ତ ସ୍ବାମୀଙ୍କ ମଧ୍ୟ ଡାକ୍ତରୀ ମାଇନା କରାଯାଇଛି। ଅଭିଯୋଗକାରିଣୀ ନାବାଳିକା ହୋଇଥିବାରୁ ମାମଲାକୁ ବ୍ରହ୍ମପୁର ପୋକ୍ସୋ କୋର୍ଟକୁ ପଠା ଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?