ଗହମ ବ୍ୟତୀତ ଖାଆନ୍ତୁ ଏସବୁ ଶସ୍ୟରୁ ପ୍ରସ୍ତୁତ ରୁଟି, ମିଳିବ ଅନେକ ରୋଗରୁ ମୁକ୍ତି

ଖାଦ୍ୟରେ ରୁଟିକୁ ସମ୍ପୂର୍ଣ୍ଣ ଆହାର କୁହାଯାଇଥାଏ। ଦିନରେ ହେଉ କି ରାତିରେ। ରୁଟି ସ୍ବାସ୍ଥ୍ୟ ପାଇଁ ବହୁ ଉପକାରୀ ବୋଲି ବିଶେଷଜ୍ଞମାନେ ମତ ଦିଅନ୍ତି। ତେବେ ଜାଣନ୍ତୁ ଭିନ୍ନ ଭିନ୍ନ ଶସ୍ୟରୁ ପ୍ରସ୍ତୁତ ରୁଟି ଖାଇଲେ କ’ଣ ସବୁ ଉପକାର ମିଳିଥାଏ।

ମାଣ୍ଡିଆ : ପୋଟାସିୟମ, କ୍ୟାଲସିୟମ, ସୋଡିୟମ ଏବଂ ଆଇରନରେ ଭରଭୂର ମାଣ୍ଡିଆ ଚୂନାରୁ ପ୍ରସ୍ତୁତ ରୁଟି ଗର୍ଭବତୀ ମହିଳାଙ୍କ ପାଇଁ ଖୁବ୍‌ ଭଲ। ଏଥିରୁ ଭିଟାମିନ୍‌ ଏବଂ ଖଣିଜ ପଦାର୍ଥ ମିଳିଥାଏ। ପ୍ରତି ୧୦୦ ଗ୍ରାମ ମାଣ୍ଡିିଆରୁ ୨୫ ମିଲିଗ୍ରାମ କ୍ୟାଲସିୟମ ମିଳିଥାଏ। ମାଣ୍ଡିଆ ହୃଦ୍‌ରୋଗ ଜନିତ ସମସ୍ୟା ଦୂର କରିବାରେ ମଧ୍ୟ ସହାୟକ ହୋଇଥାଏ।

ଯଅ : ଭିଟା-ଗ୍ଲୁକୋନ୍‌ରେ ଭରପୂର ଯଅରୁ ପ୍ରସ୍ତୁତ ରୁଟି ଖାଇଲେ କୋଲେଷ୍ଟରଲ୍‌ କମ୍‌ ହୋଇଥାଏ। ବ୍ଲଡ ପ୍ରେସର ରୋଗୀଙ୍କ ପାଇଁ ଏହା ବହୁତ ଭଲ। ୧୦୦ ଗ୍ରାମ ଯଅରୁ ୩.୯ ଗ୍ରାମ ଫାଇବର ଏବଂ ୧୧.୫ ଗ୍ରାମ ପ୍ରୋଟିନ୍‌ ମିଳିଥାଏ।

ବାଜରା : ରାଜସ୍ଥାନରେ ଲୋକେ ବହୁଳ ପରିମାଣରେ ବାଜରାରୁ ପ୍ରସ୍ତୁତ ରୁଟି ଖାଇଥାନ୍ତି। ଏଥିରେ ଆଇରନ୍‌, ଜିଙ୍କ୍‌, ମ୍ୟାଗ୍ନେସିୟମ ଏବଂ ଭିଟାମିନ୍‌ ଇ ଭରପୂର ରହିଛି। ଅନ୍ୟ ଶସ୍ୟ ତୁଳନାରେ ବାଜରାରୁ ଅଧିକ ଶକ୍ତି ମିଳିଥାଏ। ଏଥିରେ କ୍ୟାଲସିୟମ ଥିବାରୁ ହାଡ଼ ମଜଭୁତ ହେବାରେ ସହାୟକ ହୋଇଥାଏ। ବାଜରାରୁ ପ୍ରସ୍ତୁତ ରୁଟି ଶୀତଦିନରେ ଖାଇଲେ ସବୁଠୁ ଭଲ।

ମକା : ଏଥିରୁ ପ୍ରସ୍ତୁତ ରୁଟି ଡାଇବେଟିସ୍‌ ରୋଗୀଙ୍କ ପାଇଁ ଲାଭଦାୟକ ହୋଇଥାଏ। ମକାରୁଟି କୋଲନ୍‌ କ୍ୟାନସର ଆଶଙ୍କା କମ୍‌ କରିଥାଏ। ଏଥିରେ ଭିଟାମିନ୍‌ ଏ, ବି ୧, ବି-୫, ଭିଟାମିନ୍‌ ସି ରହିଛି। ଏହା ସହିତ ଭିଟା କ୍ୟାରୋଟିନ୍‌ ମଧ୍ୟ ପ୍ରଚୁର ପରିମାଣରେ ରହିଛି। ଏଥିରେ ମହଜୁଦ୍‌ ଫାଇବର ହୃଦ ଜନିତ ରୋଗଠାରୁ ଦୂରେଇ ରଖେ।


Enter your email to get our daily news in your inbox.

All Right Reserved By Dharitri.Com

୨ ମିନିଟ୍‌ର ସୂର୍ଯ୍ୟପରାଗ ଦେଖିବାକୁ ଲକ୍ଷେଟଙ୍କା ଟିକେଟ, ଉଡ଼ିବ ସ୍ୱତନ୍ତ୍ର ବିମାନ

ନୂଆଦିଲ୍ଲୀ,୧୨ା୮: ମାତ୍ର ୨ ମିନିଟ୍ ୧୮ ସେକେଣ୍ଡର ଅନ୍ଧାର ଦେଖିବା ପାଇଁ ଲୋକମାନେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରୁଛନ୍ତି । ଆଜି ଅର୍ଥାତ୍ ଅଗଷ୍ଟ…

ସୂର୍ଯ୍ୟଙ୍କ ନକ୍ଷତ୍ରରେ ରାଜକୁମାର ବୁଧଙ୍କ ଏଣ୍ଟ୍ରି, ୫ ରାଶିଙ୍କ ଚମକିବ ଭାଗ୍ୟ; ଆଖି ପିଛୁଳାକେ ମିଳିବ ଧନ…

ବୁଧ ଗ୍ରହଙ୍କର କେବଳ ରାଶି ପରିବର୍ତ୍ତନ ନୁହେଁ, ବରଂ ନକ୍ଷତ୍ର ପରିବର୍ତ୍ତନ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ସେ ବୈଦିକ ଜ୍ୟୋତିଷ ଶାସ୍ତ୍ରର ସବୁଠାରୁ ଶୁଭ ଗ୍ରହମାନଙ୍କ…

ମଧ୍ୟାହ୍ନଭୋଜନ ଖାଇବା ପରେ ଅସୁସ୍ଥ ହୋଇପଡ଼ିଲେ ୪ ଛାତ୍ରୀ, ଛାତିରେ ଯନ୍ତ୍ରଣା ସହ…

ଦେବଗଡ଼,୧୨ା୮(ଶଶାଙ୍କ ଶେଖର ଝାଙ୍କର): ରାଜ୍ୟରେ ବିଦ୍ୟାଳୟଗୁଡ଼ିକରେ ମଧ୍ୟାହ୍ନଭୋଜନ ବ୍ୟବସ୍ଥାକୁ ନେଇ ବାରମ୍ବାର ପ୍ରଶ୍ନବାଚୀ ସୃଷ୍ଟି ହେଉଥିବାବେଳେ, ପୁଣି ଏକ ଅଘଟଣ ସାମ୍ନାକୁ ଆସିଛି। ଦେବଗଡ଼ ଜିଲା ନଈକୂଳ…

ଛାତ୍ରୀଙ୍କୁ ପ୍ରଧାନଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ, ଅଭିଭାବକଙ୍କୁ ଫୋନ୍‌ କରି କହିଲେ ସାର୍‌ ମୋତେ…

ମହାକାଳପଡ଼ା,୧୨ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ଅଞ୍ଚଳରେ ଏକ ପ୍ରମୁଖ ଶିକ୍ଷାନୁଷ୍ଠାନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକଙ୍କ ବିରୋଧରେ ଏକ ସଙ୍ଗୀନ ଅଭିଯୋଗ କରିଛନ୍ତି…

ମୋଦି-ପ୍ରିୟଙ୍କାଙ୍କ ବାର୍ତ୍ତାଳପ ମଝିରେ ଏପରି କହିଦେଲେ ଖାର୍ଗେ, ସବୁ ହସି କହିଲେ….

ନୂଆଦିଲ୍ଲୀ,୧୨ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କ ମଧ୍ୟରେ ବାର୍ତ୍ତାଳପ ସମୟରେ ଏପରି ଏକ ଘଟଣା ଘଟିଛି, ଯାହା ସାଧାରଣତଃ ବହୁତ କମ୍…

ତ୍ରିରଙ୍ଗା ଆମ ଗର୍ବ ଗୌରବ: ଦେଶାତ୍ମବୋଧକ ନାରା ଦେଇ ପଦଯାତ୍ରାରେ ବାହାରିଲେ ଛାତ୍ରୀଛାତ୍ର

ତୁମୁଡ଼ିବନ୍ଧ,୧୨ା୮(ଦୀପକ କୁମାର ପରାସେଠ୍‌): ତ୍ରିରଙ୍ଗା ଆମ ଗର୍ବ ଗୌରବ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ କନ୍ଧମାଳ ଜିଲା ତୁମଡ଼ିବନ୍ଧ ନେତାଜୀ ସୁଭାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତରଫରୁ…

ପାକିସ୍ତାନ ରାଜନୀତିରେ ହଇଚଇ! ଜେଲରେ ଇମ୍ରାନ ଖାନଙ୍କ ମୃତ୍ୟୁ ନେଇ ସାମ୍ବାଦିକଙ୍କ ଦାବି, ଜାଣନ୍ତୁ ସତ

ଇସଲାମବାଦ,୧୨ା୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ (Imran Khan)ଙ୍କୁ ନେଇ ଏକ ବଡ଼ ଏବଂ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି । ପାକିସ୍ତାନର ଜଣେ ସାମ୍ବାଦିକ…

ସକାଳେ ସ୍ତ୍ରୀଙ୍କ ସହ କଥା ହେଲେ ରାତିରେ ଆସିଲା ମୃତ୍ୟୁଖବର, ହାଇଦ୍ରାବାଦରେ କାମ କରୁକରୁ ଶିବା…

ଥୁଆମୂଳ ରାମପୁର,୧୨ା୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ଦାଦନ ସମସ୍ୟା ଗମ୍ଭୀର ରୂପ ନେଇଛି। ପରିବାର ଚଳାଇବା ପାଇଁ ଭିଟାମାଟି ଛାଡ଼ି ବାହାର ରାଜ୍ୟକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri