ଷ୍ଟ୍ରେଚର ଅଭାବ, କାନ୍ଧରେ ବୁହା ହେଉଛନ୍ତି ରୋଗୀ

କଟକ ଅଫିସ, ୨୦-୯:କଟକ ଏସ୍‌ସିବି ମେଡିକାଲରେ ଦିନକୁ ଦିନ ରୋଗୀ ସଂଖ୍ୟା ବଢିବାରେ ଲାଗିଛି। ପ୍ରତିଦିନ ୫ହଜାରରୁ ଊର୍ଦ୍ଧ୍ୱ ରୋଗୀ ଚିକିତ୍ସା ପାଇଁ ଆସିଥାନ୍ତି। ସେମାନଙ୍କ ମଧ୍ୟରୁ ୫୦୦ରୁ ଊର୍ଦ୍ଧ୍ୱ ରୋଗୀ ହସ୍ପିଟାଲରେ ଆଡମିଶନ ହୋଇଥାନ୍ତି। ପ୍ରତିଦିନ ରୋଗୀ ସଂଖ୍ୟା ବଢୁଥିବାବେଳେ ସେହି ଅନୁପାତରେ ସେମାନଙ୍କ ଲାଗି ଷ୍ଟ୍ରେଚର୍‌ ସଂଖ୍ୟା ବଢୁ ନ ଥିବା ଅଭିଯୋଗ ହୋଇଛି। ଫଳରେ ବାହାରୁ ଆସୁଥିବା ଗୁରୁତର ରୋଗୀ ଷ୍ଟ୍ରେଚର୍‌ ନ ପାଇ ନିଜ ସମ୍ପର୍କୀୟଙ୍କ କାନ୍ଧରେ ଭାର ହୋଇ ଯାଉଥିବା ଦେଖିବାକୁ ମିଳିଛି। ଏସ୍‌ସିବିର କାଜୁଆଲିଟି, ପେଡିଆଟିକ୍‌, ସ୍ତ୍ରୀ ଓ ପ୍ରସୂତି, ଟ୍ରମା କେୟାର, ନ୍ୟୁରୋଲୋଜି, ଚର୍ମ, ସର୍ଜରୀ, ମାନସିକ ରୋଗ, କର୍ଣ୍ଣ ନାଶା, ଗଳା, ଅର୍ଥୋପେଡିକ ବିଭାଗରେ ରୋଗୀ ଚିକିତ୍ସିତ ହେଉଥିଲେ ମଧ୍ୟ ସେମାନଙ୍କୁ ନେବା ଆଣିବା ନିମନ୍ତେ ଷ୍ଟ୍ରେଚର୍‌ର ଅଭାବ ରହୁଥିବା ଅଭିଯୋଗ ହୋଇଛି। ବାହାରୁ ଆସୁଥିବା ଗୁରୁତର ରୋଗୀ ଏକ୍ସ-ରେ, ଥାଇରଏଡ୍‌, ବ୍ଲଡ୍‌, ୟୁରିନ ପରୀକ୍ଷା ନିମନ୍ତେ ବିଭିନ୍ନ ପରୀକ୍ଷାଗାରକୁ ଯିବା ପାଇଁ ଷ୍ଟ୍ରେଚରର ଆବଶ୍ୟକତା ପଡ଼ିଥାଏ। କିନ୍ତୁ ଏସ୍‌ସିବିରେ ଷ୍ଟ୍ରେଚର୍‌ର ବ୍ୟବସ୍ଥା ନ ଥିବା ହେତୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସମ୍ପର୍କୀୟଙ୍କ କାନ୍ଧରେ ବୁହା ହୋଇ ଯିବା ଫଳରେ ପରୀକ୍ଷା ରିପୋର୍ଟ ଠିକ୍‌ ସମୟରେ ନ ପାଇପାରି ଖର୍ଚ୍ଚାନ୍ତ ହେବାକୁ ପଡ଼ୁଛି। ଏଥିସହ ଚିକିତ୍ସା ସରିବା ପରେ ରୋଗୀ ଘରକୁ ଯିବା ସମୟରେ ଗାଡ଼ି କିମ୍ବା ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେବା ଆଣିବା କରିବାକୁ ଷ୍ଟ୍ରେଚର୍‌ ନ ଥିବା ଦେଖିବାକୁ ମିଳିଛି। ଏ ନେଇ କେନ୍ଦ୍ରାପଡ଼ାରୁ ଚିକିତ୍ସା ନିମନ୍ତେ ଆସିଥିବା ସୁରେଶ ମହାନ୍ତି କହିଛନ୍ତି, ମା’ଙ୍କୁ ଚିକିତ୍ସା କରିବା ପାଇଁ ଏସ୍‌ସିବି ମେଡିକାଲ ଆଣିଥିଲି। କିନ୍ତୁ ଏଠାରେ ଚିକିତ୍ସା କରିବାଠାରୁ ଆରମ୍ଭ କରି ଘରକୁ ନେବା ସମୟରେ ମୋତେ ଷ୍ଟ୍ରେଚର ମିଳି ନ ଥିଲା। ଫଳରେ ମୁଁ ଓ ଭାଇ ମିଶି ମାଆଙ୍କୁ କାନ୍ଧରେ ବିଭିନ୍ନ ପରୀକ୍ଷା କରାଇବା ସହ ଚିକିତ୍ସା କରାଇଥିଲୁ। ମୋ ଭଳି ବହୁ ରୋଗୀ ଏଠାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଲେ ଅନ୍ୟ ରୋଗୀମାନେ ସୁବିଧା ପାଇପାରିବେ। ଏ ନେଇ ଏସ୍‌ସିବି ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ ପ୍ରଫେସର ଡା. ସିବିକେ ମହାନ୍ତି କହିଛନ୍ତି, ରୋଗୀ ଷ୍ଟ୍ରେଚର ବ୍ୟବହାର କଲା ପରେ ବାହାରକୁ ଆଣି ରଖିଦେଇ ଯାଉଛନ୍ତି। ଫଳରେ ବହୁ ଷ୍ଟ୍ରେଚର ଚୋରି ହୋଇଯାଉଛି। ରୋଗୀଙ୍କୁ ବିଭିନ୍ନ ପରୀକ୍ଷା ପାଇଁ ବ୍ୟାଟ୍ରିଚାଳିତ ଗାଡ଼ିରେ ନେବା ଆଣିବା କରାଯାଉଛି। ପ୍ରତି ବିଭାଗରେ ୪ରୁ ୫ଟି ଷ୍ଟ୍ରେଚର ଦିଆଯାଇଛି। କୌଣସି ରୋଗୀ କାନ୍ଧରେ ବୁହାଯାଉନି। ଗୋଟିଏ ପରେ ଗୋଟିଏ ରୋଗୀ ପରୀକ୍ଷା ନିମନ୍ତେ ଯିବା କଥା। କିନ୍ତୁ ରୋଗୀ ଅପେକ୍ଷା ନ କରି ଯାଉଥିବାରୁ ଷ୍ଟ୍ରେଚର ସମସ୍ୟା ଦେଖାଯାଉଛି। କିନ୍ତୁ ଷ୍ଟ୍ରେଚର ଅଭାବ ନାହିଁ। ସମସ୍ତ ରୋଗୀଙ୍କୁ ଷ୍ଟ୍ରେଚର ସୁବିଧା ଯୋଗାଇ ଦିଆଯାଉଥିବା ସେ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri