୭ଥର ଜେରା ହୋଇଥିଲେ ଆଶୀର୍ବାଦ

ଭୁବନେଶ୍ୱର, ୨୦-୯ (ବ୍ୟୁରୋ):ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡ୍‌ ସଂସ୍ଥା (ଏଟି ଗ୍ରୁପ୍‌) ମହାଠକେଇ ମାମଲାରେ ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ)ର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କୁ ସିବିଆଇ ଗୁରୁବାର ଗିରଫ କରିଛି। ତେବେ ଓସିଏ ନିର୍ବାଚନ ପୂର୍ବରୁ ଏହି ଗିରଫଦାରିକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ତେବେ କ’ଣ ଥିଲା ଚିଟ୍‌ଫଣ୍ଡ୍‌ ଠକେଇ ସହ ଆଶୀର୍ବାଦଙ୍କ ଲିଙ୍କ୍‌ ତାହାକୁ ନେଇ ଆଲୋଚନା ଚାଲିଛି। ଏହି ସଂସ୍ଥା ଓଡ଼ିଶା ସମେତ ଦେଶରୁ ଲକ୍ଷଲକ୍ଷ ଜମାକାରୀଙ୍କଠାରୁ କୋଟି କୋଟି ଟଙ୍କା ଠକିନେଇଥିଲା। ଏହି ମହାଠକେଇର ତଦନ୍ତବେଳେ ଓଡ଼ିଶା କ୍ରିକେଟ ଆସୋସିଏଶନର ସମ୍ପୃକ୍ତି ପଦାକୁ ଆସିଥିଲା। ସେତେବେଳେ ଓସିଏର ସମ୍ପାଦକ ଥିଲେ ଆଶୀର୍ବାଦ ବେହେରା। ତାଙ୍କ ଜରିଆରେ ଏଟି ଗ୍ରୁପ୍‌ ସଂସ୍ଥାର ପ୍ରଚାର ହୋଇଥିଲା। ଏଟି ଗ୍ରୁପ୍‌ ଓଡିଶା ରଣଜୀ କ୍ରିକେଟ ଟିମ୍‌ର ପ୍ରାୟୋଜକ ହୋଇଥିଲା। ଏଥିପାଇଁ ସଂସ୍ଥାଠାରୁ ସଂଘ ୧ କୋଟି ଟଙ୍କା ନେଇଥିଲା। ଏହାସହ ୨୦୧୧ ଓଡ଼ିଶା ପ୍ରିମିୟର ଲିଗ୍‌ (ଓପିଏଲ୍‌) ଟାଇଟଲ ମଧ୍ୟ ଏହି ସଂସ୍ଥା ପ୍ରାୟୋଜିତରେ ହୋଇଥିବା ସିବିଆଇ ଜାଣିବାକୁ ପାଇଥିଲା। ଅନ୍ୟପକ୍ଷରେ ଆଶୀର୍ବାଦ ଓଡିଶା ଅଲିମ୍ପିକ ଆସୋସିଏଶନର ସମ୍ପାଦକ ଥିବାବେଳେ ସରକାରଙ୍କ ୦.୭୫ ଏକର ବିବାଦୀୟ ଜମିରେ ବେଆଇନ ଭାବେ ଏକ କଲ୍ୟାଣ ମଣ୍ଡପ ଓ ୨୩ ଦୋକାନ ନିର୍ମାଣ କରାଯାଇ ଭଡାରେ ଲଗାଯାଇଥିଲା। ଏନେଇ ଅଭିଯୋଗ ହେବା ପରେ ସୁପ୍ରିମ୍‌କୋର୍ଟ ତଦନ୍ତ ପାଇଁ ସିବିଆଇକୁ ନିର୍ଦ୍ଦେଶ ଦେଇଥିଲେ। ଏହି ମାମଲାରେ ସିବିଆଇ ଆଶୀର୍ବାଦଙ୍କୁ ବାରମ୍ବାର ଜେରାକଲା ପରେ ତାଙ୍କ ସହ ଏଟି ଗ୍ରୁପ୍‌ ଲିଙ୍କ୍‌ ପଦାକୁ ଆସିଥିଲା। ଏପରି କି ସିବିଆଇ ୨୦୧୫ ଅଗଷ୍ଟରେ ଆଶୀର୍ବାଦଙ୍କ ଘର ଓ ଓସିଏ ଅଫିସରେ ଚଢ଼ାଉ କରିଥିଲା। ଏହାମଧ୍ୟରେ ସିବିଆଇ ତାଙ୍କୁ ୫ଥର ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ୨ଥର ଜେରା କରିଛନ୍ତି। ଏହାସହ ସିବିଆଇ ଓସିଏ କର୍ମଚାରୀଙ୍କୁ ମଧ୍ୟ ଜେରା କରି ଆବଶ୍ୟକ ପ୍ରମାଣ ଯୋଗାଡ଼ କରିଥିଲା। ଗତ ୨୮ ତାରିଖରେ ସିବିଆଇ ଆଶୀର୍ବାଦ ବେହେରାଙ୍କ ସମେତ ମୋଟ୍‌ ୩ଜଣଙ୍କ ନଁାରେ ଚାର୍ଜଶିଟ୍‌ ଦାଖଲ କରିଥିଲା। ଏହି ମାମଲାରେ ଅନ୍ୟଜଣେ ଅଭିଯୁକ୍ତ ହେଲେ ଏଟି ଗ୍ରୁପ୍‌ ନିର୍ଦ୍ଦେଶକ ସମ୍ବିତ ଖୁଣ୍ଟିଆ। ସମ୍ବିତଙ୍କୁ ୨୦୧୪ ଅଗଷ୍ଟ ୧୬ରେ ଖୋର୍ଦ୍ଧା ବାଟମଙ୍ଗଳା ହାଉସିହବୋର୍ଡସ୍ଥିତ ଘରୁ ସିବିଆଇ ଗିରଫ କରିଥିଲା। ସେ ପରେ କୋର୍ଟରୁ ଜାମିନ ପାଇଛନ୍ତି। ଅନ୍ୟପକ୍ଷରେ ଗୁରୁବାର ଗିରଫ ହୋଇ ଜେଲ୍‌ ଯାଇଥିବା ହୋଟେଲ ସୋଲାନ୍‌ ଇନ୍‌ ମାଲିକ କମଳାକାନ୍ତ ଦାସ ପୂର୍ବରୁ ମଧ୍ୟ ସିବିଆଇ ଦ୍ୱାରା ଜେରାର ସମ୍ମୁଖୀନ ହୋଇଛନ୍ତି। ସେହିଭଳି ଏହି ମାମଲାରେ ୮ କମ୍ପାନୀ ଓ ୩୩ଜଣ ଅଭିଯୁକ୍ତଙ୍କ ବିରୋଧରେ ସିବିଆଇ ୬ ଚାର୍ଜସିଟ୍‌ ସହ ୪ ଅତିରିକ୍ତ ଚାର୍ଜଶିଟ୍‌ ଦାଖଲ କରିସାରିଥିବା ସିବିଆଇ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

VIDEO: ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ

ଭୁବନେଶ୍ବର, ୨୬।୪: ବିଜେଡି ଟିକେଟ୍‌ରେ ଭୁବନେଶ୍ବର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ନିର୍ବାଚନ ପାଇଁ ଜେରଦାର ପ୍ରଚାର କରୁଛନ୍ତି। ଏହି ସମୟରେ...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ମୁଖ୍ୟମନ୍ତ୍ରୀ ୨ଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତାଙ୍କ ଟାର୍ଗେଟ୍‌, କହିଲେ ପାଣ୍ଡିଆନଙ୍କୁ ପଛଦ୍ବାର ବାଟେ…

ଭୁବନେଶ୍ବର, ୨୬।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତା ସମୀର ମହାନ୍ତି ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ଗୁମାସ୍ତା, ରିମୋଟ୍‌...

ଉମରକୋଟରେ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କଲା ପୋଲିସ

ଭୁବନେଶ୍ବର, ୨୬।୪: ଉମରକୋଟରେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କରିଛନ୍ତି ମାଜିଷ୍ଟ୍ରେଟ ଓ ପୋଲିସ। ପ୍ରଚାର ପାଇଁ ଯାଇଥିବା ବେଳେ ହେଲିକପ୍ଟର ହୋଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri