ଭୁବନେଶ୍ୱର ରେଳ ଷ୍ଟେଶନ:ବିଶ୍ୱସ୍ତରୀୟ ପାଇଁ ସଜବାଜ

ଭୁବନେଶ୍ୱର, ୨୦|୯(ସ୍ଥିତ ପ୍ରଜ୍ଞ ମିଶ୍ର):ଦେଶର ପ୍ରଥମ ମଲ୍ଟି ମୋଡାଲ ହବ୍‌ (ବହୁମୁଖି ପରିବହନ କେନ୍ଦ୍ର) ହେବ ଭୁବନେଶ୍ୱର ରେଳ ଷ୍ଟେଶନ। ଯାତ୍ରୀଙ୍କୁ ଏଠାରେ ବିମାନବନ୍ଦର ଅପେକ୍ଷା ଅଧିକ ସୁବିଧା ମିଳିବ। ରେଳ ଷ୍ଟେଶନକୁ ସମ୍ପୂର୍ଣ୍ଣ ଭାବେ ବିଶ୍ୱସ୍ତରୀୟ କରାଯିବାକୁ ରେଲଓ୍ବେ ସହିତ ରାଜ୍ୟ ସରକାର ହାତ ମିଳାଇଛନ୍ତି। ସମଗ୍ର ଷ୍ଟେଶନ ଶୀତତାପ ନିୟନ୍ତ୍ରିତ ହେବାକୁ ଥିବା ବେଳେ ୬ ମହଲା ବିଶିଷ୍ଟ ଷ୍ଟେଶନ ବିଲଡିଂ ରହିବ। ବିମାନବନ୍ଦର ପରି ରେଳ ଷ୍ଟେସନରେ ଯାତ୍ରୀଙ୍କୁ ଉତ୍କୃଷ୍ଟ ସେବା ଯୋଗାଇବା ପାଇଁ ଭିତରେ ରଙ୍ଗବେରଙ୍ଗର ଆଲୁଅ ସହ ଅତ୍ୟାଧୁନିକ ସୁବିଧା ଓ ବାହାରେ ବଡ ସମୟ ବିତାଇବା ଲାଗି ବଡ଼ ବଗିଚା ରହିବ। ଯେଉଁଠି ଯାତ୍ରୀମାନେ ବସି ଆରାମ କରିପାରିବେ। ଯାହାପାଇଁ ଗୁରୁବାର ନୂଆଦିଲ୍ଲୀଠାରେ ରେଲଓ୍ବେ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଚୁକ୍ତି ସ୍ବାକ୍ଷରିତ ହୋଇଛି। ଭୁବନେଶ୍ୱର ରେଲ୍‌ୱେ ଷ୍ଟେଶନର ଉନ୍ନତୀକରଣ ପାଇଁ ରେଲୱେ ୭୦ କୋଟି ଓ ରାଜ୍ୟ ସରକାର ୬୦ କୋଟି ଟଙ୍କା ଖର୍ଚ୍ଚ କରିବେ। ସେହିପରି ଷ୍ଟେଶନର ପାରିପାର୍ଶ୍ୱିକ ଉନ୍ନତୀକରଣ ଓ ନୂତନ ବିଲ୍ଡିଂ ନିର୍ମାଣ ପାଇଁ ରାଜ୍ୟ ସରକାର ଇଞ୍ଜିନିୟରିଂ ପ୍ରକ୍ୟୁରମେଣ୍ଟ ଆଣ୍ଡ କନଷ୍ଟ୍ରକଶନ (ଇପିସି) ମୋଡ଼ରେ ୩୦୦ କୋଟି ଓ ପବ୍ଲିକ ପ୍ରାଇଭେଟ ପାର୍ଟନରଶିପ (ପିପିପି) ମୋଡରେ ୫୪୦ କୋଟି ଟଙ୍କା ବ୍ୟୟ କରିବେ। ଯେଉଁଥିରେ କି ଥିଏଟର ପ୍ଲାଜା, ଆର୍ଟ ପ୍ଲାଜା, ଶିଶୁମାନଙ୍କ ପାଇଁ ପ୍ଲାଜା ଓ ଫୁଡ କୋର୍ଟର ସୁବିଧା କରାଯିବ। ଏଥିସହ ଗହଳି କମାଇବା ଲାଗି ପଥଗୁଡିକୁ ଭାଗ ଭାଗ କରାଯିବ। ବସ୍‌ ପାଇଁ ଅଲଗା, ଅଟୋ ରିକ୍ସା ପାଇଁ ଅଲଗା, ଟ୍ୟାକ୍ସି ପାଇଁ ଅଲଗା, ଦୁଇ ଚକିଆ ଯାନ ପାଇଁ ଅଲଗା ଓ ସ୍ବତନ୍ତ୍ର ଭାବେ ସାଇକେଲ ଆରୋହୀ ଏବଂ ପଥଚାରୀଙ୍କ ପାଇଁ ଭିନ୍ନ ଭିନ୍ନ ପଥ ନିର୍ମାଣ କରାଯିବ।

ସ୍ମାର୍ଟ ସିଟି ମିଶନରେ କରାଯିବ କାର୍ଯ୍ୟ
କେନ୍ଦ୍ର ସରକାରଙ୍କ ସ୍ମାର୍ଟ ସିଟି ମିଶନ ଅନ୍ତର୍ଭୁକ୍ତ ରେଳଷ୍ଟେଶନ ମଲ୍ଟିମୋଡାଲ ହବ୍‌ ନିର୍ମାଣ ଭାବେ ଭୁବନେଶ୍ୱର ରେଳଷ୍ଟେଶନ ସଂଲଗ୍ନ ଅଞ୍ଚଳକୁ ବିକଶିତ କରାଯିବ। ୧୨ ଏକର ଜାଗାରେ ନିର୍ମିତ ହେବାକୁ ଥିବା ଏହି ପ୍ରକଳ୍ପକୁ ଓଡିଶା ସରକାରଙ୍କ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପ୍ଲାନିଂ, ଡିଜାଇନିଂ ଓ ଏକ୍‌ଜୁକେଶନରେ ନିର୍ମାଣ କରାଯିବ। ଓଡ଼ିଶା ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ଓ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷଙ୍କ ମିଳିତ ଜମିରେ ନୂଆ ଟର୍ମିନାଲ ବିଲ୍ଡିଂ ସହ ୨ଟି ନୂଆ ପ୍ଲାଟଫର୍ମ, ସିଟି ବସ୍‌ ଟର୍ମିନାଲ, ପବ୍ଲିକ କାର ପାର୍କିଂ ଏବଂ ଅନ୍ୟାନ୍ୟ ସାଧାରଣ ଲୋକଙ୍କ ଉପଯୋଗୀ ଭାବେ ନିର୍ମାଣ କରାଯିବ।
୩ ଭାଗରେ ଅର୍ଥ ଖର୍ଚ୍ଚ ହେବ
ନୂଆ ରୂପ ନେବାକୁ ଥିବା ଭୁବନେଶ୍ୱର ରେଳ ଷ୍ଟେଶନକୁ ତିନି ଭାଗରେ କାର୍ଯ୍ୟ କରାଯାଇ ଅର୍ଥ ଖର୍ଚ୍ଚ କରାଯିବ। ପ୍ରଥମଟିରେ ଦୁଇ ଅତିରିକ୍ତ ଲାଇନ ଓ ୩ ମହଲା କୋଠା ନିର୍ମାଣ ହେବ, ଯେଉଁଥିରେ ୧୩୦ କୋଟି ଖର୍ଚ୍ଚ ହେବ। ଅନ୍ୟଟି ଇପିସି (ଇଞ୍ଜିନିୟରିଂ ପ୍ରକ୍ୟୁରମେଣ୍ଟ ଆଣ୍ଡ କନଷ୍ଟ୍ରକଶନ) ରେ ଥିଏଟର ପ୍ଲାଜା, ଆର୍ଟ ପ୍ଲାଜା, ଶିଶୁମାନଙ୍କ ପାଇଁ ପ୍ଲାଜା ଓ ଫୁଡ୍‌ କୋର୍ଟର ସୁବିଧା କରାଯିବ। ଏଥିସହ ଗହଳି କମାଇବା ଲାଗି ପଥଗୁଡିକୁ ଭାଗଭାଗ କରାଯିବ। ଯେଉଁଥିରେ ୩୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଶେଷରେ ପିପିପି ମୋଡ୍‌ରେ କାର୍ଯ୍ୟ ହେବ, ଯେଉଁଥିରେ ୫୪୦ ଟଙ୍କା ଖର୍ଚ୍ଚ କରାଯିବ। ସେଥିରେ ରେଳ ଷ୍ଟେଶନକୁ ସଂଯୋଗ କରୁଥିବା ରାସ୍ତା, ସୁଉଚ୍ଚ ଅଟ୍ଟାଳିକା ଓ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ପାଇଁ ଘର କରାଯିବ।
ତଳ ୩ ମହଲାରେ ରେଲଓ୍ବେ, ଉପର ୩ ବିଡିଏ
ପ୍ରସ୍ତାବିତ ୬ ମହଲା ଷ୍ଟେଶନ ବିଲ୍‌ଡିଂରେ ୩ ମହଲା ଷ୍ଟେଶନର ଓ ୩ ମହଲା ବିଡିଏ ନିକଟରେ ରହିବ। ତଳ ମହଲା ସହିତ ପ୍ରଥମ ଓ ଦ୍ୱିତୀୟ ମହଲା ରେଳ ଷ୍ଟେଶନକୁ ମିଳିବ। ଏଥିରେ ରେଳପଥର ୧.୭୪ ଲକ୍ଷ ବର୍ଗଫୁଟ ଜାଗା ବ୍ୟବହାର ହେବ। ବାକି ଉପର ତିନି ମହଲା ତକ ବିଡିଏ ନିକଟକୁ ଯିବ। ସେଠାରେ ବିଡିଏ ଶପ୍‌ଲାଇନ, ହୋଟେଲ, ହାଉସଲାଇନ, ପ୍ରେକ୍ଷାଳୟ କରାଯିବାର ବ୍ୟବସ୍ଥା କରାଯାଇଛି।
ସିଙ୍ଗାପୁରର ଡିଜାଇନିଂ କମ୍ପାନୀକୁ ବିଡିଏର ଦାୟିତ୍ୱ
ଏହି ପ୍ରକଳ୍ପ ପାଇଁ ବିଡିଏ ବହୁ ପୂର୍ବରୁ ଡିଟେଲ ପ୍ରୋଜେକ୍ଟ ରିପୋର୍ଟ (ଡିପିଆର୍‌) ପ୍ରସ୍ତୁତ କରି କାର୍ଯ୍ୟ ଆରମ୍ଭ କରିଛି। ଫଳସ୍ବରୂପ ରେଳ ଷ୍ଟେଶନ ନିକଟରୁ ଜବରଦଖଲ ଉଚ୍ଛେଦ ସହ ଅଶୋକା ମାର୍କେଟ ଭଙ୍ଗା ହେବା ଆଦି ରହିଛି। ସିଙ୍ଗାପୁରର ସୁବର୍ଣ୍ଣା ଜୁରଙ୍ଗ ନାମକୁ ଡିଜାଇନିଂ ସଂସ୍ଥାକୁ ଏନେଇ ନୂଆ ଡିଜାଇନ୍‌ ବନାଇବାକୁ ବିଡିଏ ଦାୟିତ୍ୱ ଦେଇଥିଲା। ଯାହାର କିଛି ଗ୍ରାଫିକାଲ ଛବି ଏବେ ପ୍ରକାଶିତ ହୋଇଛି। ଏହି ପ୍ରୋଜେକ୍ଟ ରିପୋର୍ଟ ପ୍ରସ୍ତୁତ କରିବାକୁ ସମ୍ପୃକ୍ତ ସଂସ୍ଥାକୁ ଏକ କୋଟି ଟଙ୍କା ଦିଆଯାଇଛି।
ଶୋଭା ବଢ଼ାଇବ ଐତିହ୍ୟ ସ୍ଥାପତ୍ୟ
ଷ୍ଟେଶନ ଭିତରକୁ ପଶିବା ଲାଗି ଭୂତଳ ରାସ୍ତା ଓ ବାହାରିବା ଲାଗି ଉପର ମହଲା ଦେଇ ରାସ୍ତା ନିର୍ମାଣ କରାଯିବ। ଏହି ରାସ୍ତାରେ ଓ ଷ୍ଟେଶନ ପରିସରରେ ପ୍ରସିଦ୍ଧ କଳିଙ୍ଗ ସ୍ଥାପତ୍ୟ ସହ ପରିବେଶକୁ ସବୁଜମୟ କରାଯିବ। ଓଡ଼ିଶାର ପୁରାତନ କଳା, ସଂସ୍କୃତିର କିଛି ପଟୋଚିତ୍ରକୁ ମଧ୍ୟ ଉଭୟ ପାର୍ଶ୍ୱରେ ସ୍ଥାନିତ କରାଯିବ।
ବହୁ କାର୍ଯ୍ୟାଳୟ ସ୍ଥାନାନ୍ତରିତ ହେବ
ନୂଆ ପ୍ରସ୍ତାବିତ ପ୍ରକଳ୍ପ ନିର୍ମାଣରେ ବହୁ କାର୍ଯ୍ୟାଳୟ ସ୍ଥାନାନ୍ତର ହେବ। ପାର୍ସଲ ଅଫିସ୍‌, ରନିଂ ରୁମ୍‌, ଜିଆରପି ବାରାକ୍‌ ସବୁଗୁଡ଼ିକ ବର୍ତ୍ତମାନ ଥିବା ୬ନମ୍ବର ପ୍ଲାଟଫର୍ମକୁ ଉଠିଯିବ। ଆର୍‌ପିଏଫ୍‌ ଓ ଜିଆର୍‌ପି ଥାନା ଗୋଟିଏ ଛାତ ତଳେ ରହିବ। ରନିଂ ରୁମ୍‌ ବର୍ତ୍ତମାନର ଆର୍‌ପିଏଫ୍‌ ଥାନା ନିକଟକୁ ସ୍ଥାନାନ୍ତର ହେବ ବୋଲି ଯୋଜନା ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବା ବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର…

ଦୀପାବଳି ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ମିଳିବ ଖୁସି ଖବର, ଏତିକି % ବଢ଼ିବ DA!

ଲକ୍ଷ୍ନୌ,୪।୧୦: ଦୀପାବଳି ପୂର୍ବରୁ ଉତ୍ତରପ୍ରଦେଶର ସରକାରୀ କର୍ମଚାରୀ ଓ ପେନ୍‌ସନର୍‌ଙ୍କୁ ମିଳିପାରେ ଖୁସି ଖବର। ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟ କର୍ମଚାରୀଙ୍କ ପାଇଁ ବର୍ଦ୍ଧିତ ମହଙ୍ଗା ଭତ୍ତା…

ଗୋବିନ୍ଦା-କୋମଲଙ୍କ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ଝିଅ ଟିନା, କେବଳ କଥା….

ମୁମ୍ବାଇ,୪।୧୦: ବଲିଉଡ୍ ଅଭିନେତା ଗୋବିନ୍ଦା ଏବେ ଅଭିନେତ୍ରୀ କୋମଲ ରାଣୀ ସ୍ୱର୍ଣ୍ଣକାରଙ୍କ ସହ କଥିତ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଗୋବିନ୍ଦା ଓ ତାଙ୍କ ପତ୍ନୀ…

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ହଣାକଟା: ୫ ଆହତ, ଦମ୍ପତି ଗୁରୁତର

ଦିଗପହଣ୍ଡି,୪ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେଣ୍ଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ପୈତୃକ ସମ୍ପତ୍ତି ଭାଗ ବଣ୍ଟନକୁ କେନ୍ଦ୍ର କରି ରବିବାର ସକାଳେ ଦୁଇ…

୨ଛାତ୍ରୀଙ୍କୁ ଅସଦାଚରଣ, ସ୍କୁଲ କିରାଣି ଗିରଫ

ଟେନ୍‌ସା,।୪।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ. ବଲାଙ୍ଗ ଥାନା ଜାମୁଢ଼ି ପଞ୍ଚାୟତର ଏକ ହାଇସ୍କୁଲରେ ୨ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା…

ଟିପିସିଓଡିଏଲ ଆଉଟସୋର୍ସିଂ ଷ୍ଟାଫ୍‌ଙ୍କ ଛଟେଇ ପ୍ରତିବାଦରେ କାର୍ଯ୍ୟବନ୍ଦ ଆନ୍ଦୋଳନ: ଅନ୍ତର୍ଘାତୀ କାର୍ଯ୍ୟକଳାପ ବୃଦ୍ଧି ଅଭିଯୋଗ

କଟକ ସଦର, ୪/୧୦ (ସୁଶାନ୍ତ କୁମାର ଜେନା): ଟିପିସିଓଡିଏଲ କର୍ତ୍ତୃପକ୍ଷ କର୍ମଚାରୀ ଛଟେଇ ଆରମ୍ଭ କରିଥିବା ଅଭିଯୋଗ କରି ଆଉଟସୋର୍ସିଂ କର୍ମଚାରୀମାନେ ପ୍ରତିବାଦ ଆରମ୍ଭ କରିଛନ୍ତି। ଏହାର…

ମହିଳା ସାମ୍ବାଦିକଙ୍କ ପ୍ରତି ଅସଦାଚରଣ ଅଭିଯୋଗ; ଭାଜପାକୁ ଟାର୍ଗେଟ କଲା କଂଗ୍ରେସ

ନୂଆଦିଲ୍ଲୀ,୪।୧୦: ଅକ୍ଟୋବର ୩ରେ ଦିଲ୍ଲୀର ଜନ୍ତର ମନ୍ତର ଠାରେ ଏକ ବିକ୍ଷୋଭ ପ୍ରଦର୍ଶନର ଖବର ସଂଗ୍ରହ ସମୟରେ ମହିଳା ସାମ୍ବାଦିକମାନଙ୍କ ଦ୍ୱାରା ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ ଅଣାଯାଇଥିବା…

ପରିଚୟ ବଦଳାଇ ଦୁଇ ବାଂଲାଦେଶୀ ଯୁବତୀ ଯାଉଥିଲେ ବେଙ୍ଗାଲୁରୁ, ବହ୍ମପୁର ରେଳଷ୍ଟେଶନରୁ ପଡ଼ିଲେ ଧରା

ବ୍ରହ୍ମପୁର,୪ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ରେଳଷ୍ଟେଶନରୁ ଦୁଇ ସନ୍ଦିଗ୍ଧ ବାଂଲାଦେଶୀ ଯୁବତୀଙ୍କୁ ଜିଆରପି ପୋଲିସ ଅଟକ ରଖି ପଚରାଉଚରା କରୁଛି। ସେମାନେ ହେଲେ ମହାମୁଦା ମଣ୍ଡଳ (୩୧)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?