ଆବଶ୍ୟକ ପଡ଼ିଲେ ନିୟନ୍ତ୍ରଣ ରେଖା ଅତିକ୍ରମ କରିବେ ଭାରତୀୟ ସେନା: ପାକିସ୍ତାନକୁ ଚେତାବନୀ ଦେଲେ ବିପିନ୍ ରାଓ୍ବତ
ନୂଆଦିଲ୍ଲୀ,୩୦।୯: ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖାରେ ସୀମାପାର ଅନୁପ୍ରବେଶ ଉଦ୍ୟମ ଏବଂ ଆତଙ୍କବାଦୀ କାର୍ଯ୍ୟକଳାପକୁ ଆଉ ସହ୍ୟ କରାଯିବ ନାହିଁ। ଆବଶ୍ୟକ ପଡ଼ିଲେ ଭାରତୀୟ ସେନା ନିୟନ୍ତ୍ରଣ ରେଖା ଅତିକ୍ରମ କରିବେ ବୋଲି ସେନାଧ୍ୟକ୍ଷ ଜେନେରାଲ ବିପିନ୍ ରାଓ୍ବତ ପାକିସ୍ତାନକୁ ଚେତାବନୀ ଦେଇଛନ୍ତି।…
ବିଜେପୁର ଉପନିର୍ବାଚନ : ନାମାଙ୍କନପତ୍ର ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ
ପଦ୍ମପୁର,୩୦।୯(ଡି.ଏନ୍.ଏ.): ବରଗଡ଼ ଜିଲା ବିଜେପୁର ଉପନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ ପଣ୍ଡା ସୋମବାର ନାମାଙ୍କନପତ୍ର ଦାଖଲ କରିଛନ୍ତି। ଉପଜିଲାପାଳଙ୍କ କାର୍ଯ୍ୟାଳୟକୁ ଦଳୀୟ କର୍ମୀଙ୍କ ସହ ଦିଲ୍ଲୀପ ପଟୁଆରରେ ଆସି ପ୍ରଥମେ ସେ ତାଙ୍କର ନାମାଙ୍କନପତ୍ର ଦାଖଲ କରିଛନ୍ତି। ଉପଜିଲାପାଳ ତନ୍ମୟ…
ଓଲଟିଲା ଡଙ୍ଗା: ୨୦ ନିଖୋଜ
ମେଦିନାପୁର, ୩୦।୯: ପଶ୍ଚିମବଙ୍ଗର ପୂର୍ବ ମେଦିନାପୁରରେ ଏକ ଅଘଟଣ ଘଟିଛି। ପୂର୍ବ ମେଦିନାପୁରରେ ଏକ ଡଙ୍ଗା ବୁଡିଯିବାରୁ ୨୦ ଜଣ ଲୋକ ନିଖୋଜ ହୋଇଯାଇଛନ୍ତି। ଆବଶ୍ୟକଠାରୁ ଅଧିକ ଲୋକ ଡଙ୍ଗାରେ ଥିବାରୁ ତାହା ଓଲଟି ପଡିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଏନଡିଆରଏଫ୍…
ଗୁଜରାଟ ଦଙ୍ଗା: ବିଲ୍କିସ୍ ବାନୋଙ୍କୁ ୨ ସପ୍ତାହ ମଧ୍ୟରେ ୫୦ ଲକ୍ଷ କ୍ଷତିପୂରଣ ଦେବାକୁ ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ
ନୂଆଦିଲ୍ଲୀ,୩୦।୯: ଗୁଜରାଟରେ ୨୦୦୨ରେ ହୋଇଥିବା ଦଙ୍ଗାରେ ୨୧ ବର୍ଷ ବୟସ୍କା ବିଲ୍କିସ୍ ବାନୋଙ୍କୁ ଗଣବଳାତ୍କାର କରାଯିବା ସହିତ ତାଙ୍କର ୩ ବର୍ଷର ଶିଶୁ କନ୍ୟାଙ୍କୁ ହତ୍ୟା କରାଯାଇଥିଲା। ଏନେଇ ସୁପ୍ରିମ୍କୋର୍ଟ ରାଜ୍ୟ ସରକାରଙ୍କୁ ୨ ସପ୍ତାହ ମଧ୍ୟରେ ୫୦ ଲକ୍ଷ ଟଙ୍କା…
ରାଷ୍ଟ୍ରପତିଙ୍କ ସହ ରାତ୍ରଭୋଜନ କଲେ ଧୋନୀ
ରାଞ୍ଚି,୩୦।୯:ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସହ ରାତ୍ର ଭୋଜନ କରିଛନ୍ତି। ସ୍ତ୍ରୀ ସାକ୍ଷୀ ଏବଂ ଝିଅ ଜିବାଙ୍କୁ ଧରି ରବିବାର ରାଜଭବନରେ ରାଷ୍ଟ୍ରପତିଙ୍କୁ ଭେଟିଥିଲେ। ସମସ୍ତେ ମିଶି ରାତ୍ରଭୋଜନ କରିଥିଲେ। ଏଥିରେ…
ରାସ୍ତାରେ ଖେଳିଲେ ମୀନ
ବାରାଣସୀ,୩୦।୯: ସମସ୍ତେ ପୋଖରୀ ଓ ନଦୀମାନଙ୍କରେ ମାଛ ପହଁରୁଥିବାର ଦେଖିଥିବେ। ହେଲେ କେବେ ରାସ୍ତା ଉପରେ ମାଛ ପହଁରୁଥିବାର ଦେଖିଛନ୍ତି। କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଏହି ଦୃଶ୍ୟ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ବାରାଣସୀରେ। ସୂଚନାଯୋଗ୍ୟ, ଗତ ୪ ଦିନରୁ…
ମଳକଣ୍ଟକର ହୋମିଓ ଉପଚାର
ମଳଦ୍ୱାର ସହିତ ସଂଲଗ୍ନ ଥିବା ଶିରାର ପ୍ରସାରଣ ହେତୁ କିମ୍ବା ତାହା କ୍ଷତ ହେବା କାରଣରୁ ମଳଦ୍ୱାର ଦେଇ ରକ୍ତସ୍ରାବ ହେବାକୁ ଅର୍ଶ କୁହାଯାଏ। ସେହିଭଳି ମଳଦ୍ୱାରରେ କଣ୍ଟା ଫୋଡ଼ିହେବା ଭଳି କଷ୍ଟ ଅନୁଭବ କରିବା ଓ ମଳଦ୍ୱାର କାଟି ହେବା…
ପାକିସ୍ତାନ କ୍ରିକେଟର୍ସଙ୍କ ଉପରେ ବର୍ଷିଲେ ଧାଓ୍ବନ୍: ପ୍ରଥମେ ଦେଶକୁ ସୁଧାର, ତା’ପରେ ଅନ୍ୟକୁ କହିବ
ନୂଆଦିଲ୍ଲୀ,୩୦।୯:ଭାରତୀୟ ଦଳର ଓପନର୍ ଶିଖର ଧାଓ୍ବନ୍ ପାକିସ୍ତାନ କ୍ରିକେଟର୍ସଙ୍କ ଉପରେ ବର୍ଷିଛନ୍ତି। ଭାରତୀୟ ଖେଳାଳିଙ୍କ ଉପରେ କୌଣସି ମନ୍ତବ୍ୟ ଦେବା ପୂର୍ବରୁ ପ୍ରଥମେ ନିଜ ଦେଶକୁ ସୁଧାରନ୍ତୁ ବୋଲି ପାକିସ୍ତାନ କ୍ରିକେଟର୍ସଙ୍କୁ ଧାଓ୍ବନ୍ ପରାମର୍ଶ ଦେଇଛନ୍ତି। ଜମ୍ମୁ କଶ୍ମୀରରୁ ୩୭୦ ଅନୁଚ୍ଛେଦ…
ଘଡ଼ଘଡ଼ି ସହ ବର୍ଷା: ୫ ଜିଲାକୁ ସତର୍କ ସୂଚନା
ଭୁବନେଶ୍ୱର, ୩୦।୯(ବ୍ୟୁରୋ): ସୋମବାର ରାଜ୍ୟର ୫ ଜିଲାରେ ଘଡ଼ଘଡ଼ି ସହ ଝଡ଼ବର୍ଷା ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହି ଜିଲାଗୁଡ଼ିକ ହେଲା ମାଲକାନଗିରି, କୋରାପୁଟ, ରାୟଗଡ଼ା, ବାଲେଶ୍ୱର ଓ ଭଦ୍ରକ। ଦିନ…
ଏୟାର ମାର୍ଶଲ ଆର୍. କେ.ଏସ୍. ଭଦୋରିୟା ହେଲେ ନୂଆ ବାୟୁସେନା ଅଧ୍ୟକ୍ଷ
ନୂଆଦିଲ୍ଲୀ,୩୦।୯: ଏୟାର ମାର୍ଶଲ ଆର୍. କେ.ଏସ୍. ଭଦୋରିୟା ନୂଆ ବାୟୁସେନା ଅଧ୍ୟକ୍ଷ ଭାବେ ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ବି.ଏସ୍. ଧନୋଆଙ୍କ ଅବସର ଗ୍ରହଣ ପରେ ଭଦୋରିୟାଙ୍କୁ ଏହି ନିଯୁକ୍ତି ମିଳିଛି। ଧନୋଆ ଭଦୋରିୟାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି। ୨୦୧୬ ଡିସେମ୍ବର…
ବଡ଼ ଘର ବଡ଼ ଗୁମର କଥା: ରାତିଅଧରେ ଫାଟକ ପିଟିଲେ ଲାଲୁଙ୍କ ବୋହୂ ଐଶ୍ଚର୍ଯ୍ୟା; ଫିଟିଲାନି ଫାଟକ
ପାଟନା,୩୦।୯: ବିହାର ଆର୍ଜେଡି ପ୍ରମୁଖ ଲାଲୁ ଯାଦବଙ୍କ ଘର ଝଗଡ଼ା ଏବେ ପଦାକୁ ଆସିଛି। ଘରୋଇ କନ୍ଦଳକୁ ନେଇ ବୋହୂ ଐଶ୍ଚର୍ଯ୍ୟା ରାୟ ତାଙ୍କ ପିତାଙ୍କୁ ଫୋନ୍ କରି ଡକାଇଥିଲେ। ପିତା ଚନ୍ଦ୍ରିକା ରାୟ ଆସିବାରୁ ତାଙ୍କୁ ନେବା ପାଇଁ ଐଶ୍ଚର୍ଯ୍ୟା…
ଶ୍ରୀଲିଙ୍ଗରାଜଙ୍କ ସୈରାତ, ଦୋକାନ ଘର ଭାଗବଣ୍ଟା ଛିଡୁନି : ଦେବୋତ୍ତର ବିଭାଗ ନୀରବଦ୍ରଷ୍ଟା
ପୁରୁଣା ଭୁବନେଶ୍ୱର,୩୦ା୯(ଡି.ଏନ.ଏ.) : ଅନେକ ସମୟରେ ଶ୍ରୀଲିଙ୍ଗରାଜ ମହାପ୍ରଭୂଙ୍କ ବିଭିନ୍ନ ଜମିଜମା ଜବରଦଖଲ ବିକ୍ରିବଟା ନେଇ ବିବାଦ ଦେଖାଦେଉଥିଲେ ହେଁ ସରକାରୀ ସ୍ତରରେ ଠାକୁରଙ୍କ ସମ୍ପତ୍ତି ଭାଗବଣ୍ଟା ନେଇ ବିବାଦ ଉପୁଜିବା ଦେବୋତ୍ତର ବିଭାଗ ପାରିବାପଣିଆ ପଦାରେ ପକାଇଛି। ଦେଶର ବିଭିନ୍ନ…

