ଶ୍ରୀଲିଙ୍ଗରାଜଙ୍କ ସୈରାତ, ଦୋକାନ ଘର ଭାଗବଣ୍ଟା ଛିଡୁନି : ଦେବୋତ୍ତର ବିଭାଗ ନୀରବଦ୍ରଷ୍ଟା

ପୁରୁଣା ଭୁବନେଶ୍ୱର,୩୦ା୯(ଡି.ଏନ.ଏ.) : ଅନେକ ସମୟରେ ଶ୍ରୀଲିଙ୍ଗରାଜ ମହାପ୍ରଭୂଙ୍କ ବିଭିନ୍ନ ଜମିଜମା ଜବରଦଖଲ ବିକ୍ରିବଟା ନେଇ ବିବାଦ ଦେଖାଦେଉଥିଲେ ହେଁ ସରକାରୀ ସ୍ତରରେ ଠାକୁରଙ୍କ ସମ୍ପତ୍ତି ଭାଗବଣ୍ଟା ନେଇ ବିବାଦ ଉପୁଜିବା ଦେବୋତ୍ତର ବିଭାଗ ପାରିବାପଣିଆ ପଦାରେ ପକାଇଛି। ଦେଶର ବିଭିନ୍ନ ମଠ ଓ ମନ୍ଦିରଗୁଡ଼ିକର ପରିଚାଳନା ଦାୟିତ୍ୱରେ ସରକାରଙ୍କ ଦ୍ୱାରା ଅଧିକୃତ ସରକାରୀ କର୍ମଚାରୀ ରହିଥିଲେ ହେଁ ବିଭ୍ରାଟ ଥମୁ ନାହିଁ। ଠାକୁରଙ୍କ ସମ୍ପତ୍ତି ସୁରକ୍ଷିତ ରହୁନାହିଁ। ଏଥିସହ ଶ୍ରଦ୍ଧାଳୁ ମଧ୍ୟ ସୁରକ୍ଷିତ ମଣୁନାହାନ୍ତି। ଏହି ମର୍ମରେ ଶ୍ରୀମନ୍ଦିରକୁ ନେଇ ସର୍ବୋଚ୍ଚ ଅଦାଲତଙ୍କ ନ୍ୟାୟାଧୀଶ ବୋବଡ଼େଙ୍କ ମନ୍ତବ୍ୟ କେଉଁଥି ପାଇଁ ସରକାରୀ କର୍ମଚାରୀ ମନ୍ଦିର ପରିଚାଳନା ଦାୟିତ୍ୱରେ ରହିବେ ବୋଲି ପ୍ରଶ୍ନ କରିଥିଲେ। ବିଭିନ୍ନ ମନ୍ଦିର ଯଥା ତାମିଲନାଡୁ ମନ୍ଦିର ମୂର୍ତ୍ତି ଚୋରି ସହ କେରଳ ସାବରୀମାଳ ସମେତ ଅନେକ ମନ୍ଦିର ସରକାରଙ୍କ ଦ୍ୱାରା ପରିଚାଳନା ଦାୟିତ୍ୱରେ ଥିବା ଅଧିକାରୀ ରହିବା ପରେ ମଧ୍ୟ ଦେଶରେ ମନ୍ଦିରଗୁଡ଼ିକର ସମ୍ପତ୍ତିଗୁଡିକ ସୁରକ୍ଷିତ ନ ରହିବା ମର୍ମରେ ନ୍ୟୟାଧୀଶ ବୋବଡେଙ୍କ ଟିପ୍ପଣୀ କରିଥିଲେ। ଏହା ବର୍ତ୍ତମାନ ଶ୍ରୀଲିଙ୍ଗରାଜ ମନ୍ଦିର ଟ୍ରଷ୍ଟବୋର୍ଡ଼ କାର୍ଯ୍ୟନିର୍ବାଦୀ ଅଧିକାରୀ ଓ ଦେବୋତ୍ତର ବିଭାଗ କାର୍ଯ୍ୟଧାରା ଦେଖିଲେ ପ୍ରଯୁକ୍ତ ବୋଲି ବୁଝାପଡୁଛି। ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ପକ୍ଷରୁ ଓଟିଡ଼ିସି ମାଧ୍ୟମରେ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ଗୌତମନଗର ମୌଜାରେ ୩ ଏକର ୨୭୪ ଡ଼ିସିମିଲ ଜମି ଉପରେ ନୂତନ ମାର୍କେଟ, ଯାତ୍ରୀନିବାସ ଓ ପାର୍କିଂ ଇତ୍ୟାଦିର ନିର୍ମାଣକୁ ସେତେବେଳେ ସମସ୍ତ ସେବାୟତ ଗୋଷ୍ଠୀ ସ୍ବାଗତ କରିଥିଲେ। ଏହା ଯେ କେବଳ ଠାକୁରଙ୍କ ଆୟ ବଢାଇବ ତାହା ନୁହେଁ ଯାତ୍ରୀଙ୍କ ନିମନ୍ତେ ପର୍ଯ୍ୟାପ୍ତ ସୁବିଧା ହୋଇପାରିବ ସମସ୍ତଙ୍କ ଧାରଣା ରହିଥିଲା। ଠାକୁରଙ୍କ ସମ୍ପତ୍ତିରେ ନିର୍ମାଣ ପରେ କିଭଳି ସୁରକ୍ଷିତ ଓ ଆୟର ପନ୍ଥା ସ୍ଥିର ହେବ ଏ ନେଇ ୨୬ା୧୦ା୧୮ରେ ଟ୍ରଷ୍ଟବୋର୍ଡ ବୈଠକରେ ନ୍ୟାସି ମାନସ ରଞ୍ଜନ ମହାପାତ୍ର ମହାପ୍ରଭୁଙ୍କ ଏକର ଏକର ସମ୍ପତ୍ତି ଉପରେ ଗଢି ଉଠିଥିବା ପ୍ରକଳ୍ପ ଆୟ ମନ୍ଦିର ପାଣ୍ଠିକୁ ଅଣାଯିବାକୁ ଦୃଢ ଭାବେ ଦାବି କରିଥିଲେ। ମାତ୍ର ଧୀରେ ଧୀରେ ଏହି ଦାବି ମୁତାବକ କୌଣସି କାମ ନ ହେବା ଏବଂ ଦେବୋତ୍ତର ବିଭାଗ ନୀରବଦ୍ରଷ୍ଟା ସାଜିବା ଏକ ବିରାଟ ଷଡ଼ଯନ୍ତ୍ରକୁ ଅଙ୍ଗୁଳି ନିର୍ଦ୍ଦେଶ କଲା। ସେବେକାର ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ଏବଂ ଭୁବନେଶ୍ୱର ମହାନଗର ନିଗମ ଏହି ନୂତନ ମାର୍କେଟ କମ୍ପ୍ଲେକ୍ସ ଓ ଯାତ୍ରୀନିବାସ ଇତ୍ୟାଦି ଉନ୍ନତୀକରଣ ଆଳରେ ଭାଗ ବସିବା ନେଇ କାହାର ଧାରଣା ନ ଥିଲା। ୫୮ଟି ଦୋକାନ ଗୃହରୁ ମାତ୍ର ୬ଟିକୁ ଆବଣ୍ଟନ ନିମନ୍ତେ ବିଏମ୍‌ସି ଓ ପର୍ଯ୍ୟଟନ ବିଭାଗକୁ ଟ୍ରଷ୍ଟବୋର୍ଡ ପକ୍ଷରୁ ଅନୁରୋଧ କରାଯିବା ନେଇ ନିଷ୍ପତ୍ତିକୁ ସାଧାରଣରେ ବିଶ୍ୱାସ କରିପାରୁନାହାନ୍ତି। ନିର୍ମାଣ ଓ ଉନ୍ନତି କରଣ ନାମରେ ପର୍ଯ୍ୟଟନ ବିଭାଗ ଓ ବିଏମ୍‌ସିର ଭାଗ ବସିବା ବିରୋଧ କରି ସମସ୍ତ ଆୟର ୧୦୦ ପ୍ରତିଶତ ଶ୍ରୀଲିଙ୍ଗରାଜ ମନ୍ଦିର ପାଣ୍ଠିକୁ ସେବାୟତ ଓ ଶ୍ରଦ୍ଧାଳୁ ମହଲରେ ଦାବି ହେଉଛି। ଯେପରି ଏତେ ଦିନ ପରେ ଏଏସଆଇ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖି ଦେବୋତ୍ତର ବିଭାଗ ମନ୍ଦିର ସୁରକ୍ଷା ଓ ପରିବେଶ ସମ୍ବନ୍ଧରେ ଚିଠି ଲେଖିଛନ୍ତି। ସେହିଭଳି ପ୍ରକଳ୍ପଗୁଡ଼ିକର ଆବଣ୍ଟନ ଓ ଶତପ୍ରତିଶତ ଆୟ ମନ୍ଦିର ପାଣ୍ଠିକୁ ଆଣିବାକୁ ଦାବି ଜଣାଇବା ଆବଶ୍ୟକ ବୋଲି ବିଭିନ୍ନ ସେବାୟତ ଜଣାଇଛନ୍ତି। ଏ ସମ୍ପର୍କରେ ଟ୍ରଷ୍ଟ ବୋର୍ଡର ସଭାପତି ତଥା ଏଡିଏମ୍‌ ଅରୁଣ କୁମାର ବେହେରାଙ୍କୁ ପଚାରିବାରେ କୌଣସି ଆବଣ୍ଟନ ମୋ ନଜରକୁ ଆସିନାହିଁ। ତେବେ କିଛିଟା ଭାଗବଣ୍ଟା ଦ୍ୱନ୍ଦ୍ୱ ରହିଛି। ଏଣୁ ପରବର୍ତ୍ତୀ ବୈଠକରେ ଏ ସବୁ ସମାସ୍ୟା ଦୂର ହେବ ପୂର୍ବ ବୈଠକଗୁଡିକରେ ହୋଇଥିବା ଭାଗ ବଣ୍ଟାରେ କିଛି ସେବାୟତ ଓ ନ୍ୟାସି ମଣ୍ଡଳୀ ଅସନ୍ତୁଷ୍ଟ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର,୨୬ା୪: ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ମେ’ ୨୦ରେ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ।

ଭାଜପା ରାଜ୍ୟ ସମ୍ପାଦକ ଦଳ ଛାଡ଼ିଲେ, ଆଜି ବିଜେଡିରେ ମିଶିବେ

ଭଞ୍ଜନଗର/ସୋରଡ଼ା,୨୬।୪(ବାବୁଲା ପ୍ରଧାନ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ...

୨୦୧୯ରେ ମିଳିଥିଲା ୩୪% ଭୋଟ୍, ୨୦୨୪ରେ ଗଠନ ହେବ ସରକାର: କାର୍ଯ୍ୟକର୍ତ୍ତାଙ୍କୁ ଶାହାଙ୍କ ଗୁରୁମନ୍ତ୍ର

ଭୁବନେଶ୍ୱର,୨୬ା୪: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାର ବରିଷ୍ଠ ନେତା ତଥା ସଦସ୍ୟମାନଙ୍କୁ ଆତ୍ମବିଶ୍ୱାସର ସହ କାର୍ଯ୍ୟ କରିବାକୁ ଉତ୍ସାହିତ କରିଛନ୍ତି। ଏହାସହ କହିଛନ୍ତି...

୩ ଜଣଙ୍କୁ ଚାପିଦେଲା ଟ୍ରକ୍‌

ସୁନ୍ଦରଗଡ଼,୨୬ା୪: ସୁନ୍ଦରଗଡ଼ ଜିଲା ଭସ୍ମା ଥାନା ଅନ୍ତର୍ଗତ ଦର୍ଲିପାଲି ଏନ୍‌ଟିପିସି ପାଓ୍ବାର ପ୍ଲାଣ୍ଟ ନିକଟରେ ଏକ ଟ୍ରକ୍‌ ୩ ବାଇକ୍‌ ଆରୋହୀଙ୍କ ଉପରେ ମାଡ଼ିଯିବାରୁ ଘଟଣାସ୍ଥଳରେ...

ଲଢ଼େଇରେ ନୂଆ ବନାମ ଅଭିଜ୍ଞ

ରାଜକନିକା,୨୬ା୪(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଶେଷ ସୀମା ହେଉଛି ଆଳି ନିର୍ବାଚନମଣ୍ଡଳୀ। ରାଜକନିକାର ୨୯ଟି ପଞ୍ଚାୟତ ଓ ଆଳିର ୩୪ଟି ପଞ୍ଚାୟତକୁ ମିଶାଇ ଆଳି...

‘ପାଣ୍ଡିଆନ୍‌ଙ୍କୁ ଜେଡ୍‌ କାଟେଗୋରି ସୁରକ୍ଷା କାହିଁକି ମିଳୁଛି’

ଭୁବନେଶ୍ୱର, ୨୬।୪(ସୁନିତ୍‌ ମିଶ୍ର):କୌଣସି ସାମ୍ବିଧାନିକ ପଦପଦବୀରେ ନାହାନ୍ତି। ସେ ଏମ୍‌ପି କି ବିଧାୟକ କିମ୍ବା କୌଣସି ଦଳୀୟ ନେତା ବି ନୁହନ୍ତି। ସେ ଜଣେ ବିଜେଡିର...

ସରକାରୀ ହସ୍ପିଟାଲ ପରିସରରେ ଥିବା ଘରୋଇ ଔଷଧ ଦୋକାନ ହେବ ବନ୍ଦ

ଭୁବନେଶ୍ୱର, ୨୬।୪(ବନ୍ଦନା ସେଠୀ):ରାଜ୍ୟର ସରକାରୀ ଡାକ୍ତରଖାନା ପରିସରରେ ରହିଥିବା ଘରୋଇ ଔଷଧ ଷ୍ଟୋର୍‌ ବନ୍ଦ ହେବ। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏପରି କଡ଼ା...

ଘରେ ପଶି ମା’- ଦେଢ଼ ବର୍ଷର ପୁଅଙ୍କୁ ବୀଭତ୍ସ ହତ୍ୟା

ସମ୍ବଲପୁର,୨୬ା୪: ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା ଦଲକିବାହାଲ ଗାଁରେ ଗୁରୁବାର ବିଳମ୍ବିତ ରାତିରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଘରେ ପଶି ମା’-ପୁଅଙ୍କୁ ହତ୍ୟା କରିଛନ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri