Home

ଡାକ୍ତରମାନଙ୍କ ଅନୁପସ୍ଥିତିକୁ ନେଇ ଉତ୍ତେଜନା

ବ୍ରଜରାଜନଗର, ୧୨।୯ (ଡି.ଏନ୍‌.ଏ.) ବ୍ରଜରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ସପ୍ତାହ ହେଲା କେତେଜଣ ଡାକ୍ତରଙ୍କ ଅନୁପସ୍ଥିତିକୁ ନେଇ ଉତ୍ତେଜନା ଦେଖାଦେଇଛି। ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ଡାକ୍ତର ନ ଆସିଲେ ସ୍ବାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଫାଟକରେ ତାଲା ପଡିବ ବୋଲି ଅଞ୍ଚଳବାସୀ…

ଧର୍ମଶାଳା ତହସିଲର ଚଢାଉ: ୫ କଳାପଥର , ୧ ବାଲିଖାଦାନରେ ୧୪୪ ଧାରା ଜାରି

ଧର୍ମଶାଳା/ଜେନାପୁର/ଚଢେଇଧରା,୧୨।୯(ଡି.ଏନ୍‌.ଏ.): ଯାଜପୁର ଜିଲା ଧର୍ମଶାଳା ତହସିଲ ପକ୍ଷରୁ ତହସିଲ ଅଧୀନସ୍ତ ୫ କଳାପଥର ଓ ଗୋଟିଏ ବାଲି ଖାଦାନ ଉପରେ ବୁଧବାର ୧୪୪ ଧାରା ଜାରି କରାଯାଇଛି। ଏଥିସହ ଖାଦାନକୁ ସଂଯୋଗ କରୁଥିବା ରାସ୍ତାକୁ ଜେସିବି ସାହାଯ୍ୟରେ ତାଡାଯାଇ ବିଚ୍ଛିନ୍ନ କରାଯାଇଛି।…

ଡିକି ଭାଙ୍ଗି ୧ ଲକ୍ଷ ଟଙ୍କା ଲୁଟ୍‌ ଅଭିଯୋଗ

ଧର୍ମଶାଳା,୧୨।୯(ଡି.ଏନ୍‌.ଏ.): ଧର୍ମଶାଳା ଥାନା ଅନ୍ତର୍ଗତ ବଡ଼ମଙ୍ଗଳପୁର (ନାଉପାଳ) ଗ୍ରାମର ଜଣେ ବ୍ୟବସାୟୀ ବୁଧବାର ଲୁଟ୍‌ର ଶିକାର ହୋଇଛନ୍ତି। ଦୁର୍ବୃତ୍ତମାନେ ତାଙ୍କ ଗାଡି ଡିକି ଭାଙ୍ଗି ଏକ ଲକ୍ଷ ଟଙ୍କା ଲୁଟ୍‌ କରି ନେଇଥିବା ସେ ଥାନାରେ ଅଭିଯୋଗ କରିଛନ୍ତି। ଏ ନେଇ…

ପାକିସ୍ତାନରେ ମହଙ୍ଗା ମାଡ଼; କ୍ଷୀର ଦର ପେଟ୍ରୋଲଠୁ ଅଧିକ

ଇସଲାମାବାଦ୍‌,୧୨-୯: ଜମ୍ମୁ-କଶ୍ମୀରକୁ ନେଇ ଭାରତ ସହିତ ଶତ୍ରୁତା ବୃଦ୍ଧି ପାକିସ୍ତାନ ଅର୍ଥନୀତିର ମେରୁଦଣ୍ଡକୁ ଦୋହଲାଇ ଦେଇଛି। ପନିପରିବା ଠାରୁ ଆରମ୍ଭ କରି ସାଧାରଣ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଦର ଆକାଶଛୁଆଁ ହୋଇଥିବା ବେଳେ ପିଲା ପିଉଥିବା କ୍ଷୀର ମଧ୍ୟ ଏବେ ସାଧାରଣ ଲୋକଙ୍କ…

ଟକ୍‌ ବାଇକ୍‌ ମୁହାଁମୁହିଁ, ଜଣେ ମୃତ

କାଳିଆପାଣି,୧୨ା୯(ଡି.ଏନ୍‌.ଏ.): କାଳିଆପାଣି ଥାନା ଅନ୍ତର୍ଗତ କଂସ ଛକଠାରେ ବୁଧବାର ସଡ଼କ ଦୁର୍ଘଟଣାରେ ଜଣେ ବାଇକ୍‌ ଚାଳକଙ୍କ ମୃତ୍ୟୁ ହୋଇଛି। ମୃତକ ଜଣଙ୍କ କଂସ ପଞ୍ଚାୟତର ଦୁର୍ଯ୍ୟୋଧନ ମୁର୍ମୁ (୩୪)। କାଳିଆପାଣି ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଗାଡି ଦୁଇଟିକୁ ଜବତ କରିଛି। ଏଥିସହ…

ନିଶାସକ୍ତ ଗାଡ଼ି ଚାଳକ କୋର୍ଟ ଚାଲାଣ, ଜରିମାନା ଆଦାୟ

ଧର୍ମଶାଳା,୧୨।୯(ଡି.ଏନ୍‌.ଏ.): ଧର୍ମଶାଳା ଥାନା ପୋଲିସ ପକ୍ଷରୁ ଶ୍ରୀରାମପୁର ଟୋଲଗେଟଠାରେ ଯାଞ୍ଚବେଳେ ମଙ୍ଗଳବାର ରାତିରେ ନିଶାସକ୍ତ ଅବସ୍ଥାରେ ଗାଡି ଚଲାଇବା ଅଭିଯୋଗରେ ପୋଲିସ ଜଣଙ୍କୁ ଗିରଫ କରିଛି। ଏଥିସହ ତାଙ୍କଠାରୁ ୭ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ବାଇକ୍‌ ଚାଳକ ଜଣଙ୍କ କେନ୍ଦ୍ରାପଡା…

୨୩ ବର୍ଷରୁ କମ୍‌ କ୍ରିକେଟ୍‌: ଭାରତ-ବାଂଲାଦେଶ ସିରିଜ ଭେନ୍ୟୁ ପରିବର୍ତ୍ତନ

ନୂଆଦିଲ୍ଲୀ, ୧୨।୯ (ପି.ଟି.)- ଘରୋଇ ଭାରତ ଓ ବାଂଲାଦେଶ ୨୩ ବର୍ଷରୁ କମ୍‌ କ୍ରିକେଟ୍‌ ଦଳ ମଧ୍ୟରେ ଖେଳାଯିବାକୁ ଥିବା ଦିନିକିଆ ସିରିଜର ଭେନ୍ୟୁରେ ପରିବର୍ତ୍ତନ ହୋଇଛି। ଖରାପ ପାଣିପାଗ ଲାଗି ଭାରତୀୟ କ୍ରିlକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏହି ୫…

ଭାରତୀୟ ଛାତ୍ରୀଛାତ୍ରଙ୍କୁ ଫାଇଦା; ବ୍ରିଟେନରେ ପଢ଼ିବା ପରେ ମିଳିବ ଓ୍ବାର୍କ ଭିଜା

ନୂଆଦିଲ୍ଲୀ,୧୨-୯: ବ୍ରିଟେନରେ ପାଠପଢ଼ୁଥିବା ଭାରତୀୟ ଛାତ୍ରୀଛାତ୍ରଙ୍କ ମୁଣ୍ଡବ୍ୟଥା କମାଇ ଦେଇଛି ସେଠା ସରକାର। ଏଣିକି ବ୍ରିଟେନରେ ଅଧ୍ୟୟନରତ ବିଦେଶୀ ଛାତ୍ରୀଛାତ୍ରଙ୍କୁ ପାଠପଢ଼ିବା ପରେ ୨ ବର୍ଷ ଲାଗି ଓ୍ବାର୍କ ଭିଜା ମିଳିବ। ଏନେଇ ବ୍ରିଟେନ ସରକାର ଘୋଷଣା କରିଛନ୍ତି। ସରକାରଙ୍କ ଏହି…

ବୈଠକରେ ସୀମିତ ସଡ଼କ ସୁରକ୍ଷା: ରାଜପଥ କଡ଼ ପାଲଟିଛି ପାର୍କିଂସ୍ଥଳୀ

ନୟାଗଡ଼ ଅଫିସ,୧୨।୯: ନୟାଗଡ଼ ସହରରେ ସଡ଼କ ସୁରକ୍ଷା ଯୋଜନା ପ୍ରହସନ ପାଲଟିଛି। ସହର ମଧ୍ୟ ଦେଇ ଜାତୀୟ ରାଜପଥ-୫୭ ଓ ରାଜ୍ୟ ରାଜପଥ-୨୧ ଯାଇଥିବା ବେଳେ ଏହି ରାସ୍ତାକଡ଼ ବର୍ତ୍ତମାନ ଅଘୋଷିତ ପାର୍କିଂ ସ୍ଥଳୀ ପାଲଟିଛି। ସେହିପରି ଉଠା ଦୋକାନୀଙ୍କ କବ୍‌ଜାରେ…

ଟାଉନ ପ୍ଲାନିଂ ଅଞ୍ଚଳବାସୀ ଜଳବନ୍ଦୀ

ଢେଙ୍କାନାଳ ଅଫିସ, ୧୨।୯ – ଲଘୁଚାପଜନିତ ଲଗାଣ ବର୍ଷାରେ ଢେଙ୍କାନାଳ ସହରର ସ୍ଥିତି ସଙ୍ଗିନ ହୋଇପଡ଼ିଛି। ଟାଉନପ୍ଲାନିଂ ଅଞ୍ଚଳରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଅଞ୍ଚଳବାସୀ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି। କଲୋନୀ ରାସ୍ତାରେ ଆଣ୍ଠୁଏ ଉଚ୍ଚତାର ପାଣି ଚାଲୁଛି। ଲୋକମାନେ…

ଗଛରେ ପିଟିହେଲା ଯାତ୍ରୀବାହୀ ବସ୍‌, ୧୦ ଗୁରୁତର

ଗଣିଆ,୧୨ା୯(ଡି.ଏନ.ଏ.): ନୟାଗଡ଼ରୁ କୁମ୍ଭାରପଡା ଯାଉଥିବା ଏକ ଯାତ୍ରୀବାହୀ ବସ୍‌ ବୁଧବାର କିଶୋରପ୍ରସାଦ ପଞ୍ଚାୟତ ଗୋପାଳପ୍ରସାଦ ନିକଟରେ ଏକ ଆମ୍ବଗଛରେ ପିଟିହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଗାଡିରେ ଥିବା ୧୦ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଗଣିଆ ପୋଲିସ ଓ ଅଗ୍ନିଶମ ବିଭାଗ…

ଆସିଆନ ଦେଶକୁ ବୁଝାଇବାରେ ସଫଳ ଭାରତ; ଏଫ୍‌ଟିଏ ସମୀକ୍ଷା ପାଇଁ ରାଜି

ନୂଆଦିଲ୍ଲୀ,୧୨-୯: ଆର୍ଥିକ ମାନ୍ଦାବସ୍ଥା ଏବଂ ରପ୍ତାନି ହ୍ରାସକୁ ନେଇ ଚିନ୍ତିତ ଭାରତ ପାଇଁ ଖୁସି ଖବର ଆସିଛି। ମୋଦି ସରକାରଙ୍କ ସଫଳ ଉଦ୍ୟମ କାରଣରୁ ୧୦ ଦେଶ ବିଶିଷ୍ଟ ଆସିଆନ ଦେଶ ଭାରତ ସହ ହୋଇଥିବା ମୁକ୍ତ ବାଣିଜ୍ୟ ଚୁକ୍ତି(ଫ୍ରି ଟ୍ରେଡ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri