ବେଳାଭୂମିରୁ ବେଆଇନ ବାଲି ଚାଲାଣ

ରୂପ୍‌ସା, ୨।୧୦(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ କଷାଫଳ ନିକଟ ସମୁଦ୍ର ବେଳାଭୂମିରୁ ବେଆଇନ ଭାବେ ବାଲି ଖନନ କରି ଚୋରାଚାଲାଣ କରାଯାଉଥିବାରୁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ଜେସିବି ମେଶିନ୍‌ ଦ୍ୱାରା ବାଲି ଖନନ ହେବା ଯୋଗୁ ସମୁଦ୍ରକୂଳ ଆଡ଼ିବନ୍ଧରେ ଥିବା ଝାଉଁଗଛ ଉପୁଡି ପଡୁଛି। ବାଲି ଚୋରା ଚାଲାଣକାରୀମାନେ ସେଗୁଡ଼ିକୁ କାଟି ବିକ୍ରି କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ମଙ୍ଗଳବାର ପ୍ରଶାସନ ପକ୍ଷରୁ ସଦର ତହସିଲଦାର ପଞ୍ଚାନନ ପାତ୍ର, ଲଙ୍ଗଳେଶ୍ୱର ଫରେଷ୍ଟର ଜିତେନ୍ଦ୍ର କୁମାର ରାଉତ, ଛାନୁଆ ଆର୍‌ଆଇ, ସାର୍ଥା ଫାଣ୍ଡି ଅଧିକାରୀ ଡି.ଏମ୍‌. ସିଂ ପ୍ରମୁଖ ସଦଳବଳ ବେଳାଭୂମିରେ ଚଢ଼ାଉ କରିଥିଲେ। ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ସହ ବାଲି ଖନନ ଓ ଚାଲାଣରେ ବ୍ୟବହୃତ ଜେସିବି ମେଶିନ୍‌, ଟ୍ରାକ୍ଟର ସହ ୧୦ହଜାର ଟଙ୍କାର ଝାଉଁ କାଠ ଜବତ କରାଯିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।
ସମୁଦ୍ର ନିକଟ ତରଡ଼ାବୁଧିଆ ଗାଁକୁ ଲାଗିଥିବା ଆଡ଼ିବନ୍ଧ ଗ୍ରାମବାସୀଙ୍କୁ ସୁରକ୍ଷା ଦେଇଥାଏ। ଏହି ସମୁଦ୍ରକୂଳ ବେଳାଭୂମିରେ ପ୍ରତିବର୍ଷ ବାରୁଣୀ ମେଳା ଅନୁଷ୍ଠିତ ହୋଇଥାଏ। ସୋମବାର ଏହି ଆଡ଼ିବନ୍ଧରୁ ଜେସିବି ଯୋଗେ ବାଲି ଉତ୍ତୋଳନ କରି ଟ୍ରାକ୍ଟର ସାହାଯ୍ୟରେ ଶହ ଶହ ଟ୍ରିପ୍‌ ଚାଲାଣ କରାଯିବା ସହ ଝାଉଁ ଗଛ କାଟି ନିଆଯାଉଥିବା ଗ୍ରାମବାସୀ ମନ୍ମଥ ବେହେରା, ପ୍ରିୟରଞ୍ଜନ ପୃଷ୍ଟି, ମୁକୁନ୍ଦ ଆଦିତ, ପ୍ରଭାତ ବେହେରା ଓ ଶମ୍ଭୁନାଥ ଶାବଳ ପ୍ରମୁଖ ଅଭିଯୋଗ କରିଥିଲେ। ବିଧାୟକ ମଦନମୋହନ ଦତ୍ତ ଏ ସମ୍ପର୍କରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ଜଣାଇଥିଲେ। ଗ୍ରାମର ମହିଳା, ପୁରୁଷ ମିଶି କଟା ଯାଇଥିବା ଝାଉଁଗଛ ଓ ଜେସିବି ମେଶିନ ସହ ଟ୍ରାକ୍ଟରକୁ ଅଟକ ରଖିଥିଲେ। ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ମଙ୍ଗଳବାର ପ୍ରଶାସନ ପକ୍ଷରୁ ଚଢ଼ାଉ ହେବା ପରେ ଗ୍ରାମବାସୀ ଏହାକୁ ଉଚିତ ପଦକ୍ଷେପ ବୋଲି କହିଛନ୍ତି। ପୂର୍ବରୁ ମଧ୍ୟ ଏହି ବେଳାଭୂମିରୁ ବାରମ୍ବାର ବେଆଇନ ଭାବେ ବାଲି ଖନନ ହେଉଥିବା ଗ୍ରାମବାସୀ ପ୍ରଶାସନଠାରେ ଅଭିଯୋଗ କରିଥିଲେ। ଜଣେ ଜନପ୍ରତିନିଧିଙ୍କ ଇସାରାରେ ଚୋରା ବାଲିଚାଲାଣ ଓ ଝାଉଁଗଛ କଟାଯାଉଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ଡେପୁଟି ସ୍ପିକରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଖେଳିଗଲା ଚାଞ୍ଚଲ୍ୟ!

କୋଲକାତା,୧୬।୮: ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାର ରାମପୁରହାଟରେ ତୃଣମୂଳ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଆଶିଷ ବାନାର୍ଜୀଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି। ରବିବାର (୧୬…

ଇରାନ ସହ ଯୁଦ୍ଧ ଭିତରେ ଟ୍ରମ୍ପ ନେଲେ ବଡ଼ ନିଷ୍ପତ୍ତି, ଖୁସି ହୋଇଗଲା ଚାଇନା!

ଓ୍ବାଶିଂଟନ,୧୬/୮: ମଧ୍ୟପ୍ରାଚ୍ୟରେ ଇରାନ ସହିତ ‘ମହାଯୁଦ୍ଧ’ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସେ ପ୍ରଶାନ୍ତ ମହାସାଗରରେ ମୁତୟନ ଥିବା ନିଜର…

ଥୁଆମୂଳ ରାମପୁରରେ ସ୍ବାଧୀନତା ଦିବସ: କୋର୍ଟରେ ପତାକା ଉତ୍ତୋଳନ କଲେ ବିଚାରପତି

ଥୁଆମୂଳ ରାମପୁର,୧୫।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ୮୦ତମ ସ୍ବାଧୀନତା ଦିବସ ଉତ୍ସାହ ଏବଂ ଆନନ୍ଦର ସହିତ…

କଲ୍ୟାଣସିଂହପୁର ଭିଡ଼ ହିଂସାରୁ ଯୁବତୀଙ୍କୁ ଉଦ୍ଧାର କରିଥିବା ୩ ସାହସୀ ଯୁବକଙ୍କୁ ଜିଲାସ୍ତରୀୟ ସମ୍ମାନ

​କଲ୍ୟାଣସିଂହପୁର, ୧୫/୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲାରେ ଉତ୍ସାହ ଓ ଦେଶଭକ୍ତିର ମାହୋଲ ମଧ୍ୟରେ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଆଡ଼ମ୍ବରର ସହ ପାଳିତ ହୋଇଯାଇଛି। ସ୍ଥାନୀୟ…

ବିଧାୟକଙ୍କ ଦ୍ଵାରା ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ: ୭ ଟିମ୍ ଖେଳିଲେ ମ୍ୟାଚ୍, ରବିବାର ହେବ…

ଦିଗପହଣ୍ଡି, ,୧୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ୍ ଏବଂ ଏନ୍ଏସି କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ପବିତ୍ର ସ୍ଵାଧୀନତା ଦିବସ ଅବସରରେ…

ମହାପୁରୁଷ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ପାଳିତ: ମାନବ ଜୀବନର ଲକ୍ଷ୍ୟ କେବଳ…

ଭଞ୍ଜନଗର,୧୫। ୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀଅରବିନ୍ଦ ଶକ୍ତିପୀଠରେ ଶନିବାର ମହାପୁରୁଷ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ଅତ୍ୟନ୍ତ ଶ୍ରଦ୍ଧା ଓ ଭକ୍ତିର ସହ ପାଳିତ ହୋଇଯାଇଛି।…

ସ୍ବାଧୀନତା ଦିବସରେ ରକ୍ତଦାନ କଲେ ସ୍ବେଚ୍ଛାସେବୀ

ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ): ସ୍ବାଧୀନତା ଦିବସ ଅବସରରେ ବରଗଡ଼ର ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଜିଲାସ୍ତରୀୟ ସ୍ବାଧୀନତା ଦିବସ…

କଥା ଦେଇ କଥା ରଖିଲେ ଅକରୁଆ ସରପଞ୍ଚ: ପକ୍କା ହେଲା ବଡ଼ସାହି-କେନ୍ଦୁଗୁଡ଼ା ରାସ୍ତା , ଗ୍ରାମବାସୀଙ୍କ ମଧ୍ୟରେ ଖୁସିର…

ହାଟଡିହୀ/ଛେନାପଦୀ,୧୫।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଦିନେ ଯେଉଁ ରାସ୍ତାରେ ଆଣ୍ଠୁଏ କାଦୁଅ ଓ ପାଣି ଜମି ରହୁଥିବାରୁ ଯାତାୟାତ ଦୁର୍ବିସହ ହୋଇପଡ଼ୁଥିଲା, ଶେଷରେ ସେହି ରାସ୍ତା ପକ୍କା ରାସ୍ତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri