ୟେମେନରେ ୨୦୧୫ରୁ ନିହତ ହେଲେଣି ଲକ୍ଷେ
କାଇରୋ,୧।୧୧:ୟେମେନରେ ଲାଗିରହିଥିବା ଗୃହଯୁଦ୍ଧରେ ୨୦୧୫ରୁ ବର୍ତ୍ତମାନ ସୁଦ୍ଧା ଲକ୍ଷେରୁ ଊର୍ଦ୍ଧ୍ୱ ଲୋକ ପ୍ରାଣ ହରାଇଲେଣି। ଏଥିରେ ୧୨ ହଜାରରୁ ଅଧିକ ସାଧାରଣ ଲୋକଙ୍କ ଜୀବନ ଯାଇଥିବା ଆର୍ମଡ୍ କନ୍ଫ୍ଲିକ୍ଟ ଲୋକେଶନ ଆଣ୍ଡ ଇଭେଣ୍ଟ ଡାଟା ପ୍ରୋଜେକ୍ଟ (ଏସିଏଲ୍ଇଡି) ରିପୋର୍ଟରେ କୁହାଯାଇଛି। ୨୦୧୪ରେ…
ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଶିବସେନାର ହିଁ ହେବ:ସଞ୍ଜୟ ରାଓ୍ବତ
ମୁମ୍ବାଇ,୧।୧୧: ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ କିଏ ହେବ ସେନେଇ ଭାଜପା ଏବଂ ସହଯୋଗୀ ଶିବସେନା ମଧ୍ୟରେ ଟଣାଓଟରା ଲାଗିରହିଛି। ଶୁକ୍ରବାର ଶିବସେନା ମୁଖ୍ୟପାତ୍ର ସଞ୍ଜୟ ରାଓ୍ବତ ପୁଣି ଭାଜପାକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଶିବସେନାର ହିଁ ହେବ। ରାଜ୍ୟରେ…
ସ୍କୁଲ ପିଲାଙ୍କୁ ମାସ୍କ ବାଣ୍ଟିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ,୧।୧୧: ଦିଲ୍ଲୀ ପ୍ରଦ୍ୟୁଷଣକୁ ନେଇ ରାଜନୀତି ବୟାନବାଜି ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଦିଲ୍ଲୀରେ ପ୍ରଦ୍ୟୁଷଣ ପାଇଁ ହରିୟାଣା ଓ ପଞ୍ଜାବ ସରକାରଙ୍କୁ ଦାୟି କରିଛନ୍ତି। ପଞ୍ଜାବ ଓ ହରିୟାଣାରେ ନଡ଼ାଗୁଡିକୁ ପୋଡୁଥିବାରୁ ଦିଲ୍ଲୀରେ ପ୍ରଦ୍ୟୁଷଣ ହେଉଛି ବୋଲି କେଜରିିଓ୍ବାଲ…
ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦ ପାଇଁ ରାଜ୍ୟପାଳଙ୍କୁ ଚିଠି ଲେଖିଲେ କୃଷକ
ପୁଣେ,୧।୧୧: ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଭାଜପା ଏବଂ ଶିବସେନା ମଧ୍ୟରେ ଛକାପଞ୍ଝା ଲାଗିଛି। ଏସବୁ ଭିତରେ ବିଡ ଜିଲାର ଜଣେ ଚାଷୀ ମୁଖ୍ୟମନ୍ତ୍ରୀ ପଦ ପାଇଁ ଇଛା ପ୍ରକାଶ କରିଛନ୍ତି। ତାଙ୍କ ନାମ ଶ୍ରୀକାନ୍ତ। ଏ ନେଇ ସେ ମହାରାଷ୍ଚ୍ର…
ଦୁଇଟି ଗାଡ଼ିରେ ନିଆଁ ଲଗାଇଲେ ଆତଙ୍କବାଦୀ
ଶ୍ରୀନଗର,୧।୧୧: ଜମ୍ମୁ-କଶ୍ମୀର କୁଲଗାମ ଜିଲାରେ ଆତଙ୍କବାଦୀ ସକ୍ରିୟ ରହିଛନ୍ତି। ଶୁକ୍ରବାର ସକାଳେ ବୋନିଗମ ଗଁ। ନିକଟରେ ଦୁଇଟି ଗାଡିରେ କିଛି ଆତଙ୍କବାଦୀ ନିଆଁ ଲଗାଇଦେଇଛନ୍ତି। ନିଆଁ ଲଗାଯାଇଥିବା ଗାଡି ମଧ୍ୟରୁ ଗୋଟିଏ ଗାଡ଼ି କୁଲଗାମ ଭାଜପାର ସାଧାରଣ ସମ୍ପାଦକଙ୍କ ବୋଲି ଜଣାପଡ଼ିଛି।…
ଘର ସମ୍ମୁଖରୁ ମୃତଦେହ ଉଦ୍ଧାର: ହତ୍ୟା ଅଭିଯୋଗ ଆଣିଲା ପରିବାର
ବରଗଡ଼ ଅଫିସ/ଝାରବନ୍ଧ, ୧।୧୧(ଡି.ଏନ୍.ଏ.): ବରଗଡ଼ ଜିଲା ଝାରବନ୍ଧ ଥାନା ଅନ୍ତର୍ଗତ ଟୁର୍ଲା ଗ୍ରାମର ଜଣେ ବ୍ୟକ୍ତିଙ୍କ ମୃତଦେହ ନିଜ ଘର ସମ୍ମୁଖରୁ ଗୁରୁବାର ବିଳମ୍ବିତ ରାତିରେ ଉଦ୍ଧାର ହୋଇଛି। ସେ ହେଲେ ଲକ୍ଷ୍ମୀକାନ୍ତ କଲେତ(୪୫)। ଲକ୍ଷ୍ମୀକାନ୍ତ ସନ୍ଧ୍ୟା ପ୍ରାୟ ୮ଟାରେ ଘରୁ…
ଆଜିଠୁ ଏଫ୍ଆଇଏଚ୍ ଅଲିମ୍ପିକ କ୍ୱାଲିଫାୟର୍ସ ହକି ମ୍ୟାଚ୍ : ଭୁବନେଶ୍ୱରରେ ଟ୍ରାଫିକ କଟକଣା
ଭୁବନେଶ୍ୱର,୧।୧୧(ବ୍ୟୁରୋ) : ଟୋକିଓ ଅଲିମ୍ପିକ୍ସ ପାଇଁ ଶୁକ୍ରବାରଠାରୁ କଳିଙ୍ଗ ଷ୍ଟାଡିୟମରେ ହକିର ମେଗା ଇଭେଣ୍ଟ ଆରମ୍ଭ ହେବ। ଏଫ୍ଆଇଏଚ୍ ଅଲିମ୍ପିକ୍ସ କ୍ୱାଲିଫାୟର୍ସ ହକି ମ୍ୟାଚ୍ ପାଇଁ ଷ୍ଟାଡିୟମ୍ ଭିତରେ ଓ ବାହାରେ ଗହଳି ଲାଗି ରହିବ। ସହରରେ ଟ୍ରାଫିକ ସମସ୍ୟାକୁ ଦୃଷ୍ଟିରେ…
ଏସ୍ସିବି ମେଡିକାଲ : କାଡାଭରିକ୍ ଟ୍ରାନ୍ସପ୍ଲାଣ୍ଟ ପାଇଁ ତତ୍ପରତା
କଟକ ଅଫିସ,୧।୧୧: ଏସ୍ସିବି ମେଡିକାଲରେ କାଡାଭରିକ ଟ୍ରାନ୍ସପ୍ଲାଣ୍ଟ ପାଇଁ ତତ୍ପରତା ପ୍ରକାଶ ପାଇଛି। ଗୁରୁବାର ମେଡିକାଲର ଅଡିଟୋରିୟମ ହଲ୍ରେ ଏ ନେଇ ଏକ ଉଚ୍ଚସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଏଥିରେ ବମ୍ବେର ଅବସରପ୍ରାପ୍ତ ବରିଷ୍ଠ ପ୍ରଫେସର ଡା. ବତ୍ସଳା ତ୍ରିବେଦୀ, ହାଇଦ୍ରାବାଦର…
ମୋଦିଙ୍କୁ ପ୍ରଶଂସା କଲେ ଆମେରିକା ଏମ୍ପି
ଓ୍ବାଶିଂଟନ୍,୧।୧୧: ଜମ୍ମୁ-କଶ୍ମୀରରୁ ୩୭୦ ଅନୁଚ୍ଛେଦ ହଟିବା ନିଷ୍ପତ୍ତି ବେଶ୍ ପ୍ରଶଂସନୀୟ ବୋଲି ଆମେରିକା ଏମ୍ପି ଜର୍ଜ ହୋଲ୍ଡିଂ କହିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସାର ପାତ୍ର ବୋଲି ସେ କହିଛନ୍ତି। ୩୭୦ ଅନୁଚ୍ଛେଦ ହଟିବା ଦ୍ୱାରା ରାଜ୍ୟରେ ବିକାଶ ତ୍ୱରାନ୍ବିତ…
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା : ପୂର୍ବତନ ଖଣି ଅଧିକାରୀଙ୍କୁ ଜେଲ୍ଦଣ୍ଡ
କଟକ ଅଫିସ,୧।୧୧ : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଜଣେ ଅବସରପ୍ରାପ୍ତ ଖଣି ଅଧିକାରୀଙ୍କୁ ଜେଲ୍ ଓ ଜରିମାନା ଦଣ୍ଡାଦେଶ ହୋଇଛି। ସେ ହେଲେ କେନ୍ଦୁଝର ଜିଲା ବଡ଼ବିଲ୍ଠାରେ ଥିବା ଓଡ଼ିଶା ଖଣି ନିଗମ ସେଣ୍ଟ୍ରାଲ ୱାର୍କସପ୍ର ପୂର୍ବତନ ଡେପୁଟି…
ଅନୁଷ୍କାଙ୍କୁ କ୍ଷମା ମାଗିଲେ ଫାରୁକ୍ ଇଞ୍ଜିନିୟର
ନୂଆଦିଲ୍ଲୀ,୧।୧୧:ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ କ୍ଷମା ମାଗିଛନ୍ତି ଫାରୁକ୍ ଇଞ୍ଜିନିୟର। ଇଂଲଣ୍ଡରେ ଅନୁଷ୍ଠିତ ବିଶ୍ୱକପରେ ଭାରତୀୟ ଦଳର ଅନୁଷ୍କାଙ୍କୁ ଚୟନକର୍ତ୍ତା ଚା’ ପରଷି ଥିବା ଭଳି ଗୁରୁତର ଅଭିଯୋଗ ଆଣିଥିଲେ ପୂର୍ବତନ…
ଆଜି ଖୋଲିଲା ଶିମିଳିପାଳ : ପ୍ରଥମ ଦିନରେ ପର୍ଯ୍ୟଟକଙ୍କୁ ସ୍ବାଗତ ଲାଗି ସ୍ବତନ୍ତ୍ର ବ୍ୟବସ୍ଥା
ବାରିପଦା ଅଫିସ,୧।୧୧: ପର୍ଯ୍ୟଟକମାନଙ୍କ ପାଇଁ ଶୁକ୍ରବାରଠାରୁ ଶିମିଳିପାଳ ଅଭୟାରଣ୍ୟ ଖୋଲିଛି। ଅଭୟାରଣ୍ୟ ଭିତରକୁ ପର୍ଯ୍ୟଟକମାନେ ପିଠାବଟା(ଲୁଲୁଙ୍ଗ) ଓ କାଳିଆଣି(ଯଶିପୁର) ଗେଟ୍ ଦେଇ ଯାଇଛନ୍ତି। ପିଠାବଟା ଗେଟ୍ ଦେଇ ୧୬ଟି ଚାରିଚକିଆ ଯାନରେ ମୋଟ ୧୦୬ ଜଣ ପର୍ଯ୍ୟଟକ ଶିମିଳିପାଳ ଭତରକୁ ଯାଇଥିବାବେଳେ…
Archives


