Posted inଖେଳ

ପିଙ୍କ୍‌ ବଲ୍‌ ଟେଷ୍ଟ: ଭାରତର ରେକର୍ଡ କ୍ରମାଗତ ଦ୍ୱାଦଶ ଘରୋଇ ସିରିଜ ବିଜୟ

କୋଲକାତା,୨୪।୧୧(ପି.ଟି.)- ତୃତୀୟ ଦିବସରେ ଆଉ ମାତ୍ର ୪୭ ମିନିଟ୍‌ରେ ଭାରତ ଔପଚାରିକତା ପୂରଣ କରିଥିଲା। ପିଙ୍କ୍‌ ବଲ୍‌ରେ ଐତିହାସିକ ଇଡେନ ଗାର୍ଡେନ୍ସରେ ଖେଳାଯାଇଥିବା ଦିବାରାତ୍ର ଭିତ୍ତିକ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ବାକିଥିବା ୪ ଉଇକେକେଟ ଅକ୍ତିଆର କରି ଭାରତ ରବିବାର ବାଂଲାଦେଶକୁ ଏକ ଇନିଂସ ୪୬ ରନରେ ପରାସ୍ତ କରିଛି। ଏଥିସହିତ ଭାରତ ଘରୋଇ ମାଟିରେ କ୍ରମାଗତ ଦ୍ୱାଦଶ ସିରିଜ ବିଜୟ ହାସଲ କରି ରେକର୍ଡ କରିଛି। ଦ୍ୱିତୀୟ ଥର ପାଇଁ ଏହି ସିରିଜରେ ଭାରତ ୩ ଦିନ ମଧ୍ୟରେ ଇନିଂସ ବିଜୟ ହାସଲ କରିଛି। ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତ ପ୍ରଥମଥର ପାଇଁ ଦିବାରାତ୍ର ଟେଷ୍ଟ ଖେଳି ବିଜୟୀ ହୋଇଛି। ଏଥିସିହିତ ୨ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜ୍‌ ରେ ଭାରତ ୨-୦ରେ ସିରିଜ କ୍ଲିନ୍‌ ସୁଇପ୍‌ କରିଛି। ପ୍ରଥମ ଇନିଂସରେ ୫ ଓ ଦ୍ୱିତୀୟ ଇନିଂସରେ ୪ ଉଇକେଟ ହାସଲ କରି ଭାରତୀୟ ଅଭିଜ୍ଞ ଦ୍ରୁତ ବୋଲର ଇଶାନ୍ତ ଶର୍ମା ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି। ଦୁଇଟି ଯାକ ଟେଷ୍ଟରେ ପ୍ରଭାବୀ ପ୍ରଦର୍ଶନ କରି ସେ ପ୍ଲୟାର ଅଫ ଦି ସିରିଜ ମଧ୍ୟ ବିବେଚିତ ହୋଇଛନ୍ତି। ଏହି ବିଜୟ ସହ ଭାରତ ୬୦ ପଏଣ୍ଟ ହାସଲ କରିଛି। ଏଥିସହ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ରେ ଭାରତ ୭ଟି ମ୍ୟାଚ୍‌ ଖେଳି ମୋଟ ୩୬୦ ପଏଣ୍ଟ ହାସଲ କରି ତା’ର ଶୀର୍ଷ ସ୍ଥାନକୁ ଆହୁରି ଦୃଢ଼ କରିଛି।
ଟସ୍‌ ଜିତି ବାଂଲାଦେଶ ପ୍ରଥମ ଇନିଂସରେ ୩୦.୩ ଓଭରରେ ୧୦୬ ରନ କରି ଅଲଆଉଟ ହୋଇଥିଲା। ଜବାବରେ ଭାରତ ପ୍ରଥମ ଇନିଂସ ଆରମ୍ଭ କରି ୮୯.୪ ଓଭରରେ ୯ ଉଇକେଟ ହରାଇ ୩୪୭ରନରେ ଇନିଂସ ଘୋଷଣା କରି ୨୪୧ ରନର ମହତ୍ତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିଥିଲା। ଏହାପରେ ଦ୍ୱିତୀୟ ଇନିଂସ ଆରମ୍ଭ କରି ବାଂଲାଦେଲ ୪୧.୧ ଓଭରରେ ୧୯୫ ରନ କରି ଆଉଟ ହେବା ସହ ଇନିଂସ ପରାଜୟ ବରଣ କରିଛି।
ଅସମାପ୍ତ ଦ୍ୱିତୀୟ ଇନିଂସ ସ୍କୋର ୧୫୨/୬ରୁ ଖେଳ ଆରମ୍ଭ କରି ବାଂଲାଦେଶ ୪୬ ମିନିଟରେ ବାକି ୪ ଉଇକେଟ ହରାଇଥିଲା। ଓଭରନାଇଟ୍‌ ବ୍ୟାଟ୍ସମ୍ୟାନ ମୁସ୍‌ଫିକର ରହିମ ୫୯ ରନରୁ ଖେଳ ଆରମ୍ଭ କରି ୭୪ ରନର ଲଢୁଆ ଅର୍ଦ୍ଧଶତକୀୟ ପାଳି ଖେଳି ଉମେଶ ଯାଦବଙ୍କ ବଲ୍‌ରେ କଭରରେ ରବୀନ୍ଦ୍ର ଜାଡେଜାଙ୍କୁ କ୍ୟାଚ୍‌ ଦେଇ ଆଉଟ ହୋଇଥିଲେ। ତାଙ୍କ ପୂର୍ବରୁ ଇବାଦତ୍‌ ହୋସେନ ଖାତାଖୋଲିବା ପୂର୍ବରୁ ଉମେଶ ବଲ୍‌ରେ କୋହଲିଙ୍କୁ କ୍ୟାଚ୍‌ ଦେଇ ଆଉଟ ହୋଇଥିଲେ। ଶେଷ ଉଇକେଟ ଭାବେ ଅଲ ଅମିନ ହୋସେନ ୨୧ ରନ କରି ଉମେଶଙ୍କ ବଲ୍‌ ଉଇକେଟକିପର ରିଦ୍ଧିମାନ ଶାହାଙ୍କୁ କ୍ୟାଚ୍‌ ଦେଇ ପ୍ୟାଭିଲିୟନ ଫେରିଥିଲେ। ଆବୁ ଜାଏଦ ୨ ରନ କରି ଅପରାଜିତ ରହିଥିଲେ। ବୋଲିଂରେ ଭାରତ ତରଫରୁ ଉମେଶ ସର୍ବାଧିକ ୫, ଇଶାନ୍ତ ୪ ଉଇକେଟ ଅକ୍ତିଆର କରିଥିଲେ। ଶନିବାର ମହମୁଦୁଲ୍ଲା ୩୯ ରିଟାୟାର୍ଡ ହର୍ଟ ହୋଇଥିଲେ ଓ ବ୍ୟାଟିଂ କରିବାକୁ ଆସି ନ ଥିଲେ। ଏସ୍‌ଜି ପିଙ୍କ୍‌ ବଲ୍‌ରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ପ୍ରଥମ ଇନିଂସରେ କୋହଲି ୧୩୬ ରନର ଶତକୀୟ ପାଳି ଖେଳି କ୍ୟାରିୟରର ୨୭ତମ ଟେଷ୍ଟ ଶତକ ହାସଲ କରିଥିଲେ ଓ ମୋଟ ଉପରେ ୭୦ତମ ଅନ୍ତର୍ଜାତୀୟ ଶତକ ଅର୍ଜନ କରିଥିଲେ। ବଲ୍‌ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଭାରତ ଏହା ପୂର୍ବରୁ ଆଫଗାନିସ୍ତାନକୁ ହରାଇ ଦ୍ରୁତତମ ବିଜୟ ହାସଲ କରିଥିଲା। ଭାରତ ୧୦୨୮ଟି ବଲ୍‌ରେ ଆଫଗାନିସ୍ତାନକୁ ଏକ ଇନିଂସ ଓ ୨୬୨ ରନରେ ହରାଇଥିଲା। ଉଭୟ ଘରୋଇ ଓ ବିଦେଶୀ ପରିବେଶ୍‌ରେ ଭାରତ ପାଇଁ ଏହା କ୍ରମାଗତ ସପ୍ତମ ଟେଷ୍ଟ ବିଜୟ ସାବ୍ୟସ୍ତ ହୋଇଛି। ପୂର୍ବରୁ ଅନୁଷ୍ଠିତ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜରେ ଭାରତ ୨-୧ରେ ବିଜୟ ହାସଲ କରିଥିଲା।
ସଂକ୍ଷିପ୍ତ ସ୍କୋର:
ବାଂଲାଦେଶ ପ୍ରଥମ ଇନିଂସ- ୩୦.୩ ଓଭରରେ ୧୦୬ ଅଲଆଉଟ।
ଭାରତ ପ୍ରଥମ ଇନିଂସ- ୮୯.୪ ଓଭରରେ ୩୪୭/୯(ଇନିଂସ ଘୋଷଣା)।
ବାଂଲାଦେଶ ଦ୍ୱିତୀୟ ଇନିଂସ- ୪୧.୧ ଓଭରରେ ୧୯୫
(ମୁସ୍‌ଫିକର- ୭୪, ମହମୁଦୁଲ୍ଲା- ୩୯, ଅଲ- ଅମିନ ହୋସେନ- ୨୧, ଉମେଶ- ୫/୫୩, ଇଶାନ୍ତ- ୪/୫୬)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପନ୍ତଙ୍କ ପରେ ଦ୍ୱିତୀୟ ୱିକେଟ୍ କିପର କିଏ ? ହାର୍ଦ୍ଦିକଙ୍କ ପାଇଁ ଚିନ୍ତାର କାରଣ ଖରାପ ଫର୍ମ; ଅକ୍ସର, ଆବେଶ, ବିଷ୍ଣୋଇଙ୍କ ମଧ୍ୟରୁ ଜଣେ

ମୁମ୍ବାଇ,୨୫।୪: ଟି -୨୦ ବିଶ୍ୱକପରେ ଭାରତର ୱିକେଟ୍ କିପର କିଏ ହେବେ? ବର୍ତ୍ତମାନ ଭାରତୀୟ ପ୍ରଶଂସକଙ୍କ ମାନେ ଏହା ସବୁଠୁ ବଡ଼ ପ୍ରଶ୍ନ। ଦୁର୍ଘଟଣାରୁ ଫେରିବା...

‘ଆମେ ୬ ବଲ୍‌ରେ ୬ ଛକା ମାରିବୁ’

ଲକ୍ଷ୍ନୌ,୨୫।୪: ସମାଜବାଦୀ ପାର୍ଟୀ(ଏସ୍‌ପି) ମୁଖ୍ୟ ଅଖିଳେଶ ଯାଦବ ଗୁରୁବାର କନୈାଜ ଲୋକ ସଭା ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହାପରେ ସେ ଭାଜପା ପ୍ରାର୍ଥୀ ସୁବ୍ରତ...

ଏହି ଟିମ୍‌ ହେବ ଏଥର ଆଇପିଏଲ୍‌ ଚାମ୍ପିୟନ୍‌: ଭବିଷ୍ୟବାଣୀ କଲେ ୱାସିମ ଆକ୍ରମ

ନୂଆଦିଲ୍ଲୀ,୨୫।୪: ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ୱାସିମ ଆକ୍ରମ ଆଇପିଏଲ ୨୦୨୪ର ବିଜେତାକୁ ନେଇ ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି, ଏହା ପୂର୍ବାନୁମାନ କରିବା କଷ୍ଟକର...

ପନ୍ତଙ୍କ ଛକାରେ କ୍ୟାମେରାମ୍ୟାନ୍‌ ଆହତ: ମ୍ୟାଚ୍‌ ପରେ ଏମିତି କଥା କହି ସମସ୍ତଙ୍କ ହୃଦୟ ଜିତିଲେ

ନୂଆଦିଲ୍ଲୀ,୨୫।୪: ଆଇପିଏଲ୍‌ ୨୦୨୪ରେ ରିଷଭ ପନ୍ତ ଭଲ ଫର୍ମ ଦେଖାଉଛନ୍ତି। ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଖେଳାଯାଇଥିବା ଟୁର୍ନାମେଣ୍ଟର ୪୦ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଏକ...

ଏହି କ୍ରିକେଟର୍‌ଙ୍କୁ ଆକ୍ରମଣ କଲା ଚିତାବାଘ: ପୋଷା କୁକୁର ବଞ୍ଚାଇଦେଲା ଜୀବନ

ହରାରେ,୨୫।୪: ଜିମ୍ବାୱେର ପୂର୍ବତନ କ୍ରିକେଟର ଗାଏ ହ୍ବିଟଲଙ୍କୁ ଏକ ଚିତାବାଘ ଆକ୍ରମଣ କରିଛି। ଏହି ଆକ୍ରମଣରେ ସେ ଗୁରୁତର ଆହତ ହୋଇଛନ୍ତି। ପୋଷା କୁକୁର ତାଙ୍କ...

ଯଦି ଫାଇନାଲରେ କୁମ୍ବଲେଙ୍କ ଏହି କଥା ମାନିଥାନ୍ତେ ଉଥପ୍ପା, ଆଇପିଏଲ୍‌ ଚାମ୍ପିୟନ ହୋଇଥାନ୍ତା RCB

ନୂଆଦିଲ୍ଲୀ,୨୫।୪: ବର୍ତ୍ତମାନ ସମୟରେ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ଲୋକପ୍ରିୟ ଟିମ୍‌ ମଧ୍ୟରେ ରହିଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ। ଏହାଛଡ଼ା ରୟାଲ ଚ୍ୟାଲେଞ୍ଜର୍ସ...

ଗୋଟିଏ ବଲ୍‌ରେ ପଲଟିଗଲା ପୂରା ମ୍ୟାଚ୍‌: ସମସ୍ତେ ହୋଇଗଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫।୪: ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସକୁ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନ୍‌ରେ ପରାସ୍ତ କରିଛି। ମୁକେଶ କୁମାର ଶେଷ ଓଭରରେ ଭଲ ବୋଲିଂ କରିଥିଲେ।...

ଭାରତର ଘରୋଇ କ୍ରିକେଟରମାନେ ବର୍ଷକୁ କୋଟିଏ ଟଙ୍କା ପାଇବେ ଦରମା, ବିସିସିଆଇର ବଡ଼ ନିଷ୍ପତି

ମୁମ୍ବାଇ,୨୫।୪: ଘରୋଇ ଖେଳାଳିଙ୍କ ଆୟ ବଢାଇବାକୁ ବିସିସିଆଇ ଚାହୁଁଛି। ଭାରତର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ନେତୃତ୍ୱରେ ଚୟନ କମିଟିକୁ ଦରମା ବୃଦ୍ଧି କରିବାର ଉପାୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri