ପାଇକ ବିଦ୍ରୋହ ସ୍ମାରକର ଭିତ୍ତିପ୍ରସ୍ତର ସ୍ଥାପନ କଲେ ରାଷ୍ଟ୍ରପତି: କହିଲେ ‘ଆଗାମୀ ପିଢ଼ି ପାଇଁ ପ୍ରେରଣାର ଉତ୍ସ ହେବ’
ଖୋର୍ଦ୍ଧା ଅଫିସ,୮।୧୨: ବରୁଣେଇ ପାଦ ଦେଶରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପାଇକବିଦ୍ରୋହ ସ୍ମାରକର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଓଡ଼ିଆରେ ଜୟ ଜଗନ୍ନାଥ କହି ଉଦ୍ବୋଧନ ଆରମ୍ଭ କରି କହିଲେ ପାଇକ ସଂଗାମ ହେଉଛି ଭାରତର ଗର୍ବ ଓ ଗୌରବର ସ୍ମାରକୀ। ଏହା…
ଡିସେମ୍ବର ୨୧ରେ ଭାରତ-ଚାଇନା ସୀମା ଆଲୋଚନା
ନୂଆଦିଲ୍ଲୀ,୮।୧୨: ଭାରତ-ଚାଇନା ସୀମା ସମସ୍ୟା ସମ୍ପର୍କିତ ଆଲୋଚନା ଡିସେମ୍ବର ୨୧ରେ ସମ୍ପନ୍ନ ହେବ ବୋଲି ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଆୟୋଜିତ ଆଲୋଚନାରେ ଭାରତୀୟ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ୍ ଏବଂ ଚାଇନା ବହିର୍ବ୍ୟାପାର ମନ୍ତ୍ରୀ ଓ୍ବାଙ୍ଗ୍ ଓ୍ବି…
ଆଫଗାନିସ୍ତାନ ବିସ୍ଫୋରଣ: ୩ ଆହତ
କାବୁଲ,୮।୧୨: ଆଫନିସ୍ତାନର ଉତ୍ତରରେ ଥିବା କୁଣ୍ଡୁଜ ଅଞ୍ଚଳରେ ରବିବାର ରାସ୍ତା କଡରେ ଲଗାଯାଇଥିବା ଏକ ବୋମା ବିସ୍ଫୋରଣରେ ଅତି କମ୍ରେ ୩ ଜଣ ଆହତ ହୋଇଥିବା ଜଣାପଡିଛି। ଏଥିରେ ଛଦ୍ରରା ଜିଲାର ଜିଲାପାଳ ଓ ତାଙ୍କର ୨ ସୁରକ୍ଷାକର୍ମୀ ଆହତ ହୋଇଥିବା…
ସୋମବାର ୭୩ ବର୍ଷରେ ପଦାର୍ପଣ କରିବେ ସୋନିଆ ଗାନ୍ଧୀ: ମହିଳାଙ୍କ ଉପରେ ହେଉଥିବା ନିର୍ଯାତନା ଯୋଗୁ ପାଳିବେ ନାହିଁ ଜନ୍ମଦିନ
ନୂଆଦିଲ୍ଲୀ,୮।୧୨: ସୋମବାର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ୭୩ ବର୍ଷରେ ପଦାର୍ପଣ କରିବେ। ତେବେ ଦେଶରେ ମହିଳାଙ୍କ ଉପରେ ହେଉଥିବା ନିର୍ଯାତନା ଯୋଗୁ ଜନ୍ମଦିନ ପାଳିବେ ନାହିଁ ବୋଲି ସୂଚନା ଦେଇଛନ୍ତି। ଦେଶର ବିଭିନ୍ନ ଅଞ୍ଚଳରେ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର…
ରାତି ୧୦ଟା ପରେ ମହିଳାଙ୍କୁ ଘରେ ପହଞ୍ଚାଇବ ପୋଲିସ
ବେଙ୍ଗାଲୁରୁ,୮।୧୨: କର୍ନାଟକର ଗଦାଗ ପୋଲିସ ଏବେ ମହିଳାମାନଙ୍କୁ ମାଗଣାରେ ଘରେ ପହଞ୍ଚାଇବାର ଯୋଜନା କରିଛି। ରାତି ୧୦ଟାରୁ ଭୋର ୬ଟା ମଧ୍ୟରେ ଯେଉଁ ମହିଳାମାନେ ବାହାରେ ଥିବେ ସେମାନଙ୍କୁ ପୋଲିସ ମାଗଣାରେ ଓ ସୁରକ୍ଷିତ ଭାବେ ଘରେ ପହଞ୍ଚାଇବ ବୋଲି କହିଛି।…
ଭୋର୍ ସମୟରେ ପୁଣି ଥରିଲା ଉତ୍ତରାଖଣ୍ଡ: ଲୋକେ ଆତଙ୍କିତ
ଚାମୋଲି,୮।୧୨: ଉତ୍ତରାଖଣ୍ଡରେ ରବିବାର ଭୋର୍ ୪ଟା ୨୬ ମିନିଟ୍ରେ ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୨ ଥିଲା ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଭୂକମ୍ପର କେନ୍ଦ୍ର ଚାମୋଲି ଜିଲାର ୧୦ କିମି ଭୂଗର୍ଭ…
ଧାନ କାଟିବାକୁ ଆସି ବ୍ୟକ୍ତିଙ୍କ ଆତ୍ମହତ୍ୟା
ପଦ୍ମପୁର,୮।୧୨(ଡି.ଏନ୍.ଏ.) : ଭଦ୍ରକ ଜିଲା ବାସୁଦେବପୁର ବ୍ଲକ କଶିଆ ସାମୁଦ୍ରିକ ଥାନା ଅଧିନସ୍ଥ ଗୋପବନ୍ଧୁ ନଗରଠାରେ ଜଣେ ବ୍ୟକ୍ତି ଶନିବାର ରାତିରେ ଏକ ଗଛରେ ଗାମୁଛା ସାହାଯ୍ୟରେ ଆତ୍ମହତ୍ୟା କରିଛନ୍ତି। ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗ ଉତ୍ତଆମଡିଆର ୬ ଜଣ ଲୋକ ଗ୍ରାମର…
ଓ୍ବିଣ୍ଟର ଲୁକ୍
ଶୀତଦିନେ ସ୍ବେଟର, ମଫ୍ଲର ପିନ୍ଧି ଯେ, ଷ୍ଟାଇଲିଶ୍ ଲୁକ୍ ମିଳିବ ଅନେକେ ଭାବି ପାରନ୍ତି ନାହିଁ। ତେବେ ଆଜିକାଲି ବିଭିନ୍ନ ପ୍ରକାରର ଷ୍ଟାଇଲିଶ୍ ଓ୍ବିଣ୍ଟର ଓ୍ବେର ମିଳୁଛି, ଯାହାକୁ ଆମେ ମଡର୍ନ ହେଉ କି ଏଥେନିକ୍ ପୋଷାକ ସହ ମିକ୍ସ ମ୍ୟାଚ୍…
ତାଳଚେର ବିଧାୟକଙ୍କ କ୍ୟାମ୍ପ ଅଫିସରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ: ଜଳିଗଲା ଗାଡ଼ି, ପୋଲିସର ତଦନ୍ତ ଆରମ୍ଭ
ତାଳଚେର, ୮।୧୨(ନି.ପ୍ର): ଅନୁଗୋଳ ଜିଲା ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ଭରତପୁର ସ୍ଥିତ କ୍ୟାମ୍ପ ଅଫିସରେ ଶନିବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ନିଆଁ ଲଗାଇଦେଇଥିବା ଜଣାପଡ଼ିଛି। ଏଥିରେ ବିଧାୟକଙ୍କ ଫର୍ଚ୍ୟୁନର ଗାଡ଼ି ଓ ବିଜୁ ଯୁବ ବାହିନୀର ଏକ…
ଭୁଲ ତଥ୍ୟ ଦେଇ ବ୍ୟାଙ୍କରୁ ୪ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଋଣ ଉଠାଣ: ଜଣେ ଅଟକ
ବାସୁଦେବପୁର,୮।୧୨(ଡି.ଏନ୍.ଏ.) : ଭଦ୍ରକ ଜିଲା ବାସୁଦେବପୁର ଥାନା ଅନ୍ତର୍ଗତ ଗୁଆଗଡ଼ିଆ ଗ୍ରାମର ଜଣେ ଏରୋନେଟିକ୍ ଇଞ୍ଜିନିୟର ଦୁଇଟି ବ୍ୟାଙ୍କରେ ଭୁଲ କାଗଜପତ୍ର ଦେଇ ଅନ୍ୟ ଜଣେ ଯୁବକଙ୍କ ନାମରେ ଆକାଉଣ୍ଟ ଖୋଲି ପ୍ରାୟ ୪ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଋଣ ଉଠାଣ…
ଦିଲ୍ଲୀ ଅଗ୍ନିକାଣ୍ଡ: ମୃତକଙ୍କ ପରିବାର ପାଇଁ କେଜରିଓ୍ବାଲ ଏବଂ ଭାଜପା ପକ୍ଷରୁ ଅନୁକମ୍ପା ମୂଳକ ସହାୟତା ଘୋଷଣା
ନୂଆଦିଲ୍ଲୀ,୮।୧୨: ଦିଲ୍ଲୀର ଏକ ସ୍କୁଲ ବ୍ୟାଗ୍ କାରଖାନାରେ ରବିବାର ଅଗ୍ନିକାଣ୍ଡ ଘଟି ୪୩ ଲୋକଙ୍କ ମୃତ୍ୟୁ ଘଟିଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କ ପରିବାର ପାଇଁ ୧୦ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି।…
ଜନବସତିରେ ୫୬ ତୁଷାର ଭାଲୁ: ୭ ହଜାରରୁ ଅଧିକ ଲୋକ ଘରେ ବନ୍ଦୀ
ମସ୍କୋ,୮।୧୨: ଜଳବାୟୁ ପରିବର୍ତ୍ତନର ପ୍ରଭାବରେ ରୁଷିଆର ଆର୍କଟିକ୍ ଅଞ୍ଚଳରେ ତାପମାତ୍ରା ଶୂନ୍ୟ ଡିଗ୍ରୀରୁ ବୃଦ୍ଧି ପାଇ .୭୫ ଡିଗ୍ରୀ ହୋଇଛି। ଫଳରେ ବରଫ ତରଳିବା ଆରମ୍ଭ କରିଛି। ସ୍ଥାନୀୟ ଚୁକୋଟକା ଅଞ୍ଚଳରେ ଆର୍କଟିକ୍ ଅଞ୍ଚଳରେ ବାସ କରୁଥିବା ତୁଷାର ଭାଲୁ ପ୍ରବେଶ…

