ତାଳଚେର ବିଧାୟକଙ୍କ କ୍ୟାମ୍ପ ଅଫିସରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ: ଜଳିଗଲା ଗାଡ଼ି, ପୋଲିସର ତଦନ୍ତ ଆରମ୍ଭ

ତାଳଚେର, ୮।୧୨(ନି.ପ୍ର): ଅନୁଗୋଳ ଜିଲା ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ଭରତପୁର ସ୍ଥିତ କ୍ୟାମ୍ପ ଅଫିସରେ ଶନିବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ନିଆଁ ଲଗାଇଦେଇଥିବା ଜଣାପଡ଼ିଛି। ଏଥିରେ ବିଧାୟକଙ୍କ ଫର୍‌ଚ୍ୟୁନର ଗାଡ଼ି ଓ ବିଜୁ ଯୁବ ବାହିନୀର ଏକ ଆମ୍ବୁଲାନ୍ସରେ ନିଆଁ ଲାଗିଯାଇଥିଲା। ତେବେ ବିଧାୟକଙ୍କ ଗାଡ଼ିଟି ସମ୍ପୂର୍ଣ୍ଣ ପୋଡ଼ି ଯାଇଥିବା ବେଳେ ଆମ୍ବୁଲାନ୍ସର କେତେକ ଅଂଶ ପୋଡ଼ି ଯାଇଛି।

ସୂଚନାନୁଯାୟୀ, ରାତି ସାଢ଼େ ୧୧ଟାରେ ବିଧାୟକ ଭୁବନେଶ୍ୱରରୁ ଫେରି କ୍ୟାମ୍ପ ଅଫିସରେ ବିଶ୍ରାମ ନେଇଥିଲେ। ପ୍ରାୟ ୨ ଟା ବେଳେ ନିଆଁ ଲାଗିଥିବା କର୍ମଚାରୀମାନେ ଜାଣିବାକୁ ପାଇବା ପରେ ନିଆଁ ଲିଭାଇଥିଲେ। ଏନେଇ ପୋଲିସକୁ ଖବର ଦିଆଯାଇଥିଲା। ଅଭିଯୋଗକୁ ଭିତ୍ତି କରି ବିକ୍ରମପୁର ଥାନାରେ ୧୪୨/୧୯ରେ ଏକ ମାମଲା ରୁଜୁ କରାଯାଇଛି। ଘଟଣାସ୍ଥଳରେ ବିକ୍ରମପୁର ଆଇଆଇସି ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହି ତଦନ୍ତ ଚଳାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କକ୍ରୋଚ ଜନତା ପାର୍ଟିକୁ ନେଇ ଆସିଲା RSSର ପ୍ରଥମ ପ୍ରତିକ୍ରିୟା: ‘ଜେନ Z’ ଆଶାବାଦୀ..

ନାଗପୁର,୩୦।୫: ‘କକ୍ରୋଚ ଜନତା ପାର୍ଟି’ ସମ୍ପର୍କରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (RSS)ର ପ୍ରଥମ ପ୍ରତିକ୍ରିୟା ପ୍ରକାଶ ପାଇଛି। ଭାରତୀୟ ଗଣତନ୍ତ୍ର ସମସ୍ତ ସ୍ବର ଏବଂ ଭାବନାକୁ ଗ୍ରହଣ…

ଖୋଲିବ ହର୍ମୁଜ ପ୍ରଣାଳୀର ତାଲା! ଦ୍ରୁତ ଗତିରେ ଚାଲିବ ଭାରତୀୟ ଜାହାଜ, ଖୁସିରେ ସର୍ବନିମ୍ନ ସ୍ତରକୁ ଖସିଲା…

ନୂଆଦିଲ୍ଲୀ,୩୦।୫: ଖୁସି ଖବର! ଇନ୍ଧନ ସଙ୍କଟ ଖୁବ ଶୀଘ୍ର ଶେଷ ହେବାକୁ ଯାଉଛି। ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିଚୁକ୍ତିର ସମ୍ଭାବନା ଦ୍ରୁତ ଗତିରେ ବୃଦ୍ଧି ପାଉଛି…

ଲୋପ ପାଇବାରେ ଲାଗିଛି ତାଳଗଛ: ବଢ଼ି ଚାଲିଛି ପ୍ରାକୃତିକ ବିପର୍ଯ୍ୟୟ

ପଦ୍ମପୁର,୩୦ା୫(ପ୍ରଦୀପ୍ତ ଦାଶ):କାହିଁ କେଉଁ କାଳରୁ ପ୍ରାକୃତିକ ବିପର୍ଯ୍ୟୟ ରୋକିବାରେ ତାଳଗଛର ଗୁରୁତ୍ୱ ଭୂମିକା ବହନ କରିଆସୁଛି। ବାତ୍ୟା ସମୟରେ ତାଳଗଛ ଭୟଙ୍କର ପବନ ଓ ବଜ୍ରପାତକୁ ବହୁ…

ଟାଣ ଖରାରେ ପିକଅପ ଭ୍ୟାନରେ ବୁହା ହେଉଛନ୍ତି ଲୋକେ: ଶୋଇଛି ପରିବହନ ବିଭାଗ

ଦାରିଙ୍ଗବାଡି,୩୦।୫(ଅରୁଣ ସାହୁ): ଏବେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଦିନ ୧୦ଟାଠାରୁ ବାହାରକୁ ବାହାରିବା ମୁସ୍କିଲ ହୋଇପଡୁଛି। ଜରୁରୀ କାମଧନ୍ଦା ନ ଥିଲେ ଲୋକ ଘରୁ…

ପୋଲିସ ଏନକାଉଣ୍ଟର: ଦୁର୍ଦ୍ଦାନ୍ତ ଅପରାଧୀ ଆହତ, ସହଯୋଗୀ ଫେରାର

ଝାରସୁଗୁଡ଼ା, ୩୦।୫(ଆଶିଷ ରଞ୍ଜନ ଦାଶ):ଝାରସୁଗୁଡ଼ା ଜିଲା ରେଙ୍ଗାଲି ଥାନା ଅଞ୍ଚଳରେ ଝାରସୁଗୁଡା ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ। ରେଙ୍ଗାଲି ଥାନା ଅନ୍ତର୍ଗତ କଦମଘାଟ ମା’ ଘଣ୍ଟେଶ୍ୱରୀ ମନ୍ଦିର ନିକଟରେ…

IPLରୁ RR ବିଦାୟ ନେବା ପରେ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ; ଭାଇରାଲ ଭିଡିଓ ଦେଖି ପ୍ରଶଂସକଙ୍କ ଆଖିରେ ବି ଲୁହ!

ନୂଆଦିଲ୍ଲୀ,୩୦।୫: ଆଇପିଏଲ ୨୦୨୬ରେ ରାଜସ୍ଥାନ ରୟାଲ୍ସର ସଫଳତାରେ ବୈଭବ ସୂର୍ଯ୍ୟବଂଶୀ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏହି ୧୫ ବର୍ଷୀୟ ବ୍ୟାଟସମ୍ୟାନ ଏହି ସିଜିନରେ ଲଗାତାର ଭାବରେ…

ଇତିହାସ ରଚିଲେ ବୈଭବ ସୂର୍ଯ୍ୟବଂଶୀ: ହାସଲ କଲେ IPLରେ ସବୁଠୁ ବଡ଼ ରେକର୍ଡ

ନୂଆଦିଲ୍ଲୀ,୩୦।୫:ବୈଭବ ସୂର୍ଯ୍ୟବଂଶୀ ଗୁଜରାଟ ଟାଇଟାନ୍ସ ବିପକ୍ଷରେ କ୍ୱାଲିଫାୟର ୨ରେ ଇତିହାସ ରଚିଛନ୍ତି। IPLରେ ଦ୍ରୁତତମ ୧,୦୦୦ ରନ ସ୍କୋର କରିବାରେ ପ୍ରଥମ ଭାରତୀୟ ବ୍ୟାଟସମ୍ୟାନ ହୋଇଛନ୍ତି। ସେ…

ବୁର୍ଡାରେ ପାଳିକରି ଜଳଯୋଗାଣ: ବଢୁଛି ଅସନ୍ତୋଷ

ଲୋଇସିଂହା,୩୦।୫(ସୁଶାନ୍ତ ବାରିକ):ନବଗଠିତ ଲୋଇସିଂହା ଏନଏସି ଅଧୀନ ବୁର୍ଡା ଗ୍ରାମରେ ଜଳଯୋଗାଣ କ୍ଷେତ୍ରରେ ଅନିୟମିତତା ଅଭିଯୋଗ ହୋଇଛି ା ତେବ ଗ୍ରାମର ବିଭିନ୍ନ ପଡ଼ାକୁ ପାଳି କରି ପାଇପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri