ଆଖିରେ ରାଉଣ୍ଡର ବାଜି ଛାତ୍ର ଗୁରୁତର ହେବା ପ୍ରତିବାଦ: ଶିକ୍ଷକଙ୍କ ଅବହେଳାକୁ ନେଇ ସ୍କୁଲରେ ତାଲା ପକାଇଲେ ଅଭିଭାବକ
ତୁମୁଡ଼ିବନ୍ଧ,୧୯।୯(ଡି.ଏନ୍.ଏ.): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ ମୁଣ୍ଡିଗଡ଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ଛାତ୍ରଙ୍କ ଆଖିରେ ରାଉଣ୍ଡର ବାଜି ଗୁରୁତର ହେବା ଘଟଣା ପ୍ରତିବାଦରେ ଗୁରୁବାର ମୁଣ୍ଡିଗଡ଼ ଅଭିଭାବକମାନେ ଗୁରୁବାର ବିଦ୍ୟାଳୟକୁ ଦୁଇଘଣ୍ଟା ଯାଏ ତାଲା ପକାଇ ରଖିଥିଲେ। ଖବର ପାଇ…
ସାଙ୍ଗଠନିକ ସ୍ଥିତି ସୁଧାରିବାକୁ ଅଣ୍ଟା ଭିଡିଲା ରାଜ୍ୟ କଂଗ୍ରେସ, ପୁନଃଗଠନ ହେବ ପିସିସି
ଭୁବନେଶ୍ୱର,୧୯।୯(ବ୍ୟୁରୋ): ପୁନଃଗଠନ ହେବ ପ୍ରଦେଶ କଂଗ୍ରେସ କମିଟି(ପିସିସି)। ରାଜ୍ୟରେ ଦଳର ସାଙ୍ଗଠନିକ ସ୍ଥିତି ସୁଦୃଢ଼ କରିବାକୁ ଏଆଇସିସି ନିର୍ଦ୍ଦେଶ ଦେବା ପରେ ଅଣ୍ଟା ଭିଡିଛି କଂଗ୍ରେସ। ତେବେ ଗତ ନିର୍ବାଚନରେ ଦଳ ପାଇଁ କାମ କରିଥିବା ନେତାମାନଙ୍କୁ ନେଇ ଛୋଟ ଛୋଟ…
‘କାଳିଆ’ କେବଳ ସରକାରୀ ଟଙ୍କାରେ ନିର୍ବାଚନ ଲଢ଼ିବାର ଚଞ୍ଚକତା: ପୃଥ୍ବୀରାଜ
ଭୁବନେଶ୍ୱର,୧୯।୯(ବ୍ୟୁରୋ): ଛିଡ଼ୁନି କାଳିଆ କେଁ। ‘କାଳିଆ ଯୋଜନା’ରେ ଅଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା ପ୍ରକାଶ ପାଇବା ପରେ ରାଜ୍ୟ ରାଜନୀତି ଜୋର ଧରିଛି। ଗୋଟିଏ ପଟେ ବିଜେଡି ତାଲିକାରେ ୩ ଲକ୍ଷ ୪୧ହଜାର ଅଯୋଗ୍ୟ ହିତାଧିକାରୀ ଥିବା କହୁଥିବା ବେଳେ ଏବେ ଏହାକୁ…
ମଦଦୋକାନ ଭଙ୍ଗାରୁଜା ଘଟଣା : ଅଭିଯୁକ୍ତ କୋର୍ଟ ଚାଲାଣ
ବ୍ରହ୍ମପୁର ଅଫିସ,୧୯।୯: ଗଞ୍ଜାମ ଜିଲା ସ୍ଥାନୀୟ ପିଭିଏନ୍ ପେଟ୍ରୋଲ ପମ୍ପ ଛକରେ ଥିବା ବିୟର ପାର୍ଲର ଭଙ୍ଗାରୁଜା ଘଟଣାରେ ଟାଉନ ଥାନା ପୋଲିସ ଜଣେ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣଙ୍କ ହେଲେ ମେଘା ରେଡ୍ଡୀ। କେସ୍ ନଂ.୧୮୮/୧୯ରେ ମେଘାଙ୍କୁ…
ରିଲିଫ ସାମଗ୍ରୀ ବଣ୍ଟନ ସମୟରେ ଗଳିପଡ଼ିଲେ ଜିଲାପାଳ
ବାରାଣସୀ,୧୯।୯: ପୂର୍ବାଞ୍ଚଳ ବାରାଣସୀ ସମେତ ବହୁ ଆଖପାଖ ଜିଲାରେ ଗଙ୍ଗାର ଜଳସ୍ତର ବଢ଼ିବାରେ ଲାଗିଛି। ଏଥିଯୋଗୁ ସ୍ଥାନୀୟ ଅଞ୍ଚଳଗୁଡିକରେ ଭୟାବହ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ସ୍ଥାନୀୟ ଲୋକ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଅନ୍ୟପଟେ ଜିଲାରେ…
ଚିଦାମ୍ବରମଙ୍କୁ ମିଳିଲାନି ଜାମିନ
ନୂଆଦିଲ୍ଲୀ,୧୯।୯: ଆଇଏନ୍ଏକ୍ସ ମିଡିଆ ମାମଲାରେ ପୁଣିଥରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମଙ୍କୁ ଲାଗିଛି ଝଟ୍କା। ଦିଲ୍ଲୀର ରାଉଜ ଏଭେନ୍ୟୁ କୋର୍ଟ ଗୁରୁବାର ପୁଣିଥରେ ତାଙ୍କୁ ବିଚାର ବିଭାଗୀୟ ଅଦାଲତକୁ ପଠାଇ ଦେଇଛନ୍ତି। ଏବେ ସେ ୧୪ ଦିନ ଅର୍ଥାତ୍ ଅକ୍ଟୋବର ୩…
ପୁଣି ମାମୁ ହେବାକୁ ଯାଉଛନ୍ତି ସଲମାନ ଖାନ୍
ବଲିଉଡ୍ର ଭାଇଜାନ ସଲମାନ ଖାନ୍ଙ୍କ ଘରକୁ ପୁଣି ଜଣେ କୁନି ଅତିଥି ଆସିବାକୁ ଯାଉଛନ୍ତି। ତାଙ୍କ ଭଉଣୀ ଅର୍ପିତା ଦ୍ୱିତୀୟଥର ପାଇଁ ମା’ ହେବାକୁ ଯାଉଛନ୍ତି। ଆଇଫା ଆଓ୍ବାର୍ଡ ସମାରୋହରେ ଯୋଗଦେବା ଅବସରରେ ଅର୍ପିତା ଏବଂ ଆୟୁଷ୍ ନିଜେ ଏକଥା ଖୁଲାସା…
ବସ୍ ଧକ୍କାରେ ସାଇକେଲ ଆରୋହୀ ଗୁରୁତର : କଟକ ସ୍ଥାନାନ୍ତର
ଆନନ୍ଦପୁର,୧୯।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ଦେଇ ଯାଇଥିବା ୨୦ନଂ. ଜାତୀୟ ରାଜପଥର ବୀରଗୋବିନ୍ଦପୁରଠାରେ ଗୁରୁବାର ପୂର୍ବାହ୍ନରେ ଗୋଟିଏ ଘରୋଇ ଯାତ୍ରୀବାହୀ ବସ୍ ଧକ୍କାରେ ଜଣେ ସାଇକେଲ ଆରୋହୀ ଗୁରୁତର ହୋଇଥିବା ସୂଚନା ମିଳିଛି। ଗୁରୁତର ସାଇକେଲ ଆରୋହୀଙ୍କୁ ପ୍ରଥମେ ଆନନ୍ଦପୁର ଉପଖଣ୍ଡ ମୁଖ୍ୟ…
ସିବିଆଇକୁ ମିଳିଲା ରାଜୀବଙ୍କ ଠିକଣା
କୋଲକାତା,୧୯।୯: ଶାରଦା ଚିଟପଣ୍ଡ ମାମଲାରେ ଛନ୍ଦି ହୋଇଥିବା କୋଲକାତାର ପୂର୍ବତନ କମିଶନର ରାଜୀବ କୁମାରଙ୍କ ଠିକଣା ମିଳିଛି। ଗୁରୁବାର ରାଜୀବଙ୍କ ଠିକଣା ମିଳିବା ପରେ ସିବିଆଇର ଗୋଟିଏ ଟିମ୍ ସିଜିଓ କମ୍ଲେକ୍ସ ଯାଇଥିବା ବେଳେ ଅନ୍ୟ ଟିମ୍ କୋଲକାତା ସ୍ଥିତ ୩୪-ପାର୍କ…
ଲ୍ୟାଣ୍ଡର ବିକ୍ରମ ସହ ସମ୍ପର୍କ ନ କରିପାରି ପ୍ରୟାଗରାଜରେ ସଫ୍ଟ ଲ୍ୟାଣ୍ଡିଂ କଲେ ଯୁବକ
ପ୍ରୟାଗରାଜ,୧୯।୯: ପ୍ରୟାଗରାଜରେ ୩ଦିନରୁ ଜାରି ରହିଥିବା ଡ୍ରାମା ବୁଧବାର ଶେଷ ହୋଇଛି। ଫିଲ୍ମ ସୋଲେରେ ଯେଉଁଭଳି ଧର୍ମେନ୍ଦ୍ର ଟାଓ୍ବାର ଉପରେ ଚଢ଼ି ବାସନ୍ତୀ ସହ ବିବାହ ପାଇଁ ଜିଦ୍ ଧରିଥିଲେ। ସେହିପରି ଚନ୍ଦ୍ରକୁ ଯାଇଥିବା ବିକ୍ରମ ଲ୍ୟାଣ୍ଡର ସହ ସମ୍ପର୍କ କରିବା…
ଶାହଙ୍କୁ ଭେଟିଲେ ମମତା: ଏନ୍ଆର୍ସିକୁ ନେଇ ଭୟ କରୁଛନ୍ତି ଲୋକେ; ହଇରାଣ ନ କରିବାକୁ କଲେ ଅନୁରୋଧ
ନୂଆଦିଲ୍ଲୀ,୧୯।୯: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କୁ ଗୁରୁବାର ଭେଟିଛନ୍ତି। ଏହି ଅବସରରେ ଦୁଇ ନେତାଙ୍କ ମଧ୍ୟରେ ଏନ୍ଆର୍ସି ନେଇ ଆଲୋଚନା ହୋଇଥିବା କୁହାଯାଉଛି। ଏନ୍ଆର୍ସି ନେଇ ଲୋକେ ଭୟ କରୁଥିବା ମମତା କହିଛନ୍ତି। ତେଣୁ ଏହାକୁ ନେଇ…
ଲେଖାହେବ ଭାରତୀୟ ସୀମା ବିବାଦର ଇତିହାସ: ସଚେତନ ହେବେ ସୀମା ବାସିନ୍ଦା
ନୂଆଦିଲ୍ଲୀ,୧୯।୯: ସୀମାବର୍ତ୍ତୀ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ସଚେତନ କରାଇବା ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରାଯିବା ଲାଗି ଯୋଜନା ହୋଇଛି। ଏନେଇ ଖୁବ୍ ଶୀଘ୍ର ଭାରତୀୟ ସୀମା ବିବାଦର ଇତିହାସ ଲେଖାଯିବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ…
Archives


