ଗୋଟିଏ ବର୍ଷରେ ୨୫ ରାଜନୈତିକ ଦଳଙ୍କ ପାଣ୍ଠି ସଂଗ୍ରହ ୧୧୫୫ କୋଟିରୁ ଅଧିକ: ଏଡିଆର୍ ରିପୋର୍ଟ
ନୂଆଦିଲ୍ଲୀ,୮।୧୨: ଦେଶର ୨୫ଟି ରାଜନୈତିକ ଦଳର ମୋଟ ପାଣ୍ଠି ସଂଗ୍ରହ ଗୋଟିଏ ବର୍ଷ ମଧ୍ୟରେ ୩୨୯ କୋଟିରୁ ବୃଦ୍ଧି ପାଇ ୧୧୫୫ କୋଟି ଟଙ୍କା ହୋଇଛି। ଏନେଇ ଆସୋସିଏଶନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍(ଏଡିଆର୍) ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ୨୦୧୮-୧୯ଆର୍ଥିକ…
ଅଡି ବସିଛନ୍ତି ଉନ୍ନାଓ ପୀଡ଼ିତାଙ୍କ ପରିବାର
ଲକ୍ଷ୍ନୌ,୮।୧୨: ଉନ୍ନାଓ ବଳାତ୍କାର ପୀଡିତାଙ୍କ ମୃତ୍ୟୁ ପରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ ପାଇଁ ଘୋଷଣା କରିଛନ୍ତି। ଏହାସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧିନରେ ଏକ ଘର ମଧ୍ୟ…
କାରଖାନାରେ ଭୟାବହ ଅଗ୍ନିକାଣ୍ଡ: ୪୩ ମୃତ; ମୃତାହତଙ୍କ ସଂଖ୍ୟା ବଢ଼ିବା ଆଶଙ୍କା
ନୂଆଦିଲ୍ଲୀ, ୮।୧୨: କେନ୍ଦ୍ରୀୟ ଦିଲ୍ଲୀର ରାଣୀ ଝାନ୍ସୀ ରୋଡ୍ ନିକଟରେ ଥିବା ଏକ ସ୍କୁଲ ବ୍ୟାଗ୍ ତିଆରି କାରଖାନାରେ ରବିବାର ଭୋର୍ ୫ଟାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୪୩ ଜଣଙ୍କ ମୃତ୍ୟୁ ଘଟିଛି। ଖବର ପାଇ ୩୦ ଦମକଳ ଗାଡ଼ି…
ପରଲୋକରେ ପୂର୍ବତନ ମନ୍ତ୍ରୀ ଭାଗବତ ମହାନ୍ତି
ଭୁବନେଶ୍ୱର,୮।୧୨(ବ୍ୟୁରୋ): କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଭାଗବତ ପ୍ରସାଦ ମହାନ୍ତିଙ୍କ ଶନିବାର ବିଳମ୍ବିତ ରାତିରେ ପରଲୋକ ଘଟିଛି। ୯୩ ବର୍ଷ ବୟସରେ ଭୁବନେଶ୍ୱରସ୍ଥିତ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଭାଗବତ କେନ୍ଦ୍ରାପଡ଼ା ଜିଲାର ବିଭିନ୍ନ ନିର୍ବାଚନମଣ୍ଡଳୀରୁ…
ଦେବକୁଣ୍ଡ ଯାଉଥିବା ବେଳେ ଟ୍ରକ୍କୁ ଧକ୍କା ଦେଲା ଟୁରିଷ୍ଟ ଭ୍ୟାନ୍: ୩ ପର୍ଯ୍ୟଟକ ମୃତ, ୧୫ ଗୁରୁତର
ବାଲେଶ୍ୱର ଅଫିସ,୮।୧୨: ବାଲେଶ୍ୱର ଜିଲା ସେରଗଡ଼ସ୍ଥିତ ଜଗନ୍ନାଥ ପେଟ୍ରୋଲ ପମ୍ପ ନିକଟରେ ରବିବାର ଭୋର ୫ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ପର୍ଯ୍ୟଟକ ଗାଡ଼ି ଟ୍ରକ୍କୁ ପଛରୁ ଧକ୍କା ଦେବାରୁ ୩ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫ଜଣ ଗୁରୁତର…
ବିକ୍ଷୋଭକାରୀଙ୍କୁ ପୋଲିସ ଘଉଡ଼ାଇଲା
ନୂଆଦିଲ୍ଲୀ,୮ା୧୨(ପି.ଟି.): ଉନ୍ନାଓ ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ଶନିବାର ଦିଲ୍ଲୀରେ ଶତାଧିକ ବିକ୍ଷୋଭକାରୀ ମହମବତି ଧରି ପ୍ରତିବାଦ କରୁଥିବାବେଳେ ବାରିକେଡ୍ ଡେଇଁବାକୁ ଉଦ୍ୟମ କରିବାରୁ ପୋଲିସ ସେମାନଙ୍କୁ ଘଉଡାଇବା ପାଇଁ ପାଣିମାଡ଼ କରିଥିଲା। ବିକ୍ଷୋଭକାରୀ ପ୍ଲାକାର୍ଡ, ବ୍ୟାନର ଧରି ଓ ନ୍ୟାୟ ଦାବିରେ…
ମନ୍ତ୍ରୀଙ୍କ ଗସ୍ତକୁ ବିରୋଧ
ଲକ୍ଷ୍ନୌ,୮ା୧୨(ପି.ଟି.): ଉନ୍ନାଓ ପୀଡ଼ିତାଙ୍କ ପରିବାର ସଦସ୍ୟଙ୍କୁ ଭେଟିବା ଲାଗି ଉତ୍ତରପ୍ରଦେଶ ସରକାରର ୨ ଜଣ ମନ୍ତ୍ରୀ ଯାଇଥିବାବେଳେ ସ୍ଥାନୀୟ ଉତ୍ତ୍ୟକ୍ତ ଲୋକେ ଓ କଂଗ୍ରେସ କର୍ମୀମାନେ ସେମାନଙ୍କୁ ଜୋରଦାର ବିରୋଧ କରିଥିଲେ। ମନ୍ତ୍ରୀ କମଳ ରାଣୀ ବରୁନ୍ ଓ ସ୍ବାମୀ ପ୍ରସାଦ…
ଦାରିଙ୍ଗବାଡ଼ିରେ କମିଲା ଶୀତ: ୧୦ଡିଗ୍ରୀରେ ପହଞ୍ଚିଲା ତାପମାତ୍ରା, ପର୍ଯ୍ୟଟକ ନିରାଶ
ଦାରିଙ୍ଗବାଡ଼ି,୮।୧୨(ଡି.ଏନ୍.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ରବିବାର ଶୀତ କମିଛି। ତାପମାତ୍ରା ପରିବର୍ତ୍ତନ ହୋଇ ୧୦ଡିଗ୍ରୀରେ ପହଞ୍ଚିଛି। ଛୁଟିଦିନ ଥିବାରୁ ପର୍ଯ୍ୟଟକମାନେ ଦାରିଙ୍ଗବାଡ଼ିରେ ପହଞ୍ଚିଥିବା ବେଳେ ଆଶା କରାଯାଉଥିବା ଜାଡ଼ ନ ଥିବାରୁ ନିରାଶ ହୋଇଛନ୍ତି। ତେବେ ସେମାନେ ଡୁଲୁରୀ…
ଏନ୍ଏଚ୍ଆର୍ସି ଟିମ୍ର ତନାଘନା: ଏସ୍ଆଇଟି ତଦନ୍ତ ଲାଗି ପିଆଇଏଲ୍
ହାଇଦ୍ରାବାଦ, ୮ା୧୨(ପି.ଟି.): ହାଇଦ୍ରାବାଦର ମହିଳା ପଶୁ ଚିକିତ୍ସକଙ୍କୁ ଗଣବଳାତ୍କାର ଓ ହତ୍ୟା କରିବା ଅଭିଯୋଗରେ ଗିରଫ ୪ ଅଭିଯୁକ୍ତଙ୍କୁ ପୋଲିସ ଶୁକ୍ରବାର ଏନ୍କାଉଣ୍ଟର କରି ହତ୍ୟା କରିବା ପରେ ଶନିବାର ଏନେଇ ଜାତୀୟ ମାନବାଧିକାର ଆୟୋଗ(ଏନ୍ଏଚ୍ଆର୍ସି) କର୍ମକର୍ତ୍ତା ଘଟଣାସ୍ଥଳ(ଚତ୍ତନପଲ୍ଲୀ ଗ୍ରାମ)କୁ ଯାଇ…
ଝାଡ଼ଖଣ୍ଡ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ୬୪% ମତଦାନ : ଭୋଟବେଳେ ହିଂସା ; ପୋଲିସ ଗୁଳିରେ ଜଣେ ମୃତ, ୨ ଗୁରୁତର
ରାଞ୍ଚି, ୮ା୧୨(ପି.ଟି.): ଝାଡ଼ଖଣ୍ଡରେ ଶନିବାର ଅନୁଷ୍ଠିତ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ୬୪% ମତଦାନ ହୋଇଛି। ଭୋଟବେଳେ ହିଂସାକାଣ୍ଡ ଘଟି ପୋଲିସ ଗୁଳିରେ ଜଣେ ପ୍ରାଣ ହରାଇବା ସହ ୨ ଜଣ ଆହତ ହୋଇଛନ୍ତି। ସିସାଇ ଆସନ ଅନ୍ତର୍ଗତ ବଧନି ଗ୍ରାମର ୩୬…
ଗରିବଙ୍କ ହାତପାଆନ୍ତାରେ ନାହିଁ ନ୍ୟାୟ: ରାଷ୍ଟ୍ରପତି
ଯୋଧପୁର,୮ା୧୨(ପି.ଟି.): ନ୍ୟାୟିକ ପ୍ରକ୍ରିୟା ସାଧାରଣ ଲୋକଙ୍କ ହାତପାଆନ୍ତାର ବାହାରେ ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିବା ସହ ଏଥିପାଇଁ ଉଦ୍ବେଗ ପ୍ରକାଶ କରିଛନ୍ତି। ନ୍ୟାୟିକ ପ୍ରକ୍ରିୟା ବ୍ୟୟବହୁଳ ହୋଇଯାଇଛି ଏବଂ ବିଭିନ୍ନ କାରଣରୁ ଏହା ସାଧାରଣ ଲୋକଙ୍କ ପାଖରେ ପହଞ୍ଚତ୍ପାରୁନାହିଁ। ସାଧାରଣ…
ଉନ୍ନାଓ ପୀଡ଼ିତା ପରିବାରର ଦାବି: ଅଭିଯୁକ୍ତଙ୍କୁ ମିଳୁ ହାଇଦ୍ରାବାଦ ଭଳି ଦଣ୍ଡ
ନୂଆଦିଲ୍ଲୀ,୮ା୧୨(ପି.ଟି.): ଅର୍ଦ୍ଧଦଗ୍ଧ ଉନ୍ନାଓ ପୀଡିତା ଶୁକ୍ରବାର ରାତିରେ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ଆଖି ବୁଜିବା ପରେ ଏହାକୁ ନେଇ ରାଜନୀତି ଜୋର ଧରିଛି। ଅଭିଯୁକ୍ତମାନଙ୍କୁ ହାଇଦ୍ରାବାଦ ଭଳି ଏନ୍କାଉଣ୍ଟର କରାଯିବାକୁ କିମ୍ବା ଫାଶୀ ଦେବାକୁ ପୀଡିତାଙ୍କ ପରିବାର ସଦସ୍ୟମାନେ ଦାବି କରିଛନ୍ତି।…
Archives


