ଖଣି କର୍ମଚାରୀଙ୍କ ଉପରେ ଆକ୍ରମଣ: ୩୭ ମୃତ
ଓ୍ବାଗାଡୁଗୁ,୮-୧୧(ଏଏଫ୍ପି):ପଶ୍ଚିମ ଆଫ୍ରିକୀୟ ଦେଶ ବୁର୍କିନା ଫାସୋରେ ଜେହାଦୀ ହିଂସାରେ ୩୭ ଜଣଙ୍କ ମୃତ୍ୟୁ ଘଟିବା ସହ ୬୦ ଜଣ ଆହତ ହୋଇଛନ୍ତି। ଗତ ୫ ବର୍ଷ ମଧ୍ୟରେ ଏହା ସବୁଠୁ ଭୟାବହ ଆକ୍ରମଣ ବୋଲି କୁହାଯାଉଛି। ସେଠାରେ ଥିବା କାନାଡା ଖଣି…
ଶିଖ୍ ତୀର୍ଥଯାତ୍ରୀଙ୍କ ସହ ପାକ୍ ଯିବା ଲାଗି ସିଦ୍ଧୁଙ୍କୁ ଅନୁମତି
ନୂଆଦିଲ୍ଲୀ,୮-୧୧(ଆଇଏଏନ୍ଏସ୍):ନଭେମ୍ବର ୯ରେ କର୍ତାରପୁର କରିଡର ଦେଇ ପାକିସ୍ତାନର ଦର୍ବାର ସାହିବ ଗୁରୁଦ୍ୱାର ଯିବା ଲାଗି କେନ୍ଦ୍ର ସରକାର କଂଗ୍ରେସ ନେତା ନବଜୋତ୍ ସିଂ ସିଦ୍ଧୁଙ୍କୁ ଅନୁମତି ପ୍ରଦାନ କରିଛନ୍ତି। ଶିଖ୍ ତୀର୍ଥଯାତ୍ରୀ (ଜଥା)ମାନଙ୍କ ସହ ସେ ଯାଇପାରିବେ। ତେବେ ଓ୍ବାଘା ସୀମାନ୍ତ…
କର୍ତାରପୁର କରିଡର:ପାକିସ୍ତାନର ନୂଆ ଘୋଷଣାରୁ ଦ୍ୱନ୍ଦ୍ୱ
ଇସ୍ଲାମାବାଦ,୮-୧୧(ଆଇଏଏନ୍ଏସ୍):କର୍ତାରପୁର କରିଡରକୁ ନେଇ ପାକିସ୍ତାନ ସରକାରଙ୍କ ନୂଆ ଘୋଷଣା ଲୋକଙ୍କୁ ଦ୍ୱନ୍ଦ୍ୱରେ ପକାଇଛି। କର୍ତାରପୁର ଗୁରୁଦ୍ୱାର ଆସିବା ଲାଗି ଭାରତୀୟ ତୀର୍ଥଯାତ୍ରୀଙ୍କର ପାସ୍ପୋର୍ଟ ଆଣିବା ଆବଶ୍ୟକ ନାହିଁ ବୋଲି ପାକ୍ ବହିର୍ବ୍ୟାପାର କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ଏଥିସହିତ ୧୦ ଦିନ ଆଗରୁ…
ସରକାର ଗଠନ ବିଳମ୍ବିତ
ମୁମ୍ବାଇ,୮-୧୧:ମହାରାଷ୍ଟ୍ରରେ ନୂଆ ସରକାର ଗଠନ ବିଳମ୍ବିତ ହୋଇଛି। ତ୍ରୟୋଦଶ ବିଧାନସଭା ଅବଧି ଶେଷ ହେବାକୁ ୨୪ ଘଣ୍ଟାରୁ କମ୍ ସମୟ ବାକି ଥିବାବେଳେ କେଉଁ ଦଳ ବା ମେଣ୍ଟ କ୍ଷମତାର ଡୋରି ଧରିବ ତାକୁ ନେଇ କିଛି ସ୍ପଷ୍ଟ ହୋଇନାହିଁ। ଏଭଳି…
ରାୟ ପୂର୍ବରୁ ଆକ୍ରମଣ ଆଶଙ୍କା:ଅଯୋଧ୍ୟାରେ ପୋଲିସ ଛାଉଣୀ
ଅଯୋଧ୍ୟା/ନୂଆଦିଲ୍ଲୀ,୮-୧୧(ପି.ଟି./ଆଇଏଏନ୍ଏସ୍):ଅଯୋଧ୍ୟା ମାମଲାର ବହୁ ପ୍ରତୀକ୍ଷିତ ରାୟ ଆସନ୍ତା ସପ୍ତାହରେ ପ୍ରକାଶ ପାଇବାକୁ ଥିବାବେଳେ ରାମଙ୍କ ଜନ୍ମଭୂମିରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା ସୃଷ୍ଟି ହୋଇଛି। ଏନେଇ ଗୋଇନ୍ଦା ସୂଚନା ମିଳିବା ପରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସହରର ବିଭିନ୍ନ ସ୍ଥାନରେ ୩୦…
ବିଭୁ ରାଉତରାୟ ହାଇକୋର୍ଟ ବିଚାରପତି ନିଯୁକ୍ତ: ଆଜି ନେବେ ଶପଥ
କଟକ ଅଫିସ, ୮-୧୧:ଓଡ଼ିଶା ହାଇକୋର୍ଟର ନୂଆ ବିଚାରପତି ଭାବେ ବ୍ରହ୍ମପୁର ଜିଲା ଦୌରାଜଜ୍ ଥିବା ବିଭୁ ପ୍ରସାଦ ରାଉତରାୟ ଶୁକ୍ରବାର ଶପଥ ଗ୍ରହଣ କରିବେ। କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର ତାଙ୍କ ନିଯୁକ୍ତି ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।…
ଆଜି ମନ୍ତ୍ରୀ ପରିଷଦ ବୈଠକ
ଭୁବନେଶ୍ୱର,୮-୧୧(ବ୍ୟୁରୋ): ରାଜ୍ୟ ସରକାରଙ୍କ ମନ୍ତ୍ରୀ ପରିଷଦ ବୈଠକ ଶୁକ୍ରବାର ଲୋକସେବା ଭବନଠାରେ ଅନୁଷ୍ଠିତ ହେବ। ଅପରାହ୍ନ ୧୨ଟା ୫ମିନିଟ୍ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ। ଚଳିତ ମାସ ୧୩ ତାରିଖରେ ରାଜ୍ୟ ସରକାର ୨୦୧୯-୨୦ ଆର୍ଥିକ…
‘ନିବେଶ ଲାଗି ଭାରତ ସବୁଠୁ ଅନୁକୂଳ’
ଧର୍ମଶାଳା(ହି.ପ୍ର.),୮-୧୧(ପି.ଟି.):ପୁଞ୍ଜିନିବେଶ ଲାଗି ଭାରତ ଏବେ ସବୁଠୁ ଅନୁକୂଳ ଲକ୍ଷ୍ୟସ୍ଥଳ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ୨୦୧୪ରୁ ୨୦୧୯ ମଧ୍ୟରେ ବିଶ୍ୱ ଇଜ୍ ଅଫ୍ ଡୁଇଙ୍ଗ ବିଜ୍ନେସ (ବ୍ୟବସାୟ ଲାଗି ସହଜ ବ୍ୟବସ୍ଥା) ସୂଚକାଙ୍କରେ ଭାରତ ୭୯ ସ୍ଥାନ ଉପରକୁ ଉଠିପାରିଛି।…
ଆଜିଠୁ ପଞ୍ଚୁକ ବ୍ରତ:୫ ଦିନ ୫ ବେଶରେ ଦର୍ଶନ ଦେବେ ମହାପ୍ରଭୁ
ପୁରୀ ଅଫିସ,୮-୧୧: ଶୁକ୍ରବାରଠାରୁ ଆରମ୍ଭ ହେବ ମହା କାର୍ତ୍ତିକର ପଞ୍ଚୁକ ବ୍ରତ। ଶ୍ରୀମନ୍ଦିରରେ କାର୍ତ୍ତିକ ଶୁକ୍ଳ ଏକାଦଶୀଠାରୁ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ପଞ୍ଚୁକ ବେଶ ଅନୁଷ୍ଠିତ ହେବ। ଶୁକ୍ରବାର ଶ୍ରୀମନ୍ଦିରରେ ହରି ଉତ୍ଥାପନ ଏକାଦଶୀ ନୀତି ସମ୍ପନ୍ନ ହେବା ସହିତ…
କୋଇଲା ମନ୍ତ୍ରୀଙ୍କ ଦିନିକିଆ ତାଳଚେର ଗସ୍ତ:ଖଣି ଦୁର୍ଘଟଣା କ୍ଷତିପୂରଣ ୧୫ ଲକ୍ଷକୁ ବୃଦ୍ଧି
ତାଳଚେର,୮-୧୧(ନି.ପ୍ର.):ଦେଶରେ ପ୍ରଚୁର କୋଇଲା ରହିଛି। କେବଳ ଓଡ଼ିଶାରେ ଦେଶର ୨୫ ପ୍ରତିଶତ (୭୫ ବିଲିୟନ ଟନ୍) କୋଇଲା ଗଚ୍ଛିତ ଅଛି। ତଥାପି ବିଦେଶରୁ ବାର୍ଷିକ ୨୩୫ ମିଲିୟନ ଟନ୍ କୋଇଲା ଆମଦାନୀ କରାଯାଉଛି। ଫଳରେ ଦେଶର ୨ଲକ୍ଷ ୭୧ କୋଟି ଟଙ୍କା…
ନିଶା ବେପାରୀଙ୍କ ଗୁଳିମାଡ଼ରେ ପୁଅ ମୃତ, ବାପା ଗୁରୁତର
ଭୁବନେଶ୍ୱର,୮-୧୧(ବ୍ୟୁରୋ):ରାଜଧାନୀରେ ପୁଣି ଫୁଟିଛି ଗୁଳି। ଗଡ଼ିଛି ଆଉ ଏକ ମୁଣ୍ଡ। ବ୍ରାଉନ ସୁଗାର ବେପାରକୁ ବିରୋଧ କରିବାରୁ ବାପା ଓ ପୁଅଙ୍କୁ ଗୁଳିମାଡ଼ ହୋଇଛି। ନିଶା ବେପାରୀଙ୍କ ଗୁଳିମାଡ଼ରେ ପୁଅର ମୃତ୍ୟୁ ଘଟିଥିବାବେଳେ ବାପା ଗୁରୁତରଭାବେ ଆହତ ହୋଇଛନ୍ତି। ଖଣ୍ଡଗିରି ଥାନା…
ଶିବସେନାକୁ ଶିକାର ଭୟ:ହୋଟେଲରେ ୫୬ ବିଧାୟକ
ମୁମ୍ବାଇ,୮-୧୧(ପି.ଟି./ଆଇଏଏନ୍ଏସ୍):ମହାରାଷ୍ଟ୍ରରେ କ୍ଷମତା ଭାଗବଣ୍ଟା ଛିଣ୍ଡୁନାହିଁ। ଦୁଇ ସହଯୋଗୀ ଭାଜପା ଓ ଶିବସେନା ମଧ୍ୟରେ ହିସାବକିତାବ ସରୁନାହିଁ। ତେଣୁ ସରକାର ଗଠନରେ ବିଳମ୍ବ ହେବାରେ ଲାଗିଛି। ଶୁକ୍ରବାର ବିଧାନସଭା କାର୍ଯ୍ୟକାଳ ଶେଷ ହେବାକୁ ଯାଉଥିବାବେଳେ ଶେଷ ମୁହୂର୍ତ୍ତରେ କିଛି ବି ଘଟିପାରେ। ତେଣୁ…
Archives


