ଫିଲ୍ମ ଲାଗି ସିରିଏଲ ଛାଡ଼ିବିନି

ରାକେଶ ଧଳ। ବହୁ କମ୍‌ ଦିନରେ ଟେଲିଭିଜନ ଜଗତରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିଜ ଅଭିନୟ ଯାଦୁରେ ସେ ଘରେ ଘରେ ପରିଚିତ । ‘ନେଇ ଯାରେ ମେଘ ମୋତେ’, ‘ଏସିପି ନିକିତା’, ‘ରାନୀ’, ‘ଆମ ଘର ଲକ୍ଷ୍ମୀ’, ‘ତୋ ଆଖି ମୋ ଆଇନା’, ‘ଟୁପୁର ଟାପୁର’, ‘ସିନ୍ଦୂର ବିନ୍ଦୁ’ ସିରିଏଲରେ କାମ କରିଥିବା ବେଳେ ‘କୁଆଁରୀ ବୋହୂ’ ସିରିଏଲରେ ଏବେ ସେ ମୁଖ୍ୟ ଅଭିନେତା । ଏଥର ‘ଧରିତ୍ରୀ ଆଳାପ’ରେ ରାକେଶଙ୍କ କଥା।

ଅଭିନୟ କ୍ଷେତ୍ରକୁ କିପରି ଆସିଥିଲେ?
*ଛୋଟ ବେଳୁ ମୋର ଅଭିନୟ ପ୍ରତି ଦୁର୍ବଳତା ଥିଲା। ଗୋଟେ ପ୍ରାଇଭେଟ୍‌ କମ୍ପାନୀରେ ମୁଁ ଇଞ୍ଜିନିୟର ଭାବେ କାର୍ଯ୍ୟରତ ଥିବା ବେଳେ ମଡେଲିଂ କ୍ଷେତ୍ରକୁ ଯିବା ପାଇଁ ସାଙ୍ଗମାନେ ମୋତେ ପ୍ରବର୍ତ୍ତାଉଥିଲେ। ତେଣୁ ମଡେଲିଂ କ୍ଷେତ୍ରରେ ପ୍ରଥମେ ପ୍ରବେଶ କରିଥିଲି। ଏହାପରେ ସେଠାରୁ ମୋତେ ସିରିଏଲ୍‌ରେ ଅଭିନୟ କରିବା ପାଇଁ ଅଫର୍‌ ଆସିଥିଲା।
ପ୍ରଥମ ଅଫର୍‌ ମିଳିବା ପରେ କ’ଣ ଅନୁଭୂତି ରହିଥିଲା ?
*‘ନେଇ ଯାରେ ମେଘ ମୋତେ’ ସିରିଏଲ ପାଇଁ ପ୍ରଥମେ ମୋତେ ଅଫର ଆସିଥିଲା, ସେତେବେଳେ ମୁଁ ମଡେଲିଂରେ କାମ କରୁଥାଏ। ସେଥିରେ ମୋତେ ନକାରାତ୍ମକ ଚରିତ୍ରରେ ଅଭିନୟ କରିବା ପାଇଁ ଅଫର୍‌ ମିଳିଥିଲା। ଯଦିଓ ସେହି ଚରିତ୍ର ଅଳ୍ପ ସମୟ ଥିଲା ତେବେ ଦର୍ଶକ ତାକୁ ପସନ୍ଦ କରିଥିଲେ ଏବଂ ମୁଖ୍ୟ ଅଭିନେତା ଭାବେ ଦେଖିବାକୁ ଚାହିଁଥିଲେ। ପରେ ପରେ ମୁଖ୍ୟ ଅଭିନେତା ଭାବେ ମୁଁ ସିରିଏଲ୍‌ରେ ଅଭିନୟ କରିଥିଲି।
କେଉଁଭଳି ଚରିତ୍ରରେ ଅଭିନୟ କରିବାକୁ ପସନ୍ଦ କରନ୍ତି ?
*ପଜିଟିଭ୍‌ ସହିତ ଆଟିଚ୍ୟୁଡ୍‌ ଥିବା ଚରିତ୍ରରେ ମୋତେ ଅଭିନୟ କରିବାକୁ ଭଲଲାଗେ।
ଶୁୁଟିଂ ସେଟ୍‌ର କିଛି ସ୍ମୃତି ରହିଛି କି ?
*ଥରେ ରାତି ସାରା ଫାଇଟିଂର ଶୁୁଟିଂ ହେଉଥିଲା। ଏହି ସମୟରେ ମୁଁ ପଡ଼ିଯାଇଥିଲି ଓ ମୋ ଗୋଡ଼ରେ ଆଘାତ ଲାଗିଥିଲା। ତା’ ପରଦିନ ସନ୍ଧ୍ୟାରେ ସିରିଏଲ ଟେଲିକାଷ୍ଟ ହେବାର ଥିଲା। ତେଣୁ କଷ୍ଟ ହେଉଥିଲେ ମଧ୍ୟ ଗୋଡ଼ରେ ପଟି ବାନ୍ଧି ମୁଁ ଶୁୁଟିଂ କରିଥିଲି।
ଅଭିନୟ କରିବାକୁ ହେଲେ ଜଣକୁ କେଉଁ ଦିଗ ପ୍ରତି ଗୁରୁତ୍ୱ ଦେବାକୁ ପଡ଼ିବ ବୋଲି ଭାବନ୍ତି ?
*ଯେଉଁମାନେ ଏ ଦିଗରେ ଆସିବେ ସେମାନେ ଅଭିନୟ ଉପରେ କୋର୍ସ କରି ଆସିବା ଦରକାର। ଆଗରୁ ଏସବୁ ନ ଥିଲା। କିନ୍ତୁ ବର୍ତ୍ତମାନ କମ୍ପିଟିଟିଭ୍‌ ଯୁଗ ହୋଇଗଲାଣି। ତେଣୁ ଏଠିକୁ ଆସିବା ପୂର୍ବରୁ କ୍ୟାମେରା, ଲାଇଟ୍‌, ଡ୍ରାମା ଏସବୁ ଦିଗରେ ଜ୍ଞାନ ଥିବା ଆବଶ୍ୟକ।
ଯଦି ଭବିଷ୍ୟତରେ ଫିଲ୍ମ ପାଇଁ ଅଫର୍‌ ଆସେ ତେବେ କେଉଁ ଦିଗକୁ ଦେଖି ଅଭିନୟ କରିବାକୁ ନିଷ୍ପତ୍ତି ନେବେ?
*ଫିଲ୍ମରେ ଅଭିନୟ କରିବାକୁ ମୋର ଇଚ୍ଛା ଅଛି। ତେବେ ପ୍ରଥମେ ମୁଁ କାହାଣୀ ସହିତ ଚରିତ୍ରକୁ ଦେଖିବି। ଏଥିସହିତ ସିରିଏଲ କେବେ ଛାଡ଼ି ପାରିବି ନାହିଁ। କାରଣ ସିରିଏଲ ମୋତେ ପରିଚୟ ଦେଇଛି। ତେଣୁ ପ୍ରଥମେ ସିରିଏଲ୍‌ ଶୁଟିଂ ପରେ ଫିଲ୍ମ ଶୁଟିଂ କରିବାକୁ ପଡ଼ିବ।
ଫିଲ୍ମ ପାଇଁ ଅଫର ମିଳିଲେ କେଉଁ ଅଭିନେତ୍ରୀଙ୍କ ସହିତ ଅଭିନୟ କରିବାକୁ ପସନ୍ଦ କରିବେ ?
*ଅର୍ଚ୍ଚିତା ସାହୁ। କାରଣ ତାଙ୍କର ଅଭିନୟ ମୋତେ ବହୁତ ପସନ୍ଦ।
ଅପ୍‌ କମିଂ ପ୍ରୋଜେକ୍ଟ କିଛି ଅଛି ?
*ଆଗକୁ ମୋର ଏକ ଓ୍ବେବ୍‌ ସିରିଜ୍‌ ଆସିବ। ତା’ର ନାଁ ଏ ପର୍ଯ୍ୟନ୍ତ ନିଷ୍ପତ୍ତି ହୋଇନି।
ସାକ୍ଷାତ୍‌କାର- ସ୍ଥିତପ୍ରଜ୍ଞ ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ଗର୍ଭବତୀ ଥାଇ ବି ଆକ୍ସନ ସିନ୍‌ କରୁଛନ୍ତି ଦୀପିକା!

ମୁମ୍ବାଇ: ବଲିଉଡର ‘ମସ୍ତାନୀ’ ଅର୍ଥାତ୍‌ ଦୀପିକା ପାଦୁକୋନ ୨୦୨୪ ସେପ୍ଟେମ୍ବରରେ ମା’ ହେବାକୁ ଯାଉଛନ୍ତି। ଏହି ମୁହୂର୍ତ୍ତକୁ ଅନୁଭବ କରିବାକୁ ଉଭୟ ଅଭିନେତା ରଣବୀର ସିଂ...

କ୍ରିମନାଲ ଲୟର ହେବାକୁ ଚାହୁଁଥିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ ଷ୍ଟାର କିଡଙ୍କ କଥା ଯଦି ଆଲୋଚନାକୁ ନିଆଯାଏ, ତେବେ କୁହାଯାଏ ଯେ ଏମାନେ ପ୍ୟାରେଣ୍ଟସଙ୍କ ପଥ ଅନୁସରଣ କରି ମନୋରଞ୍ଜନ ଦୁନିଆରେ ନିଜର...

ସାଉଥରେ ଡେବ୍ୟୁ କରିବେ ଅକ୍ଷୟ

ହାଇଦ୍ରାବାଦ: ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ନିଜର ଆକ୍ସନ ଥ୍ରୀଲର ଫିଲ୍ମ ‘ବଡ଼େ ମିୟାଁ ଛୋଟେ ମିୟାଁ’ପରେ ଏବେ ତେଲୁଗୁ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିବାକୁ ଯାଉଛନ୍ତି।...

ସଲମାନଙ୍କୁ ଭେଟିବାକୁ ଗାଲାକ୍ସି ଆପାର୍ଟମେଣ୍ଟରେ ପହଞ୍ଚିଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ

ବମ୍ବେ: ନିକଟରେ ବଲିଉଡ୍‌ର ଦବଙ୍ଗ ଖାନ୍‌ଙ୍କ ଘର ଉପରେ ୨ ଜଣ ଅଜ୍ଞାତ ବ୍ୟକ୍ତି ଗୁଳିମାଡ଼ କରିଥିଲେ। ଏହି ଘଟଣା ଅନେକଙ୍କୁ ଚକିତ କରିଥିଲା। ପୋଲିସ...

ସ୍ବାସ୍ଥ୍ୟଗତ କାରଣରୁ ନିର୍ବାଚନ ଲଢ଼ୁନାହାନ୍ତି କିରନ

ନୂଆଦିଲ୍ଲୀ: ଚଣ୍ଡିଗଡ଼ରୁ ଲଗାତର ୨ ଥର ଏମ୍‌ପି ଥିବା ବଲିଉଡ୍‌ ଅଭିନେତ୍ରୀ କିରନ ଖେର୍‌ ଚଳିତ ଲୋକ ସଭା ନିର୍ବାଚନ ଲଢ଼ୁନାହାନ୍ତି। ଚଣ୍ଡିଗଡ଼ରୁ ଭାଜପା ତାଙ୍କ...

ସଲମାନଙ୍କ ଘର ବାହାରେ ଫାୟାରିଂ କରିଥିବା ୨ ଅଭିଯୁକ୍ତ ଗିରଫ

ମୁମ୍ବାଇ,୧୬।୪:ମୁମ୍ବାଇର ଅଭିନେତା ସଲମାନ ଖାନଙ୍କ ବାସଭବନ ବାହାରେ ଗୁଳି ଚଳାଇଥିବା ଉଭୟ ଅଭିଯୁକ୍ତଙ୍କୁ ଗୁଜରାଟର ଭୁଜରୁ ଗିରଫ କରାଯାଇଛି। ମାମଲାର ଅନୁସନ୍ଧାନ କରୁଥିବା ମୁମ୍ବାଇ କ୍ରାଇମ...

ହୃଦୟ ଜିତିଲେ କିଙ୍ଗ ଖାନ

ମୁମ୍ବାଇ,୧୫।୪: ବଲିଉଡର ସୁପରଷ୍ଟାର ଶାହରୁଖ ଖାନ କେବଳ ତାଙ୍କ ଅଭିନୟ ପାଇଁ ନୁହେଁ ବରଂ ତାଙ୍କର ଉଦାରତା ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧ। କିଙ୍ଗ ଖାନ...

ଆତ୍ମହତ୍ୟା କଲେ କନ୍ନଡ ଫିଲ୍ମ ପ୍ରଡ୍ୟୁସର ସୌନ୍ଦର୍ଯ୍ୟା ଜଗଦୀଶ!

ଚେନ୍ନାଇ,୧୫।୪: ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। କୁହାଯାଉଛି ଯେ କନ୍ନଡ ଚଳଚ୍ଚିତ୍ର ନିର୍ମାତା ତଥା ବ୍ୟବସାୟୀ ସୌନ୍ଦର୍ଯ୍ୟା ଜଗଦୀଶ ଆତ୍ମହତ୍ୟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri