ରକ୍ତରେ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କୁ ଚିଠି ଲେଖିଲେ ମହିଳା ଶୁଟର: ନିର୍ଭୟା ଦୋଷୀଙ୍କୁ ନିଜ ହାତରେ ଫାଶୀଦେବାକୁ ମାଗିଲେ ଅନୁମତି
ନୂଆଦିଲ୍ଲୀ,୧୫।୧୨: ଅନ୍ତରାଷ୍ଟ୍ରୀୟ ମହିଳା ଶୁଟର ବର୍ତ୍ତିକା ସିଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ରକ୍ତରେ ଏକ ଚିଠି ଲେଖିଛନ୍ତି। ନିର୍ଭୟା ମାମଲାର ଦୋଷୀଙ୍କୁ ମହିଳାଙ୍କ ହାତରେ ଫାଶୀ ଦେବାକୁ ସେ ଉକ୍ତ ଚିଠିରେ ଅନୁରୋଧ କରିଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ନିର୍ଭୟା…
ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ଲଣ୍ଡନରେ ବିରୋଧ ପ୍ରଦର୍ଶନ
ଲଣ୍ଡନ,୧୫।୧୨: ନାଗରିକତା ସଂଶୋଧନ ଆଇନକୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ଆସାମ, ତ୍ରିପୁରା, ନାଗାଲାଣ୍ଡ ସମେତ ଉତ୍ତର ଭାରତର ଅଧିକାଂଶ ସ୍ଥାନରେ ଏହାକୁ ନେଇ ହିଂସା ପରିସ୍ଥିତି ସୃଷ୍ଟି ହୋଇଛି। ଏବେ ଏହି ନାଗରିକତା ସଂଶୋଧନ ଆଇନକୁ…
ସର୍ଦ୍ଦାର ପଟେଲଙ୍କ ୬୯ତମ ପୁଣ୍ୟତିଥି: ମୋଦିଙ୍କ ଶ୍ରଦ୍ଧାଞ୍ଜଳି
ନୂଆଦିଲ୍ଲୀ, ୧୫।୧୨: ସ୍ବାଧୀନ ଭାରତ ପ୍ରଥମ ସ୍ବରାଷ୍ଟ୍ରମନ୍ତ୍ରୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୬୯ ତମ ପୁଣ୍ୟତିଥି ରବିବାର ପାଳିତ ହେଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଦେଶ ପାଇଁ ସର୍ଦ୍ଦାର ପଟେଲଙ୍କ…
ଆମେରିକା ତାଗିଦ୍କୁ ଭୟ ନାହିଁ: ପୁଣି ଆଣବିକ ପରୀକ୍ଷଣ କଲା ଉତ୍ତରକୋରିଆ
ଓ୍ବାଶିଂଟନ, ୧୫।୧୨: ଆମେରିକା ତାଗିଦ୍କୁ ଭୟ ନ କରି ଉତ୍ତରକୋରିଆ ପୁଣି ଥରେ ଆଣବିକ ପରୀକ୍ଷଣ କରିଛି। ସୋହେ ସ୍ଥିତି ପରୀକ୍ଷଣ କେନ୍ଦ୍ରରେ ଏହା କରାଯାଇଛି। ଆମେରିକା-ଉତ୍ତରକୋରିଆ ମଧ୍ୟରେ ଆଣବିକ ପରୀକ୍ଷଣ ନେଇ ହୋଇଥିବା ଚୁକ୍ତିର ଏହା ଅବମାନନା ବୋଲି କୁହାଯାଉଛି।…
ମେରାଇନ ଡ୍ରାଇଭ୍ ଇକୋ ରିଟ୍ରିଟ୍ ଉଦ୍ଘାଟିତ
କୋଣାର୍କ, ୧୫।୧୨(ଡି.ଏନ.ଏ): କୋଣାର୍କ-ପୁରୀ ବେଳାଭୂମି ରାସ୍ତାର ସାହୁଖଣତା ଠାରେ ଗୁଜରାଟର ରାନ୍ ଉତ୍ସବ ଢାଞ୍ଚାରେ ଆୟୋଜିତ ‘ମେରାଇନ ଡ୍ରାଇଭ ଇକୋ ରିଟ୍ରିଟ’କୁ ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବେଲୁନ ଉଡ଼ାଇ ଉଦ୍ଘାଟନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଉତ୍ସବସ୍ଥଳରେ ଥିବା ପର୍ଯ୍ୟଟକ…
ପଡିଗଲେ ମୋଦି: ଭିଡିଓ ଭାଇରାଲ
ନୂଆଦିଲ୍ଲୀ,୧୫।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନ୍ୟାଶନାଲ ଗଙ୍ଗା କାଉନସିଲ ବୈଠକରେ ଯୋଗ ଦେବାକୁ ଶନିବାର କାନପୁରରେ ପହଞ୍ଚିଥିଲେ। ସେଠାରେ ସେ ‘ନମାମି ଗଙ୍ଗା’ ପ୍ରୋଜେକ୍ଟର ସମୀକ୍ଷା କରିଥିଲେ। ଏହାପରେ ସେ ଗଙ୍ଗା ବ୍ୟାରେଜର ଅଟଳ ଘାଟ ପାହାଚରେ ପଡିଯାଇଥିବାର ଏକ ଭିଡିଓ…
ଟୋଲ୍ଗେଟ୍ରେ ଆଉ ଅପେକ୍ଷା କରିବାକୁ ପଡ଼ିବନି: ଆଜିଠୁ ଫାଷ୍ଟାଗ୍ ବ୍ୟବସ୍ଥା
ଭୁବନେଶ୍ୱର,୧୫।୧୨(ବ୍ୟୁରୋ): ଟୋଲ୍ଗେଟ୍ରେ ଟିକସ ଦେବା ପାଇଁ ଆଉ ଘଣ୍ଟା ଘଣ୍ଟା ଧରି ଛିଡାହେବାକୁ ପଡିବନାହିଁ। ଫାଷ୍ଟାଗ୍ ଜରିଆରେ ଗାଡି ଚାଳକ ଟୋଲ ଟିକସ ଭରିପାରିବେ । ରବିବାରଠାରୁ ଏହି ବ୍ୟବସ୍ଥାକୁ ସମଗ୍ର ଦେଶରେ ଲାଗୁ କରାଯିବ। କେନ୍ଦ୍ର ସଡ଼କ ପରିବହନ ଏବଂ…
ପ୍ରେମିକାଙ୍କୁ ମନେଇବା ପାଇଁ ଯୁବକ ଟାଣିଲେ ୨୧୮ ଟନ୍ ଓଜନର ଟ୍ରେନ୍
ବ୍ଲାଡ଼ିଭୋସ୍ତକ,୧୫।୧୨: ପ୍ରେମରେ ପଡ଼ିଲେ କେତେକ ଅତି ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିବସନ୍ତି ବୋଲି କୁହାଯାଏ। ତାହାର ସଦ୍ୟତମ ଉଦାହରଣ ରୁଷିଆର ବ୍ଲାଡ଼ିଭୋସ୍ତକ ସହରରେ ଦେଖିବାକୁ ମିଳିଛି। ୩୪ ବର୍ଷ ବୟସ୍କ ଇଭାନ୍ ସୌକିନ୍ ନିଜ ପ୍ରେମିକାଙ୍କୁ ମନେଇବା ପାଇଁ ୨୧୮ ଟନ୍ ଓଜନର…
ହସ୍ପିଟାଲରେ ଭର୍ତ୍ତି ହେଲେ ସ୍ବାତୀ
ନୂଆଦିଲ୍ଲୀ,୧୫।୧୨: ଦୀର୍ଘ ଦିନ ହେବ ମହିଳା ସୁରକ୍ଷାକୁ ନେଇ ଅନଶନରେ ବସିଥିବା ଦିଲ୍ଲୀ ମହିଳା କମିଶନର ମୁଖ୍ୟ ସ୍ବାତୀ ମାଲିଓ୍ବାଲଙ୍କ ସ୍ବାସ୍ଥ୍ୟ ବିଗିଡି ଯାଇଛି। ରବିବାର ସକାଳୁ ସେ ବେହୋସ୍ ହୋଇଯିବାରୁ ତାଙ୍କୁ ଲୋକ ନାୟକ ଜୟ ପ୍ରକାଶ ନାରାୟଣ ହସ୍ପିଟାଲରେ…
ଆଜି ୫ ଜିଲାରେ ବର୍ଷା ସମ୍ଭାବନା: ତିନିଦିନ ପ୍ରବଳ କୁହୁଡ଼ି, ୧୬ରୁ ଖସିବ ପାରଦ
ଭୁବନେଶ୍ୱର, ୧୫।୧୨(ବ୍ୟୁରୋ): ଡିସେମ୍ବର ଅଧା ହେଲାଣି। ଏଯାଏ ରାଜ୍ୟରେ ଶୀତର ପ୍ରକୋପ ନାହିଁ। ରବିବାର ୫ ଜିଲାରେ ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ଆଗକୁ ପାରଦ ଖସିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ସୁନ୍ଦରଗଡ଼, ଦେବଗଡ଼,…
ଜାମାଇକାର ଟୋନି-ଅନ୍ ସିଂ ମିସ୍ ଓ୍ବାଲର୍ଡ
ଲଣ୍ଡନ,୧୫ା୧୨ : ଜାମାଇକାର ଟୋନି-ଅନ୍ ସିଂ(୨୩) ଶନିବାର ୨୦୧୯ର ମିସ୍ ଓ୍ବାଲର୍ଡ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଲଣ୍ଡନରେ ଅନୁଷ୍ଠିତ ଏକ ବର୍ଣ୍ଣାଢ୍ୟ ସମାବେଶରେ ବିଶ୍ୱର ୧୧୦ ପ୍ରତିଯୋଗୀଙ୍କୁ ପଛରେ ପକାଇ ସେ ଏହି ବିରଳ ସଫଳତା ହାସଲ କରିଛନ୍ତି। ଭାରତୀୟ…
ରାହୁଲ ଜିନ୍ନା ଅଧିକ ଯୁକ୍ତିଯୁକ୍ତ: ଭାଜପା
ନୂଆଦିଲ୍ଲୀ,୧୫ା୧୨(ପି.ଟି.): ଭାରତ ବଚାଓ ରାଲିରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ନିଜକୁ ସଭରକର ନୁହେଁ, ଗାନ୍ଧୀ ବୋଲି କହିଥିବାରୁ ଏହାକୁ ନେଇ ଭାଜପା ଓ ଶିବସେନା ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ମୁସଲମାନ ତୁଷ୍ଟୀକରଣ ରାଜନୀତି କରୁଥିବା କଂଗ୍ରେସ ନେତାଙ୍କ ନାଁ…
Archives


