ପୁରୀ ବନ୍ୟପ୍ରାଣୀ ଡିଭିଜନରେ ପକ୍ଷୀ ଗଣନା: ୭୦ ପ୍ରଜାତିର ୧ଲକ୍ଷ ୨ ହଜାର ପକ୍ଷୀ

ପୁରୀ ଅଫିସ, ୯ା୧: ପୁରୀ ବନ୍ୟପ୍ରାଣୀ ଡିଭିଜନ ଅଧୀନରେ ବୁଧବାର ପକ୍ଷୀ ଗଣନା କରାଯାଇଛି। ୨୩ଟି ଟିମ୍‌ ଡିଭିଜନ ଅଧୀନ ୫ଟି ରେଞ୍ଜରେ ଏହି ଗଣନା କରିଛନ୍ତି। ସକାଳ ୬ଟାରୁ ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ଏହି ଗଣନା କରାଯାଇଛି। ଟିମ୍‌ ସଦସ୍ୟ ବିଭିନ୍ନ ନଦୀଶଯ୍ୟା, ସନ୍ତସନ୍ତିଆ ସ୍ଥାନ, ଖାଲୁଆ ଅଞ୍ଚଳ ଏବଂ ଜଙ୍ଗଲିଆ ସ୍ଥାନରେ ରହିଥିବା ଦେଶୀବିଦେଶୀ ପକ୍ଷୀଙ୍କୁ ଠାବ କରିବା ସହ କେଉଁ ପ୍ରଜାତିର କେତେ ପକ୍ଷୀ ଆସିଛନ୍ତି ତାହା ଆକଳନ କରିଛନ୍ତି। ପୁରୀ ଡିଭିଜନ ଅଧୀନରେ ଗତବର୍ଷ ଅପେକ୍ଷା ଏ ବର୍ଷ ପ୍ରଜାତି ସଂଖ୍ୟା ହ୍ରାସ ପାଇଥିବାବେଳେ ଅଧିକ ପକ୍ଷୀ ଚିହ୍ନଟ କରାଯାଇଛି। ଗତବର୍ଷ ୧୧୦ ପ୍ରଜାତିର ୬୮,୦୨୯ ପକ୍ଷୀ ଆସିଥିବାବେଳେ ଚଳିତବର୍ଷ ୭୦ ପ୍ରଜାତିର ୧,୦୨,୭୭୯ ପକ୍ଷୀ ଆସିଛନ୍ତି। ଏହି ବନଖଣ୍ଡ ଅଧୀନ ୫ଟି ରେଞ୍ଜ ବାଲୁଖଣ୍ଡ, କୋଣାର୍କ, ଅସ୍ତରଙ୍ଗ, ଗୋପ ଓ ବ୍ରହ୍ମଗିରି ମଧ୍ୟରୁ ଚଳିତବର୍ଷ ବ୍ରହ୍ମଗିରି ରେଞ୍ଜକୁ ସର୍ବାଧିକ ୯୦,୭୬୨ ପକ୍ଷୀ ଆସିଥିବାବେଳେ ପ୍ରଜାତି ସଂଖ୍ୟା କମିଥିବା ସୂଚନା ମିଳିଛି।
ଡିଏଫ୍‌ଓ ହର୍ଷବର୍ଦ୍ଧନ ଉଦ୍‌ଗାତାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି ପକ୍ଷୀ ଗଣନା କରାଯାଇଥିଲା। ଏଥିରେ ୩ଜଣ ସହକାରୀ ବନ ସଂରକ୍ଷକ (ଏସିଏଫ୍‌) ପ୍ରଶାନ୍ତ କୁମାର ସ୍ବାଇଁ, ଶ୍ରୀକାନ୍ତ ବେହେରା ଓ ଅମରେଶ ନାଥ ପ୍ରଧାନଙ୍କ ସମେତ ୮ଜଣ ପକ୍ଷୀ ବିଶାରଦ ପ୍ରଫେସର ସୁଶୀଲ ଦତ୍ତ, ଗହ୍ବର ଆବେଦିନ, ଆକାଶ ରଞ୍ଜନ ରଥ, ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ବାବଧାରକ ଶୋଭାକର ବେହେରା, ରମାଶଙ୍କର ପାତ୍ର, ବିଶ୍ୱଜିତ ମହାନ୍ତି ଓ ରଞ୍ଜିତ ପଟ୍ଟନାୟକ ମଧ୍ୟ ଗଣନାରେ ସାମିଲ ଥିଲେ। ଏତଦ୍‌ବ୍ୟତୀତ ବାଲୁଖଣ୍ଡ ରେଞ୍ଜ ଅଫିସର ସରୋଜ କୁମାର ମହାନ୍ତି, କୋଣାର୍କ ରେଞ୍ଜ ଅଫିସର ବେଣୁଧର ବେହେରା, ଅସ୍ତରଙ୍ଗ ରେଞ୍ଜ ଅଫିସର ହିମାନ୍‌ ନାୟକ ଓ ବ୍ରହ୍ମଗିରି ରେଞ୍ଜ ଅଫିସର ରଜତ କୁମାର ମହାପାତ୍ରଙ୍କ ସମେତ ୫୦ ଜଣ ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ମଧ୍ୟ ଏଥିରେ ଭାଗ ନେଇଥିଲେ।
ବ୍ରହ୍ମଗିରି ରେଞ୍ଜରେ ଚଳିତବର୍ଷ ରେକର୍ଡ ସଂଖ୍ୟକ ପକ୍ଷୀ ଆସିଛନ୍ତି। ଗତ ୨ବର୍ଷ ତଥ୍ୟକୁ ଦେଖିଲେ ଚଳିତବର୍ଷ ସର୍ବାଧିକ ପକ୍ଷୀ ଆସିଛନ୍ତି। ୨୦୧୯ରେ ଏହି ରେଞ୍ଜକୁ ୮୪ ପ୍ରଜାତିର ୫୫,୪୭୪ ପକ୍ଷୀ ଆସିଥିବାବେଳେ ୨୦୧୮ରେ ୪୬,୨୩୬ ପକ୍ଷୀ ଆସିଥିଲେ। ଏ ବର୍ଷ ୫୪ ପ୍ରଜାତିର ୯୦,୭୬୨ ପକ୍ଷୀ ଦେଖିବାକୁ ମିଳିଛି। ସେହିପରି ଏଥର କୋଣାର୍କ ରେଞ୍ଜରେ ୪୭ ପ୍ରଜାତିର ୨,୫୪୦, ପକ୍ଷୀ ଗଣନା କରାଯାଇଛି। ଅନ୍ୟପକ୍ଷରେ ବାଲୁଖଣ୍ଡ ରେଞ୍ଜରେ ୪୨ ପ୍ରଜାତିର ୩,୩୪୦, ଅସ୍ତରଙ୍ଗ ରେଞ୍ଜରେ ୪୪ ପ୍ରଜାତିର ୫,୪୪୫ ଏବଂ ଗୋପ ରେଞ୍ଜରେ ୨୬ ପ୍ରଜାତିର ୬୯୨ ପକ୍ଷୀ ଚିହ୍ନଟ କରାଯାଇଥିବା ଜଣାପଡିଛି। ସେହିପରି ଏଥର ୭ ନୂଆ ପ୍ରଜାତିର ପକ୍ଷୀ ଫେରୋଜିନସ୍‌ ପୋଚାର୍ଡ, ଟପ୍‌ଟେଡ୍‌ ପୋଚାର୍ଡ, ପେରିଗ୍ରାଇନ ଫାଲକନ୍‌, ନର୍ଦନ ପିଣ୍ଟେଲ, ୱିଜେନ ଓ କର୍ଲ୍ୟୁ ଆସିଥିବା ଡିଏଫ୍‌ଓ ଉଦ୍‌ଗାତା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଥର ଧାମନଗରରେ ବିଗ୍‌ ଫାଇଟ୍‌, ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର

ଭଦ୍ରକ,୨୬।୪: ଏଥର ଧାମନଗର ଦେଖିବ ବଡ଼ ଫାଇଟ୍‌। ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର। ଭଦ୍ରକ ଲୋକ ସଭାର ଧାମନଗର ବିଧାନସଭା ଆସନରେ ହେବ କାଣ୍ଟେ କା ଟକ୍କର।...

ଏଲପିଜି ସିଲିଣ୍ଡରରେ ଭୋଟର ସଚେତନତା ବାର୍ତ୍ତା

କଟକ,୨୬ା୪ (କାର୍ତ୍ତିକ ସାହୁ) ଆଗାମୀ ସାଧାରଣ ନିର୍ବାଚନରେ ଭୋଟଦାନକୁ ଶତ ପ୍ରତିଶତ କରାଇବାର ଲକ୍ଷ୍ୟ ରଖିଛି କଟକ ଜିଲା ପ୍ରଶାସନ। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ନିରଞ୍ଜନ

ବନ୍ତ,୨୬।୪(ହରିନାରାୟଣ ମହାନ୍ତି): ବନ୍ତ ବଜାରଠାରେ ଶୁକ୍ରବାର ବ୍ଲକ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଆଗାମୀ...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ଫୁଟୁଛି ଓଡିଶା, ଅନୁଗୁଳ ସର୍ବୋଚ୍ଚ ଉତ୍ତପ୍ତ ସହର

ଭୁବନେଶ୍ୱର,୨୬।୪(ଅସମାପିକା ସାହୁ): ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri