ରବିବାର ଶପଥ ନେଇପାରନ୍ତି ହେମନ୍ତ
ରାଞ୍ଚି,୨୭।୧୨: ଝାଡଖଣ୍ଡ ବିଧାନସଭା ନିର୍ବାଚନରେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମ୍ଏମ୍), କଂଗ୍ରେସ ଓ ରାଷ୍ଟ୍ରୀୟ ଜନତା ଦଳ(ଆର୍ଜେଡି) ମେଣ୍ଟକୁ ବହୁମତ ମିଳିଛି। ବହୁମତ ମିଳିବା ପରେ ସରକାର ଗଠନ ନେଇ ୩ଦଳ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଜେଏମ୍ଏମ୍ର ମୁଖ୍ୟ ହେମନ୍ତ ସୋରେନ୍ ମୁଖ୍ୟମନ୍ତ୍ରୀ…
ଶିଶିର ସରସ-୨୦୨୦: ଜାନୁୟାରୀ ୪ରୁ ଆରମ୍ଭ, ୧୧ ଦିନ ଚାଲିବ
ଭୁବନେଶ୍ୱର,୨୭।୧୨(ବ୍ୟୁରୋ): ଆସନ୍ତାବର୍ଷ ଜାନୁୟାରୀ ପ୍ରଥମ ସପ୍ତାହରୁ ଆରମ୍ଭ ହେବ ଜାତୀୟସ୍ତରୀୟ ମେଳା ‘ଶିଶିର ସରସ’। ଏହି ମେଳା ଜାନୁୟାରୀ ୪ରୁ ୧୪ ତାରିଖ ଯାଏ ଭୁବନେଶ୍ୱର ୟୁନିଟ-୩ସ୍ଥିତ ଇଡ୍କୋ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ହେବ। ଚଳିତ ଥର ମେଳାରେ ମୋଟ ୩୦୦ଟି…
ପ୍ରଦୀପଙ୍କ ମନ୍ତବ୍ୟକୁ ନେଇ ଦୁଃଖ ପ୍ରକାଶ କଲେ ନିରଞ୍ଜନ, କହିଲେ ଆମେ ଅହିଂସା ନୀତିରେ ବିଶ୍ୱାସ କରୁ
ଭୁବନେଶ୍ୱର,୨୭।୧୨(ବ୍ୟୁରୋ): ପ୍ରଦୀପ ମାଝିଙ୍କ ମନ୍ତବ୍ୟରେ ମୁଁ ଦୁଃଖିତ। ସେ ଭାବବିହ୍ବଳ ହୋଇ ଏଭଳି କଥା କହିଛନ୍ତି। ପିସିସି ସଭାପତି ଭାବେ ମୁଁ ଏଥିରେ ଦୁଃଖ ପ୍ରକାଶ କରୁଛି। ଆମେ ଅହିଂସା ନୀତିରେ ବିଶ୍ୱାସ କରୁ ବୋଲି ଶୁକ୍ରବାର ନିରଞ୍ଜନ ପଟ୍ଟନାୟକ ପ୍ରତିକ୍ରିୟା…
ଆଇଏଏସ୍ସ୍ତରରେ ଅଦଳବଦଳ, ଜାଣନ୍ତୁ କିଏ କେଉଁଠି ହେଲେ ଅବସ୍ଥାପିତ
ଭୁବନେଶ୍ୱର,୨୭।୧୨(ବ୍ୟୁରୋ): ଆଇଏଏସ୍ ସ୍ତରରେ ଶୁକ୍ରବାର ଅଦଳବଦଳ କରାଯାଇଛି। ୨୦୦୪ ବ୍ୟାଚ୍ର ଆଇଏଏସ୍ ଅଫିସର ନିରଞ୍ଜନ ସାହୁଙ୍କୁ ଉତ୍ତରାଞ୍ଚଳ ଆର୍ଡିସି, ୨୦୦୦ ବ୍ୟାଚ୍ ଆଇଏଏସ୍ ଅଫିସର ବସନ୍ତ କୁମାର ସେନାପତିଙ୍କୁ ଅନୁସୂଚିତ ଜାତି ଓ ଜନଜାତି ଏବଂ ପଛୁଆବର୍ଗ ବିକାଶ ନିର୍ଦ୍ଦେଶକ, ୨୦୦୭…
ପ୍ରେମିକଙ୍କ ସହ ମିଶି ସୁପାରି ଦେଇ ସ୍ବାମୀଙ୍କୁ ହତ୍ୟା, ଅଭିଯୁକ୍ତ ସ୍ତ୍ରୀଙ୍କ ସହ ୪ ଗିରଫ
ବଣାଇ, ୨୭।୧୨ (ସ୍ବ.ପ୍ର.): ସୁନ୍ଦରଗଡ଼ ଜିଲା ବଣାଇ ଥାନା ଅନ୍ତର୍ଗତ କେନ୍ଦ୍ରୀକଳା ନିକଟରେ ସଂଘଟିତ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି ପୋଲିସ। ଗତ ୧୯ ତାରିଖରେ ବଣାଇ ଅଞ୍ଚଳର ଅନିଲ ମୁଣ୍ଡାଙ୍କୁ କେନ୍ଦ୍ରୀକଳା ଜଙ୍ଗଲରେ ତଣ୍ଟି କାଟିବା ପରେ ପଥରରେ ଛେଚି ହତ୍ୟା…
ବଡ଼ ଘର ବଡ଼ ଗୁମର କଥା: ପଦାରେ ପଡ଼ିଲା ଶାଶୁ-ବୋହୂ କଳି
ପାଟନା,୨୭।୧୨: ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆର୍ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ଘରର କଳି ପୁଣି ପଦାକୁ ଆସିଛି। ଲାଲୁଙ୍କ ବଡ଼ ପୁଅ ତେଜପ୍ରତାପ ଯାଦବ ଓ ତାଙ୍କ ସ୍ତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କ ବିବାହ ବିଚ୍ଛେଦ ମାମଲାରେ ଏବେ ନୂଆ…
ବାଂଲାଦେଶର ରୋହିଙ୍ଗ୍ୟା ଶିବିରରେ ବଢୁଛି ଏଚ୍ଆଇଭି ସଂକ୍ରମିତଙ୍କ ସଂଖ୍ୟା
ଢାକା,୨୭।୧୨: ବାଂଲାଦେଶରେ ଶରଣ ନେଇଥିବା ରୋଗିଙ୍ଗ୍ୟାଙ୍କ ମଧ୍ୟରେ ଏବେ ଏଚ୍ଆଇଭି ଓ ଅନ୍ୟ ଯୌନ ରୋଗ ସଂକ୍ରମଣ ବଢିବାରେ ଲାଗିଛି। ବିଶେଷଜ୍ଞଙ୍କ କହିବା କଥା ହେଲା ଯେକୌଣସି ରୋଗ ବଢିବାର ମୁଖ୍ୟ କାରଣ ହେଲା ଏହାର ସଚେତନତାର ଅଭାବ। ତେଣୁ ରୋହିଙ୍ଗ୍ୟା…
ପାକିସ୍ତାନକୁ କଡ଼ା ଜବାବ ଦେଲା ଭାରତୀୟ ସେନା: ୪ ପାକ୍ ସେନା ନିହତ
ପୁଞ୍ଛ,୨୭।୧୨: ଭାରତ ନିୟନ୍ତ୍ରଣ ରେଖା(ଏଲଓସି)ରେ ପାକିସ୍ତାନ ପକ୍ଷରୁ ଲଗାତର ଅସ୍ତ୍ରବିରତି ଉଲ୍ଲଂଘନ କରାଯାଉଛି। ଏନେଇ ଭାରତୀୟ ସେନା ପକ୍ଷରୁ ପାକିସ୍ତାନକୁ କଡ଼ା ଜବାବ ଦିଆଯାଇଛି। ଏଥିରେ ପାକିସ୍ତାନର ୩ଜଣ ସେନା ନିହତ ହୋଇଥିବା ଜଣାପଡ଼ିଛି। ଗୁରୁବାର ରାତିରେ ପୁଞ୍ଛର ରାଜୌରୀ ସେକ୍ଟର…
ଜନ୍ମଦିନରେ ମାମୁଁ ହେଲେ ଭାଇଜାନ୍
ବଲିଉଡ୍ର ଭାଇଜାନ୍ ସଲମାନ ଖାଁ ଆଜି ଅର୍ଥାତ୍ ଶୁକ୍ରବାର ୫୪ ତମ ଜନ୍ମଦିବସ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କୁ ଏକ ଖୁସି ଖବର ମିଳିଛି। ସେ ପୁଣି ଥରେ ମାମୁଁ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଆଜିର ଦିନରେ ଭଉଣୀ…
ସିଏଏକୁ ନେଇ ରାହୁଲଙ୍କୁ ଟାର୍ଗେଟ କଲେ ଶାହା
ଶିମ୍ଲା,୨୭।୧୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ ଚାଲିଥିବା ବେଳେ ଏବେ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଗଲାଣି। ବିରୋଧୀ କଂଗ୍ରେସ ଏବେ ଏହାକୁ ନେଇ ଶାସକ ଭାରତୀୟ ଜନତା ପାର୍ଟି(ଭାଜପା)କୁ ଟାର୍ଗେଟ କରିଛି। ଆଉ ଏହାର…
କମ୍ ବୟସରେ ଆତ୍ମହତ୍ୟା କରିଥିବା ସେଲିବ୍ରିଟି
କୌଣସି ନା କୌଣସି କାରଣକୁ ନେଇ ଖୁବ୍ କମ୍ ବୟସରେ ବଲିଉଡ୍ର କେତେଜଣ ସେଲିବ୍ରିଟି ଆତ୍ମହତ୍ୟା କରିଥିବା ନଜିର ରହିଛି। ଜାଣନ୍ତୁ ଏମାନଙ୍କ ସମ୍ପର୍କରେ… ପ୍ରତ୍ୟୁଷା ବାନାର୍ଜୀ: ଟେଲି ସିରିୟଲ ‘ବାଳିକା ବଧୂ’ର ଆନନ୍ଦୀ ଭୂମିକାରେ ଅଭିନୟ କରିଥିବା ପ୍ରତ୍ୟୁଷା ବାନାର୍ଜୀ…
ଜବରଦଖଲ ଉଚ୍ଛେଦ ବେଳେ ଛାତ ଭୁଶୁଡ଼ିବା ଘଟଣା: ଜଣେ ମୃତ, ୩ ଗୁରୁତରଙ୍କ ଚିକିତ୍ସା ଜାରି
ବଅଁରପାଳ,୨୭।୧୨(ଡି.ଏନ୍.ଏ.): ଅନୁଗୋଳ ଜିଲା ବଅଁରପାଳ ଥାନା ନୂଆହତା ବାଲିସାହି ନିକଟରେ ଜାତୀୟ ରାଜପଥ କଡ଼ରୁ ଉଚ୍ଛେଦ କାର୍ଯ୍ୟ ଚାଲିଥିବା ସମୟରେ ଏକ ଘରର ଛାତ ଭୁଶୁଡ଼ି ପଡ଼ିଥିଲା। ଏହି ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ଜଣ ଗୁରୁତର ହୋଇଛନ୍ତି।…
Archives


