ପ୍ରବଳ ଥଣ୍ଡା: ଏଠି ହାତୁଡ଼ିରେ ଫଟାଯାଉଛି ଅଣ୍ଡା; ଗାଡ଼ିରେ ବନ୍ଧାହେଉଛି ଲୁହା ଚେନ୍
ନୂଆଦିଲ୍ଲୀ,୨।୧: ସିଆଚେନ୍ରେ ପ୍ରବଳ ଥଣ୍ଡା ଅନୁଭୁତ ହୋଇଥାଏ। ଏଠାରେ ତାପମାତ୍ରା ମାଇନସ୍ ୪୦ ଡିଗ୍ରୀ ସେଲସିୟସ୍ରୁ ମଧ୍ୟ କମ୍ ରହିଥାଏ। ଏଠାରେ ପ୍ରାୟ ୩ରୁ ୪ ହଜାର ଭାରତୀୟ ଯବାନଙ୍କୁ ମୁତୟନ କରାଯାଇଛି। ଏଠାରେ ଟମାଟୋ ପ୍ରବଳ ଥଣ୍ଡାଯୋଗୁ ପଥର ଭଳି…
ଅନୁଷ୍କାଙ୍କୁ ବେଷ୍ଟ୍ ଫଟୋଗ୍ରାଫର୍ କହିଲେ କୋହଲି
ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ସୁଇଜରଲାଣ୍ଡରେ ସ୍ତ୍ରୀ ଅନୁଷ୍କାଙ୍କ ସହ ଛୁଟି କାଟୁଛନ୍ତି। ପ୍ରତିଦିନ ସୋସିଆଲ ମିଡିଆରେ ବିରାଟ ଫଟୋ ଶେୟାର କରୁଥିବାର ଦେଖାଯାଇଛି। ନିକଟରେ ସେ ଏକ ଫଟୋ ପୋଷ୍ଟ କରିଥିଲେ। ଏହି ଫଟୋ ଅନୁଷ୍କା ଉଠାଇଥିଲେ। ଏହି…
ଯେଉଁ ଦେଶର ମହିଳା ଖରା,ବର୍ଷାରେ ବାହାରନ୍ତିନି ବାହାରକୁ
ତାଇଓ୍ବାନ୍: ଛୋଟବେଳେ ଶୀଘ୍ରଶୀଘ୍ର ବଡ଼ ହୋଇଯିବାକୁ ସମସ୍ତଙ୍କର ଇଚ୍ଛା ହେଉଥିବା ବେଳେ ଯୁବାବସ୍ଥାରେ ପହଞ୍ଚିବା ପରେ ପ୍ରୌଢ଼ ଏବଂ ବାର୍ଦ୍ଧକ୍ୟକୁ କେହି ପସନ୍ଦ କରି ନ ଥା’ନ୍ତି। ଖାସ୍ ଏଥିପାଇଁ କିଏ କେତେ ଅର୍ଥ ବ୍ୟୟ କରି ଯୁବାବସ୍ଥାକୁ ବଜାୟ ରଖିବାକୁ…
ଏସିଡ୍ ପୀଡିତାଙ୍କ ସହ ଜନ୍ମଦିନ ପାଳିବେ ଦୀପିକା
ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ଛପାକ’ର ପ୍ରମୋଶନ୍ରେ ବ୍ୟସ୍ତ ଅଛନ୍ତି। ଫିଲ୍ମଟି ଜାନୁୟାରୀ ୧୦ରେ ପରଦାକୁ ଆସିବାକୁ ଥିବାବେଳେ ଏହାପୂର୍ବରୁ ଅର୍ଥାତ୍ ଜାନୁୟାରୀ ୫ ତାରିଖରେ ଦୀପିକା ନିଜର ୩୪ତମ ଜନ୍ମଦିନ ପାଳନ କରିବାକୁ ଯାଉଛନ୍ତି। ଏଥର…
ପୁଣି ଚର୍ଚ୍ଚାରେ ମଙ୍ଗୁ ମଠ
ପୁରୀ ଅଫିସ,୨।୧: ଶ୍ରୀମନ୍ଦିର ସୁରକ୍ଷା ଜୋନ ମଧ୍ୟରେ ଥିବା ମଙ୍ଗୁମଠ ଉଚ୍ଛେଦକୁ ନେଇ ଆରମ୍ଭରୁ ବହୁ ବିବାଦ ଉପୁଜିଥିଲା। ମଠର ବ୍ୟବସାୟିକ କୋଠା ଉଚ୍ଛେଦ ପରେ ପୁଣି ଏବେ ଚର୍ଚ୍ଚାକୁ ଆସିଛି ମଙ୍ଗୁ ମଠ। ଗୁରୁବାର ମଠର ଗାଦି ଘର ଛାତ…
ବରିଷ୍ଠ ଅଫିସରସ୍ତରରେ ଅଦଳବଦଳ, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ
ଭୁବନେଶ୍ୱର,୨।୧(ବ୍ୟୁରୋ): ରାଜ୍ୟ ସରକାରଙ୍କ ପକ୍ଷରୁ ବରିଷ୍ଠ ଅଫିସରସ୍ତରରେ ଗୁରୁବାର ଅଦଳବଦଳ କରାଯାଇଛି। ୧୯୮୮ ବ୍ୟାଚ୍ ଆଇଏଏସ୍ ଅଫିସର ପ୍ରଦୀପ୍ତ କୁମାର ମହାପାତ୍ରଙ୍କୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ରାଜସ୍ବ ସଚିବ ଥିବା ୧୯୯୩ ବ୍ୟାଚ୍ ଆଇଏଏସ୍…
ପାରାଲିସିସ୍ର କେତେକ କାରଣ…
ବେଳେବେଳେ କେତେକଙ୍କ ଶରୀରର ଅଙ୍ଗପ୍ରତ୍ୟଙ୍ଗ କିଛି କ୍ଷଣ ପାଇଁ ସ୍ବାଭାବିକ ଭାବେ କାମ କରି ନ ଥାଏ। ଏହାକୁ ଚିକିତ୍ସକମାନେ ଅସ୍ଥାୟୀ ପାରାଲିସିସ୍ କହିଥାନ୍ତି। ମସ୍ତିଷ୍କର କିଛି ଅଂଶକୁ ଠିକ୍ ଭାବେ ରକ୍ତ ପ୍ରବାହିତ ନ ହେଲେ ଏଭଳି ସ୍ଥିତି ଉତ୍ପନ୍ନ…
ମାଟି ତଳୁ ମିଳିଲା ୧୨ ଶହ ବର୍ଷ ପୁରୁଣା ସ୍ବର୍ଣ୍ଣମୁଦ୍ରା
ଜେରୁଜେଲମ୍,୨।୧: ଇସ୍ରାଏଲର ୟଓ୍ବନ ସହରରୁ ପ୍ରତ୍ନତତ୍ତ୍ୱ ବିଭାଗ ଦ୍ୱାରା କରାଯାଉଥିବା ଏକ ଖନନ ସମୟରେ ୧୨ ଶହ ବର୍ଷ ପୁରୁଣା ସ୍ବର୍ଣ୍ଣମୁଦ୍ରା ମିଳିଛି। ଏକ ଛୋଟ ମାଟି ପାତ୍ରରେ ସ୍ବର୍ଣ୍ଣମୁଦ୍ରା ଗୁଡ଼ିକ ଭର୍ତ୍ତି ହୋଇ ରହିଥିବା ସ୍ଥାନୀୟ ଆଣ୍ଟିକ୍ୱିଜ୍ ଅଥରିଟି ପକ୍ଷରୁ…
ବିବାହ ବିଚ୍ଛେଦର ୧୦ ବର୍ଷ ପରେ ପୁଣି ବେଦିରେ ବସିବେ ଏହି ଅଭିନେତ୍ରୀ
ମୁମ୍ବାଇ: ବିବାହ ବିଚ୍ଛେଦର ୧୦ ବର୍ଷ ପରେ ପୁଣି ଜଣଙ୍କ ହାତ ଧରି ବେଦିରେ ବସିବାକୁ ଯାଉଛନ୍ତି ବଲିଉଡ୍ର ଜଣେ ଅଭିନେତ୍ରୀ। ଏକଥା ଆମେ କହୁନାହୁଁ। ଏକ ସାକ୍ଷାତକାରରେ ଏହି କଥା ସ୍ପଷ୍ଟ କରିଛନ୍ତି ଖୋଦ୍ ଅଭିନେତ୍ରୀ ଜଣକ। ଆଉ କେହି…
ମୋଦିଙ୍କ ନୂଆବର୍ଷ ଭେଟି: ୬ କୋଟି ଚାଷୀଙ୍କ ବ୍ୟାଙ୍କ ଖାତାକୁ ଗଲା କିଷାନ୍ ସମ୍ମାନ ନିଧି ଯୋଜନାର ତୃତୀୟ କିସ୍ତି
ବେଙ୍ଗାଲୁରୁ,୨।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆବର୍ଷର ଦ୍ୱିତୀୟ ଦିନରେ ଦେଶର ୬କୋଟି ଚାଷୀଙ୍କୁ ଭେଟି ଦେଇଛନ୍ତି। ପ୍ରଧାନମନ୍ତ୍ରୀ କିଷାନ୍ ସମ୍ମାନ ନିଧି ଯୋଜନାର ତୃତୀୟ କିସ୍ତିକୁ ଡିଜିଟାଲ ଦେଣନେଣ ମାଧ୍ୟମରେ ସେ କର୍ନାଟକର ଟୁକମାରଠାରେ ଆୟୋଜିତ ଏକ ସାଧାରଣ ସଭାରେ ଚାଷୀଙ୍କୁ…
ମର୍ମନ୍ତୁଦ ସଡକ ଦୁର୍ଘଟଣା: ୧୨ ମୃତ, ୧୫ ଆହତ
ଶ୍ରୀନଗର,୨।୧: ଜମ୍ମୁ-କଶ୍ମୀରରେ ସୁନ୍ଦରବନୀରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏଥିରେ ୧୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୫ ଜଣ ଆହତ ହୋଇଛନ୍ତି। ବସ୍ଟି ଖାଲରେ ଗଳି ପଡିବାରୁ ଏଭଳି ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି…
ପାକିସ୍ତାନରେ ମହଙ୍ଗା ମାଡ: ଗ୍ୟାସ୍ ସିଲିଣ୍ଡର ପିଛା ୨ ହଜାର ଟଙ୍କାରେ ପହଞ୍ଚିଲା
ଇସଲମାବାଦ୍,୨।୧: ପାକିସ୍ତାନ ବଜାରରେ ହୁ ହୁ ହୋଇ ବଢୁଛି ଦର। ପେଟ୍ରୋଲ, ଡିଜେଲଠୁ ଆରମ୍ଭ କରି କ୍ଷୀର ଓ ପନିପରିବା ଦର ମହଙ୍ଗା ହେବାରେ ଲାଗିଛି। ବିତ୍ତୀୟ ସଙ୍କଟର ସାମ୍ନା କରୁଥିବା ପାକିସ୍ତାନରେ ଏବେ ରୋଷେଇ ଗ୍ୟାସ୍ ସିଲିଣ୍ଡର ପିଛା ୨…
Archives


