Home

ଡିଏଲ୍‌ ପାଇଁ ୩ ଗୁଣା ଫି’ ନେଇ ଦଲାଲ ଗିରଫ

ଭବାନୀପାଟଣା,୨୭।୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଭବାନୀପାଟଣା ଆର୍‌ଟିଓରୁ ଜଣେ ଦଲାଲଙ୍କୁ ଗିରଫ କରାଯାଇଛି। ଦଲାଲ ଜଣକ ଡ୍ରାଇଭିଂ ଲାଇସେନ୍ସ (ଡିଏଲ୍‌) କରାଇବାକୁ ପ୍ରକୃତ ମୂଲ୍ୟଠାରୁ ୩ଗୁଣା ଅଧିକ ଫି’ ନେଉଥିବା ବେଳେ ତାଙ୍କୁ ବୁଧବାର ଗିରଫ କରାଯାଇଛି। ସୂଚନାନୁଯାୟୀ, ଡିଏଲ ପାଇବା ପାଇଁ…

୧ କିଲୋ ଜିଆ ଖତରୁ ୨ କୋଟିର ମାଲିକ

ମିରଟ,୨୭।୨: ଦୃଢ଼ ମନୋବଳ ଆଗରେ ସମସ୍ତ ବାଧାବିଘ୍ନ ହାର ମାନିଥାଏ। ଏହାର ଉଦାହରଣ ସୃଷ୍ଟି କରିଛନ୍ତି ଉତ୍ତରପ୍ରଦେଶର ମିରଟରେ ବାସ କରୁଥିବା ଅମିତ ତ୍ୟାଗୀ। ଏମ୍‌ବିଏ ପଢ଼ି ସେ ଚାକିରି କରିଥିଲେ। ତେବେ ଏହା ତାଙ୍କୁ ଆତ୍ମସନ୍ତୋଷ ଦେଇ ନ ଥିଲା।…

ମାର୍ଚ୍ଚ ୧ରୁ ମୋଟର ଯାନ ଆଇନ କଡ଼ାକଡ଼ି: ୭୦ ପ୍ରତିଶତ ପୋଲିସ କର୍ମଚାରୀ କରିବେ ଯାଞ୍ଚ

ଭୁବନେଶ୍ୱର ,୨୭।୨(ବ୍ୟୁରୋ): ମାର୍ଚ୍ଚ ୧ ତାରିଖରୁ ମୋଟର ଯାନ ଆଇନ କଡ଼ାକଡ଼ି ଭାବେ ପାଳନ କରାଯିବ। ପୂର୍ବରୁ ଦିଆଯାଇଥିବା ୬ ମାସର ସମୟ ପୂରିଯାଇଥିବା ବେଳେ ଏଥର ଯାଞ୍ଚ କଡ଼ାକଡ଼ି କରାଯିବ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି। ୭୦…

ଦକ୍ଷିଣ କୋରିଆରେ ବଢୁଛି କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା

ସିଓଲ,୨୭।୨: ଗତ ୨୪ ଘଣ୍ଟା ଭିତରେ ଦକ୍ଷିଣ କୋରିଆରେ ୩୩୪ କରୋନା ଭାଇରସ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ଏବେ ସେଠାରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚିଛି ୧,୫୯୫ରେ। ଚାଇନା ପରେ ଏବେ ଦକ୍ଷିଣ କୋରିଆରେ କରୋନା ଭାଇରସ ଦ୍ରୁତ…

ମୋଦି ପାଳନ କରନ୍ତୁ ରାଜଧର୍ମ: ଅଟଳଙ୍କ ପରାମର୍ଶ ମନେ ପକାଇଲେ ସୋନିଆ

ନୂଆଦିଲ୍ଲୀ,୨୭।୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ନେଇ ଦିଲ୍ଲୀରେ ହିଂସାକାଣ୍ଡ ଜାରି ରହିଛି। ଏପରିସ୍ଥଳେ କଂଗ୍ରେସ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍‌ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜଧର୍ମ ପାଳନ କରନ୍ତୁ ବୋଲି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କହିଛନ୍ତି। ଏହାପୂର୍ବରୁ ଏପରି…

ଦିଲ୍ଲୀ ହିଂସା: ରାଷ୍ଟ୍ରପତିଙ୍କୁ ଭେଟିଲେ ସୋନିଆ, ମନମୋହନ

ନୂଆଦିଲ୍ଲୀ,୨୭।୨: ରାଜଧାନୀ ଦିଲ୍ଲୀରେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ବ୍ୟାପିଥିବା ହିଂସା ଉଗ୍ର ରୂପ ନେଇଛି। ଏଭଳି ପରିସ୍ଥିତିକୁ ଦେଖି କଂଗ୍ରେସର ଅସ୍ଥାୟୀ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ କଂଗ୍ରେସ ପ୍ରତିନିଧି ମଣ୍ଡଳଙ୍କ ସହ ଗୁରୁବାର ରାଷ୍ଟ୍ରପତି…

ଆଇପିଏଲ୍‌ ପୂର୍ବରୁ ତରଭୁଜ-ଅମୃତଭଣ୍ଡା ଚାଷ ଶିଖୁଛନ୍ତି ଧୋନୀ

ନୂଆଦିଲ୍ଲୀ,୨୭।୨: ଆଗକୁ ଆସୁଛି ଆଇପିଏଲ୍‌-୨୦୨୦। ତେବେ ଏହା ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍‌ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ତରଭୁଜ ଏବଂ ଅମୃତ ଭଣ୍ଡା ଚାଷ ଶିଖିବା ଆରମ୍ଭ କରିଛନ୍ତି। ସେ ମାର୍ଚ୍ଚ ୨ରେ ନିଜ ଆଇପିଏଲ୍‌ ଦଳରେ ଯୋଗଦେବେ। ଧୋନୀ…

ଜାପାନରେ ଫସିଥିବା ବ୍ରହ୍ମପୁରର ଯୁବ ଇଞ୍ଜିନିୟର ଭାରତ ଫେରିଲେ: ପରିବାରରେ ଆନନ୍ଦର ଲହରି

ବ୍ରହ୍ମପୁର ଅଫିସ,୨୭।୨: ଦୀର୍ଘ ୨୪ ଦିନ ଧରି ନାନା ଆଶଙ୍କା ଓ ଅନିଶ୍ଚିତତା ମଧ୍ୟରେ ଜାପାନ ଜଳ ଜାହାଜରେ କରୋନା ଭାଇରସ୍‌ ପାଇଁ ଅଟକି ରହିଥିବା ବ୍ରହ୍ମପୁରର ଯୁବ ଇଞ୍ଜିନିୟର ଶିବାଶିଷ ନାୟକ ଗୁରୁବାର ଭୋର ୫ଟାରେ ଭାରତୀୟ ବିମାନରେ ଭାରତୀୟ…

ଦିଲ୍ଲୀ ହିଂସା ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ବିଫଳତା: ରଜନୀକାନ୍ତ

ଚେନ୍ନାଇ,୨୭।୨: ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ)କୁ ନେଇ ଦିଲ୍ଲୀରେ ଉପୁଜିଥିବା ହିଂସାକୁ ଏବେ ପ୍ରାୟ ସବୁ ମହଲରେ ନିନ୍ଦା କରାଯାଉଛି। ଏହାକୁ ନେଇ ସାଉଥ୍‌ ସୁପରଷ୍ଟାର ରଜନୀକାନ୍ତ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଅଭିନେତାରୁ ରାତନେତା ହୋଇଥିବା ରଜନୀକାନ୍ତ କହିଛନ୍ତି ଏହା…

ଦିଲ୍ଲୀ ହିଂସା: ହିନ୍ଦୁଙ୍କ ପଡ଼ୋଶୀଙ୍କ ଘରେ ଆଶ୍ରୟ ନେଇଛନ୍ତି ୪୦ରୁ ଅଧିକ ମୁସଲମାନ୍‌

ନୂଆଦିଲ୍ଲୀ,୨୭।୨: ଦିଲ୍ଲୀରେ ଜାରି ରହିଥିବା ହିଂସା ନେଇ ସ୍ଥିତି ସଙ୍କଟ ଜନକ ରହିଛି। ଉତ୍ତର-ପୂର୍ବ ଦିଲ୍ଲୀରେ ହିଂସାକାଣ୍ଡରେ ବହୁ ଘରେ ଓ ଦୋକାନରେ ବିକ୍ଷୋଭକାରୀ ନିଆଁ ଲଗାଇ ଦେଇଛନ୍ତି। ସ୍ଥାନୀୟ ଅଶୋକ ନଗର ଅଞ୍ଚଳରେ ୪୦ରୁ ଅଧିକ ମୁସଲମାନ୍‌ ହିନ୍ଦୁ ପଡ଼ୋଶୀଙ୍କ…

୬୮ ଖଣ୍ଡ ଚୌକାଠ ଚୋରାଚାଲାଣ: କାଠ ସହ ଟ୍ରାକ୍ଟର ଜବତ

ପାଟଣା,୨୭।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଗୁଜାପଥର ଗ୍ରାମ୍ୟ ଜଙ୍ଗଲରୁ ବୁଧବାର ରାତିରେ ୬୮ ଖଣ୍ଡ ଶାଳ ଚୌକାଠ କଟାଯାଇ ଚାଲାଣ ହେଉଥିଲା। ଖବର ପାଇ ଘଟଣାସ୍ଥଳରେ ପାଟଣା ବନ କର୍ମଚାରୀ ପହଞ୍ଚି କାଠ ଓ ଚାଲାଣରେ ବ୍ୟବହୃତ ଟ୍ରାକ୍ଟର ଜବତ…

ହଷ୍ଟେଲରେ ରାତ୍ରିଭୋଜନ ଖାଇ ୯ ଛାତ୍ରୀ ଅସୁସ୍ଥ

କେନ୍ଦୁଝର,୨୭।୨(ସ୍ବ.ପ୍ର.): ସଦର ବ୍ଲକ ତଳକୁସୁମିତା ଗ୍ରାମରେ ଏସ୍‌ସି/ଏସ୍‌ଟି ବିଭାଗ ଅଧୀନ ଥିବା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ହଷ୍ଟେଲରେ ବୁଧବାର ରାତ୍ରିଭୋଜନ ଖାଇ ଝାଡ଼ାବାନ୍ତିରେ ୯ ଛାତ୍ରୀ ଆକ୍ରାନ୍ତ ହୋଇଛନ୍ତି। ସମସ୍ତଙ୍କୁ ଚିକିତ୍ସା ନିମନ୍ତେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?