Home

ଅତିଥି ବେଶରେ ଗହଣା ବ୍ୟାଗ୍‌ ନେଇ ଚମ୍ପଟ ଘଟଣା: ଅଭିଯୁକ୍ତଙ୍କୁ ବାନ୍ଧିଲା କମିଶନରେଟ ପୋଲିସ, ଜବତ ହେଲା ଟଙ୍କା

ଭୁବନେଶ୍ୱର,୪।୩(ବ୍ୟୁରୋ): ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଥିବା କ୍ରିଷ୍ଟାଲ କୋଟିଆ କଲ୍ୟାଣ ମଣ୍ଡପରେ ଚାଲିଥିବା ଏକ ବିବାହ ଉତ୍ସବରେ ଭିଆଇପି ଅତିଥି ସାଜି ଗହଣା ବ୍ୟାଗ୍‌ ଲୁଟ୍‌ର ପର୍ଦ୍ଦାଫାଶ କରିଛି କମିଶନରେଟ ପୋଲିସ। ବୁଧବାର ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେ ହେଲେ ସେକ୍‌…

ଶୁଟିଂ ସେଟ୍‌ରେ ସଲମାନ୍‌ଙ୍କୁ ଡରିଯାଇଥିଲେ ଆଦିତ୍ୟ

ମୋହିତ ସୁରୀଙ୍କ ସୁପରହିଟ୍‌ ଫିଲ୍ମ ‘ଆଶିକି-୨’ରେ ଅଭିନୟ କରି ବଲିଉଡ୍‌ ଜଗତରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ ଆଦିତ୍ୟ ରୟ କପୁର। ଏହି ଫିଲ୍ମ ପୂର୍ବରୁ ଆଦିତ୍ୟ ‘ଲଣ୍ଡନ ଡ୍ରିମ୍ସ’, ‘ଆକ୍ସନ ରିପ୍ଲେ’ ଏବଂ ‘ଗୁଜାରିଶ’ରେ କାମ କରିଥିଲେ।…

ବ୍ୟାପୁଛି କରୋନା: ମୁକାବିଲା ଲାଗି ସ୍ବାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ବସିଲା ବୈଠକ

ଭୁବନେଶ୍ୱର,୪।୩(ବ୍ୟୁରୋ): ପ୍ରାଣଘାତୀ କରୋନାର ମୁକାବିଲା ଲାଗି ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଥିବା ବେଳେ ବୁଧବାର ସ୍ବାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିବା ସୂଚନା ମିଳିଛି। ଏ ନେଇ ବୈଠକରେ ଉପସ୍ଥିତ ଡିଏମ୍‌ଇଟି ଡା. ସିବିକେ ମହାନ୍ତି ପ୍ରତିକ୍ରିୟା ରଖି…

ଅନନ୍ୟା-ବିଜୟଙ୍କ ଯୋଡି ଏବେ ଚର୍ଚ୍ଚାରେ: ପ୍ରଶଂସକ ଦେଲେ ନୂଆ ନାମ ‘ଆନାକୋଣ୍ଡା’

ତେଲୁଗୁ ସୁପରଷ୍ଟାର ବିଜୟ ଦେବରକୋଣ୍ଡା ଏବଂ ବଲିଉଡ୍‌ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ଯୋଡି ଏବେ ଚର୍ଚ୍ଚାରେ। ବର୍ତ୍ତମାନ ଏହି ଯୋଡି ମୁମ୍ବାଇରେ ଫିଲ୍ମ ‘ଫାଇଟର’ର ଶୁଟିଂ କରୁଛନ୍ତି। ଇତିମଧ୍ୟରେ ଫିଲ୍ମର ଶୁଟିଂ ସମୟର କିଛି ଦୃଶ୍ୟ ସମ୍ମୁଖକୁ ଆସିଛି। ଯେଉଁଥିରେ ବିଜୟ…

କରୋନା ଭୟ: ମାସ୍କ୍‌ ପିନ୍ଧି ସଂସଦରେ ପହଞ୍ଚିଲେ ଏମ୍‌ପି

ନୂଆଦିଲ୍ଲୀ,୪।୩: ଭାରତରେ କରୋନା ସଂକ୍ରମଣଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ରାଜନେତାଙ୍କୁ ମଧ୍ୟ କରୋନା ଭୟ ଘାରିଛି। ଏହି ମର୍ମରେ ମହାରାଷ୍ଟ୍ରର ଅମରାବତୀ ଆସନରୁ ନିର୍ବାଚିତ ହୋଇଥିବା ଏମ୍‌ପି ନବନୀତ ରାଣା ସଂସଦରେ ମାସ୍କ୍‌ ପିନ୍ଧି ପହଞ୍ଚିଛନ୍ତି।…

କରୋନା ପ୍ରଭାବ ଆଇପିଏଲ୍‌ ଉପରେ ପଡ଼ିବନି

ନୂଆଦିଲ୍ଲୀ,୪।୩: କରୋନା ସଂକ୍ରମଣ ଯୋଗୁ ଟୋକିଓ ଅଲମ୍ପିକ ବାତିଲ ହେବାର ଆଶଙ୍କା ଦେଖାଦେଇଛି। ତେବେ ଏଥିପାଇଁ ମାର୍ଚ୍ଚ ୨୯ଠାରୁ ଆରମ୍ଭ ହେବାକୁ ଥିବା ଆଇପିଏଲ୍‌ ମ୍ୟାଚ୍‌ ନେଇ କୌଣସି ସଙ୍କଟ ନାହିଁ ବୋଲି ଆଇପିଏଲ୍‌ ସଞ୍ଚାଳନ ସମିତିର ଅଧ୍ୟକ୍ଷ ବ୍ରିଜେଶ ପଟେଲ…

ଚିନ୍ତା ବଢ଼ାଉଛି ଏହି ବିଲେଇ, କାରଣ ଜାଣିଲେ ଡରିଯିବେ

ଚେନ୍ନାଇ,୪ା୩: ଏକ ବିଲେଇ ଚେନ୍ନାଇରେ ଲୋକଙ୍କ ଚିନ୍ତା ବଢ଼ାଇଦେଇଛି। ଚେନ୍ନାଇ ବନ୍ଦର ଅଧିକାରୀମାନେ ଏହି ବିଲେଇକୁ ଦେଖି ଭୟଭୀତ ହୋଇପଡ଼ିଛନ୍ତି। କାରଣ ବିଲେଇଟି ଚାଇନାରୁ ୨୦ ଦିନ ତଳେ ଏକ କଣ୍ଟେନରରେ ଚେନ୍ନାଇ ଚାଲି ଆସିଥିଲା। ବିଲେଇଟି କରୋନା ଭାଇରସ୍‌ରେ ଆକ୍ରାନ୍ତ…

ଏଟିଏମ୍‌ ଭିତରେ ନାଗ

ଝାରସୁଗୁଡ଼ା ଅଫିସ,୪।୩: ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ତାରିଣୀ ମନ୍ଦିର ଛକସ୍ଥିତ ଏଟିଏମ ଭିତରୁ ବୁଧବାର ଏକ ନାଗ ସାପ ବାହାରିଛି। ସକାଳେ ଏଟିଏମ୍‌କୁ ଟଙ୍କା ଭର୍ତ୍ତି କରିବାକୁ ଜଣେ ଅଧିକାରୀ ଯାଇଥିଲେ। ଟଙ୍କା ଭର୍ତ୍ତି ପାଇଁ ମେଶିନ ଖୋଲିଥିଲେ । ତେବେ…

ମୁଲ୍ଲାଙ୍କୁ ଫୋନ୍‌ କଲେ ଟ୍ରମ୍ପ୍‌: କଏଦୀଙ୍କ ମୁକ୍ତି ନେଇ ଏବେ ବି ସନ୍ଦେହ !

ଓ୍ବାଶିଂଟନ,୪।୩: ତାଲିବାନ ମୁଖ୍ୟ ମୁଲ୍ଲା ବରଦାରଙ୍କ ସହିତ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଫୋନ୍‌ରେ ଆଲୋଚନା ହୋଇଛି। ଜଣେ ଆତଙ୍କବାଦୀ ସଂଗଠନ ମୁଖ୍ୟଙ୍କ ସହିତ ନେଇ ଆମେରିକା ରାଷ୍ଟ୍ରପତିଙ୍କ ଆଲୋଚନାକୁ ପ୍ରଥମ ଥର ପାଇଁ ହ୍ବାଇଟ୍‌ ହାଉସ୍‌ ପକ୍ଷରୁ ଗୁରୁତ୍ୱ ଦିଆଯାଇଛି।…

୨୩ ବର୍ଷରେ ହରାଇ ବସିଥିଲେ ଦୃଷ୍ଟିଶକ୍ତି, କୁକୁର ଲାଗି ଫେରିପାଇଲେ ଫିଟ୍‌ନେସ

ଲଣ୍ଡନ: ବ୍ରିଟେନ୍‌ର ପୋର୍ଟସ୍‌ମାଉଥ୍‌ରେ ରହୁଥିବା ଇୟାନ ମୋରିସ୍‌ ଯେତେବେଳେ ୨୩ ବର୍ଷର ହୋଇଥିଲେ, ସେତେବେଳେ ସେ ଦୃଷ୍ଟିଶକ୍ତି ହରାଇଥିଲେ। ତଥାପି ହାରି ନ ଥିଲେ। ଫିଟ୍‌ନେସ ପ୍ରତି ତାଙ୍କର ବହୁ ଦୁର୍ବଳତା ଥିଲା। ଏଥିରେ ତାଙ୍କୁ ପଥ ପ୍ରଦର୍ଶକ ଭାବେ ସାଥ୍‌…

କୁକୁର ସହିତ ସ୍ନୁକର ଖେଳିଲେ ସୋନାକ୍ଷୀ: ଇନଷ୍ଟାଗ୍ରାମ୍‌ରେ ଭିଡ଼ିଓ ଭାଇରାଲ

ମୁମ୍ବାଇ: ଏବେ ବଲିଉଡ୍‌ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କର ଏକ ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ୧ ମିନିଟ୍‌ର ଏହି ଭିଡ଼ିଓରେ ସୋନାକ୍ଷୀ ସ୍ନୁକର ଖେଳୁଥିବା ଦେଖିବାକୁ ମିଳୁଛି। ତେବେ ତାଙ୍କ ପୋଷା କୁକୁର ସ୍ନୁକର ବଲ୍‌କୁ ଧରିବା…

ବଢ଼ିବ ଚିନି ଦାମ: ଉତ୍ପାଦନ କମିଛି ୨୨ ପ୍ରତିଶତ

ନୂଆଦିଲ୍ଲୀ,୪।୩: ଚଳିତ ବର୍ଷ ଦେଶରେ ଚିନି ଉତ୍ପାଦନ ୨୨ ପ୍ରତିଶତ କମିଛି। ଗତ ୫ ମାସ ଧରି ଏଭଳି ସ୍ଥିତି ଜାରି ରହିଛି। ତେଣୁ ଆଗାମୀ ଦିନରେ ଚିନି ଦାମ ବଢ଼ିବାର ସମ୍ଭାବନା ଥିବା କୁହାଯାଉଛି। ଭାରତୀୟ ଚିନିକଳ ସଂଗଠନ ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?