Home

ସେନା ହେଲିକପ୍ଟର ନିର୍ମାଣ କରିବ ହାଲ୍‌

ନୂଆଦିଲ୍ଲୀ,୨ା୩(ପି.ଟି.): ହିନ୍ଦୁସ୍ତାନ ଏରୋନଟିକ୍ସ ଲିଃ (ହାଲ୍‌) ସୈନ୍ୟବାହିନୀ ପାଇଁ ୧୦ରୁ ୧୨ ଟନ୍‌ ଓଜନ ବିଶିଷ୍ଟ ଲଢ଼ୁଆ ହେଲିକପ୍ଟର ନିର୍ମାଣ କରିବ। ଏହା ବିଶ୍ୱ ସ୍ତରରେ ବୋଇଂ କମ୍ପାନୀର ଆପାଚେ ଭଳି ମଧ୍ୟମ ଓଜନଦାର ସାମରିକ ହେଲିକପ୍ଟର ହେବ। ଏଥିପାଇଁ ପ୍ରାରମ୍ଭିକ…

କ୍ରମାଗତ କମୁଛି ହସ୍ତତନ୍ତ ସାମଗ୍ରୀ ରପ୍ତାନି: ୨ ବର୍ଷରେ ୨୩୫ କୋଟିରୁ ୭ଲକ୍ଷ ଟଙ୍କାକୁ ଖସିଲା

ଭୁବନେଶ୍ୱର,୨।୩(ବ୍ୟୁରୋ): ଅନ୍ତର୍ଜାତୀୟ ବଜାରରେ ଓଡ଼ିଶା ହସ୍ତତନ୍ତ ଓ ହସ୍ତଶିଳ୍ପର ଲୋକପ୍ରିୟତା ବଢୁଛି। ତାରକସୀ କାମ ସହ ପଥର ମୂର୍ତ୍ତି, ପିପିଲି ଚାନ୍ଦୁଆ ଓ ବିଭିନ୍ନ ସାଜସଜ୍ଜା ସାମଗ୍ରୀର ଚାହିଦା ରହିଛି। ଏହାସତ୍ତ୍ୱେ ହସ୍ତତନ୍ତ ସାମଗ୍ରୀ ରପ୍ତାନି କରିବାରେ ବିଫଳ ହେଉଛନ୍ତି ସରକାର।…

ଶୁଖୁନି ସିଏଏ କ୍ଷତ

ନୂଆଦିଲ୍ଲୀ,୨ା୩: ଠିକ୍‌ ସପ୍ତାହେ ତଳେ ଜାତୀୟ ରାଜଧାନୀର ଉତ୍ତର-ପୂର୍ବ ଅଞ୍ଚଳରେ ସୃଷ୍ଟି ହୋଇଥିଲା ହିଂସା। କେନ୍ଦ୍ର ସରକାରଙ୍କ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ମଧ୍ୟରେ ଘଟିଥିଲା ସଂଘର୍ଷ। ଗତ ରବିବାର ଆରମ୍ଭ ହୋଇଥିବା ଏହି ହିଂସା କ୍ରମଶଃ…

୬୦ ଦେଶରେ କରୋନା କାୟା: ଚାଇନାରେ ମୃତ୍ୟୁସଂଖ୍ୟା ୨,୮୭୦

ତେହେରାନ୍‌/ସିଓଲ,୨ା୩: ଚାଇନାର ଉହାନ ସହରରୁ ସୃଷ୍ଟ କରୋନା ଭୂତାଣୁ ସଂକ୍ରମଣ ଏବେ ପାଖାପାଖି ୬୦ ଦେଶକୁ ବ୍ୟାପିଲାଣି। ଏଥିରେ କେବଳ ଲୋକଙ୍କ ମୃତ୍ୟୁ ଘଟୁଛି ତାହା ନୁହେଁ, ବରଂ ଏହାଦ୍ୱାରା ଅନେକ ଦେଶର ଅର୍ଥନୀତି ମଧ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇଛି।…

୩ରୁ ଆରମ୍ଭ ହେବ ନୀଳାଦ୍ରି ନିଳୟ ଯୋଜନା: ପୁରୀ ସହର ହେବ ଭିକାରିମୁକ୍ତ

ପୁରୀ ଅଫିସ,୨।୩: ପୁରୀ ସହର ଏବଂ ଏହାର ଆଖପାଖ ଅଞ୍ଚଳ ହେବ ଭିକାରିମୁକ୍ତ। ଏଥିପାଇଁ ଜିଲା ପ୍ରଶାସନ ପକ୍ଷରୁ ୩ ତାରିଖରୁ ଆରମ୍ଭ ହେବାକୁ ଯାଉଛି ନୀଳାଦ୍ରି ନିଳୟ ଯୋଜନା। ଏନେଇ ଜିଲାପାଳ ବଲୱନ୍ତ ସିଂ ରବିବାର ସଂସ୍କୃତି ଭବନରେ ବିଭିନ୍ନ…

ମୟୂରଭଞ୍ଜ: ୪ ନେତାଙ୍କୁ ଦାୟିତ୍ୱ

ଭୁବନେଶ୍ୱର,୨।୩(ବ୍ୟୁରୋ): ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ୪ ନେତାଙ୍କୁ ମୟୂରଭଞ୍ଜ ଜିଲାର ୮ ବିଧାନସଭା ନିର୍ବାଚନମଣ୍ଡଳୀ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ପ୍ରଦାନ କରିଛନ୍ତି। ଜଣେ ନେତାଙ୍କ ହାତରେ ମୟୂରଭଞ୍ଜ ଜିଲାର ଦୁଇଟି ଲେଖାଏ ବିଧାନସଭା କ୍ଷେତ୍ର ପ୍ରଦାନ…

ବିଶ୍ୱସ୍ତରୀୟ ହେବ ଏସ୍‌ସିବି ମେଡିକାଲ: ଦିଗ୍‌ଦର୍ଶନ ଦେବେ ୧୦ ଅଭିଜ୍ଞ ଡାକ୍ତର

କଟକ ଅଫିସ,୨।୩: ଏସ୍‌ସିବି ମେଡିକାଲକୁ ବିଶ୍ୱସ୍ତରୀୟ ଚିକିତ୍ସାଳୟ ଭାବେ ଗଢ଼ିତୋଳିବା ଦିଗରେ ପ୍ରୟାସ କରୁଛନ୍ତି ରାଜ୍ୟ ସରକାର। ଏଥିପାଇଁ ପୂର୍ବରୁ ପ୍ରାୟ ୧୦ହଜାର କୋଟି ଟଙ୍କାର ଯୋଜନା ଘୋଷଣା କରାଯାଇଛି। ଟଙ୍କା କେମିତି ଖର୍ଚ୍ଚ କରାଯିବ, କେଉଁ ସବୁ ଚିକିତ୍ସା ସୁବିଧା…

ଦିଲ୍ଲୀ ଦଙ୍ଗାପୀଡ଼ିତ ବିଏସ୍‌ଏଫ୍‌ ଯବାନଙ୍କୁ ସହାୟତା: ୧୦ ଲକ୍ଷ ଟଙ୍କା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨।୩(ବ୍ୟୁରୋ): ଓଡ଼ିଶାରେ କାର୍ଯ୍ୟରତ ସୀମା ସୁରକ୍ଷା ବଳ(ବିଏସ୍‌ଏଫ୍‌) ଯବାନ ମହମ୍ମଦ ଅନିଶଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୧୦ ଲକ୍ଷ ଟଙ୍କାର ସହାୟତା ରାଶି ଦେବାପାଇଁ ଘୋଷଣା କରିଛନ୍ତି। ନବମ ବାଟାଲିୟନରେ କାର୍ଯ୍ୟରତ ଅନିଶଙ୍କ ଘର ନୂଆଦିଲ୍ଲୀରେ। ନିକଟରେ…

ଆଜି କ୍ୟାବିନେଟ୍‌, ଆସିବ ୫ ପ୍ରସ୍ତାବ

ଭୁବନେଶ୍ୱର,୨।୩(ବ୍ୟୁରୋ): ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍‌ ବୈଠକ ସୋମବାର ଲୋକସେବା ଭବନଠାରେ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ୫ଟା ୩୦ମିନିଟ୍‌ରେ ବସିବାକୁ ଥିବା ଏହି ବୈଠକରେ ୫ଟି ପ୍ରସ୍ତାବ ଉପରେ ମୋହର ବାଜିବ। ତେବେ ସ୍କୁଲ ଓ ଗଣଶିକ୍ଷା…

ଗୋଟିଏ ଦିନରେ ପ୍ରକାଶ ପାଇପାରେ ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ପରୀକ୍ଷା ଫଳ

ଭୁବନେଶ୍ୱର,୨।୩(ବ୍ୟୁରୋ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ୨ ପରୀକ୍ଷା ଆସନ୍ତା ୩ ତାରିଖରୁ ଆରମ୍ଭ ହୋଇ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ। ମେ’ ଶେଷ ସପ୍ତାହ କିମ୍ବା ଜୁନ୍‌ ପ୍ରଥମ ସପ୍ତାହ ବେଳକୁ ପରୀକ୍ଷା ଫଳ ପ୍ରକାଶ ପାଇବ।…

କଡ଼ାକଡ଼ି ହେଲା ଯାନବାହନ ଯାଞ୍ଚ: ଆଜିଠାରୁ ହେବ ଆହୁରି ଜୋରଦାର

ଭୁବନେଶ୍ୱର,୨।୩(ବ୍ୟୁରୋ): ସଂଶୋଧିତ ମୋଟର ଯାନ ଆଇନ-୨୦୧୯କୁ ରବିବାରଠାରୁ ରାଜ୍ୟରେ କଡ଼ାକଡ଼ି ଲାଗୁ କରାଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଆଇନ ଉଲ୍ଲଂଘନକାରୀଙ୍କୁ ପୋଲିସ ଏବଂ ପରିବହନ ଅଧିକାରୀମାନେ ଧରି ଜରିମାନା କରିଛନ୍ତି। ଏହାକୁ ନେଇ କେତେକ ସ୍ଥାନରେ ଗାଡ଼ି ଚାଳକ ଓ ପୋଲିସ…

ଶ୍ରୀମନ୍ଦିରରେ ସହଜ ଦର୍ଶନର ନୂଆ ଉପାୟ

ପୁରୀ ଅଫିସ,୨।୩: ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ପ୍ରତ୍ୟହ ବହୁସଂଖ୍ୟାରେ ଶ୍ରଦ୍ଧାଳୁ ଆସୁଛନ୍ତି। ଏମାନଙ୍କ ମଧ୍ୟରେ ଅନେକ ଭିଆଇପି ଏବଂ ଭିଭିଆଇପି ବି ରହୁଛନ୍ତି। ସେମାନଙ୍କୁ ସହଜରେ ଦର୍ଶନ ସୁବିଧା ଯୋଗାଇଦେବା ପାଇଁ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା ରହିଛି। କୌଣସି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri