୯/୧୧କୁ ବଳିଗଲା କରୋନା ଦୁଃଖ

ନ୍ୟୁୟର୍କ,୨ା୪ : ଆମେରିକାରେ ଭୟଙ୍କର ସ୍ଥିତି ସୃଷ୍ଟିକରିଛି କରୋନା ଭାଇରସ୍‌। ଗୋଟାଏ ପରେ ଗୋଟାଏ ମୁଣ୍ଡ ଗଡ଼ିଚାଲିଛି। ବୁଧବାର ସୁଦ୍ଧା ୪,୦୫୫ ଜୀବନ ନେଲାଣି ଏହି ପ୍ରାଣଘାତୀ ଭୂତାଣୁ। ଏଥିସହ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ୧,୮୮,୫୭୮ରେ ପହଞ୍ଚିଛି। ଆଗକୁ କେତେଯେ ମୁଣ୍ଡ ନେବ ଏହି ମହାମାରୀ କହିବା ମୁସ୍କିଲ। ୯/୧୧ ଆତଙ୍କବାଦୀ ବିସ୍ଫୋରଣରେ ଆମେରିକାରେ ୨,୯୭୭ ଜୀବନ ଯାଇଥିଲା। ସେତେବେଳେ ରକ୍ତମୁଖା ହୋଇପଡ଼ିଥିଲା ଏହି ବିତ୍ତଶାଳୀ ଦେଶ। ଆତଙ୍କବାଦ ଦମନ ଲାଗି ଅଣ୍ଟା ଭିଡ଼ିବା ସହ କଠୋର ପଦକ୍ଷେପମାନ ଗ୍ରହଣ କରିଥିଲା। କିନ୍ତୁ ଏବେ ଅସହାୟ ପ୍ରାୟ। କରୋନାକୁ ରୋକିବା ଲାଗି ଜୁ ନାହିଁ ଏହି ମହାଶକ୍ତିର। ଘାତକ କୋଭିଡ୍‌-୧୯ ଆଗରେ ଆମେରିକା ଏବେ ଅସହାୟ ପାଲଟିଛି। ଲକ୍ଷାଧିକ ଲୋକଙ୍କୁ ଏହି ଭୂତାଣୁ ଆମେରିକାରେ ଶିକାର କରିବ ବୋଲି ଆଶଙ୍କା କରାଯାଉଛି। ପରିସ୍ଥିତି ଅତି ଭୟଙ୍କର ଓ କଷ୍ଟଦାୟକ ହେବାରେ ଲାଗିଛି ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ସ୍ବୀକାର କରିଛନ୍ତି। ବିଭିନ୍ନ କ୍ଷେତ୍ରରେ ଅନ୍ୟ ଦେଶଗୁଡ଼ିକୁ ପରାମର୍ଶ ଦେଉଥିବା ଟ୍ରମ୍ପ କରୋନା ଭୂତାଣୁ ସଂକ୍ରମିତ, ମୃତକଙ୍କୁ ଦେଖି ନିରୁପାୟ ହୋଇପଡ଼ିଛନ୍ତି।
କେବଳ ନ୍ୟୁୟର୍କ ସହରରେ ଏବେ ୧,୦୯୬ ବ୍ୟକ୍ତି ପ୍ରାଣ ହରାଇଥିବା ଜଣାପଡ଼ିଛି। ସ୍ବାସ୍ଥ୍ୟକର୍ମୀଙ୍କ ଲାଗି ପ୍ରୋଟେକ୍ଟିଭ୍‌ ମାସ୍କ, ଟେଷ୍ଟ କିଟ୍ସ୍‌, ଭେଣ୍ଟିଲେଟର, ହସ୍ପିଟାଲ, ସଂକ୍ରମିତଙ୍କ ଚିକିତ୍ସାକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି। ରାଷ୍ଟ୍ରପତି ଟ୍ରମ୍ପ ଏଭଳି ସମସ୍ୟା ଲାଗି ପୂର୍ବ ପ୍ରସ୍ତୁତି କରି ନ ଥିବା ଡେମୋକ୍ରାଟିକ୍‌ ସ୍ପିକର ନାନ୍‌ସି ପେଲୋସି ଅଭିଯୋଗ ଆଣି ସମାଲୋଚନା କରିଛନ୍ତି। ପ୍ରାରମ୍ଭରୁ ଟ୍ରମ୍ପ ନିଜ କ୍ଷମତା ବଳରେ ବିଭିନ୍ନ କମ୍ପାନୀ ସହଯୋଗରେ ପୂର୍ବ ପ୍ରସ୍ତୁତି କରିପାରିଥାନ୍ତେ ବୋଲି ପେଲୋସି କହିଛନ୍ତି। ନ୍ୟୁୟର୍କରେ ୩୦ ହଜାର ଭେଣ୍ଟିଲେଟରର ଆବଶ୍ୟକତା ରହିଥିବା ବେଳେ ଏବେ ମାତ୍ର ୪ ହଜାର ଉପଲବ୍ଧ ଥିବା ଗଭର୍ନର ଆଣ୍ଡ୍ର୍ୟୁ କୁଓମୋ ପ୍ରକାଶ କରିଛନ୍ତି। ଆଗାମୀ ୨ ସପ୍ତାହ ଆମେରିକା ଲାଗି ଘଡ଼ିସନ୍ଦି ମୁହୂର୍ତ୍ତ ପାଲଟିଛି। ଭୂତାଣୁ ନିୟନ୍ତ୍ରଣରେ ବିଫଳ ହେଲେ ସ୍ଥିତି ସମ୍ପୂର୍ଣ୍ଣ ବିଗିଡ଼ିଯିବାର ଆଶଙ୍କା ଦେଖାଦେଇଛି। ଏବେ ୩୩ ପ୍ରଦେଶରେ ଲକ୍‌ଡାଉନ୍‌ ପାଳନ କରାଯାଉଥିଲେ ହେଁ ଏହା ଯଥେଷ୍ଟ ନୁହେଁ ବୋଲି ଅଭିଯୋଗ ଉଠିଛି। ସାମାଜିକ ଦୂରତ୍ୱ ରକ୍ଷା ଓ ମାନବୀୟ ସଚେତନତା ଉପରେ ଗୁରୁତ୍ୱ ଦେବାକୁ ଟ୍ରମ୍ପ ପ୍ରଶାସନ କହିଛି।
ସେପଟେ ଆଗାମୀ ୨ ସପ୍ତାହ ସ୍ଥିତି ଜଟିଳ ହେବ ବୋଲି ଟ୍ରମ୍ପ ସତର୍କ କରାଇବା ପରେ ଷ୍ଟକ୍‌ମାର୍କେଟ ବୁଧବାର ନିମ୍ନଗାମୀ ହୋଇଛି। ୟୁରୋପୀୟ ଅଂଶଧନ ଏକଦମ୍‌ ତଳକୁ ଖସିଯାଇଛି। ଲଣ୍ଡନରେ ଏହା ୩.୫% ତଳକୁ ଖସିଥିବା ବେଳେ ଟୋକିଓରେ ୪.୫% କମିଯାଇଛି। ଯଦି ଏଭଳି ସ୍ଥିତି ଆଗକୁ ଦେଖାଯାଏ, ତେବେ ଆର୍ଥତ୍କ ମାନ୍ଦାବସ୍ଥା ଗୁରୁତର ହେବାର ଆଶଙ୍କା ରହିଛି। ଫଳରେ ସାରାବିଶ୍ୱ ଏହା ଦ୍ୱାରା ସଙ୍କଟ ମଧ୍ୟକୁ ଠେଲିହୋଇ ଯିବାର ଆଶଙ୍କା ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁବ IAS କସ୍ତୁରୀ ଶାହାଙ୍କୁ ଭବାନୀପାଟଣା ଉପଜିଲାପାଳ ଦାୟିତ୍ୱ, ଛୁଟିଲା ଶୁଭେଚ୍ଛା…

ଭବାନୀପାଟଣା,୮।୯(ଉତ୍ତମ କୁମାର ଦାଶ): ଟ୍ରେନିଂ ଶେଷ ପରେ ୯ ଯୁବ IASଙ୍କୁ ଉପଜିଲାପାଳ ଭାବେ ନିଯୁକ୍ତି ମିଳିଛି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।…

ଆଜିଠୁ ଆରମ୍ଭ ହେଲା ଖରାପ ସମୟ: ମେଷ ସମେତ ଏହି ରାଶି ରୁହନ୍ତୁ ସତର୍କ, କେତୁ -ଚନ୍ଦ୍ରଙ୍କ ସଂଯୋଗ କରିଦେବ ବର୍ବାଦ!

ଜ୍ୟୋତିଷ ଶାସ୍ତ୍ର ଅନୁସାରେ କେତୁ ଓ ଚନ୍ଦ୍ରମାଙ୍କ ଯୁତିକୁ ଶୁଭ ବୋଲି ବିବେଚନା କରାଯାଏ ନାହିଁ। ମାନ୍ୟତା ରହିଛି ଯେ, ଏହି ଦୁଇ ଗ୍ରହଙ୍କ ଯୁତି ଜାତକଙ୍କ…

ପାକିସ୍ତାନର ଇଣ୍ଡିଆ ପ୍ରେମ! ବିରାଟ କୋହଲିଙ୍କ ବ୍ରାଣ୍ଡର ଜୋତା ପିନ୍ଧି ଖେଳୁଛନ୍ତି ପାକିସ୍ତାନୀ କ୍ରିକେଟର; ଫଟୋ ଭାଇରାଲ

ନୂଆଦିଲ୍ଲୀ,୮।୯: ପାକିସ୍ତାନ ଦଳର କେତେଜଣ ଖେଳାଳି ବିରାଟ କୋହଲିଙ୍କ ବ୍ରାଣ୍ଡ, One8 ର ଜୋତା ପିନ୍ଧି ମହିଳା ଏସିଆ କପରେ ଖେଳୁଛନ୍ତି; ଏହାର ଫଟୋ ଏବେ ଭାଇରାଲ…

‘କାଜି କ୍ୟାମ୍ପ ଉପରେ କ୍ଷେପଣାସ୍ତ୍ର ପକାଅ’: ଭୋପାଳ ଭାଜପା ବିଧାୟକଙ୍କ ବୟାନକୁ ନେଇ ରାଜନୈତିକ ମହଲରେ ହଇଚଇ

ଭୋପାଳ,୮।୯: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଭାରତୀୟ ଜନତା ପାର୍ଟି (ଭାଜପା) ବିଧାୟକ ରାମେଶ୍ୱର ଶର୍ମାଙ୍କ ଏକ ବୟାନ ରାଜନୈତିକ ବିବାଦ ସୃଷ୍ଟି କରିଛି। ହୁଜୁର ବିଧାନସଭା ନିର୍ବାଚନମଣ୍ଡଳୀର…

ପୁଣି ବଢ଼ିଗଲା BCCIର ରାଜକୋଷ; ୩୫ ମ୍ୟାଚ ଚୁକ୍ତିରୁ ମିଳିଲା ଏତିକି କୋଟି

ନୂଆଦିଲ୍ଲୀ,୮।୯: ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ବୋର୍ଡ BCCI ଏକ ନୂତନ ଚୁକ୍ତି କରିଛି। ଟିମ ଇଣ୍ଡିଆ ଘରୋଇ ମାଟିରେ ଖେଳିବା ପାଇଁ ବୋର୍ଡ ଏବେ 3.71…

ରାଜଧାନୀରେ ମହିଳାଙ୍କୁ ବଳାତ୍କାର

ଭୁବନେଶ୍ୱର,୮।୯: ରାଜଧାନୀ ଭୁବନେଶ୍ୱର ଭରତପୁର ଥାନା ଅଞ୍ଚଳରୁ ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି। ଘରେ ପଶି ଜଣେ ମହିଳାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି।…

Shubman Gill Net Worth: ବିଳାସପୂର୍ଣ୍ଣ ଜୀବନଶୈଳୀ ବିତାଉଛନ୍ତି ଶୁବମନ ଗିଲ; ଜାଣନ୍ତୁ ୨୭ ବର୍ଷ ବୟସରେ କେତେ ଧନୀ ‘ଦି ପ୍ରିନ୍ସ’

ନୂଆଦିଲ୍ଲୀ,୮।୯: ୨୦୧୮ରେ ପୃଥ୍ବୀ ଶ’ଙ୍କ ଅଧିନାୟକତ୍ୱରେ ଭାରତ ୧୯ ବର୍ଷରୁ କମ ବିଶ୍ୱକପ ଜିତିଥିଲା। ସେତେବେଳେ ସମସ୍ତେ ବିଶ୍ୱାସ କରୁଥିଲେ ଯେ ଇଣ୍ଡିଆ ଶ’ଙ୍କ ପରି ପରବର୍ତ୍ତୀ…

ନିଲମ୍ବିତ ହେଲେ ପୂର୍ବତନ ବିଧାୟକଙ୍କ ସ୍ବାମୀ, ଜାଣନ୍ତୁ କାରଣ…

ଭୁବନେଶ୍ୱର,୮।୯: ପୂର୍ବତନ ବିଧାୟକ ସ୍ନେହାଙ୍ଗିନୀ ଛୁରିଆଙ୍କ ସ୍ବାମୀ ଦୁର୍ଗା ଛୁରିଆଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ରାଜନୈତିକ କାର୍ଯ୍ୟକଳାପରେ ସମ୍ପୃକ୍ତି ଥିବା ଅଭିଯୋଗରେ ଓଡ଼ିଶା ସହକାରୀ ସମିତି ରେଜିଷ୍ଟ୍ରାରଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri