Home

ହେଲାନି କରୋନା ପଞ୍ଜୀକରଣ, ୫ ବିଦେଶୀଙ୍କୁ ଛାଡ଼ିଦେଲା ପୋଲିସ

କେନ୍ଦ୍ରାପଡା ଅଫିସ/ ମହାକାଳପଡା (ଡି.ଏନ.ଏ.)୨୦।୩: କେନ୍ଦ୍ରାପଡା ଜିଲାରେ ଅନୁପ୍ରବେଶକୁ ଜିଲା ପୋଲିସ ଗୁରୁତ୍ୱ ଦେଉନାହିଁ। ଏପରି କି କରୋନା ଭୂତାଣୁ ସଂକ୍ରମଣ ପାଇଁ ରାଜ୍ୟ ସରକାରଙ୍କ ଜାରି ହୋଇଥିବା କଟକଣାକୁ ଜିଲା ପୋଲିସ ବେଖାତିର କରିଛି। ଏପରି ଘଟଣା ଏହି ଜିଲା…

ଜରୁରୀ ନ ଥିଲେ ବସ୍‌ ଯାତ୍ରା ନ କରିବାକୁ ପରାମର୍ଶ

ଭୁବନେଶ୍ୱର,୨୦।୩(ବ୍ୟୁରୋ): ସମ୍ପ୍ରତି ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି। ଓଡ଼ିଶାରେ ମଧ୍ୟ ଜଣେ କରୋନା ପଜିଟିଭ୍‌ ରୋଗୀ ଚିହ୍ନଟ ହୋଇ ଚିକିତ୍ସାଧୀନ ଅଛନ୍ତି। ଏହି ପରିପ୍ରେକ୍ଷୀରେ ଜନସାଧାରଣଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଜରୁରୀ ନ ଥିଲେ ମୋ’ ବସ୍‌ରେ ଯାତ୍ରା ନ…

୪ ଗେମ୍‌ ଜୋନ୍‌, ୧ ଗେଷ୍ଟ ହାଉସ୍‌ ସିଲ୍‌

ଭୁବନେଶ୍ୱର,୨୦।୩(ବ୍ୟୁରୋ): କରୋନା ମୁକାବିଲା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଏବଂ ଭୁବନେଶ୍ୱର ଡେଭଲପ୍‌ମେଣ୍ଟ ଅଥରିଟି (ବିଡିଏ)ର ମିଳିତ ଉଦ୍ୟମରେ ରାଜଧାନୀରେ ନିୟମିତ ଯାଞ୍ଚ କରାଯାଉଛି। ଗୁରୁବାର ରାଜଧାନୀର ଦକ୍ଷିଣ-ପଶ୍ଚିମ ଜୋନ୍‌ର ୭ଟି ମଣ୍ଡପ ଏବଂ ୧୧ଟିି ମଲରେ ଯାଞ୍ଚ କରାଯାଇଛି।…

ଏକାଧିକ ଚୋରି, ଡକାୟତିରେ ସଂପୃକ୍ତ ଫେରାର ଅଭିଯୁକ୍ତ ଗିରଫ

ଦାରିଙ୍ଗବାଡ଼ି,୨୦।୩(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ୨୦୧୯ରୁ ଫେରାର ଥିବା ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ବ୍ୟକ୍ତି ହେଲେ ଉକ୍ତ ଥାନା ସିମନବାଡ଼ି ଗ୍ରାମର କୃପାକର ମୁଖୀ। ତାଙ୍କ ନାମରେ ପୂର୍ବରୁ ୯୩/୧୯ରେ ଏକ…

ଡ୍ରେନ୍‌ ଦୂଷିତ ଯୋଗୁ କରୋନା ବ୍ୟାପିବା ଆଶଙ୍କା: ମୁଖ୍ୟ ଯନ୍ତ୍ରୀଙ୍କୁ ହାଜର ପାଇଁ ଓଏଚ୍‌ଆରସିଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୨୦ା୩(ବ୍ୟୁରୋ):ଡ୍ରେନ୍‌ ଦୂଷିତ ଯୋଗୁ କରୋନା ଭାଇରସ୍‌ ବ୍ୟାପିବାର ଆଶଙ୍କା କରାଯାଉଛି। ତେଣୁ ଡ୍ରେନ୍‌ ସଫେଇରେ ଅବ୍ୟବସ୍ଥା ନେଇ ପରିବେଶ ଦୂଷିତ ହେଉଥିବା ଅଭିଯୋଗରେ କଟକ ଡ୍ରେନେଜ୍‌ ବିଭାଗର ମୁଖ୍ୟ ଯନ୍ତ୍ରୀଙ୍କୁ ମାର୍ଚ୍ଚ ୨୪ତାରିଖ ଦିନ ୧୧ଟା ବେଳେ ରାଜ୍ୟ ମାନବାଧିକାର କମିଶନ(ଓଏଚ୍‌ଆରସି)…

ଆଜି ପଖାଳ ଦିବସ: ମନ ଖୋଜୁଛି ପଖାଳ

ଭୁବନେଶ୍ୱର,୨୦ା୩(ବ୍ୟୁରୋ)ଓଡ଼ିଆମାନେ ଯେଉଁଠି ଥାଆନ୍ତୁ ନା କାହିଁକି ପଖାଳ ପ୍ରତି ସବୁବେଳେ ସେମାନଙ୍କର ଆକର୍ଷଣ ରହିଆସିଛି। ସେଥିପାଇଁ କଥାରେ ଅଛି, ‘ଝୁରି ହେଉଛି ଦିନକାଳ, ମନ ଖୋଜୁଛି ସେକାଳ ପଖାଳ’। ଓଡ଼ିଆ ଜନଜୀବନ ସହ ପଖାଳର ସମ୍ପର୍କ ବହୁ ପୁରୁଣା। ଆଉ ସେହି…

ବାଇପାସ୍‌ ଚିନ୍ତା

ଦେବଗଡ଼ ଜିଲା ସଦର ମହକୁମା ଦେଇ ଯାଇଥିବା ୪୯ ନଂ. ଜାତୀୟ ରାଜପଥ ଅତ୍ୟନ୍ତ ଶୋଚନୀୟ ହୋଇପଡିଛି। ଏହାର ପ୍ରଶସ୍ତୀକରଣ ବିଳମ୍ବିତ ହେବାରେ ଲାଗିଛି। ରାଜପଥରେ ଯାନବାହନ ବୃଦ୍ଧି ସହିତ ସହରର ଜନସଂଖ୍ୟା ବୃଦ୍ଧି ପାଉଥିବାରୁ ଦୁର୍ଘଟଣା ମଧ୍ୟ ବଢୁଛି। ଫଳରେ…

ରାଜ୍ୟର ସମସ୍ତ ପ୍ରାଣୀ ଉଦ୍ୟାନ ମାର୍ଚ୍ଚ ୩୧ ଯାଏ ବନ୍ଦ

ଭୁବନେଶ୍ୱର,୨୦ା୩(ବ୍ୟୁରୋ): ମାରାତ୍ମକ କରୋନା(କୋଭିଡ-୧୯)କୁ ଦୃଷ୍ଟିରେ ରଖି ସତର୍କତାମୂଳକ ପଦକ୍ଷେପ ସ୍ବରୂପ ଭିତରକନିକା ଅଭୟାରଣ୍ୟ ସମେତ ରାଜ୍ୟର ସମସ୍ତ ପରିବେଶ ପର୍ଯ୍ୟଟନସ୍ଥଳୀର ରାତ୍ର ରହଣି ବ୍ୟବସ୍ଥାର ବୁକିଂ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ରଦ୍ଦ କରାଯାଇଛି। ପରିବେଶ ପର୍ଯ୍ୟଟନସ୍ଥଳୀଗୁଡିକର ଦିନ ଭ୍ରମଣ ବ୍ୟବସ୍ଥାକୁ…

କରୋନା ନେଲାଣି ୯ ହଜାର ଜୀବନ

ପ୍ୟାରିସ୍‌/ବେଜିଂ, ୨୦।୩: ସାରା ବିଶ୍ୱରେ କରୋନା ଭୂତାଣୁ ୯ ହଜାରରୁ ଊର୍ଦ୍ଧ୍ୱ ମୁଣ୍ଡ ନେଲାଣି। ଏବେ ମୃତ୍ୟୁସଂଖ୍ୟା ୯,୦୨୦ରେ ପହଞ୍ଚିଛି। ୟୁରୋପରେ ୪,୧୩୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏସିଆରେ ୩,୪୧୬ ଜଣଙ୍କ ପ୍ରାଣହାନି ଘଟିଥିବା ଜଣାପଡ଼ିଛି। ତେବେ ଗତ ୨୪…

ବ୍ୟବଚ୍ଛେଦ ପାଇଁ ଗଲା ‘ନିର୍ଭୟା’ ଦୋଷୀଙ୍କ ମୃତଦେହ

ନୂଆଦିଲ୍ଲୀ,୨୦ା୩: ଦୀର୍ଘ ୭ ବର୍ଷ ପରେ ‘ନିର୍ଭୟା’ଙ୍କୁ ନ୍ୟାୟ ମିଳିଛି। ନିର୍ଭୟା ଗଣବଳାତ୍କାର ଘଟଣାରେ ୪ ଦୋଷୀ ଅକ୍ଷୟ ଠାକୁର, ପବନ ଗୁପ୍ତା, ବିନୟ ଶର୍ମା ଏବଂ ମୁକେଶ ସିଂହଙ୍କୁ ତିହାର ଜେଲ୍‌ରେ ଶୁକ୍ରବାର ଭୋର୍‌ ୫ଟା ୩୦ରେ ଫାଶୀ ଖୁଣ୍ଟରେ…

ଆଜି କମଲନାଥଙ୍କ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ,୨୦।୩(ପି.ଟି.): ମଧ୍ୟପ୍ରଦେଶ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଶୁକ୍ରବାର ଡାକି ଅପରାହ୍ନ ୫ଟା ସୁଦ୍ଧା ଆସ୍ଥାଭୋଟ କରାଇବା ଲାଗି ସୁପ୍ରିମକୋର୍ଟ ଗୁରୁବାର ବାଚସ୍ପତି ଏନ୍‌.ପି. ପ୍ରଜାପତିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଫଳରେ କମଲନାଥ ସରକାରଙ୍କୁ ଶକ୍ତ ଝଟକା ଲାଗିଛି। କଂଗ୍ରେସ ସରକାର ରହିବ କି…

କରୋନା ମୁକାବିଲା: ଆଜି ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

ଭୁବନେଶ୍ୱର,୨୦ା୩(ବ୍ୟୁରୋ): ସାରା ବିଶ୍ୱରେ କାୟା ବିସ୍ତାର କରୁଥିବା କରୋନା ଭୂତାଣୁକୁ ପ୍ରତିହତ କରିବା ପାଇଁ ସମ୍ମିଳିତ ଉଦ୍ୟମ ଜାରି ରହିଛି। ଓଡ଼ିଶାରେ ମଧ୍ୟ ସରକାର ସମସ୍ତ ଚେଷ୍ଟା ଜାରି ରଖିଛନ୍ତି। କରୋନା ମୁକାବିଲା ପାଇଁ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri