ଲକ୍ଷଣ ନ ଥିଲେ ଘରେ ରହିପାରିବେ ସଂକ୍ରମିତ

ଭୁବନେଶ୍ୱର, ୧୨ା୫(ବ୍ୟୁରୋ): ରାଜ୍ୟରେ ପ୍ରତିଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଆକ୍ରାନ୍ତଙ୍କ ମଧ୍ୟରେ ଲକ୍ଷଣ ନ ଥିବା ଜଣାପଡିଛି। ତେଣୁ ଲକ୍ଷଣ ନ ଥିବା ଏବଂ ସ୍ବଳ୍ପ ଲକ୍ଷଣ ଥିବା ସଂକ୍ରମିତଙ୍କୁ ହୋମ୍‌ କ୍ୱାରାଣ୍ଟାଇନରେ ରଖିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସୋମବାର ସୂଚନା ଦିଆଯାଇଛି। ପ୍ରଥମ ପର୍ଯ୍ୟାୟରେ ସୋମବାର ଏଭଳି ବ୍ୟବସ୍ଥା ପ୍ରଥମକରି ସହରାଞ୍ଚଳରେ ଲାଗୁ କରାଯାଇଛି। କେନ୍ଦ୍ର ସରକାରଙ୍କ ଗାଇଡ୍‌ଲାଇନ ଅନୁଯାୟୀ ରାଜ୍ୟ ସରକାର ଏଭଳି ବ୍ୟବସ୍ଥା କରିଥିବା ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି। ସେ କହିଛନ୍ତି ଯେ, କରୋନା ସଂକ୍ରମିତ ରୋଗୀଙ୍କୁ ହସ୍ପିଟାଲରୁ ଡିସ୍‌ଚାର୍ଜ କରିବା ଓ ସ୍ବଳ୍ପ ତଥା ଲକ୍ଷଣ ନ ଥିବା ରୋଗୀଙ୍କୁ ହୋମ୍‌ କ୍ୱାରାଣ୍ଟାଇନରେ ରହିବା ପାଇଁ ଗାଇଡ୍‌ଲାଇନ ଜାରି କରାଯାଇଛି। ସ୍ବଳ୍ପ ଲକ୍ଷଣ କିମ୍ବା ଆଦୌ ଲକ୍ଷଣ ନ ଥିବା ରୋଗୀଙ୍କ ଭିତରେ ଲକ୍ଷଣ ପ୍ରକାଶ ପାଇବାର ୧୦ଦିନ ପରେ ଅଥବା ୩ ଦିନ ଧରି ଜ୍ୱର ନ ଥିଲେ ସେମାନଙ୍କୁ ହସ୍ପିଟାଲରୁ ଡିସ୍‌ଚାର୍ଜ କରାଯିବ। ସେହିପରି ଗୁରୁତର ରୋଗୀଙ୍କ କ୍ଷେତ୍ରରେ ଲକ୍ଷଣ ପ୍ରକାଶ ବନ୍ଦ ହେବାର ୩ ଦିନ ପରେ ଡିସ୍‌ଚାର୍ଜ ହୋଇପାରିବେ। ସେମାନେ ଡିସ୍‌ଚାର୍ଜ ହେବାପରେ ୭ ଦିନ କ୍ୱାରାଣ୍ଟାଇନରେ ରହିବେ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଥିବା ବେଳେ ରାଜ୍ୟ ସରକାର ଗାଇଡ୍‌ଲାଇନରେ ପରିବର୍ତ୍ତନକରି ୧୪ଦିନ ଘରୋଇ ସଙ୍ଗରୋଧରେ ରହିବାକୁ କହିଛନ୍ତି। ଏହି ନୂଆ ବ୍ୟବସ୍ଥା ଦ୍ୱାରା କୋଭିଡ୍‌ ହସ୍ପିଟାଲଗୁଡିକରେ ପର୍ଯ୍ୟାପ୍ତ ବେଡ୍‌ ବ୍ୟବସ୍ଥା ଅନ୍ୟ ନୂଆ ରୋଗୀଙ୍କ ଲାଗି ଉପଲବ୍ଧ କରାଯାଇପାରିବ ବୋଲି ମହାପାତ୍ର କହିଛନ୍ତି।
ଅନ୍ୟପଟେ ହୋମ୍‌ କ୍ୱାରାଣ୍ଟାଇନରେ ରହିବା ପାଇଁ ରାଜ୍ୟ ସରକାର ଜାରି କରିଥିବା ଗାଇଡ୍‌ଲାଇନ ଅନୁସାରେ ଉକ୍ତ ବ୍ୟକ୍ତିଙ୍କ ଘର ସମ୍ମୁଖରେ କ୍ୱାରାଣ୍ଟାଇନ ଷ୍ଟିକର ଲଗାଯିବ। ଏହାସହିତ ସମ୍ପୃକ୍ତ ରୋଗୀଙ୍କ ହାତରେ ଅଲିଭା କାଳି ଓ ବ୍ୟାଣ୍ଡ ଲଗାଯିବ। ଯଦି ଘରେ ଅଲଗା ଶୌଚାଳୟ ବା କଠୋରି ନ ଥିବ ତେବେ ସମ୍ପୃକ୍ତ ରୋଗୀ ସରକାରଙ୍କ ଦ୍ୱାରା କରାଯାଇଥିବା କ୍ୱାରାଣ୍ଟାଇନ ସେଣ୍ଟରରେ ରହିବେ। ତେବେ ଏଥିପାଇଁ ରୋଗୀଙ୍କୁ ଏକ ନିର୍ଦ୍ଧାରିତ ଫର୍ମାଟରେ ଅନୁମତି ଆଣିବାକୁ ପଡ଼ିବ। ସାମାଜିକ ଦୂରତ୍ୱ ଓ ସଙ୍ଗରୋଧ ନିୟମକୁ କଡ଼ାକଡ଼ି ପାଳନ କରିବେ ବୋଲି ସେ ସରକାରଙ୍କୁ ଜଣାଇବେ। ପ୍ରଥମ ପର୍ଯ୍ୟାୟରେ ସହରାଞ୍ଚଳରେ ଏହି ବ୍ୟବସ୍ଥା ଲାଗୁହେବ। ଗାଁ ଗୁଡ଼ିକରେ ଯେହେତୁ ସମସ୍ତ ଘରେ ଏଭଳି ଶୌଚାଳୟ ଏବଂ କଠୋରି ନ ଥିବ ତେଣୁ ଭବିଷ୍ୟତରେ ଯେଉଁଠି ଏଭଳି ବ୍ୟବସ୍ଥା ଥିବ ସେଠାରେ ଏହି ନିୟମ ଲାଗୁ କରାଯିବ ବୋଲି ପ୍ରଦୀପ୍ତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏପର୍ଯ୍ୟନ୍ତ ୩ ଦଳର ଘୋଷଣା ହୋଇନି ପ୍ରାର୍ଥୀ ତାଲିକା: ଜାଣନ୍ତୁ କେଉଁ ଦଳର କେତେ ଆସନ ଅଛି ବାକି

ଭୁବନେଶ୍ୱର,୧୮।୪: ରାଜ୍ୟରେ ୪ଟି ପର୍ଯ୍ୟାୟ ନିର୍ବାଚନ ପାଇଁ ଦିନକ ପରେ ଅର୍ଥାତ୍‌ ଏପ୍ରିଲ ୧୮ତାରିଖରୁ ପର୍ଯ୍ୟାୟକ୍ରମେ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେଉଛି। ଏହାପୂର୍ବରୁ...

ମୁଁ ମୁଖ୍ୟମନ୍ତ୍ରୀଙ୍କ ସୈନିକ, ଦଳର ସ୍ବାର୍ଥ ଲାଗି ଲଢ଼ିବି: ରୋହିତ  

ସମ୍ବଲପୁର,୧୮।୪:  ସମ୍ବଲପୁର ବିଧାନସଭା ଆସନ ପାଇଁ ବିଜେଡି ଦଳ ପକ୍ଷରୁ ପୁର୍ବରୁ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଛିଡା କରାଯାଇଥିଲା। ହେଲେ ବୁଧବାର ଘୋଷିତ ୫ମ ସୂଚୀରେ ପ୍ରସନ୍ନଙ୍କୁ...

ବିଜେଡିରେ ସାମିଲ ହେଲେ ବର୍ଷା ପ୍ରିୟଦର୍ଶିନୀ

ଭୁବନେଶ୍ୱର,୧୮।୪: ଓଲିଉଡ୍‌ ଅଭିନେତ୍ରୀ ବର୍ଷା ପ୍ର୍ରିୟଦର୍ଶିନୀ ଗୁରୁବାର ବିଜେଡିରେ ସାମିଲ ହୋଇଛନ୍ତି। ଶଙ୍ଖ ଭବନରେ ଅନୁଷ୍ଠିତ ବିଜେଡିର ଏକ ମିଶ୍ରଣ ପର୍ବରେ ସେ ଦଳରେ ଯୋଗ...

ଓଡ଼ିଶାରେ କେଉଁଠି, କେଉଁ ସମୟରେ ଭୋଟ୍‌; ଜାଣନ୍ତୁ…

ଭୁବନେଶ୍ୱର,୧୮।୪: ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ରାଜ୍ୟର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ଗୁରୁବାର ବିଜ୍ଞପ୍ତି ପ୍ରକାଶ ପାଇଛି। ମେ ୧୩ ତାରିଖରେ ଓଡ଼ିଶାରେ...

ଦିନ ସାଢ଼େ ୧୧ଟାରେ ୪୦ ଟପିଲା ଭୁବନେଶ୍ବର ତାପମାତ୍ରା

ଭୁବନେଶ୍ୱର,୧୮।୪: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ଅସହ୍ୟ ତାତିରେ ଆଉଟୁପାଉଟୁ ହେଉଛନ୍ତି ରାଜ୍ୟବାସୀ। ଭୟଙ୍କର ଗରମ ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି। ସକାଳ...

ବିଜେଡିକୁ ଶକ୍ତ ଝଟ୍‌କା: ଶଙ୍ଖ ଛାଡି ହାତ ଧରିଲେ ପୂର୍ବତନ ବିଧାୟକ ସିପ୍ରା ମଲ୍ଲିକ

ଭୁବନେଶ୍ୱର,୧୮।୪: ପୂର୍ବତନ ବିଜେଡି ବିଧାୟକ ସିପ୍ରା ମଲ୍ଲିକ ଗୁରୁବାର ଶଙ୍ଖ ଛାଡି ହାତ ଧରିଛନ୍ତି। ସେ କଂଗ୍ରେସ ଭବନରେ ପହଞ୍ଚି ଦଳରେ ଯୋଗ ଦେଇଛନ୍ତି। ସିପ୍ରା...

ଆଉ ୪ଟି ବିଧାନସଭା କ୍ଷେତ୍ର ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ଭୁବନେଶ୍ୱର,୧୮।୪: କଂଗ୍ରେସ ପକ୍ଷରୁ ଓଡ଼ିଶାର ଆଉ ଚାରି ବିଧାନସଭା କ୍ଷେତ୍ର ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏଥିରେ ମାହାଙ୍ଗା ପାଇଁ ଦେବେନ୍ଦ୍ର ସାହୁ, ସତ୍ୟବାଦୀରୁ...

ଟିକେଟ୍‌ ନ ମିଳିବାରୁ କାନ୍ଦିଲେ ସମୀର ଦାସ, ପୁଣିଥରେ ବିଚାର କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ କଲେ ନିବେଦନ

ଭୁବନେଶ୍ୱର,୧୮।୪: ପଞ୍ଚମ ପର୍ଯ୍ୟାୟ ବିଧାନସଭା ତାଲିକାରେ ବିଜେଡି ଆଜି ଆଉ ୯ ଜଣ ବିଧାୟକ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛି। ଏଥିରେ ପୂର୍ବତନ ମନ୍ତ୍ରୀ ସମୀର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri