କରୋନା ମାଡ଼: ଦୋହଲିଯିବ ପର୍ଯ୍ୟଟନ ଶିଳ୍ପ

ନୂଆଦିଲ୍ଲୀ,୧୨ା୫: କରୋନା ସଂକ୍ରମଣ (କୋଭିଡ୍‌-୧୯) ଯୋଗୁ ୨୦୨୦ରେ ଅନ୍ତର୍ଜାତୀୟ ପର୍ଯ୍ୟଟନ ୬୦ରୁ ୮୦ ପ୍ରତିଶତ ହ୍ରାସ ପାଇପାରେ। ଏହାଦ୍ୱାରା ୯୧୦ ବିଲିୟନରୁ ୧.୨ ଟ୍ରିଲିୟନ ଡଲାର ରାଜସ୍ବ କ୍ଷତି ଘଟିବ ଏବଂ ଲକ୍ଷାଧିକ ଲୋକଙ୍କ ଜୀବନଜୀବିକାକୁ ବିପଦରେ ପଡ଼ିବ ବୋଲି ଜାତିସଂଘର ସ୍ବତନ୍ତ୍ର ଏଜେନ୍ସି ‘ବିଶ୍ୱ ପର୍ଯ୍ୟଟନ ସଂଗଠନ’ (ୟୁଏନ୍‌ଡବ୍ଲ୍ୟୁଟିଓ) ପକ୍ଷରୁ କୁହାଯାଇଛି।
ଏହି ମହାମାରୀ ବିଶ୍ୱର ୨୧୨ ଦେଶକୁ ବ୍ୟାପିଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା ୪୨ ଲକ୍ଷ ଟପିଲାଣି। ସେହିପରି ୨ ଲକ୍ଷ ୮୫ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନଗଲାଣି। ଏହାର ଗମ୍ଭୀର ପ୍ରଭାବ ପର୍ଯ୍ୟଟନ ଶିଳ୍ପ ଉପରେ ପଡ଼ିଛି। ୨୦୨୦ର ପ୍ରଥମ ତ୍ରୈମାସିକରେ ଅନ୍ତର୍ଜାତୀୟ ପର୍ଯ୍ୟଟକଙ୍କ ଆଗମନରେ ୨୨% ହ୍ରାସ ପାଇସାରିଲାଣି। ବିଭିନ୍ନ ଗନ୍ତବ୍ୟସ୍ଥଳରୁ ମିଳିଥିବା ତଥ୍ୟରୁ ଏହା ଜଣାପଡ଼ିଛି ବୋଲି ୟୁଏନ୍‌ଡବ୍ଲ୍ୟୁଟିଓ ପକ୍ଷରୁ କୁହାଯାଇଛି। ଜାତିସଂଘର ଏହି ସ୍ବତନ୍ତ୍ର ଏଜେନ୍ସିର କହିବାନୁଯାୟୀ, ବିଶ୍ୱରେ ବର୍ତ୍ତମାନ ଦେଖାଦେଇଥିବା ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ୨୦୧୯ ତୁଳନାରେ ବାର୍ଷିକ ପର୍ଯ୍ୟଟନ ୬୦ରୁ ୮୦ ପ୍ରତିଶତ ହ୍ରାସ ପାଇପାରେ। ୟୁଏନ୍‌ଡବ୍ଲ୍ୟୁଟିଓ ମହାସଚିବ ଜୁରାବ ପୋଲୋଲିକାଶଭିଲି କହିଛନ୍ତି, ବିଶ୍ୱ ଏକ ଅପ୍ରତ୍ୟାଶିତ ସ୍ବାସ୍ଥ୍ୟ ଏବଂ ଅର୍ଥନୈତିକ ସଙ୍କଟର ସମ୍ମୁଖୀନ ହୋଇଛି। ଏହାଦ୍ୱାରା ଅର୍ଥବ୍ୟବସ୍ଥାର ଅନ୍ୟତମ ଶ୍ରମ ଆଧାରିତ କ୍ଷେତ୍ର ପର୍ଯ୍ୟଟନ ଶିଳ୍ପ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି।
ମାର୍ଚ୍ଚରେ ପର୍ଯ୍ୟଟକଙ୍କ ଆଗମନ ୫୭ ପ୍ରତିଶତ ହ୍ରାସ ପାଇଥିଲା। ସେହି ସମୟରେ ବହୁ ଦେଶରେ ଲକ୍‌ଡାଉନ୍‌ ଆରମ୍ଭ ହେବା ସହିତ ଯାତ୍ରାରେ କଟକଣା କରାଯାଇଥିଲା। ବିମାନବନ୍ଦର ଏବଂ ଦେଶଗୁଡ଼ିକର ସୀମା ବନ୍ଦ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏହାଦ୍ୱାରା ୬୭ ନିୟୁତ ଅନ୍ତର୍ଜାତୀୟ ଆଗମନ ହୋଇ ନ ପାରିବା ସହ ସେଥିରୁ ପ୍ରାପ୍ତ ହେବାକୁ ଥିବା ପ୍ରାୟ ୮୦ ବିଲିୟନ ଡଲାର କ୍ଷତି ଘଟିଥିଲା। ବିଶେଷକରି ଏସିଆ ଏବଂ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଅଧିକ ପ୍ରଭାବ (୩୩ ନିୟୁତ ଆଗମନ ହ୍ରାସ) ଦେଖିବାକୁ ମିଳିଥିଲା। ସେହିପରି ୟୁରୋପରେ ୨୨ ନିୟୁତ ଆଗମନ ହ୍ରାସ ହୋଇଥିଲା।
ସାମ୍ପ୍ରତିକ ପରିସ୍ଥିତିକୁ ଦେଖିଲେ ଏହି ବର୍ଷ ପର୍ଯ୍ୟଟକଙ୍କ ଆଗମନରେ ୫୮%ରୁ ୭୮% ହ୍ରାସ ହୋଇପାରେ। ହେଲେ ଏହା ଯାତ୍ରା କଟକଣା ଓ ସୀମା ବନ୍ଦର ଅବଧି ଉପରେ ନିର୍ଭର କରେ। ଅନ୍ତର୍ଜାତୀୟ ସୀମା ଧୀରେ ଧୀରେ ଖୋଲିବାର ସମ୍ଭାବ୍ୟ ତାରିଖକୁ ଆଧାର କରି ୟୁଏନ୍‌ଡବ୍ଲ୍ୟୁଟିଓ ୨୦୨୦ ପାଇଁ ୩ଟି ସମ୍ଭାବନାର ଚିତ୍ର ଆଙ୍କିଛି। ପ୍ରଥମ ହେଲା, ଅନ୍ତର୍ଜାତୀୟ ସୀମା ଖୋଲି ଜୁଲାଇ ପ୍ରାରମ୍ଭରେ ଯାତ୍ରା କଟକଣା କୋହଳ ହେଲେ ପର୍ଯ୍ୟଟକଙ୍କ ଆଗମନରେ ୫୮% ହ୍ରାସ ହୋଇପାରେ। ଦ୍ୱିତୀୟରେ, ଯଦି ସେପ୍ଟେମ୍ବର ଆରମ୍ଭରେ ଯାତ୍ରା କଟକଣା କୋହଳ ହେବ, ତା’ହେଲେ ପର୍ଯ୍ୟଟକଙ୍କ ଆଗମନ ୭୦ ପ୍ରତିଶତ ହ୍ରାସ ପାଇପାରେ। ସେହିପରି ଯାତ୍ରା କଟକଣା ଯଦି ଡିସେମ୍ବର ପ୍ରଥମ ସପ୍ତାହରେ କୋହଳ ହୁଏ ତେବେ ପର୍ଯ୍ୟଟକଙ୍କ ଆଗମନରେ ୭୮ ପ୍ରତିଶତ ହ୍ରାସ ଘଟିପାରେ। ଏହି ପରିପ୍ରେକ୍ଷୀରେ ବିଦେଶ ଭ୍ରମଣ ଚାହିଦା ହ୍ରାସର ପ୍ରଭାବ ସ୍ବରୂପ ୮୫୦ ନିୟୁତରୁ ୧.୧ ବିଲିୟନ ଅନ୍ତର୍ଜାତୀୟ ପର୍ଯ୍ୟଟକଙ୍କୁ ହରାଇବାକୁ ପଡ଼ିପାରେ। ଫଳରେ ୯୧୦ ବିଲିୟନରୁ ୧.୨ ଟ୍ରିଲିୟନ ଡଲାର ପର୍ଯ୍ୟଟନ ରାଜସ୍ବ କ୍ଷତି ହୋଇପାରେ। ଏହାସହିତ ପର୍ଯ୍ୟଟନ କ୍ଷେତ୍ରରେ ୧୦୦ରୁ ୧୨୦ ନିୟୁତ ପ୍ରତ୍ୟକ୍ଷ ନିଯୁକ୍ତି ବିପଦରେ ପଡ଼ିପାରେ। ୧୯୫୦ ମସିହାଠାରୁ ହେଉଥିବା ରେକର୍ଡକୁ ଦେଖିଲେ ଅନ୍ତର୍ଜାତୀୟ ପର୍ଯ୍ୟଟନ ପାଇଁ ଏହା ସବୁଠାରୁ ଖରାପ ସମୟ। ଏହାର ପ୍ରଭାବ ବିଶ୍ୱର ବିଭିନ୍ନ ଅଞ୍ଚଳରେ ଏବଂ ବିଭିନ୍ନ ସମୟରେ ଅନୁଭୂତ ହେବ। ହେଲେ ଏସିଆ ଏବଂ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ପ୍ରଥମେ ସ୍ଥିତି ସ୍ବାଭାବିକ ହେବା ଆଶା କରାଯାଉଛି ବୋଲି ୟୁଏନ୍‌ଡବ୍ଲ୍ୟୁଟିଓ କହିଛି। ତେବେ ଅନ୍ତର୍ଜାତୀୟ ଚାହିଦାଠାରୁ ଘରୋଇ ଚାହିଦା ଦ୍ୱାରା ଶୀଘ୍ର ପୁନରୁଦ୍ଧାର ହେବ ବୋଲି ୟୁଏନ୍‌ଡବ୍ଲ୍ୟୁଟିଓ ବିଶେଷଜ୍ଞଙ୍କ ସର୍ଭେରୁ ଆଶା କରାଯାଉଛି। ତେବେ ସଂଖ୍ୟାଧିକ ବିଶେଷଜ୍ଞ ଆଶା ଅନୁଯାୟୀ ଚଳିତବର୍ଷର ଶେଷ ତିନିମାସ, ଅଧିକନ୍ତୁ ୨୦୨୧ରେ ସ୍ଥିତିରେ ସୁଧାର ଆସିବ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ମାର୍ଟ ଓଡ଼ିଶା ହାକାଥନ ୩.୦ କାର୍ଯ୍ୟକ୍ରମ ଉଦ୍‌ଯାପିତ

ବରଗଡ଼,୨୩ା୭(ପ୍ରେମାନନ୍ଦ ଖମାରୀ); ବରଗଡ଼ ଜିଲାସ୍ତରୀୟ ସ୍ମାର୍ଟ ଓଡ଼ିଶା ହାକାଥନ ୩.୦ କାର୍ଯ୍ୟକ୍ରମ ସୋମବାର ବରଗଡ଼ ବିଜ୍ଞାନ କେନ୍ଦ୍ର ଟୁକୁର୍ଲାରେ ଉଦ୍‌ଯାପିତ ହୋଇଯାଇଛି। ଜିଲା ଶିକ୍ଷା ଅଧିକାରୀ ସରୋଜ…

ଶିକ୍ଷାନୁଷ୍ଠାନ ନିକଟରୁ ମଦ ଦୋକାନ ବନ୍ଦ ନିର୍ଦ୍ଦେଶ

ବରଗଡ଼,୨୩ା୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ବୁଧବାର ଷଷ୍ଠ ଜିଲା ପରିଷଦର ଅଷ୍ଟମ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ…

ଚାଷକାର୍ଯ୍ୟ ଆରମ୍ଭରୁ ସାର କଳାବଜାର: ଚାଷୀ ହଟହଟା

ବରଗଡ଼,୨୩।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସରୁ ଖରିଫ ଚାଷକାର୍ଯ୍ୟ ଆରମ୍ଭ ହୋଇଛି। ଜମିରେ ଧାନ ବିହୁଡ଼ା, ପହ୍ଲାରୁଆ କାର୍ଯ୍ୟ ଏବେ ଜୋରସୋର୍‌ରେ ଚାଲିଛି। ଅନ୍ୟପଟେ ଚାଷ ଆରମ୍ଭରୁ…

ବିଦ୍ରୋହ ଭିତରେ ସୁପ୍ରିମକୋର୍ଟର CJI ସୂର୍ଯ୍ୟକାନ୍ତଙ୍କ ବିସ୍ଫୋରକ ବୟାନ, ସୋସିଆଲ ମିଡିଆରେ ଫେମସ୍‌ ହୁଅ ନାହିଁ…

ନୂଆଦିଲ୍ଲୀ,୨୩।୭: ଦେଶର ରାଜଧାନୀ ଦିଲ୍ଲୀରେ ଛାତ୍ର ଆନ୍ଦୋଳନ ଓ policeର କାର୍ଯ୍ୟାନୁଷ୍ଠାନକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଏବେ ଦେଶର ସୁପ୍ରିମକୋର୍ଟରେ ପହଞ୍ଚିଛି । ବଡ଼ କଥା…

କଠୋର କାର୍ଯ୍ୟାନୁଷ୍ଠାନ ନେଲେ ସରକାର! ସକାଳୁ ସକାଳୁ CJP ଦେଲା ବଡ଼ ସୂଚନା, ଦେଶରେ ହଇଚଇ

ନୂଆଦିଲ୍ଲୀ,୨୩।୭: କକ୍ରୋଚ ଜନତା ପାର୍ଟି (CJP)ର ସଂସ୍ଥାପକ ଅଭିଜୀତ ଦୀପକେ କହିଛନ୍ତି ଯେ ଜନ୍ତର-ମନ୍ତରରେ ଚାଲିଥିବା ଆନ୍ଦୋଳନ ସମ୍ପୂର୍ଣ୍ଣ ଶାନ୍ତି ଏବଂ ଅହିଂସା ପନ୍ଥାରେ ଆଗକୁ ବଢିବ।…

ବିଦ୍ରୋହ ଭିତରେ ଇନଷ୍ଟାଗ୍ରାମ୍‌ ଛାଡିଲେ ଧର୍ମେନ୍ଦ୍ର ପ୍ରଧାନଙ୍କ ଝିଅ, କାରଣ ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ, ୨୩ା୭: ଜନ୍ତର-ମନ୍ତରରେ ଛାତ୍ର ଏବଂ ‘କକରୋଚ୍ ଜନତା ପାର୍ଟି’ର ପ୍ରଦର୍ଶନ ଜାରି ରହିଛି। ଏହି ସମୟରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଝିଅ ନୈମିଷା…

ଏହି ଜିଲାରେ କରୋନା ଆକ୍ରାନ୍ତ ଚିହ୍ନଟ: ସରକାର କହିଲେ…

ଭୁବନେଶ୍ୱର,୨୩ା୭(ସୁଚିସ୍ମିତା ସାହୁ): ଆନ୍ଧ୍ରପ୍ରଦେଶ ପରେ ଏବେ ଓଡ଼ିଶାରେ କରୋନା ବ୍ୟାପିବା ଆଶଙ୍କା ଦେଖାଦେଇଛି। ଗଞ୍ଜାମ ଜିଲାରେ ଜଣେ ଆକ୍ରାନ୍ତ ରହିଥିବା କୋଭିଡ୍‌ ଡ୍ୟାସ୍‌ବୋର୍ଡରେ ଦର୍ଶାଯାଇଥିବାବେଳେ ମଙ୍ଗଳବାର ଏମ୍‌କେସିଜି…

ଭାରତୀୟ ପାଣିପାଗ ବିଭାଗର ବଡ଼ ପୂର୍ବାନୁମାନ: ଆଗାମୀ ୨ଦିନ ପର୍ଯ୍ୟନ୍ତ…

ଭୁବନେଶ୍ୱର,୨୩ା୭ (ସୌମ୍ୟରଞ୍ଜନ ରାଉତ): ରାଜ୍ୟରେ ବର୍ଷା ପ୍ରକୋପ ଜାରି ରହିଛି। ଲଗାଣ ବର୍ଷା ଯୋଗୁ ବିଭିନ୍ନ ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ଆଗାମୀ ୨ଦିନ ପର୍ଯ୍ୟନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri